Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arunima Sahoo

Tragedy

4.4  

Arunima Sahoo

Tragedy

ଶାମୁକା

ଶାମୁକା

4 mins
819


ଅତି ସରଳ ନିରୀହ ଝିଅ ହେଉଛି ଶାମୁକା।ମାଛିକୁ ମ ବୋଲି କହେନି । ଗୋଟେ ଧୀବର ପରିବାରରେ ତାର ଜନ୍ମ ।ବାପା ମା ବହୁତ୍ ଗରିବ ।ମାଛ ଧରି ପରିବାର ପ୍ରତି ପୋଷଣ କରନ୍ତି ।ଶାମୁକା ମନରେ କିନ୍ତୁ ବହୁତ ସ୍ବପ୍ନ । ସେ ବହୁତ୍ ପାଠ ପଢିବ ଆଉ ଡକ୍ଟର ହବ। ତା ବସ୍ତିର ଲୋକ ମାନଙ୍କୁ ବିନା ମୂଲ୍ୟରେ ଚିକିତ୍ସା ଯୋଗେଇ ଦବ ।ସ୍କୁଲ୍ ରେ ବି ବେଶ୍ ଭଲ ପଢେ ଶାମୁକା ।ସମସ୍ତେ ତାକୁ ବହୁତ୍ ଆଦର କରନ୍ତି ।ଏ ଥର ମାଟ୍ରିକ ପରୀକ୍ଷା ଦେଇଛି ସେ ।ବାପା କହୁଛନ୍ତି ବାସ୍ ତାର ପାଠ ସେତିକି। ଏବେ ଘରେ ରହି ମା କୁ ଘର କାମରେ ସାହାଯ୍ୟ କରିବାକୁ ହେବ ।କିନ୍ତୁ ମନ ମାନୁନି ଶାମୁକାର।ସେ ଚାହୁଁଚି ଆହୁରି ପଢ଼ିବା ପାଇଁ ।ତାର ଇଚ୍ଛା ଯେମିତି ଗୋଟେ ରୁଦ୍ଧ କୋଠରୀ ଭିତରେ ବନ୍ଦୀ ହୋଇ ରହି ଯାଇଛି । ବାଞ୍ଛା ସାର୍ ବହୁତ୍ ବୁଝେଇଲା ପରେ ଶାମୁକାର ବାପା ରାଜି ହୋଇଛନ୍ତି ତାକୁ କଲେଜରେ ପଢେଇବା ପାଇଁ। କଲେଜ ଜାଇଛି ଶାମୁକା। ଅସରନ୍ତି ସ୍ବପ୍ନ ନେଇ ।ହେଲେ ଏ ସ୍ବପ୍ନ ବେଶୀ ଦିନର ନଥିଲା ତା ଜୀବନରେ ।ତାଙ୍କ କଲେଜକୁ ମୂଖ୍ୟ ଅତୀଥି ହୋଇ ଆସି ଥିବା ଧନେଶ୍ଵର ବାବୁଙ୍କ ସହ ବାହା ଘର ହୋଇ ଯାଇଥିଲା ତାର ପଇସାରେ କିଣି ନେଇ ଥିଲେ ସେ ଶାମୁକାର ବାପାଙ୍କୁ। ଅଭାବି ମଣିଷ ପଇସା ଆଗରେ ନିଜ ମୁଣ୍ଡ ନୁଆଇଁ ଦିଏ ।ଧନେଶ୍ଵର ବାବୁ ବହୁତ୍ ଧନୀ ଥିଲେ ।ପଇସାର ପ୍ରଲୋଭନ ଦେଖାଇ ସାମୁକାର ବାପାକୁ ବାହା ଘର ପାଇଁ ରାଜି କରେଇ ନେଇ ଥିଲେ ।ବୟସରେ ସେ ଶାମୁକା ବୟସର ତିନି ଗୁଣ ଥିଲେ। ଘରେ ଥିଲା 15 ବର୍ଷର ପୁଅ ।ସବୁ ସ୍ବପ୍ନ ଆଉ ଆଶାକୁ ଭୁଲି ସେ ଆପଣେଇ ନେଇ ଥିଲା,ଧନେଶ୍ଵର ବାବୁଙ୍କ ସଂସାରକୁ।

15 ବର୍ଷ ର ସିଦ୍ଧାର୍ଥକୁ ମଧ୍ୟ ମାନି ନେଇ ଥିଲା ନିଜ ପୁଅ ବୋଲି ।ହେଲେ ସିଦ୍ଧାର୍ଥ କିନ୍ତୁ ମାନିବାକୁ ପ୍ରସ୍ତୁତ ନଥିଲା ଶାମୁକାକୁ ନିଜ ମା ରୂପରେ ।ତା ଆଖିରେ ସେ କେବଳ ସାବତ ମା ହେଇ ରହି ଯାଇଥିଲା ।

