Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajib Gopal Swain

Tragedy Inspirational

2.0  

Rajib Gopal Swain

Tragedy Inspirational

ଆଷ୍ଟ୍ରେ

ଆଷ୍ଟ୍ରେ

3 mins
14.4K


ଅଣନିଶ୍ୱାସୀ ନୈନା ସବୁବେଳେ ବକ୍ ବକ୍ , ସାଗରର ସିଗାରେଟ ଧୂଆଁ ରେ ...!

ବହୁବାର ନୈନା କହିଛି- " ପ୍ଲିଜ୍ ସାଗର ଏ'ଦେହ ଜଳା ସିଗାରେଟ ଗୁଡାକ ଖାଅନି । ନିଜେ ତ ଜଳୁଛ ଜଳୁଛ, ଆମକୁ ବି ଜଳଉଛ ।"

ସାଗର ହସେ। ଏମିତି ଯେ, ସେ' ତାତ୍ସଲ୍ୟ କରେ ତା'ନୁହେଁ । ଏମିତି ହସ, ଯେମିତି ସାଧାରଣ ଭାବେ ହସନ୍ତି ।

ସେ ସବୁ ବୁଝୁଥିଲେ ବି ଛାଡି ପାରେନି । କେମିତି ବା ସେ' ବୁଝାଇପାରିବ ଝିଅ ପାୟଲ ତା'ପଢ଼ାଘରୁ ଖୁଁ ଖୁଁ ହେଲେ କି ନୈନାର ଗୁର୍ ଗୁର୍ ହେବା ଭିତରେ ସେ ଠଉରାଇ ପାରେ ସିଗାରେଟ ଧୂଆଁର

ପ୍ରଭାବ ।

ବେଳେ ବେଳେ ଖତେଇ ହେଲା ପରି ଟିଭିରେ ଦେଉଥିବା ବିଜ୍ଞାପନ ଚାଲିଆସେ ....ସେତେବେଳେ ନୈନା କହେ - "ଦେଖୁଛ ସେ'କେମିତି ତା'ଝିଅ ମୁହଁକୁ ଅନାଇ ସିଗାରେଟ ଛାଡିଦେଲା !!........ତୁମେ ଅନ୍ତତଃ ଥରୁଟିଏ ତ ଚେଷ୍ଟାକର !"

ସାଗର ମୁହଁରେ କଥା ଉତୁରେନି । 

ସେ'ଯେ, ଅନେକ ବାର ଚେଷ୍ଟା କରିଛି ତା'ବି କହିପାରେନି। ଗୋଟେ ଗୋଟେ ଦିନ ସେ ଚେଷ୍ଟାକରି ଦୁଇ ତିନି ଘଣ୍ଟା ଖଣ୍ଡେ ସିଗାରେଟ ନ ଟାଣିଲେ ତା'ପରେ କେଉଁ ଗୋଟେ ତୀବ୍ର ଆକର୍ଷଣ ଏମିତି ଠେଲି ଠୁଲି ହୋଇ ଭିତରେ ପଶେ ତାହା ସେ ବର୍ଣ୍ଣନା କରିପାରେନି । ଆଉ ତାପରେ ସଂକଳ୍ପ ମିଶିଯାଏ ମାଟିରେ .....। ସେ ଆଉରି କେଇଖଣ୍ଡ ଅଧିକ ସିଗାରେଟ ଭିଡିନିଏ ଭିତରକୁ .....!!

***************

ଭିତରେ ଭିତରେ ଜଳୁଥିବା ଏଇ ଲଜ୍ଜ୍ୟାର ନିଆଁକୁ ଲିଭାଇବା ପାଇଁ ଯେ, ସିଗାରେଟ ଛାଡ଼ିବା ନିତାନ୍ତ ଆବଶ୍ୟକ ତାହା ଅନୁଭବ ହେଲା ପରେ ସାଗର ଦୃଢ଼ ସଂକଳ୍ପର ଆଉ ଗୋଟେ ଚାରା ଲଗାଇଲା .... ଯାହା, ଅନେକ ଦିନରୁ 'ମୋତେ ସିଗାରେଟ ପିଇବା ଉଚିତ ନୁହେଁ ଓ ନିଜ ଅପେକ୍ଷା ନୈନା ଓ ପାୟଲ ର ସ୍ବାସ୍ଥ୍ୟ ଅଧିକ ମହତ୍ତ୍ୱପୂର୍ଣ୍ଣ' ନାମକ ହର୍ମୋନ ପିଇ ପିଇ ଆସିଥିଲା ।

ସେ ବାହାରେ କାହାକୁ ପ୍ରତିଶ୍ରୁତି ଦେଇ ତାକୁ ପୁନଃ ଭାଙ୍ଗିବାକୁ ଚାହୁଁନଥିଲା ବରଂ ନିଜେ ନିଜକୁ ପ୍ରତିଶ୍ରୁତି ଦେଲା...ଡାକ୍ତରଙ୍କ ପରାମର୍ଶ ନେଇ ଆଣ୍ଟି ନିକୋଟିନ କ୍ୟାମ୍ପେନରେ ଭାଗ ନେଲା .....

