Laxminarayan Pattanaik

Tragedy

3  

Laxminarayan Pattanaik

Tragedy

ଅଣୁଗଳ୍ପ - ସାବଧାନ

ଅଣୁଗଳ୍ପ - ସାବଧାନ

1 min
7.5K


କୁନା ଆଉ ମୀନାର ସବୁଦିନ ଭଳି ସେଇ ଏକା ଜିଦ "ବୋଉ.. ବାପା କାହିଁକି ଘରକୁ ଆସୁ ନାହାନ୍ତି ଯେ ? ଆମେ ଜମା ଆଉ ସ୍କୁଲ ଯିବୁନି । ହୃଦୟର କୋହକୁ ଚାପି ରଖି ପାରୁନଥିଲା ଦୀପା... । ନୀରବ ଆଖି ଦୁଇଟିରୁ ଲୁହଧାର ଗୁଡାକ ଗଡି ଆସି ତା'ର ଗଣ୍ଡସିକ୍ତ କରୁଥିଲା । ସେଦିନର ସେହି ମର୍ମନ୍ତୁଦ ମୂହୁର୍ତ୍ତ ଆଜିବି ଥରେଇ ଦିଏ ଛାତିକୁ... ।

- ଆରେ ଆରେ ଏ କଣ ? ଟିକେ ରହିଯା... ।

- ଟ୍ରେନ ଆସୁଛି ପରା... ।

- ପାଞ୍ଚ ସାତ ମିନିଟ ଡେରି ହେଇଗଲେ କଣ ପୃଥିବୀ ଓଲଟି ଯିବ... ।

ଲୋକଙ୍କ କଥା ଶୁଣିବାକୁ ଅପେକ୍ଷା କରିନଥିଲା ସଞ୍ଜୟ । ନିମିଷକ ମଧ୍ୟରେ ସବୁ ଶେଷ । ଦ୍ରୁତଗତିରେ ମାଡି ଆସୁଥିବା ଟ୍ରେନର ଚକ ତଳେ ପେଷି ହୋଇଯାଇଥିଲା ସଞ୍ଜୟ । ଦୁର୍ଲ୍ଲଭ ଜୀବନଟା ପାଣିଫୋଟକା ଭଳି ମିଳେଇଗଲା କେଉଁଆଡେ । ପତ୍ନୀ ଦୀପା ହାତରୁ ଭାଙ୍ଗିଗଲା ଚୁଡି.. ସୀମନ୍ତରୁ ଚିରଦିନ ପାଇଁ ଲିଭିଗଲା ସିନ୍ଦୁର । ଅନାଥ ହୋଇଗଲେ ପାଞ୍ଚବର୍ଷର ଯାଆଁଳା ଭାଇ-ଭଉଣୀ କୁନା ଆଉ ମିନା । ଆଜି କେହି ନାହାନ୍ତି ରୋଗୀଣା ବାପାଙ୍କୁ ଡାକ୍ତର ପାଖକୁ ନେବାକୁ... ଆଉ କୁନା ମୀନାଙ୍କୁ ସ୍କୁଲ ନେଇ ଯିବାକୁ... ।


Rate this content
Log in

Similar oriya story from Tragedy