ଭିନ୍ନ ଏକ ପ୍ରେମ....
ଭିନ୍ନ ଏକ ପ୍ରେମ....
" କ୍ଷମା କରିବେ ମାଡମ ଆପଣ ଓଡ଼ିଶା ରୁ ନା ?" ପଚାରିଥିଲେ ଜଣେ ଯୁବକ ଫୋନରେ ଚାଟିଂ କରୁଥିବା ଝିଅଟିକୁ । ମୁଣ୍ଡ ଉଠେଇ ଚାହିଁଲା ଲାଜୁ ।
"ହଁ" ସଂକ୍ଷିପ୍ତ ଉତ୍ତର ଦେଇକି ଯୁବକଟିକୁ ତଳୁ ଉପର ଯାଏ ଦେଖିଲା ଲାଜୁ ।
"ମାଡମ ଆପଣ କୁଆଡେ ଯିବେ?"ପୁଣି ପଚାରିଲା ଯୁବକ ଟି ।
"କାଇଁ କଣ ହେଲା ଯିବି ତ ଗୋଟେ ଜାଗାକୁ ଏତେ ପ୍ରଶ୍ନ ମୋତେ କାହିଁକି ?" ଉତ୍ତର ଫେରେଇକି ପୁଣି ଚାଟିଂ କଲା ଲାଜୁ ।
ଯୁବକ ଟି ହଠାତ ଚୁପ ରହିଗଲା ପୁଣି କହିଲା " ନାଇଁ ମାଡମ ଆପଣ ମୋତେ ଭୁଲ ବୁଝୁଛନ୍ତି ପଚାରୁଥିଲି ଅନୁଗୁଳ କୁ ବସ କୋଉଠେ ରହେ?"
"ଓଃ ଏଇ କଥା ତ ସିଧା ପଚାରିଥାନ୍ତ ,ଏତେ ବୁଲେଇକି କାହିଁକି? ହଁ ଏଇ ଜୋ ନେଳି ବସ ନା ସେ ପାଖରେ ଥାଅ 7 ଟା ରେ ଆସିବ ବସ । କିନ୍ତୁ ଆପଣ ଟିକେଟ କରିଛନ୍ତି ତ?" ଏଥର ନରମି ଯାଇ କହିଲା ଲାଜୁ ।
" ନାଇଁ ଟିକେଟ ବି କରିନି ହଠାତ ଆସିଲି ତ ଫୋନ ଆସିଲା ଯିବାକୁ ତେଣୁ ଯାଉଛି" ଶାନ୍ତ ଉତ୍ତର ଫେରେଇଲା ଯୁବକ ଟି ।
"ହଁ ବ୍ୟସ୍ତ ନାଇଁ ନିଅ ଏଇ ଫୋନ ନଂ ରେ ବୁକ କରିଦିଅ ଗୋଟେ ଏଠି ଥାଇ କି "କହି ଫୋନ ନଂ କାଢି ଦେଖେଇଲା ଲାଜୁ ସେ ଯୁବକ କୁ ।
ଯୁବକ ଟି ଧନ୍ୟବାଦ ଜଣେଇକି କହିଲା "ମାଡମ ଆପଣ ବି ଯିବେ ନା "ଛୋଟ ହଁ ଟେ ମାରିକି ପୁଣି ଚାଟିଂ କଲା ଲାଜୁ ।
ବସ ଆସିବାକୁ ଅପେକ୍ଷାକୃତ 2 ଘଣ୍ଟା ସମୟ ଥିଲା ।ହୋଟେଲ ଜଲ୍ଦି ଛାଡ଼ିବା ଓ ସନ୍ଧ୍ୟାବେଳର ଟ୍ରାଫିକ ଜାମ କୁ ଦେଖିକି ଜଲ୍ଦି ବାହାରି ପଡ଼ିଥିଲା ଲାଜୁ ।
ଚାଟିଂ ଭିତରେ ବି ତା ମନ ଅନ୍ୟମନସ୍କ ଥିଲା ସେ ପିଲା କେମିତି ଜାଣିଲା ମୁଁ ଓଡ଼ିଶା ରୁ ।
ପୁଣି ଖୋଜିଲା ଆଖିରେ ଦେଖିଲା ସେ ଯୁବକଟିକୁ, ନ ପାଇକି ପୁଣି ଚାଟିଂ ରେ ଲାଗିଗଲା ତା ଜୀବନ ଓ ଆତ୍ମା ସହ ।
କିଛି ସମୟ ପରେ ବସ ଆସିଲା ଓ ଲାଜୁ ତା ଲଗେଜ୍ ଧରିକି ବସ ପାଖକୁ ଗଲା ଓ ଅନୁରୋଧ କଲା ଲଗେଜ୍ ଟା ସିଟ ତଳେ ରଖି ଦିଅନ୍ତୁ କମସେ ଖାଇବାକୁ ଆଣିବ ରାତି ପାଇଁ ।କିନ୍ତୁ ବସ କଣ୍ଡକ୍ଟର ମନା କଲା 8 ଟା ପୂର୍ବରୁ ରଖିବନି ବାଧ୍ୟ ହେଇ ଠିଆ ହେଲା ସେଠି ।
ମୋବାଇଲ ରେ ଷ୍ଟୋରି ମିରର ରେ ଥିବା ଗପ କବିତାରେ ମନ ଦେଲା ସେତେବେଳକୁ ସେ ଯୁବକ ଟି ଆସିକି କେତେବେଳେ ପାଖରେ ଠିଆ ସେ ଜାଣିନି ।
"ମାଡମ , ଲଗେଜ୍ ଟିକେ ଦେଖିବେ ମୁଁ ପାଣି ବୋତଲ ନେଇକି ଆସିବି ।" ଯୁବକ ଟିର କଣ୍ଠ ରେ ଥିଲା ଅନୁନୟ ।
"ହଁ ଏଇ କଣ କଥା ,ହଁ ଯାଅ ଖାଇବା ବି ନେଇ ଆସିବ ଆଉ ହଁ ମୋ ପାଇଁ ଟିକେ bingo ,ଚକୋ ବିସ୍କୁଟ ଆଣିଦେବ ନା ,ଲଗେଜ୍ ନେଇକି ଟ୍ରାଫିକ ରେ ଯାଇହଉନି ।" ଲାଜୁ କହିଲା ।
"ହଁ ନିଶ୍ଚୟ" କହିକି ଯୁବକ ଟି ଖୁସି ରେ ଚାଲିଗଲା ।
୫ ମିନିଟ ପରେ ଆସିକି ହାଜର ।ପଇସା ଦେଲାକୁ ମନା କଲା କିନ୍ତୁ ଲାଜୁ ରାଗିକି କହିଲା କଣ ଲାଞ୍ଚ କି କହିଲି ପଇସା ନେବ ନା ଫୋପାଡ଼ି ଦେବି । ଏଥର ନୀରବ ରେ ନେଇଗଲା ପଇସା । ବସ ର ବିଳମ୍ବ ଅବଶ୍ୟ ଵାଧୁ ନଥିଲା ଷ୍ଟୋରି ମିରର ଓ ଫେସବୁକ ର ଚାଟିଂ ତା ସହ ତାକୁ ସମସ୍ତଙ୍କ ଆକଟ ରାତି ଯାତ୍ରା ଯୋଗୁଁ । କିଛି ଲେଖିବା ଟା ଗୋଟେ ନିଶା । ଏଥର ମୋବାଇଲ ରେ ସୁବିଧା ଯୋଗୁଁ ଲାଜୁ ବି ଅନାମନା ଲେଖିଦିଏ ଓ ତା ସାଙ୍ଗ ସ୍ପେସିଆଲ ଙ୍କୁ ପଠାଇ ଦିଏ ।
ଏମିତି ସେ ଲେଖି ଆସୁଥିଲା । ବସ ଆହୁରି ବିଳମ୍ବ ହେବ ବୋଲି ସୁଚେଇକି କଣ୍ଡକ୍ଟର ଲଗେଜ୍ ନେଇକି ଭିତରେ ରଖିଦେଲା । ଯୁବକ ଟି ଯେତେ କହିଲେ ବି ଲଗେଜ୍ ନଉ ନ ଥାଏ କଣ୍ଡକ୍ଟର । ଲାଜୁ ଟିକେ ଅନୁରୋଧ କରିକି କହିଲା ତାର ବି ରଖିଦିଅନ୍ତୁ ନା । "ହଉ" କହି ରଖିଦେଲା ପରେ ଯୁବକଟିକୁ ଇଶାରା ଦେଲା ଅଲଗା ବେଞ୍ଚରେ ବସିବାକୁ । କିଛି ଲେଖିବାକୁ ଭାବିଲା ବେଳେ ହଠାତ ଲାଜୁର ଆଖି ପହଁରି ଆସିଲା ଯୁବକଟି ଉପରେ । ସଫା ଗୋରାକୁ ଆର୍ମି ହେୟାର କଟ୍ ଓ ଦାଢି ବି ସାଇଜ ।ଜ୍ୟାକେଟ ଟେ ହାତରେ ଧରିଥାଏ ।
ତାକୁ ଚାହିଁ ରହି କଣ ଗୁଡିଏ ଭାବି ବସିଲା ଓ ଲେଖିଲା :
"ତମରି ପାଶେ ବସି ଆଜି
ମୁଁ ହସେ ତୁମରି ସାଥେ,
ଆକାଶେ ତରା ସବୁ
ମଉଳି ଯାଏ ମୋ ହସ ରେ,
ତମରି ପାଶେ ମୁଁ ଖୋଜେ
ତମରି ସ୍ନେହ ପରଶ
ଆଜି କାହିଁ ଲାଗେ ସବୁ
ଅନ୍ଧାର ର ସ୍ପର୍ଶ
ମିଛ ଦୁନିଆ ରେ ସତ୍ୟ ଟିଏ
ପାଏ କେତେ ଯେ ଧିକ୍କାର,
ତମରି ପାଶେ ବସି ମୁ ଖୋଜେ
ମଧୁର ସେ ସ୍ପର୍ଶ ର
ବିଶ୍ଵାସ ସିନା ଦେଲି ତମକୁ ସାଥି
ନ ଭାବିଲ ତମେ
ବିଶ୍ଵାସ କୁ ବାଲି ଘର ଭାବି
ଧୋଇ ଦେଲ ସମୁଦ୍ର ଜୁଆରେ
ଆଜି କାହିଁ ମନେ ପଡ
ଏ ନିଶାର୍ଦ୍ହ ରାତିରେ ।
ବିଶ୍ଵାସ ରେ ସିନ ଦେଇଦେଲ
ଅବିଶ୍ଵାସ ର ଜହର ,
କିନ୍ତୁ ତମେ କଣ ପାଇବ ଶାନ୍ତି
ସେ ପାପ ର ।
ତମରି ଗର୍ବ ସବୁ ହୋଇବ
ସେଇ ଅହ ଙ୍କାର
