Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଅଣୁଗଳ୍ପ - ଧ୍ଵଂସର ବିଭୀଷିକା
ଅଣୁଗଳ୍ପ - ଧ୍ଵଂସର ବିଭୀଷିକା
★★★★★

© Laxminarayan Pattanaik

Tragedy

1 Minutes   1.8K    25


Content Ranking

କଲିଂବେଲର ଆୱାଜରେ ଦ୍ଵାର ଖୋଲିଲେ ଡାକ୍ତର ବିଶ୍ଵଜିତ । ଏଇ କିଛିଦିନ ହେବ ଖୁବ ପରିଚିତ ହୋଇଯାଇଥିବା ସେଇ ଚକଲେଟ ରଙ୍ଗର କାରଟି ଫାଟକ ପାଖରେ ଛାଡିଦେଇ ଚାଲି ଯାଉଛି ଅଧ୍ୟାପିକା ନିବେଦିତାଙ୍କୁ । ନିର୍ବାକ ଭଳି କେବଳ ଚାହିଁରହିଛନ୍ତି ବିଶ୍ଵଜିତ । ନିବେଦିତା ଚୁପଚାପ ଚାଲିଗଲେ ଅନ୍ୟ ଏକ କୋଠରୀକୁ... । ଘରଟା ଭିତରେ ନିରବତାର ଅଖଣ୍ଡ ରାଜତ୍ଵ ।

ରାତି ଅନେକ ହେଲାଣି !! କେଉଁଠୁ ଫେରୁଛନ୍ତି ନିବେଦିତା ?? ଏଇ କେତେଦିନ ହେଲା କଣ ହେଇଛି କେଜାଣି, ନିବେଦିତା କଲେଜରୁ ଅନେକ ରାତିରେ ଫେରୁଛନ୍ତି ଘରକୁ । ଆଜି ତ ସହଜେ କଲେଜର ଛୁଟିଦିନ । ଧନସମ୍ପଦର ମୀନାର ଉପରେ ଛିଡା ହୋଇ ଆଜି ଖୁବ ଅଭାବ ଅନୁଭବ କରୁଛନ୍ତି ବିଶ୍ଵଜିତ । ସେଦିନର ସେଇ ନିବେଦିତା ଆଉ ଆଜିର ନିବେଦିତା ଭିତରେ ଆକାଶ ପାତାଳ ଫରକ । ନିବେଦିତାଙ୍କର ରାତ୍ରି ଭୋଜନ ବି ଅନେକ ଦିନ ବାହାରେ । କେବେ କେଉଁଥିରେ ତ ଅଭାବ କରି ନାହାନ୍ତି ବିଶ୍ଵଜିତ । ତେବେ ସ୍ଵାଧିନତାର ଦ୍ଵାହି ଦେଇ ଅନେକ ସୀମା ଅତିକ୍ରମ କରି ଚାଲିଛନ୍ତି ନିବେଦିତା । ଡ୍ରଇଙ୍ଗରୁମର ସୋଫା ଉପରେ ସେମିତି ବସିରହି ଅନେକ ବିକ୍ଷିପ୍ତ ଭାବନା ଭିତରେ ସାରା ରାତି ଶୋଇ ପାରୁନାହାଁନ୍ତି ବିଶ୍ଵଜିତ ।

- କ୍ରିଙ୍ଗ... କ୍ରିଙ୍ଗ... କ୍ରିଙ୍ଗ...

ହଠାତ ଟେଲିଫୋନର ଘଣ୍ଟିରେ ନିଜକୁ ପ୍ରକୃସ୍ଥିତ କରିନେଇ ରିସିଭରଟି ଆଡକୁ ହାତ ବଢାଇବା ପୂର୍ବରୁ ରିସିଭରଟିକୁ ଉଠାଇ ନେଇସାରିଥିଲେ ନିବେଦିତା । ସେତେବେଳକୁ ସମୟ ସକାଳ ସାତଟା ବାଜିସାରିଥାଏ.... ।

ବିଭୀଷିକା ସୋଫା ଘଣ୍ଟି

Rate the content


Originality
Flow
Language
Cover design

Comments

Post

Some text some message..