ଆଉ ଏ'ସବୁ ଗୋଟେ ଦିନର କଥା ନଥିଲା.....।

ଦିନକୁ ସାତ ଆଠ ପ୍ୟାକେଟ ସିଗାରେଟଟା ଧୀରେ ଧୀରେ ଏକ-ଦୁଇକୁ ଖସି ଆସୁଥିଲା ।

xxx xxx xxx xxx

କହି କିଛି ଲାଭ ହେଉନି ବୋଲି ଦେଖି ନୈନା କହିବା ବନ୍ଦ କରି ସାରିଥିଲା ଅନେକ ଦିନରୁ । ପାୟଲ ପଢ଼ା ଘରେ ବି ପିନ୍ଧୁଥିଲା ମାସ୍କ ।

ନୈନା କହିଲା-"ହଁ ଏଇ ସିଗାରେଟଟା ହିଁ ତୁମ ପ୍ରେମିକା, ସ୍ତ୍ରୀ,ଝିଅ...ସଂସାର। ତା'ଆଗରେ ଆମେ ସବୁ ତୁଚ୍ଛ ।

xxx xxx xxx xxx

ଏକତ୍ରୀସ ଡିସେମ୍ବରର ସନ୍ଧ୍ୟା।

ଗୋଟେ ହୋଟେଲରେ ବର୍ଷର ଶେଷ ସନ୍ଧ୍ୟା ବିତାଇବାକୁ ତିନିହେଁ ଉପସ୍ଥିତ ।

ନିଜକୁ ଦେଇଥିବା କଥା ହିସାବରେ ଶେଷ ସିଗାରେଟରେ ଲାଇଟ୍ ଅପ୍ କଲା ସାଗର ।

-ପ୍ଲିଜ୍ ସାର୍ ନୋ...ନୋ ସ୍ମୋକିଙ୍ଗ !

ହୋଟେଲ କର୍ମଚାରୀ ଜଣକ ଅନୁନୟଭରା କଣ୍ଠରେ କହି ଉଠିଲା ।

ମନେ ମନେ ହସିଲା ସାଗର ....ଶେଷ ସିଗାରେଟଟା ବି ଧୋକ୍କା ଦେଲା ! 

ସେହି ଭାବନା ଭିତରୁ ଉହୁଁକି ଉଠିଲା ଧାରେ ହସ ଯାହା ତା'ଓଠ ଧାରରେ ଝଲସି ଉଠି ନିମିଷକେ ମିଳେଇଗଲା ।

ପାଖରେ ବସିଥିବା ନୈନା ଓ ପାୟଲଙ୍କ ମୁହଁରେ ନିର୍ଲପ୍ତ ଭାବ ସତେ ଯେମିତି କହୁଥିଲା-ଠିକ୍ ଅଛି, ଏଥର ବାହାର ଲୋକ ବି କୁହନ୍ତୁ ।

ରାତ୍ରୀଭୋଜନ ସାରି ତିନିହେଁ ଘରକୁ ଫେରିଲେ ......

xxx xxx xxx xxx

ନୂଆ ବର୍ଷର ପ୍ରଥମ ସକାଳ । ସାଗରର ଅଫିସ....

ଝିଅ ପାୟଲ ଦେଇଥିବା ଉପହାରକୁ ଖୋଳ ଭିତରୁ ଖୋଲି ଧରିଥିଲା ସାଗର....ରୂପାର ସିଗାରେଟ ଆଷ୍ଟ୍ରେଟିଏ । ଯାହାର ଭିତର ପାଖରେ ସୁନ୍ଦର ଭାବରେ ଇଂରାଜୀ ଅକ୍ଷର 'ପି' ଟି ଖୋଦେଇ କରାଯାଇଛି । ଆଉ ତା'ସହିତ ପାୟଲ ର ସଂକ୍ଷିପ୍ତ ହାତଲେଖା....

ପାପା ...'ପି' ଫର୍ ପାୟଲ !!!

ସାଗର ଆଖିରେ ଉତ୍ତାଳ ତରଙ୍ଗ ଭର୍ତ୍ତି ,ଆଖିଏ ଲୁହ ଆଉ ହୃଦୟରେ ଅମାନିଆ ଝଡ ତା'କୁ ଓ ତା'ର ଭାବନା କୁ ବିକ୍ଷିପ୍ତ କରି ତୋଳୁଥିଲେ ....!

ତଥାପି ସେ ନିଜ ସଂକଳ୍ପ ବିଷୟରେ ସଚେତନ ଥିଲା ,ଯାହା ଥିଲା ତା'ର ନିଜ ପରିବାର ପାଇଁ ସ୍ୱତନ୍ତ୍ର ଉପହାର ।

🌺🌺🌺🌺🌺🌺🌺🌺🌺

ରାଜୀବ ଗୋପାଳ ସ୍ୱାଇଁ

ମାତୃକୁଟୀର, କୁରୁଣ୍ଟି, ମେରାମଣ୍ଡଳୀ,

ଢେ଼ଙ୍କାନାଳ-୭୫୯୧୨୧


Rate this content
Log in

Similar oriya story from Tragedy