ସବୁ ଦିନେ ନା ଦିନେ
ହେବ ଚୁରମାର
ଏଇ ସତ୍ୟର ଅନଳେ
ହୋଇବ ସବୁ ଭଷ୍ମ
ସେବେ ତମେ ନ ପାଇବ
ପ୍ରେମ ର ସେ ଉଷ୍ମ ।"
ଏତିକି ଲେଖି ବାଁ ହାତ ଆପେ ଆପେ ଚାଲି ଗଲା ଆଖି ଯୋଡିକ ପାଖକୁ । ଲୁହର ଛଳ ଛଳ ହେଉଥିବା ଆଖି ଯୋଡିକୁ ବୁଝେଇବା ଭଙ୍ଗୀରେ ।
ବେଳେବେଳେ ଲାଜୁ ଏମିତି ଲେଖୁ ଲେଖୁ ଭାବ ବିହ୍ଵଳ ହେଇଯାଏ । ସେତେବେଳକୁ ଯୁବକ ଟି ଆସିକି ପାଖରେ ଠିଆ ହେଇଚି ।ହଠାତ ଅପ୍ରସ୍ତୁତ ହେଇପଡ଼ିଲା ଲାଜୁ । "ଆରେ ମାଡମ ଆପଣ କାହିଁକି କାନ୍ଦୁଛନ୍ତି ଯେ ଭଲ ଲାଗୁନି ତେଣୁ ପାଖକୁ ଆସିକି ଠିଆ ହେଇଛି ।"ଯୁବକଟି କହିଲା ।
" ହେଃ କିଛି ନାଇଁ ଲେଖିଦେଲେ ସେମିତି ହେଇଯାଏ ।" ମୁହଁ କୁ ନ ଚାହିଁ ଉତ୍ତର ଦେଲା ଲାଜୁ । ସେତେବେଳକୁ ଲାଜୁ ରିଲାକ୍ସ ଫୀଲ କରିସାରିଥିଲା ଆଉ ଚିଡି ଚିଡି ନଥିଲା ଯୁବକଟି ଉପରେ । ତଥାପି ଆଜି କାଲି ର ଦୁନିଆ ତେଣୁ ଯଥେଷ୍ଟ ଦୂରତା ଅବଲମ୍ବନ କରିବା ଠିକ ଭାବେ ଲାଜୁ । "ଆରେ ମାଡମ ରାତିରେ ଯଦି ଏକୁଟିଆ ଝିଅ କାନ୍ଦେ ତେବେ ତାକୁ ଭୀରୁ କୁହାଯାଏ ଆଉ ଯଦି ଆପଣଙ୍କ କିଛି ଅସୁବିଧା ହଉଛି ମୁ ଅଛି ।"ଧୀର ସ୍ୱର ରେ କହିଲା ଯୁବକ ।
"ହେଃ ନା ମ ଅସୁବିଧା କଣ ବସ ରେ ବହୁତ ଥର ଯାଇଛି ।ଆଉ ଏଇ କଣ୍ଡକ୍ଟର ଓ ବସ ଵାଲା ସବୁ ଚିହ୍ନା ନୋ ପ୍ରବ୍ଲେମ ।ଥ୍ୟାଙ୍କସ ।"
"ନା ମାଡମ ଆପଣ ଜାଣି ନାହାନ୍ତି ଏଇ କୋଲକାତା ରେ 3 ଦିନ ତଳେ ଝିଅ ଟିଏ କୁ ଉଠେଇ ନେଇଛନ୍ତି ।"
"ହେଃ ଏଇଆ କି ନୂଆ କଥା ।"
"ମାଡମ ଆପଣ ପାଣି ପିଅନ୍ତୁ ।"ପାଣି ବୋତଲ ଟି ବଢେଇଦେଲା ଯୁବକ ଟି।
"ନୋ ଥ୍ୟା ଙ୍କସ "ଲାଜୁ ପୁଣି ମନ ଦେଲା ଗୀତ ଟା ଠିକ ନା ନାଇଁ ପଢିବାରେ ।
ପୁଣି ଯୁବକଟିକୁ ଚାହିଁ କହିଲା ଠିକ ଅଛି ବସନ୍ତୁ ଏଇ ପାଖରେ । ଯୁବକ ଟି ବସି ear ଫୋନ ରେ ଗୀତ ଶୁଣିଲା
"ହୃଦୟର ଏଇ ଶୁନ୍ୟତା କୁ ପଚାରି ଯେବେ ବୁଝେ.."
ପୁଣି ଆଖି ମିଳେଇଲା ଲାଜୁ ତା ନିଜ ମୋବାଇଲ ରେ ।
ନେଇଥିବା କିଛି ସେଲଫି ସବୁ ତା ଟ୍ରେନିଂ ସମୟ ରେ ।
ଯୁବକ ଟିର ଆଖି ଲାଗିଗଲା ଗୋଟେ ଫୋଟୋରେ ।
କାନରୁ ear ଫୋନ କାଢ଼ିକି କହିଲା ମାଡମ "ଏଇ ଝିଅ ଟିକୁ ଆପଣ ଜା ଣନ୍ତି କି?"
ଲାଜୁ ମନେ ମନେ ହସିଲା ଯେ ହେତୁ ସେଟା ତା ନିଜ ଫୋଟୋ ଥିଲା ।
ତଥାପି ନିଜ କୁ ସଂଯତ କରିକି କହିଲା ହଁ କଣ ହେଲା । ମାଡମ ସେ ଝିଅର ଟିକେ ପ୍ରବ୍ଲେମ ଅଛି ନା । ହଁ କୁହ କେମିତି ଜାଣ ।ପଚାରିଲା ଲାଜୁ ।
ବୋଧ ହୁଏ ଅନ୍ଧାର ଜାଗାରେ ଥିବାରୁ ଲାଜୁକୁ ସେ ଧରି ପାରି ନଥିଲା । ଲାଜୁ ଏବେ ଫୋନ ରଖିକି କଣ୍ଡକ୍ଟର ଆଡେ ଚିଲେଇଲା "ଆରେ ଭାଇ ବସ ଭିତରକୁ ଛାଡ଼ ଗୋଡ଼ କାଟିଲାଣି ଠିଆ ହେଇ ହେଇ ।"
"ହଁ ମାଡମ ଯା ଆନ୍ତୁ ଭିତରକୁ ।" କଣ୍ଡକ୍ଟର ର ଉତ୍ତରରେ ରଯୁବକଟିକୁ ଡାକିନେଲା ଲାଜୁ "ଆରେ ଚାଲ ନା ଭିତରକୁ ଯିବା ଗୋଡ଼ କାଟିଲାଣି ।"
ଅବଶ୍ୟ ଯୁବକ ଟି ଫୋଟୋ ଦେଖିଲା ପରେ ଅନ୍ୟମନସ୍କ ହେଇ ଯାଇଥିଲା ତେଣୁ ଲାଜୁ ବାଧ୍ୟ ହେଇ ଆଖି ସାମ୍ନା ରେ ହାତ ହଲେଇ ପଚାରିଲା କଣ ମ ହେଇଗଲା ଯେ ପଥର ।ଚାଲ । ଅବଶ୍ୟ ଲାଜୁ ଟିକେ ମେଳାପୀ କିନ୍ତୁ ମୁହଁ ଦେଖି ଜାଣିଦିଏ ବୋଲି ଭାରି ଆତ୍ମବିଶ୍ଵାସୀ ।
ଯୁବକ ଟି ହଁ କହି ପୁଣି ଫୋନ ଲଗେଇଲେ ବୋଧେ ତା କୋଉ ସାଙ୍ଗ କି କାହାକୁ । "ହଁ hallo ମୁ ଠିକ ଅଛି କିନ୍ତୁ ମୋତେ କାହିଁ ସେ ସବୁ ସ୍ବପ୍ନ ପରି ଲାଗୁଚି ।ସରି ଅନ୍ୟମନସ୍କ ଅଛି ପରେ କଥା ହେବି ।"
ଏତିକି କହି ଲାଜୁକୁ ଖୋଜିଲେ କିନ୍ତୁ ନ ପାଇ ବ୍ୟସ୍ତ ହେଇଗଲେ ବୋଧେ ଲାଜୁ ଦେଖୁଥାଏ ଝରକା ପାଖେ ଓ ଭାବୁଥାଏ ସେ କେମିତି ଜାଣିଲେ ।ଅବଶ୍ୟ ଭଲ ପିଲା ପରି ଲାଗୁଚି କି ବିଶ୍ଵାସ ଏ ଦୁନିଆକୁ । ବହୁତ ସମୟ ଯୁବକ ଟି ଅସ୍ତବ୍ୟସ୍ତ ହେଇକି ଖୋଜିବାରୁ ଲାଜୁ ହାତ ଠାରି ଡାକିଲା "ଆସନ୍ତୁ ନା । ସିଟ ନଂ କହିଲେ ଟିକେ ବସି ପଡ଼ନ୍ତୁ ।"
ଗାଡି ର ଧୀମା ଲାଇଟ ରେ ଲାଜୁ ମୁହଁ ଟା ପୁରା ସୁନ୍ଦର ଦେଖାଯାଉଥାଏ । ଏମିତିରେ ସେ ବି ସାଧସିଧା ଝିଅ ଓ ମୁହଁ ତାର ବିନା ମେକ ଅପ ରେ ଆକର୍ଷଣୀୟ ଲାଗେ । ଯୁବକ ଟି ବହୁତ ସମୟ ଯାଏ ଚାହିଁ ରହିଥାନ୍ତି ।
"ମାଡମ,ଆପଣ ଟିକେ ପାଖରେ ବସନ୍ତୁ ନା ଲୋକ ଆସିବା ଯାଏ।"
"ହଉ କହି ଲାଜୁ ବସି ପଡ଼ିଲା ସେଇ ବାତନୁକୂଳିତ ଚେୟାର ସିଟ ରେ ।
ବର୍ତମାନ ଯୁବକ ଟି ଅନୁରୋଧ କଲେ ଫୋଟୋ ଟି ଆଉ ଥରେ ଦେଖେଇବାକୁ ।
ଲାଜୁ ଫଟୋ ଟି ଗ୍ୟାଲେରୀ ଖୋଲି ଦେଖେଇକି କହିଲା କଣ ଜାଣିଛନ୍ତି କି ??ଯୁବକ ଟି ଆଖିରୁ ଚଷମା କାଢି କି ଭଲ କରି ଦେଖିଲେ,ଆଖି ତାଙ୍କର ଛଳ ଛଳ ହେଇଗଲା । ଲାଜୁ ବି ତାଙ୍କ ଆଖି ଦେଖି କିଛି ଟା ଜାଣି ପାରିଲା ପରି ଅନୁଭବ କଲା ।
ସମ୍ଭାଳି ନ ପାରି ଲାଜୁ କହିଲା ଆପଣ ହିତେଶ ନା । ଯୁବକ ଟି କହିଲେ "ତେବେ ତମେ ସେଇ ଝିଅ ଟି ଅପୂର୍ବା ନା.."