ଧନେଶ୍ୱର ବାବୁ କେବେ ବି ଶାମୁକାକୁ ନିଜ ସ୍ତ୍ରୀ ର ମର୍ଯ୍ୟାଦା ଦେଇ ନଥିଲେ ।ଗୋଟେ ଚାକରାଣୀ ଠାରୁ ବି ଆହୁରି ହୀନ ଦୃଷ୍ଟି ରେ ଦେଖି ଥିଲେ ।ନିଜ କାମନାର ଅଗ୍ନୀ ଶିଖାରେ ପ୍ରତି ଦିନ ତିଳ ତିଳ କରି ଜାଳୁ ଥିଲେ ସେ ଶାମୁକାକୁ ।ନିଜ ଶରୀର ମନ ପ୍ରାଣ ସବୁ ଦେଇ ବି ବଦଳରେ ତାଙ୍କଠୁ କଂଳିଆ କଥା ପଦେ ଶୁଣି ନଥିଲା ସେ । ବାରମ୍ବାର ଗର୍ଭପାତ କରାଇବାକୁ ବାଧ୍ୟ କରୁଥିଲେ ଧନେଶ୍ୱର ବାବୁ ଶାମୁକାକୁ ।

କାହିଙ୍କି ନା ସେ ଚାହୁଁ ନଥିଲେ ଶାମୁକା ଭଳି ଗୋଟେ ନିଚ ଜାତିର ସ୍ତ୍ରୀ ଲୋକ ଠାରୁ ତାଙ୍କ ସନ୍ତାନ ଜନ୍ମ ନଉ ବୋଲି । ସେ ତ ଖାଲି ଶାମୁକାର ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ବାହା ହେଇ ଥିଲେ ଦୈହିକ ସୁଖ ପାଇଁ ।ତା ଛଡ଼ା ଘରେ ଚାକରାଣୀର ଅଭାବକୁ ବି ବେଶ୍ ଭଲ ଭାବେ ପୂରଣ କରି ଥିଲା ଶାମୁକା । ବର୍ଷ ପରେ ବର୍ଷ ବିତି ଜାଇଛି । ଧନେଶ୍ୱର

ବାବୁଙ୍କର ଅନେକ ନିର୍ଯ୍ୟାତନାର ଶୀକାର ହେଇଛି ଶାମୁକା ।

କିନ୍ତୁ କେବେ ପାଟି ଖୋଲି ପ୍ରତିବାଦ କରିନି। 30 ବର୍ଷ ଭିତରେ କେବେ ବି ଭାବିନି କଣ୍ ପାଇଛି ଆଉ କଣ ହରେଇଚ୍ଛି ।ବୋଧେ ପାଇବା ତୁଳନାରେ ହରେଇଛି ଢେର ଵେଶୀ ।ଇତି ମଧ୍ୟରେ ସିଦ୍ଧାର୍ଥର ବାହାଘର ସରିଛି । ସିଦ୍ଧାର୍ଥର ସ୍ତ୍ରୀ ମଧ୍ୟ କେବେ ହେଲେ ଶାଶୁ ବୋଲି ମାନିନି ।ମନ ଇଚ୍ଛା ଗାଳି ଗୁଲଜ କରିଛି ।ଅପମାନ ଦେଇଛି । ହଠାତ୍ ସିଦ୍ଧାର୍ଥର ଦେହ ବହୁତ୍ ଖରାପ ହେଇଛି । ଡାକ୍ତର ପରୀକ୍ଷା କରି କହିଛନ୍ତି heart failure ହେବାକୁ ଯାଉଛି। ଯଦି ଶୀଘ୍ର heart transplant କରା ନ ଯାଏ, ସିଦ୍ଧାର୍ଥ ଆଉ ବଞ୍ଚିବନି। ଭାଙ୍ଗି ପଡିଛନ୍ତି ଧନେଶ୍ୱର୍ ବାବୁ ଆଉ ସିଦ୍ଧାର୍ଥଙ୍କ ପତ୍ନୀ ତାପସୀ ।ଡାକ୍ତରଖାନାରେ ଅପେକ୍ଷା କରି ବସିଛନ୍ତି ସିଦ୍ଧାର୍ଥର ମୃତ୍ୟୁ ଖବରକୁ ନିରୂପାୟ ହୋଇ । ଠିକ୍ ଏହି ସମୟରେ ଡାକ୍ତର ଆସି କହିଲେ heart transplant ସରିଛି । ସିଦ୍ଧାର୍ଥ ବାବୁ ଏବେ ଭଲ ଅଛନ୍ତି ।ସମସ୍ତେ ଆଶ୍ଚର୍ଯ୍ୟ ହେଇ ଚାହିଁଲେ । ଡାକ୍ତର ଏତିକି କହି ଚାଲି ଗଲେ।ସିଦ୍ଧାର୍ଥ ର ହୋସ୍ ଆସିଲା ।ଆଖି ଖୋଲି ଦେଖିଲା,ତାକୁ ଘେରି ସମସ୍ତେ ଠିଆ ହେଇଛନ୍ତି ।ସମସ୍ତଙ୍କ ମୁହଁରେ ଖୁସିର ଝଲକ ।ଧନେଶ୍ଵର ବାବୁ ଡାକ୍ତରଙ୍କୁ ପଚାରିଲେ କିଏ ସେ ମହାନ୍ ବ୍ୟକ୍ତି ଯାହାର heart ମୋ ପୁଅ ଶରୀରରେ ଲାଗିଛି? ଉତ୍ତରରେ ଡାକ୍ତର କହିଲେ,ଆପଣଙ୍କ ପତ୍ନୀ ଶାମୁକାଙ୍କର ।ସେ ଏକ ପ୍ରକାର ବାଧ୍ୟ କରିଦେଲେ ଆମକୁ ତାଙ୍କ heart transplant ପାଇଁ । କହିଲେ ଯଦି ସିଦ୍ଧାର୍ଥର କିଛି ହେଇଯାଏ ସେ ବି ଜୀବନ ହାରି ଦେଵେ ।ଆଉ ଯଦି ତାଙ୍କ ହୃଦୟ ଦେଇ ସେ ସିଦ୍ଧାର୍ଥଙ୍କୁ ବଞ୍ଚେଇ ଦିଅନ୍ତି,ତା ହେଲେ ସବୁ ଦିନ ପାଇଁଁ ସିଦ୍ଧାର୍ଥ ଭିତରେ ସେ ବଞ୍ଚି ରହିବେ।ଆମେ ସବୁ ଟେଷ୍ଟ କଲା ପରେ ଭାଗ୍ୟକୁ ସବୁ କିଛି match କରିଗଲା ।ସେ ନିଜ ଇଛାରେ ଏସବୁ କରୁଛନ୍ତି ବୋଲି ଲେଖି ଜାଇଛନ୍ତି । ଅପରେସନ୍ ସରିବା ପୂର୍ବରୁ ଏକଥା ଗୋପନୀୟ ରଖିବା ପାଇଁ ସେ ଆମକୁ ଶେଷ ଅନୁରୋଧ କରି ଥିଲେ । ଏତିକି କହି ଡକ୍ଟର ବାହାରକୁ ଚାଲି ଗଲେ ।ସମସ୍ତେ ସମସ୍ତଙ୍କୁ ଚାହିଁ ରହିଥିଲେ।ସମସ୍ତଙ୍କ ଆଖିରେ ଅଶ୍ରୁ ।