ଦୁହେଁ ଯାକ ଫେରିଗଲେ 15 ବର୍ଷ ର ତଳ ଜୀଵନ କୁ ।
ହିତେଶ ଥିଲା ମାର ୱାଡ଼ି ଘର ପୁଅ ଆଉ ଲାଜୁ ଥିଲା କୁଳୀନ ବ୍ରାହ୍ମଣ ଘର ଝିଅ । ଲାଜୁ ଥିଲା ସ୍ଵଭାଵ ରେ ଲାଜ କୁଳା ଓ ନିଜ ର ଶାରିରୀକ ଅକ୍ଷମ ଯୋଗୁ ନିଜକୁ ତୁଚ୍ଛ ମନେ କରୁଥିଲା ତେଣୁ ସେ କାହା ସହ ବି ମିଶିବା ଦୂରେ ଆଖି ଉଠେଇକି ଦେଖୁ ନଥିଲା ।କିନ୍ତୁ ହିତେଶ ଥିଲା ସମ୍ପୂର୍ଣ୍ଣ ମେଳାପୀ ପିଲା । ମାଟ୍ରିକ ପରେ କଲେଜ ରେ ନୂଆ ନୂଆ ପାଦ ଦେଇଥିଲେ ଦିହେଁ ।ଅବଶ୍ୟ ବିଭାଗ ଅଲଗା ଥିଲା କିନ୍ତୁ ଅପସନାଲ ବିଷୟ ଦୁହିଁଙ୍କ ଏକା ଥିଲା ।
ସେଇ ହିସାବ ରେ ହିତେଶ ସହ ଲାଜୁ ର କ୍ଲାସ ପଡୁଥିଲା ।ଓ ହିତେଶ ଥିଲା ବହୁତ ସ୍ମାର୍ଟ ଓ ତା ସୌମ୍ୟ ଚେହେରା ରେ ସାରା କଲେଜ ହିଁ ମୁଖର ଥିଲା । ଲାଜୁ ନିଜ ପଢ଼ା ରେ ବହୁତ ଭଲ ଥିବାରୁ ସବୁ ଅଧ୍ୟାପକ ଙ୍କ ପ୍ରିୟ ଭାଜନ । ସେଇ ଭୂଗୋଳ କ୍ଲାସ ରେ ଲାଜୁ ଏକା ଝିଅ ଥିଲା ଓ ତେଣୁ ସେ ନିଜ କୁ ପ୍ରକାଶ ବି କରିପାରୁ ନଥିଲା । ଗୋଟେ କ୍ଲାସ ରେ ଥାଇ ବି ହିତେଶର ଲାଜୁ ପ୍ରତି ଦୁର୍ବଳତା ଲାଜୁ କେବେ ବି ବୁଝି ପାରିନି କି ଚାହିଁନି ।
ଦିନେ ବର୍ଷା ଜୋର ହେଇଥିବା କାରଣ ରୁ ଲାଜୁ କ୍ଲାସ ରେ ଏକୁଟିଆ ରହିଯାଇଥିଲା ।ହିତେଶ ସହ ଆଉ ଦୁଇ ଜଣ ସାଙ୍ଗ ବି ରହିଥିଲେ କ୍ଲାସ ରେ ।ସେଦିନ ଭିଜା ଭିଜା ଖୋଲା ଝରକାରେ ବସି ଗୀତ କଣ ଗାରେଇ ଦେଇଥିଲା ଓ ହିତେଶ ପଛରୁ ଝୁଙ୍କି ଆସିକି ଦେଖି ଛଡେଇ ନେଇ ଯାଇଥିଲା ପଢିବାକୁ । ପଢିଲା ପରେ ହିତେଶ ପୁରା ଲାଜୁକୁ ଲେଖିବା କୁ ଉତ୍ସାହିତ କରଚାଲିଲା। ସେଦିନୁ ଲାଜୁ ଓ ହିତେଶ କଥା ବାର୍ତା ସହ ସବୁ କଥା ଦୁଃଖ ସୁଖ ସବୁ ବାଣ୍ଟୁ ଥିଲେ । ଦିନେ ସେଇ ବର୍ଷା ବେଳେ ହିତେଶ ଲାଜୁ ର ହାତ ମୁଠେଇ କହିଥିଲା "ଲାଜୁ, ତୋ ଲେଖା ସବୁ କାହିଁକି ମୋତେ ଆନମନା କରିଦିଏ ।ସବୁ ରାତିରେ ଏକେଲା ବସି ଭାବେ ତୋ କଥା ।ବେଳେବେଳେ ମୋତେ ଲାଗେ ତୁ କଣ ମୋର ।"
ଫିକ୍ କିନା ହସି କି ଲାଜୁ ହିତେଶକୁ ଗାଲ ରେ ଚିମୁଟି କି କହିଥିଲା "ପାଗଳ , ମୋ ପରି ଝିଅ ତୋ ପାଇଁ ଯୋଗ୍ୟ ନୁହଁ ।"
କିନ୍ତୁ ହିତେଶ ତାକୁ ଅଧିକ ରୁ ଅଧିକ ଭଲ ପାଇଥିଲା ଓ ପ୍ରତ୍ୟେକ କ୍ଲାସ ରେ ତାକୁ ହିଁ ଖୋଜୁଥିଲା ।
"ହିତେଶ,ପ୍ଲିଜ ତମେ ସେମିତି ଏତେ ଭଲ ପାଅ ନାହିଁ ।କଷ୍ଟ ପାଇବ ।ଭଗବାନ ମୋତେ ଅଧା ତିଆରିଛନ୍ତି ।ମୁ ବାସ ତୁମ ବାସ ପ୍ରକୃତ ବନ୍ଧୁ ହେଇକି ରହିବି ।"
"ନା ଲାଜୁ ମୁ ତତେ ହିଁ ଭଲ ପାଏ ।ପ୍ଲିଜ ଲାଜୁ ପ୍ଲିଜ କହି ଆଖି ରୁ ଲୁହ ପୋଛି ଦେଇଥିଲା ।"
କିନ୍ତୁ ନିଜ ଅଜ୍ଞାତ ରେ ସେ ହିତେଶକୁ ବହୁତ ଭଲ ପାଇଥିଲା ।ତାରି ପାଖରେ ବସିଲେ ହି ସେ ଲେଖି ପାରୁଥିଲା ଗୀତ ଓ ଭାବ ମୟ ଦୁନିଆ ।
ଆଉ ହିତେଶ ପଢ଼ୁଥିଲା ଗୀତ ସବୁ ମୁଗ୍ଧ ହେଇକି । ଦିନେ ଫେରୁ ଫେରୁ ରାତି ହେଇଗଲା ,ରାତି ର ଅନ୍ଧକାର ତ ଝିଅଙ୍କୁ ଡର । ଲାଜୁ ବି କୋଉଥିରୁ ବାଦ ପଡନ୍ତା । କହିବାକୁ ଚାହିଁ ବି ଆଖି ତାର ସୁଚେଇ ଦେଉଥିଲା ନିରୀହ ଭାବ । ହଠାତ ଜୋର ରେ ଚଡକ ମାରିବାରୁ ଦୁହେଁ ଆସିକି ଗୋଟେ ଚାଳିଆ ଚା ଦୋକାନ ରେ ଅପେକ୍ଷା କଲେ । ଲାଜୁ ର ଗୋଡ଼ ରେ ପାଣି ଛିଟକା ମାରିକି ତାର ଚୁଡ଼ିଦାର କିଛି ମାତ୍ରା ରେ ଓଦା ହେଇଯାଇଥାଏ ।
ଓଢଣୀ ରେ ମୁଣ୍ଡ କୁ ଘୋଡ଼େଇବାର ଯାହା ପ୍ରୟାସ । ଦେହ ରେ ଜର ବି ଆସିଯାଇଥାଏ ।ମନ ହେଉଥାଏ ଘରକୁ ଯାଇ ସୋଇପଡ଼ନ୍ତି ।
ଚା ଦୋକାନ ର ବେଞ୍ଚ ରେ ବସୁ ବସୁ ଲାଜୁ କେତେବେଳେ ହିତେଶକୁ ଭିଡି ଧରିଥିଲା ଦିହିଁକି ଜଣା ବି ନାଇଁ । ହିତେଶର ସୁରକ୍ଷିତ ପାପୁଲି ବନ୍ଧନ ରେ ଲାଜୁ ନିଜକୁ ସୁରକ୍ଷିତ ମନେ ହିଁ କରୁଥିଲା । ପୁଣି ଚଡକ ମାରିବାରୁ ଲାଜୁ ଆହୁରି ଡରିକି ହିତେଶ ପାଖକୁ ଲାଗି ଆସିଲା ହିତେଶ ବି ନିଜ ସୁରକ୍ଷା ରେ ରଖିଥାଏ ଲାଜୁକୁ । ଏହି ସମୟ ରେ ହିତେଶର ବାପା ଫୋନ କରି ଗାଡି ପଠେଇଦେଲେ । ଭିଜା ଭିଜା ମେଘ ରେ ଭିଜା ମାଟି ର ବାସ୍ନା ସବୁବେଳେ ବିମୋହିତ କରେ ଲାଜୁକୁ । ତା ପରଠୁ ଲାଜୁ ଓ ହିତେଶର ବ୍ୟବଧାନ ବହୁତ କମିଗଲା ।ତୁମେ ରୁ ତୁ କୁ କଥା ଆସି ନିତିଦିନ ଦୁହେଁ ପରସ୍ପର କୁ ଖୋଜିଲେ ।
ସେତେବେଳେ ଦୁଇ ତରୁଣ କଅଁଳ ମନ ନୂଆ ନୂଆ ଭାବ ରେ ବନ୍ଧୁତ୍ଵ ।
କିନ୍ତୁ ହିତେଶ ନଥିଲା ଆଧୁନିକ ଯୁବକ ପରି ଉତଶୃଙ୍ଖଳ ।
ଭୂଗୋଳ କ୍ଲାସ ରେ ହିତେଶ ମନ ରେ ସବୁବେଳେ ଆସୁଥାଏ ଲାଜୁ ର ଆଖି ଦୁଇଟା ର ଚାହାଣୀ ।ଭୂଗୋଳ ଭିତରେ ସେ ଖୋଜି ବୁଲେ ଖାଲି ଲାଜୁ ଲାଜୁ ।ଲାଜୁରା ଆଖି ,ତାର ଶାନ୍ତ ହୃଦୟ ହିତେଶକୁ ପୁରା ବାନ୍ଧି ରଖିଥାଏ ।
କିନ୍ତୁ ଲାଜୁ ନୀରବ ରେ ପଢେ ଭୂଗୋଳ ର ଭୁ ତତ୍ତ୍ୱ ।ସେ ବୁଝି ପାରିବ ବା କାହୁଁ ହିତେଶର ମନ ର ତତ୍ତ୍ୱ ।
ପ୍ରଥମ ଛୁଆଁ ରେ ଆଡ଼େଇ ଯାଇଥିବା ଲାଜୁ କିନ୍ତୁ ଭିତରେ ଭିତରେ ହେଇଥିଲା ଶିହରିତ ।
ହିତେଶ କହିଦେଇଥିଲା ଅବଶ୍ୟ ସରି ।ହେଲେ ବାର ବାର ଇଚ୍ଛା ର ଦୁର୍ବାର ଆକର୍ଷଣ ଲାଜୁ ର ହାତ ମୁଠା ରେ ସ୍ବପ୍ନ ଦେଖିବାକୁ ସ୍ବପ୍ନ ଦୁନିଆ ରେ ଭାସିବାକୁ ।
ବାହାନା କରିକି ଲାଜୁ ପାଖରେ ବସିବା ଓ ଲାଜୁକୁ ନୋଟ ମାଗିବା ଭିତରେ ଲାଜୁ ଅବଶ୍ୟ ବନ୍ଧୁତ୍ଵ ଭାବିଥିଲା କିନ୍ତୁ ହିତେଶ ମନେ ମନେ ହେଉଥିଲା ଉତ୍ଫୁଲ୍ଲିତ ।
କଲେଜ ର ଫାଙ୍କା ପିରିୟଡ଼ ରେ ବିଜ୍ଞାନ ଛାତ୍ରୀ ଲାଜୁ ଓ କଳା ବିଭାଗ ର ହିତେଶ ହେଉଥିଲେ ଏକାଠି ।ଆଖିର ଆଖିରେ ଭାବ ବିନିମୟ ।
ଦୁହେଁ ଦୁହିଁଙ୍କୁ ନିଜ ମନ କଥା କହିବାର ସୁଯୋଗ ବି ପାଇ ନ ଥିଲେ ।
କିନ୍ତୁ ସବୁବେଳେ ସମୟ ସମାନ ନ ଥାଏ ।ଅଧିକ ମିଳା ମିଶା କୁ ବୋଧେ ହିତେଶ ଘର ସହି ପାରୁ ନ ଥିଲେ ନା କଣ ହିତେଶକୁ ଆକଟ କରିଥିଲେ ।ତେଣେ ଲାଜୁ ନିଜ ଭିତରେ ଅନ୍ୟମନସ୍କ ହେଇପଡିଥିଲା ଅବଶ୍ୟ ଭବିଷ୍ୟ ତାକୁ ଜଣା ଥିଲା ସେ କେବେ ହେଇ ପାରିବନି ହିତେଶ ନାମକ ମାରୁୱାଡ଼ି ର କିଛି ବି ।କାରଣ ଗୋଟେ ଅକ୍ଷମ ମଣିଷ କୁ ସ୍ଵପ୍ନୀଳ ରାଇଜରେ ବୁଡିବା ମନା ।
ତଥାପି ହୃଦୟ କଥା କଣ କହିହୁଏ ।
ଲାଜୁ ବି ଥରେ ନୀରବ ରେ ହିତେଶକୁ କହିଥିଲା ବୁଝେଇକି ଯେ ଆମେ ଆମ ବନ୍ଧୁତ୍ଵ କୁ ଭୁଲ ରାସ୍ତା ରେ ଯିବାକୁ ନ ଦେଇ ନିଜ ନିଜ ଭାଗ୍ୟ ଉପରେ ଛାଡିଦେବା ।
କିନ୍ତୁ ଭିତରେ ଭିତରେ ବେଳେବେଳେ ଭାଙ୍ଗି ପଡୁଥାଏ ଲାଜୁ ।ତାକୁ ସମ୍ଭାଳିବା କେବଳ ହିତେଶ ପକ୍ଷେ ସମ୍ଭବ ।
"ବନ୍ଧୁତ୍ଵ ଗୋଟେ ଜିନିଷ ସୁଖ ଦୁଃଖରେ ସାଙ୍ଗ ଟିକୁ ଲୋଡ଼ି ହୁଏ ହିତେଶ ।"
" କିନ୍ତୁ, ଲାଜୁ ସେଇ ବନ୍ଧୁ ଟି ଯଦି ମନ ବୁଝିପାରେ ସେ ଯଦି ନିଜର ହେଇଯାଏ??"
"ସବୁ ଜିନିଷ କୁ ଆମେ ଅଧିକ ଆଶା କରିବା ଠିକ ନୁହଁ ହିତେଶ "
ଏତିକି ରେ ରାଗିଯାଏ ହିତେଶ ,ନୀରବ ରେ ସହିଯାଏ ଲାଜୁ ।
ଭିତରେ ଭିତରେ ଭାଙ୍ଗି ପଡ଼ିଲା ପରେ ଦୁରେଇଯାନ୍ତି ହିତେଶର ପରିବାର ତରଫ ରୁ ପ୍ରେସର ପଡ଼ିଲା ପରେ ପରେ ।
କିନ୍ତୁ ଲାଜୁ ହୃଦୟ ରେ ଥାଏ ହିତେଶ ଆଉ ହିତେଶ ହୃଦୟ ରେ ଲାଜୁ ।
ଯୁକ୍ତ ଦୁଇ ସମାପନ ପରେ ଦୁହେଁ ଦୁହିଁଙ୍କୁ ବିଦାୟ ନେଲେ ବିନା ଅଶ୍ରୁ ରେ କିନ୍ତୁ ଭିତରେ ଭିତରେ କାଂଦି ଉଠୁଥାଏ ହିତେଶ ।ଆଉ ଲାଜୁକୁ ସେହି ଦିନ ହିଁ ଭିଡି ଧରିଲା ସମସ୍ତଙ୍କ ସାମ୍ନାରେ ।
ଲାଜୁ ବି ଅପ୍ରସ୍ତୁତ ଅନୁଭବ କରି ନଥିଲା । ସେଦିନ ଠୁ ଦୁହିଁଙ୍କ ରାସ୍ତା ଅଲଗା ହେଇ ଯାଇଥାଇଥିଲା ଓ କିଏ କାହାର ଖବର ରଖି ପାରି ନ ଥିଲେ ।
ସେଦିନ ଆକସ୍ମିକ ଭାବେ ହିତେଶ ଅପୂର୍ବା ଓରଫ ଲାଜୁକୁ ଦେଖି ବହୁତ ଆଶ୍ଚର୍ଯ୍ୟ ସହିତ ଖୁସି ହେଇଯାଇଥିଲା ।ଇଚ୍ଛା ହଉଥିଲା ଆଉ ବସ ନ ଚାଲିବାକୁ ସାରା ଜୀଵନ ଏଇମିତି ବସି ରହନ୍ତା ଲାଜୁ ପାଖେ ।
ଲାଜୁ ବି ନିଷ୍ଠୁର ପ୍ରେମିକା ରୁ ସମ୍ପୂର୍ଣ ପ୍ରେମିକା ବନି ଯାଇଥିଲା ହଠାତ ।
ବସ ଆହୁରି ବିଳମ୍ବ ହେଉଥିଲା ।ଆଗ ସିଟ ରେ ଲାଜୁ 2 ଟାପଛ କୁ ସିଟ ରେ ହିତେଶ ।
ବାର ବାର ପଛକୁ ଯେତେ ବେଳେ ଲାଜୁ ବୁଲି ଦେଖେ ହିତେଶ ଠିକ ଅଛି ନା ନାଇଁ ଲକ୍ଷ୍ୟ କରିବାକୁ ,ହିତେଶ ଚାହିଁ ରହିଥାଏ ଲାଜୁକୁ ଓ ଆଖି ପଡିଯାଏ ଦିହିଙ୍କ ,ମୁରୁକିହସ ମିଳେ ପ୍ରତିବଦଳ ରେ ।
ଏତିକି ବ୍ୟବଧାନ ରେ ଦିହେଁ ଆଉ ପରସ୍ପରକୁ ନିୟନ୍ତ୍ରଣରେ ରଖିପାରୁ ନ ଥିଲେ ।
ବସ ବିଳମ୍ବ ଥିବାରୁ ଲାଜୁ ଅନ୍ୟମନସ୍କ ଭାବେ ଓହ୍ଲେଇ ପଡ଼ିଲା ବସ ରୁ କିଛି ସ୍ନାକ ସ କିଣିବା ବାହାନା ରେ ।