ସାରା ଜୀବନ ଆମେ ଜାହାକୁ ଏତେ କଷ୍ଟ ଦେଲେ,ସେ ଆଜି ଆମ ପାଇଁ ଜୀବନ ଦେଇଦେଲା। ସିଦ୍ଧାର୍ଥ ମନେ ମନେ ଭାବୁଥିଲା,ସାରା ଜୀବନ ଜାହାକୁ ଘୃଣା ଚକ୍ଷୁରେ ଦେଖି ଆସିଥିଲା ଆଜି ସେ ତା ପାଇଁ ଏତେ ବଡ଼ ତ୍ୟାଗ କରି ଦେଲା। ଏହା କେବଳ ଗୋଟେ ମା ହିଁ କରି ପାରେ ।ଜୋର୍ ରେ ମା କହି କାନ୍ଦିବାକୁ ଲାଗିଲା ସେ ।ଇଚ୍ଛା ହଉ ଥିଲା ଥରଟେ ଯଦି ତା ମା ଫେରି ଆସନ୍ତା ତା ପାଦକୁ ଧରି କାନ୍ଦନ୍ତା ଆଉ ଜାବୁଡ଼ି ଧରି କ୍ଷମା ପ୍ରାର୍ଥନା କରି ଥାନ୍ତା।ହଠାତ୍ ଛାତି ତଳୁ ତାକୁ ତା ମାଆ ଯେମିତି କହୁ ଥିଲା କାନ୍ଦେନି ଧନ ।ମା ସବୁବେଳେ ମା ।ସ୍ନେହ ପ୍ରେମ ତ୍ୟାଗ ଆଉ ମମତାରେ ହିଁ ତ ତା ମାତୃତ୍ଵ ସାର୍ଥକ ହେଇ ଥାଏ ।ଆଜିଠୁ ମୁଁ ତୋ ସହ ସବୁ ବେଳେ ରହିବି ।ଶାମୁକା ଯେମିତି ମୁକ୍ତାଟିକୁ ସାଇତି ରଖେ ଅତି ଯତ୍ନରେ ।ସେମିତି ତୋ ଶାମୁକା ମା ତୋର ସୁରକ୍ଷା କବଚ ହେଇ ସବୁ ଦିନ ଅହରହ ତୋ ଛାତିରେ ଥିବ ।


Rate this content
Log in

Similar oriya story from Tragedy