ଗହଳି ଭିତରେ ପାର ହେଲା ବେଳକୁ ଗାଡି ଟିଏ ଆସିକି ଲାଜୁକୁ ଥକ୍କା ଦେବା ଆଗରୁ ଲାଜୁ ନିଜ କୁ ଆବିଷ୍କାର କରିଥିଲା ହିତେଶର ସେଇ ବାହୁ ବନ୍ଧନ ରେ ।
"କଣ ଯେ ତମେ ଏଇମିତି ମୋତେ କଷ୍ଟ ଦେଇ ଚାଲିଥିବ ନା କଣ" ହିତେଶର ଆକୁଳ ବିନତି ଥିଲା ।
"ସରି ହିତେଶ ,ଜୀବନ ରେ ତମକୁ ନିଜ ସ୍ଵାଭିମାନ ରେ ବଞ୍ଚିବାକୁ ଦେବାକୁ କେବଳ ତମ କୁ ନୁହଁ ନିଜ କୁ ବି କଷ୍ଟ ଦେଇଛି ।କିନ୍ତୁ ସବୁ କଷ୍ଟ ତ ପ୍ରକାଶ କରି ହୁଏନା,ହିତେଶ ।କି ଭୀରୁ ପରି କାଂଦି ହୁଏନା ।" ନିଜକୁ ସମ୍ଭାଳି କି ଉତ୍ତର ଦେଲା ଲାଜୁ ।
"କିନ୍ତୁ ଲାଜୁ ତମେ ବନ୍ଧୁତ୍ଵ ନିଭେଇ ଵ ବୋଲି କଥା ଦେଇଥିଲ ବାସ ଏବେ ସେ ସମୟ ଆଉ କିଛି କୁହନା " ଆଗକୁ ଝୁଙ୍କି ପଡିଥିବା ଲାଜୁର ଅଲରା ବାଳ କୁ ପଛକୁ ନେଉ ନେଉ ଉତ୍ତର ଦେଲା ହିତେଶ ।
ଏଥର ଲାଜୁକୁ ହିତେଶ ଆଉ ଶାନ୍ତ ହିତେଶ ଲାଗୁ ନଥିଲା ଓ ତା ସ୍ୱର ରେ ଥିଲା ଗମ୍ଭୀରତା ଓ ଦମ୍ଭ ।
ଲାଜୁ ପୁଣି ଭଲ ପାଇବସିଥିଲା ହିତେଶର ସେ ହାତ ଦୁଇଟି କୁ ,ତାର ସେ ଭଉଁରୀ ଦିଆ ଗାଲ କିନ୍ତୁ ଅନୁଭବ କରୁଥିଲା ହଜି ଯାଇଛି ତାର ଖୋଲା ହସ ।
ଇଚ୍ଛା ହଉଥିଲା ଭିଡି ଧରି ଚୁମି ଦିଅନ୍ତା ହିତେଶକୁ ,ହିତେଶ ପୁଣି କହନ୍ତା ହେଃ ଲାଜୁ କାଟୁଚି ।
ଏଇ ସମୟ ରେ ହର୍ଣ ବାଜିଲା ଦିହେଁ ଚଢ଼ିଲେ ବସ କୁ ।
ରାତି ଟିଏ ମାତ୍ର ଦୁହିଁଙ୍କ ଭିତରେ ।
ସେଇ ରାତି ପରେ ହିତେଶକୁ ନା ପାଇବ ଲାଜୁ ନା ଲାଜୁକୁ ହିତେଶ ।
ଲାଜୁ ପାଖ ସିଟ ଖାଲି ଥିବାରୁ ହିତେଶକୁ ଡାକିଲା ପାଖକୁ ଟିକେ ହଉ ପଛେ ଥରୁ ଟିଏ ଅନୁଭବ କରିନେବ ଏଇ ମୁହୂର୍ତ୍ତ କୁ ।
ହିତେଶ ବି ଚାଲି ଆସିଲା ଲାଜୁ ପାଖକୁ ଆଉ ବସିଲା ସେଇ କଲେଜ ସମୟର ବସିବା ଭଙ୍ଗୀ ରେ ।
"କୁହ ନା ଲାଜୁ କଣ କହିବ ବନ୍ଧୁତ୍ଵ ର ଦ୍ୱାହି ଦେଇ ଅଲଗା ରଖିଦେଲା ପରେ କଣ କିଛି ବାକି "
ଲାଜୁ କିନ୍ତୁ ନିର୍ବିକାର "ବନ୍ଧୁତ୍ଵ ରେ ବଞ୍ଚିବା ସହ ବଞ୍ଚେଇ ହୁଏ ହିତେଶ ।ଯଦି ତମେ ମୋତେ ମାନ ଏଇ କଥା ଟା ମାନିନିଅ ପ୍ଲିଜ ।ତମେ ଜାଣିଛ ବିବାହ କେବଳ ପ୍ରତିଶ୍ରୁତି ଆବଦ୍ଧ ହେଇକି ରହିବାର ।ବାସ ସ୍ୱାମୀ ଓ ବନ୍ଧୁ ଭିତରେ ଦୈହିକ ଆକର୍ଷଣ ହିଁ ପାର୍ଥକ୍ୟ ହିତେଶ । ବନ୍ଧୁତ୍ଵ ର ଦ୍ୱାହି ଦେଇନି, ହିତେଶ ବାସ ଆମ ଦୁହିଁଙ୍କ ସମ୍ପର୍କ କୁ ସୁରକ୍ଷିତ କରିବାର ମାଧ୍ୟମ ହି ଏଇଆ ଥିଲା ।"
"ରଖ ତମ ସେ ଦୂରଦର୍ଶୀ ଭାଷଣ ।କଣ ଜାଣିବ କେତେ କଷ୍ଟ ଦେଲା ପରେ କଣ ଆଉ ଖୁସି ଥାଏ କି "
"କଣ ତମେ ଆଜି ଖୁସି ନାହଁ ମୋତେ ଦେଖିକି "ଅଭିମାନି ସ୍ୱର ରେ କହିଲା ଲାଜୁ ।
"ଆରେ ସେଇ ପୁଣି ଅଭିମାନି ତମେ ,ଲାଜୁ ପ୍ଲିଜ ।"ନୀରବ ରେ ଆଖି ଉଠେଇ ହିତେଶ କହୁଥିଲା "ଲାଜୁ, ତମେ ଜାଣିଛ ତମେ ଏଇ ବନ୍ଧୁତ୍ଵ ଦ୍ୱାହି ଦେଲା ପରେ ବି ଆଜି ବି ତମକୁ ବହୁତ ଭଲ ପାଏ ତା ମାନେ ନୁହଁ ମୁଁ ପ୍ରେମ ପାଗଳ ।"
"ହଁ ହିତେଶ ମୁଁ ବି ।ହେଲେ ଗୋଟେ ପରିବାର କୁ ନଷ୍ଟ କରିବା କୁ ପ୍ରେମ କରିବାକୁ ପ୍ରେମ କୁହାଯାଏନି ।ପ୍ରେମ ର ଅନ୍ୟ ନାମ ତ୍ୟାଗ । ଆଉ ପ୍ରକୃତ ପ୍ରେମ ତ ସବୁବେଳେ ଥାଏ ହିତେଶ ।"
ବସ କିଛି ଦୂର ଗଲା ପରେ ଗୋଟେ ଢ଼ାବା ପାଖେ ରହିଲା ,କଣ୍ଡକ୍ଟର ଭାଇ ଡାକିଲେ ଯାଅ ଖାଇଦିଅ ସବୁ ।
"ହିତେଶ ଚାଲ ନା ଥରୁଟିଏ ମିଶିକି ଖାଇବା ।ଆଜି ଯାଏ ବି ଏତେ ଭଲ ପାଇଲା ପରେ ତମକୁ ଏତେ ସାହସ ରେ ବି କହିପାରିନି କି ନିଜ ହାତ ରେ ଖୁଏଇ ପାରିନି ହିତେଶ ।ଆଜି ଆସ ନା ପ୍ଲିଜ ।"
"ଲାଜୁ ତୁମେ ସବୁ କଥା ରେ ପ୍ଲିଜ କଣ କହୁଛ କହିଲ ।ଚାଲୁନ ମୁ କାହିଁ କେବେ ମନା କରିଛି ।"
"ନା ଯେ ନିଜ ଇଚ୍ଛା ଟା ଅନ୍ୟ ଉପରେ ଚପେଇ ହୁଏନି ହିତେଶ ତମେ ଜାଣିଛ ନା ମୁ କେବେ ବି କିଛି ବି ମାଗିନି କି କହିନି ।କିନ୍ତୁ ଆଜି କାହିଁକି ସବୁ ଏମିତି କହିଦଉଛି ବାସ ମୁଁ ଟିକେ ଚାହେଁ ଥରୁ ଟିଏ ।"
"ଆରେ ପାଗେଳି ଚାଲ ।"
ଦୁହିଁଙ୍କ ପାଦ ସବୁ ଧୀରେ ଧୀରେ ଆଗକୁ ଚାଲିଲା ଢ଼ାବା ଆଡକୁ ।ଖାଲି ଯାଗା ଦେଖି ଦିହେଁ ପାଖା ପାଖି ବସିଲେ ।
ହିତେଶ ଅର୍ଡେର ଦେଲା ରୁଟି ଓ ପନୀର ।
ଲାଜୁ ଦେଖୁଥାଏ ହିତେଶକୁ ।
ହଠାତ ହିତେଶ ଚାହିଁ ଦେବାରୁ ଆଖି ମିଶିଗଲା ଦୁହିଁଙ୍କ ।
"ଆରେ ବୋକି କଣ ଭାବୁଛ କହିଲ ।ମୁ କିଏ ବୋଲି ତ? ଦେଖ ଏଇ ଦାଗ ଟା ହାତ ର ଯୋଉଟା କି ତମକୁ ବଞ୍ଚେଇବାକୁ ଯାଇକି ଗାଡି ର ପ୍ଲେଟ ରେ କଟି ଯାଇଥିଲା ।"
"ଓଃ ହିତେଶ ତମେ ମୋତେ କଂଦେଇ ଦେବ ନା କଣ "କହି ହିତେଶର ସେ ଦାଗ କୁ ଆଉଁସି ବାରେ ଲାଗିଲା ଲାଜୁ ।
ପ୍ଲେଟ ଆସିଗଲା ଓ ହିତେଶ ସଙ୍ଗେ ସଂଗେ ଆଗ ଲାଜୁକୁ ଖୁଏଇବା ଆରମ୍ଭ କଲା ।
"ଆରେ ତମେ ଏ କଣ ପବ୍ଲିକ ଯାଗା ରେ ଖୁଆଉଛ କହିଲ ,ନିଜେ ଖାଅ ମ ।ମୁ ମୋର ଖାଇନେବି ।"
"ଲାଜୁ,କେତେ ବର୍ଷ ମୋତେ ଏମିତି ଅଟକେଇ ଥିଲ ।ଆଜି ଆଉ ନୁହଁ ।ନିଅ ଖାଇଦିଅ । ଆଉ ଆମେ ଦେଖା ହେବା ନା ଜଣା ନାହିଁ ।ଆଉ ବନ୍ଧୁତ୍ଵ ସବୁବେଳେ ଅମର ଲାଜୁ ।ଥରୁଟିଏ ତମ ଓଠ ର ସେ ସ୍ପର୍ଶ ଦିଅ ।ଥରୁ ଟିଏ ମୋତେ ଖୁଏଇବାକୁ ଦିଅ ଲାଜୁ ।ମୁ ଆଉ ଫେରିବି ନା ଜାଣେ ନାହିଁ ଲାଜୁ ।ମୋ ଜୀଵନ ତ ଗୋଟେ ଅସ୍ଥିର ।ପ୍ଲିଜ ମନା କରନି ଲାଜୁ ।"
"ଆରେ ହେଃ ,ହିତେଶ ଏମିତି କୁହନା ।ମୁ ତମ ପାଖରେ ସବୁବେଳେ ।ବାସ ଅନୁଭବ କରିବାକୁ ଦିଏନି କି ଭାବ ବିହ୍ଵଳ ହେବାକୁ ଦିଏନି ହିତେଶ ।ହଉ ଖୁଏଇ ଦିଅ ମୁଁ ବି ତମ ଅଙ୍ଗୁଳି କୁ ଟିକେ କାମୁଡ଼ି ଦିଏ "
"ଏଇ ତ ତମ ଦୁଷ୍ଟାମୀ ଏ ଯାଏ ଯାଇନି କହିବି କଣ ଆଉ କହିଲ।"
ଦୁହେଁ ଦୁହିଁ ଙ୍କୁ ଖୁଏଇ କି ଖାଇଲା ପରେ ବି ସମୟ ବାକି ଥାଏ ବସ ଛାଡି ବାକୁ ।
ଦୁଇଜଣ ଯାକ ଚାଲିବାକୁ ଲାଗିଲେ ଢ଼ାବା ସାମ୍ନା ପଡିଆ ରେ ।
ହିତେଶ ହଠାତ ଲାଜୁ ର ହାତ ଧରି ପକେଇ କହିଲା
କଥା ଟିଏ କହିବାକୁ ଭାରି ଇଚ୍ଛା ।
"ଲାଜୁ,ତମେ ସତ କହିବ ଆଜି ର ଏଇ ମିଛ ଦୁନିଆ ରେ ଦୈହିକ ଆକର୍ଷଣ କଣ ନିତାନ୍ତ ।ଆଉ ଆଜି ବି କହୁଛି ମୋର ସେ ସବୁ ନା ତମ ପ୍ରତି ଥିଲା ନା ମୋ ପ୍ରତି ତମ ର ।ବାସ ଭଲ ପାଇବା ଟିଏ ।ସେଇ ଭଲ ପାଇବା କେତେ ଯେ ଦେଉଥିଲା ଖୁସି ଆଗକୁ ଯିବାର ସାହସ ।ଆଉ ଭରି ଦେଉଥିଲା ଅଫୁରନ୍ତ ଶକ୍ତି ।ଆଉ ସଂଗ୍ରାମ ରେ ହାରି ନ ଯିବାର ପ୍ରତିଶ୍ରୁତି ।ଆଉ ତମ ସେଇ ହସ ହସ ମୁହଁ ଦେଖିଲେ ଦିନ ଯାକ ସତରେ କି ହାଲକା ଲାଗେ ।ଇଚ୍ଛା ହୁଏ ବାସ ଖାଲି ବସନ୍ତି ଓ ଦେଖନ୍ତି ।ତମେ ଲେଖନ୍ତ ,ଅଭିମାନ କରନ୍ତ ଓ ମୁଁ ରାଗି ଗଲେ ତମେ ଯୋଉ ଡରି ବି ହସି ଦିଅ ନା ସେଇ ହସ..."କହି ହୋ ହୋ ହେଇ ହସିଲା ହିତେଶ ।
"ନା, ହିତେଶ ମୋତେ ଠିକ ଲାଗୁନି ତମେ ଠିକ ଅଛ ନା ।କହିଲ ମୋ ଦେହ ଛୁଇଁ ।"
"ଲାଜୁ ତୁମେ ସତ ରେ ସେଇ ବାର ଲାଇଟ ,ହଠାତ ବୁଝିବନି ।ଆଛା କହିଲ ଏବେ କଣ କରୁଛ କଣ ପତି ସେବା କରିବାରେ ବ୍ୟସ୍ତ ନା କଣ.."
ଏଥର ଦୃଢ଼ ଜଣାପଡୁଥିବା ଝିଅ ଟି ସତରେ ଭାଙ୍ଗି ପଡ଼ିଲା ପାହାଡ଼ର ବୋଝରେ । ହସ ହସ ମୁହଁ ଟି ଝାଉଁଳି ପଡ଼ିଲା ସତରେ ।
"ଲାଜୁ ଚାଲ ଭିତରକୁ ।"
ଗମ୍ଭୀର ହେଇଗଲା ହିତେଶ ।ସେ କେବେ ବି ବରଦାସ୍ତ କରି ପାରିନି ନିଜକୁ ଲାଜୁକୁ କଷ୍ଟ ଦେବାରେ । ଅନର୍ଗଳ ଗପୁଥିବା ଝିଅ ଟି ସତରେ ଏତେ ଚୁପ ହେଇଗଲା ବିଶ୍ଵାସ ର ବାହାରେ ଥାଏ ହିତେଶର । ଲାଜୁ ର ମୁହଁ କୁ ବୁଲେଇ କି କହି ଚାଲିଲା ହିତେଶ "ଆରେ କଣ ହେଲା ଏମିତି କଣ ଭୁଲ କହିଲି ।"କହୁ କହୁ ଆଖିରେ ଲୁହ ଠପକୀ ପଡ଼ିଲା ହିତେଶର ପାପୁଲି ଉପରେ ।
ହଠାତ ତା ପାପୁଲି ରୁ ଲୁହ ପୋଛି ନଉ ନଉ ଲାଜୁ କହି ଦେଲା ନା କିଛି ନାଇଁ ବାସ ନିଦ ଲାଗିଲାଣି ।
"ଲାଜୁ କେବେ ଠୁ ମିଛ କହି ଶିଖିଲଣି କହ ..ପୁଣି ମୋତେ ।"
"ହଁ ମିଛ କହିବାକୁ ପଡେ ହିତେଶ ନିଜ ସ୍ଵାଭିମାନ ଯେବେ ହଜିସାରିଛି ଓ ନିଜ କୁ ଲୁଚେଇବାକୁ ପଡିଛି ସେବେ ଠୁ ।ଆଉ ହଁ ଅନ୍ୟକୁ ଖୁସି କରିବାକୁ ବି ମିଛ ବ୍ୟତୀତ ରାସ୍ତା ନ ଥାଏ ।ହିତେଶ ମୁ ଭାବେ ମୁଁ ତମକୁ ଧୋଖା ଦେଇଛି ବୋଲି ଆଜି ମୋର ଏ ଦଶା ।"
"ଲାଜୁ,ତମେ ଠିକ ଅଛ ନା ।ତମେ ପୁଣି ମୋତେ ଧୋକା କେବେ ବି ନୁହଁ ।ନା "
"ହିତେଶ ନିଜ ଭଲ ପାଇବା କୁ ସ୍ୱୀକାର ନ କରି ତମକୁ ଯେବେ ବାଧ୍ୟ କରିଥିଲି ତମେ ବାପା ମା ଙ୍କ କଥା ମାନି ଯିବାକୁ ସେଇଆ କଣ ଧୋଖା ନୁହଁ ହିତେଶ ।ସେ ପାପ ର ପ୍ରାୟଶ୍ଚିତ ଆଜି ବି ବୋହିଛି ହିତେଶ ।ଆଜି ମୁଁ ପତି ପରିତ୍ୟକ୍ତା ର ଷ୍ଟାମ୍ପ ଧରି ବୁଲୁଛି ହିତେଶ ହଁ ମୁଁ ପତି ପରିତ୍ୟକ୍ତା ।ସେଥିଲାଗି ମୋର ଦୁଃଖ ନାହିଁ କିନ୍ତୁ ନାରୀ ହିସାବ ରେ ନାରୀ ଉପରେ ଅତ୍ୟାଚାର ର ପ୍ରତିବାଦ ହିଁ ମୋର ଏଇ ଅବସ୍ଥା ।ମୁ ଯଦି ମୋ ନିଜ ଉପରେ ଅତ୍ୟାଚାର ସହି ଚୁପ ରହିଥାନ୍ତି ତେବେ ତମକୁ ବୋଧେ ଏଠି ପାଇ ନ ଥାନ୍ତି ହିତେଶ ।ଯୋଉ ଗାଲ ରେ ତମେ ମୋତେ ମଶା ଟିଏ କାମୁଡ଼ିଦେଲା ବୋଲି ଗୁଡ଼ ନାଇଟ କଏଲ ଆଣିବା ସହ କ୍ଲାସ ରୁମ ସଫା ରହିବାକୁ ଦାଗିଦ କରିଥିଲ ଝାଡ଼ୁଦାର କୁ ସେଇ ଗାଲ ରେ ହଜାର ଚାପୁଡ଼ା ବସିଲା ପରେ କଣ ସହିଥାନ୍ତି ହିତେଶ ।
ଆଉ ଯୋଉ ଓଠକୁ ଆଜି ତମେ ଏତେ ଭଲ ପାଅ ସେଇ ଓଠ କୁ ମାରି ଫଟେଇ ଦେଲା ପରେ କଣ ସହି ପାରିଥାନ୍ତ ହିତେଶ ।
ଆଉ ଯୋଉ ଲାଜୁକୁ ତମେ ଆଜି ଏତେ ସ୍ନେହ କରୁଛ ସେଇ ଲାଜୁକୁ ମାରିବା ର ଚକ୍ରାନ୍ତ ରେ କଣ ଛାଡି ପାରିଥାନ୍ତ ହିତେଶ ।
ସବୁ ସହି ଥିଲି କେବଳ ତମେ ଆସିବ ବୋଲି ବାସ ତମକୁ ଦେଖି ମରିଯିବାର ଇଚ୍ଛା ଟିଏ ହିତେଶ ।ବାସ ଶେଷ ଇଚ୍ଛା ଟିଏ ତମରି ଦେହ ରେ ମୁହଁ ଗୁଂଜି ଶୋଇକି ମରି ଯାନ୍ତି ।କିନ୍ତୁ ସେଇ ମରିଯିବା ପାଇଁ ଆଜି ଏତେ ଦିନ ଯାଏ ବଂଚି ଯାଇଛି ହିତେଶ ।"
ଏଥର ହିତେଶ ଆଉ ନିଜ ନିୟନ୍ତ୍ରଣ ରେ ନ ଥାଏ ଭିଡି ଧରିଲା ଲାଜୁକୁ ସେଇ ବସ ର ଅନ୍ଧାର ଭିତରେ ଚାରି ଆଖି ରୁ ଲୁହ ଝରୁଥାଏ ।
"ଆଉ ହିତେଶ ମୁ ବହୁତ ଖୋଜିଛି ତମକୁ ସେଇ ଆଧୁନିକ ଫେସବୁକ ରେ ,କିନ୍ତୁ ପାଇନି ଶେଷରେ ନିଜକୁ ସେଠାରୁ ମୁକୁଳେଇ ନିଜ ଗୋଡ଼ ରେ ପୂର୍ବ ପରି ଠିଆ ହେଇଚି ହିତେଶ ।ବହୁତ ଖୋଜିଛି ବହୁତ ରାତି କାନ୍ଦିଛି ତମକୁ ଝୁରି ଝୁରି ।"
"ଲାଜୁ ତମକୁ ନ ପାଇବାର ଅଵଶୋଷ ଆଜି ଯାଏ ମୋର ।ଆଉ ସେ ଅଵଶୋଷ ରେ ମନ ଆଉ କଣ ଖୁସି ଥାଏ ।ତୋର ସେଇ ଝିଅ ବେଳ ର ହସ ହସ ମୁହଁ କୁ ମନେପକେଇ ରହିଯାଏ ।ଆଉ ମୁଁ ଫେସବୁକ ରେ ସମସ୍ତଙ୍କ ପ୍ରଶ୍ନ ରେ ବିରକ୍ତ ହେଇକି ଫେସବୁକ ବ୍ୟବହାର କରେନି ।ତମେ ମୋତେ ମୋ ବାପା ମା ଙ୍କ ଜିମାରେ ଛାଡି ସିନା ଚାଲିଗଲ କିନ୍ତୁ ମୁଁ ତମକୁ ବହୁତ ଖୋଜିଚି ଅକୁହା କଥା ସବୁ ନେଇ ।ଆଉ ମୋତେ ବିବାହ କରିଦିଆଗଲା ସୁନ୍ଦର ଆମ ସମ୍ପ୍ରଦାୟର ଝିଅ ଟିଏ ସହ ।କିନ୍ତୁ ବିବାହ ର ମାସେ ପରେ ବାପ ଘର କୁ ବୁଲି ଯାଇ ସେଠୁ କୁଆଡେ ଫେରାର ଆଜି ଯାଏ ମୁ ବି ଖୋଜିନି ଲାଜୁ ।ବାସ ମୋତେ କଷ୍ଟ ଲାଗେ ଯେ ଲାଜୁ ମୋତେ ମୁହୁର୍ତେ ବି ଛାଡୁ ନଥିଲା ବେଳେ ଆଜି ଏତେ ବଡ଼ ଧୋଖା ପାଇଲି ।ଲାଜୁ ଥିଲେ ମୋତେ ଏ ଅପବାଦ ବି ଦେଇ ନ ଥାନ୍ତା ।ଆଉ ମୁ ଘରେ ବି ଦାୟୀ କରିଥିଲି ମୋର ଏ ଅବସ୍ଥା ପାଇଁ ।"
"ହିତେଶ ,ଏ ସବୁ ଆମ ପାଇଁ ପରୀକ୍ଷା ମାତ୍ର ।ଛାଡ଼ ।ତମେ ବାସ ଏବେ କଣ କରୁଛ ବିଜିନେସ ନା କିଛି ।"
"ଲାଜୁ ତୁମେ କଥା କୁ ବାହାନା କରନି ବାସ ମୋତେ କଥା ଦିଅ ଛାଡ଼ିକି ଯିବ ନାହିଁ ଆଉ ।"
"ହଁ ଆଉ କଣ କୁଆଡେ ଯିବି ତମରି ଛାତିରେ ମୁହଁ ଗୁଂଜି ହିଁ ରହିଯିବି ।
କିନ୍ତୁ ହିତେଶ ମୋ ଶେଷ ଜୀବନ ରେ ମୋତେ ବାସ ଥରୁଟିଏଏ ଵୋକ ଦେଇଦେଵ ଆଉ ତମେ ହିଁ ମୋ ଜୁଇ ଜାଳିବ ।"
"ତୁମେ ପୁଣି ଏମିତି କଷ୍ଟ ଦେଇକି ମାରୁଚ୍ କାହିଁକି କହିଲ ,କହୁନ ଆମେ ଦିହେଁ ସାଥୀ ହେଇ ଚାଲିଯିବା ।"
"ଆରେ ପାଗଳ ତମେ ଚାହିଁଲେ କଣ ହେବ ବାସ ଭଗବାନ ଙ୍କ ଇଚ୍ଛା ନା ।"
"ଏତେ ବଡ଼ ଦୁଃଖରେ ତମେ ସହିଚ୍ ସେଇଆ ତମକୁ ମାନିବାକୁ ପଡିବ ।ଆଛା କୋଲକାତା କାହିଁକି ଆସିଥିଲ ଯେ ?"
"ହିତେଶ ,ନିଜ ବଞ୍ଚିବାର ଲୋଭ ପାଇଁ ଜବ କରିଛି ସରକାରୀ ବିଭାଗ ରେ ।"
"ବଢିଆ ମୁ ବି ସେଇ ସରକାରୀ ବିଭାଗ ରେ ।"
ଯାହା ହଉ ଆମେ ଗୋଟେ ବିଭାଗ ରେ ।ଏବେ ଖୁସ୍ ତ ।
"ତମକୁଫେରି ପାଇ ମୁ ବହୁତ ଖୁସି ହିତେଶ କିନ୍ତୁ ତମ ଜୀବନ ରେ ଯାହା ଘଟି ଗଲା ସେଥିଲାଗି ମୁଁ ହିଁ ଦାୟୀ ।"
"ଧେ ତ ସବୁବେଳେ ଗୋଟେ ଇମୋସନାଲ ।ଆଉ କଣ ଲେଖା ଲେଖି କରୁଛ?"
"ହଁ ଚାଲିଛି ସେମିତି ସମୟ ବିନିମୟ ଓ ମନ ହାଲକା ।"
"ହଉ ଶୋଇପଡ ଏବେ ମୋ ଛାତିରେ ଚାହ୍ଣୁ ଥିଲ ପରା ଆସ ପାଖକୁ କୋଳେଇ ନିଏ ତମକୁ ।"
ଦୁହେଁ ଯାକ ଏବେ ପରସ୍ପର କାନ୍ଧ ରେ ମୁଣ୍ଡ ଦେଇକି ଶୋଇବାର ଉପକ୍ରମ କଲେ ।
""ହିତେଶ କାଲି ପରେ ଅଲଗା ହେଇଯିବ ନା.."
"ନା ନା ମୋ ତମ କଥାବାର୍ତା ଚାଲୁ ରହିବ ।"
"ତମେ ତମ ଘରେ କଣ କହିବ"
"ବନ୍ଧୁତ୍ଵ ସେଇ ବନ୍ଧୁତ୍ଵ କୁ ନେଇ ଆମେ ବଂଚିଯିବା ଲାଜୁ ।"
ହିତେଶର ଜ୍ୟାକେଟ ଭିତରେ ହାତ ରଖି ହିତେଶର ଧକ ଧକ ଅନୁଭବ କରୁଥାଏ ଲାଜୁ ।
ସତରେ କଣ ସେଇ ହିତେଶ । ଆଜି କଣ ମୋ ସ୍ବପ୍ନ ସେଇ । ହିତେଶ ନିଶ୍ଚିନ୍ତରେ ଅନେଇଥାଏ ବସର ଛାତକୁ ।ଲାଜୁର ଗାଲରେ ହାତ ଦେଇକି ।ମଝିରେ ମଝିରେ ସାଉଁଳି ଦେଉଥାଏ ତା ମୁଣ୍ଡକୁ ।
"ଲାଜୁ ସତରେ ଭଗବାନ ଏତେ ପରୀକ୍ଷା କରନ୍ତି ।"
ନିଜ ନିଜ ଗନ୍ତବ୍ୟ ପଥ ଆସିବାରୁ ଦିହେଁ ଉଠିଲେ ।ଲାଜୁ ଓ ହିତେଶ ଆଖି ଛଳ ଛଳ ।ପୁଣି ଦେଖା ହେବାର ପ୍ରତିଶ୍ରୁତି ନେଇକି ଦିହେଁ ପରସ୍ପର କୁ ଭିଡି ଧରିଲେ ।ଲାଜୁର ଖାଲି କପାଳରେ ଵୋକ ଦେଇକି କହିଲାହିତେଶ "ଆସିବ ମନ୍ଦିର ପୁର୍ଣ୍ଣମୀ ରେ ।"
ପରସ୍ପର ଠୁ ବିଦାୟ ନେଇକି ଅଲଗା ହେଲେ ହିତେଶ ଓ ଲାଜୁ ।
***
ପୁର୍ଣ୍ଣମୀ ଦିନ ଦୁହେଁ ଦେଖା ହେଲେ ସହରର ମଝିରେ ଥିବା ଜଗନ୍ନାଥ ମନ୍ଦିରରେ ।ମନ୍ଦିରରେ ପରସ୍ପର ନାମରେ ଶୁଭ ମନାସୀ ଦୀପ ଜଳିବା ପରେ ଦିହେଁ ପାଖା ପାଖି ବସିଲେ ମନ୍ଦିର ବେଢାରେ । ପୁଣି ହିତେଶ ଆହୁରି ତନ୍ମୟ ହେଇକି ଲାଜୁକୁ କହିବସେ "ଲାଜୁ ଆମେ ଦିହେଁ ଏକାଠି ଗୋଟେ ଦିନ ମାସକୁ ଅନ୍ତତଃ ଥରେ ଦେଖା ହେବା ।ଆଉ ମନା କରନି ଲାଜୁ ।"
"ତମେ ଏତେ ହଇରାଣ ହେଇକି ଆସିବ ମୋ ଦେହ ରେ ଯିବ ଟି ।"
"ଆଉ କହନା ଯେତେ ଦିନ ବଂଚିଯିବି ତମକୁ ଦେଖି ଦେଖି ରହିଯିବି ଲାଜୁ ।"
ଦୁହେଁ ଦୁହିଁଙ୍କ ନଂ ଅଦଳ ବଦଳ ପରେ ଭୋଗ ଟିକେ ପରସ୍ପରକୁ ଖୁଏଇ ବିଦା କଲା ହିତେଶ ।
ଭିତରେ ଭିତରେ ହିତେଶ ଆହୁରି ଭଲ ପାଇ ବସେ ଆଗ ଅପେକ୍ଷା ।ବସନ୍ତର ମଳୟ ସ୍ପର୍ଶରେ ଶିହରିତ ହେଇଯାଉଥିବା ଫୁଲ ପରି ମହକି ଯାଏ ଦୁହିଁଙ୍କ ପ୍ରେମ ଓ ଶୀତ ର କାକରରେ ଶିହରି ଯାଇ ସତେଜ ହେଇଯାଏ ପୁଣି ସେମାନଙ୍କ କଲେଜ ଜୀବନର ଅଧୁରା ପ୍ରେମ । ହସ ଫେରି ଆସେ ଦୁହିଁଙ୍କ ମନ ରେ । ଶୀତ କାକରରେ ମଉଳା ଗୋଲାପ ସତେଜ ଦିଶିଲା ପରି ଦିଶେ ଲାଜୁର ମୁହଁ । ସବୁ ସପ୍ତାହ ଆସିକି ଦେଖା କରିଦେଇକି ଫେରିଯାଏ ହିତେଶ ନିଜ ଗନ୍ତବ୍ୟ ସ୍ଥଳକୁ । ପୁଣି ସେଇ ମୌସୁମୀ ଆସିବାର ପ୍ରତିଶ୍ରୁତି ଦେଇ । ଏ ବନ୍ଧୁତ୍ୱ କାହା ଦେହରେ ଯାଉ ନ ଥିଲେ ବି ଲାଜୁ ଓ ହିତେଶ ପରିବାର ଆଉ ପ୍ରତିବନ୍ଧକ ନଥାନ୍ତି । ଅନ୍ତତଃ ଝରା ଗୋଲାପ ବଂଚି ଯାଉ ମଉଳା ଖରା ନେଇ ଏଇଆ ଭାବି ନିଅନ୍ତି ପରିବାର ।
***
ସେଦିନ ଅଫିସରେ ଜଏନ କରି ନ ଥିବାରୁ ପରଦିନ ଶୋଧା ଶୁଣୁଥାଏ ଲାଜୁ ।ଏଥର କିନ୍ତୁ ସେ ନିଷ୍ପତ୍ତି ନେଇଥିଲା ପାଟି ନ ଖୋଲିବାକୁ ବଡ଼ ଭାଇଙ୍କ ଅନୁରୋଧରେ । ହଠାତ ଫୋନ ଆସିଲା ଉପରିସ୍ଥ ଅଫିସର ଆସିବେ ପରିଦର୍ଶନରେ । ସବୁ କର୍ମଚାରୀ ସତର୍କ ହେଇକି ନିଜ କାମ ସବୁ କରୁଥାନ୍ତି ।ଲାଜୁ ନୀରବରେ ବସି ସବୁ ବାକି କାମ ସାରୁଥାଏ । ଉପରିସ୍ଥ ଅଫିସର ଆସିବା ପାଇଁ ଫୁଲ ଦେବାର କାମ ଲାଜୁକୁ ଦିଆ ଯାଇଥାଏ ।
ସେଦିନ ଯୋଗକୁ ଲାଜୁ ପାରମ୍ପରିକ ସମ୍ବଲପୁରୀ ଶାଲବାର ପିନ୍ଧିଥାଏ ଯୋଉଟା କି ହିତେଶଙ୍କ ଉପହାର ଥିଲା ପ୍ରଥମ କରି । ମ୍ୟାନେଜରଙ୍କ ତାଗିଦ ପାଟି ନ ଖୋଲିବାକୁ। ସମୟରେ ଅଫିସର ଆସିଲେ ଓ ଲାଜୁ ଫୁଲ ତୋଡାଟିଏ ଦେଲା ,ତଥାପି ମୁହଁକୁ ଚାଁହୁ ନଥାଏ । ତାପରେ ସେ ମ୍ୟାନେଜରଙ୍କ cabin କୁ ଯାଇକି ସବୁ କାମର ତଦାରଖ କରିବା ଆରମ୍ଭ କଲେ । ଲାଜୁ ତାର currency chest ରେ ଟଙ୍କା ରଖୁଥାଏ ଓ ଠିକ ଅଛି ନା ମିଳାଉ ଥାଏ । ହଠାତ ଉପରିସ୍ଥ ଅଧିକାରୀ ପଶି ଆସିଲେ ଚେକ କରିବାକୁ । ସେଇ ସମୟରେ ଲାଜୁ ଘୁଂଚି ଯିବାରୁ କଫି ତାଙ୍କ କୋଟରେ ଢାଳି ଯିବାରୁ ମ୍ୟାନେଜର ଗାଳି ଦେବା ଆରମ୍ଭ କରିସାରିଥିଲେ । ଚୁପ ରହି ଲାଜୁ ମୋବାଇଲ ଦେଖୁଥାଏ ।
ଉପରିସ୍ଥ ଅଧିକାରୀ ଆସିକି ଯେତେବେଳେ ଲାଜୁକୁ ଚାବି ଦିଅନ୍ତେ ହାତ ଦେଖିକି ଲାଜୁ ଟିକେ ତାଙ୍କ ମୁହଁକୁ ଚାହେଁ ତ ଦେଖେ ସେଇ ହିତେଶ ।
"ଆରେ ତମେ " ଦୁହେଁ ଦୁହିଁଙ୍କୁ କହିଲେ ।
ମ୍ୟାନେଜର ଉପରେ ପଡି କହିଲେ ସେ ସେଇ ଝିଅ ଟି ଗୀତ ଲେଖିଥିଲା ଓ ଆପଣ ଫୋନରେ ତାରିଫ୍ କରିଥିଲେ । ଶୁଖି ଆସିଥିବା ମୁହଁ ରେ ଚେନାଏ ହସ ଖେଳିଗଲା ଲାଜୁ ର । ସେଇ ରାତିରେ ଅଫିସରେ ପାର୍ଟି ରହିଲା । ସେଇ ରାତିରେ ଫେରୁ ଫେରୁ ବିଳମ୍ବ ହେବାରୁ ହିତେଶ ନିଜେ ଡ୍ରଇଭ୍ କରିକି ଲାଜୁକୁ ନେଇ ଛାଡ଼ିବାକୁ ବାହାରିଲେ । ଗପସପର ପେଡ଼ି ଖୋଲିଥିଲେ ହିତେଶ ।
"ସେଦିନ ତମ ଗୀତ କାଇଁ କରିଦେଲୁ ପର ପଢିଲା ପରେ ମୁ ଭାବିଥିଲି କିଏ ସେଇ ଝିଅ ଟି ।ଆହୁରି ବି ଜାଣି ନ ଥିଲି ସେ ଏଠି ବୋଲି ।ଲଭ ୟୁ ଲାଜୁ । କିନ୍ତୁ କେବେ ଯାଏ ଆମେ ସହି ପାରିବା ଏଇମିତି ଦ୍ୱାହି ଦେଇ ଆଉ କେତେ ଅପେକ୍ଷା ବି କରିବା କହ ଲାଜୁ ।"
"ନା ହିତେଶ ସବୁ ଜିନିଷ କୁ ସହିବାକୁ ପଡେ ପାଇବାକୁ ବ୍ୟାକୁଳ ନ ହେଇ କି ।ଭଗବାନ ଅନ୍ତତଃ ଆମ ଦୁହିଁଙ୍କ ଶେଷ ଇଚ୍ଛା ପୂରଣ କରନ୍ତୁ ।ତମେ ମୋ ଏକାଠି ହାତ ଧରାଧରି ହେଇକି ।" ବିମୋହିତ ହେଇକି ଲାଜୁ ହିତେଶଙ୍କ ବାହୁରେ ଛନ୍ଦି ଦେଇଥାଏ।ହିତେଶ ବି ଵୋକ ପରେ ଵୋକ ଦେଉଥାଏ ଲାଜୁ ର କପାଳରେ । ରାତି ଅନ୍ଧାରର ଛାତି ଚିରି ଚିରି ଚାଲିଥାଏ ଗାଡି ।
***
ଲାଜୁର ବାପାଙ୍କ ଫୋନ ରିଂ ହୋଇ ଉଠିଲା । ହଠାତ ଚିତ୍କାର କରି ଉଠିଲେ!! ଦୁଇ ଅଫିସରଙ୍କ ମୃତ୍ୟୁ ଗାଡି ଦୁର୍ଘଟଣାରେ ହିତେଶ ମୋଦି ଓ ଅପୂର୍ବା ଷଡଙ୍ଗୀ । ଲାଶ ଆଣିବାକୁ ଯାଇ ଦେଖନ୍ତି ଦୁହେଁ ଶୋଇଯାଇଛନ୍ତି ଚିର ନିଦ୍ରାରେ ଆତ୍ମ ତ୍ରୃପ୍ତିର ହସଥାଏ ମୁହଁରେ ।ଲାଜୁ ଶୋଇଥାଏ ହିତେଶର ଛାତିରେ ଆଉ ହିତେଶର ହାତ ଥାଏ ଲାଜୁ ମୁଣ୍ଡରେ ଶବ ଦୁଇଟିକୁ ଅଲଗା କରିବାକୁ ମନା କଲେ ହିତେଶର ବାପା ।
ବାସ ସମାଜର ଦ୍ୱାହିରେ ଅଲଗା ଥିବା ପ୍ରେମକୁ ଏଇମିତି ଯୋଡି ହିସାବରେ ସତ୍କାର କରିବାକୁ ଅନୁରୋଧ କରିଲେ ହିତେଶର ବାପା ଦୁହିଁଙ୍କ ପ୍ରେମର ସମ୍ମାନ ପାଇଁ ।