Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mithun Sahu

Tragedy

2  

Mithun Sahu

Tragedy

ମାଆର ମମତା

ମାଆର ମମତା

3 mins
7.3K


ବହୁତ ଦିନ ପୂର୍ବର କଥା । ଗୋଟିଏ ଗ୍ରାମରେ ତ ଅନେକ ପରିବାର ରହୁଛନ୍ତି ହେଲେ ସେଥି ମଧ୍ୟରୁ ଗୋଟିଏ ସୁଖି ପରିବାରଟିଏ ଥିଲା । ସେ ପରିବାର ମଧ୍ୟମ ଧରଣର ଥିଲେ । ସେଇ ପରିବାରର ସଦସ୍ୟ ସଂଖ୍ୟା ହେଉଛି ୪ ଜଣ । ଦୁହେଁ ସ୍ୱାମୀ,ସ୍ତ୍ରୀ ଆଉ ତାଙ୍କରି ଦୁଇଟି ପୁଅ । ସେ ପୁଅ ଦୁଇଟିର ବାପା ଜଣେ ଚାଷୀ ଥିଲେ । ତାଙ୍କର ବେଶି ଜମି ନଥିଲା ବାସ୍ ୨ ଭରଣ ହିଁ ଥିଲା । ଗୋଟିଏ ପୁଅଟିର ନାମ ହେଉଛି 'ଅମିର୍' ଏବଂ ଆଉ ଗୋଟିଏ ପୁଅଟିର ନାମ ହେଉଛି 'ସମିର୍' । ସେ ଦୁହେଁ ଥିଲେ ଯାଆଁଳା (judwa)। ୭ ମିନଟ୍ ରେ ବଡ ସାନ । ଅମିର୍ ହେଉଛି ବଡ଼ ଆଉ ସମିର୍ ହେଉଛି ସାନ ।

ସମୟ ବିତିବାକୁ ଲାଗିଲା ଏବଂ ସେ ଦୁହିଁଙ୍କର ପାଠପଢା ମଧ୍ୟ ସରିଯାଇଥିଲା । ଆଉ ନିଜେ ନିଜେ ନିଜର Business କରିବାରେ ଲାଗିଲେ । ଆଉ ଦୁହିଁଙ୍କର ବାହାଘର ମଧ୍ୟ ହେଇଗଲା । ଯେଉଁ ପୁଅଟିର ନାମ ହେଉଛି ଅମିର୍ ସେ ଛୋଟ ବେଳରୁ ହିଁ ବହୁତ ଲୋଭି,ଗର୍ବୀ ଥିଲା । ଆଉ ସମିର୍ ଶାନ୍ତ ସରଳ ନିରିହ ଥିଲା । ସମିର୍ ର ମାସିକ ଆୟ ହେଉଛି ୫୦,୦୦୦ /- ଟଙ୍କା ଆଉ ଅମିର୍ ର ୩୦,୦୦୦ /- ଟଙ୍କା।

ଏମିତି ଦିନ ଆସିଲା ଅମିର୍ ତା ସାନ ଭାଇ ମାନେ ସମିର୍ କୁ ଘୃଣା କରିବାରେ ଲାଗିଲା । କାରଣ ସେ ତାଠାରୁ ଅଧିକ ଟଙ୍କା ରୋଜଗାର କରୁଥିଲା । ସମୟ ବିତିବା ସହିତ ସେ ଦୁଇ ପୁଅର ବାପା ଆର ପାରିକୁ ଚାଲିଗଲେ । ଆଉ ତାଙ୍କ ମାଆ ପୁରା ଏକଲା ହେଇଗଲା । ଆଉ ସେଇ ମାଆକୁ କେହିବି ଠିକ୍ ସେ ପଚାରୁ ଉଚାର କରିଲେନାହିଁ ଏବଂ ଦୁଇ ପୁଅ ନିଜ ନିଜ ସ୍ତ୍ରୀକୁ ନେଇ ସହରରେ ଯାଇ ରହିଲେ । ସାନ ପୁଅଟି ଶାନ୍ତ, ନିରିହ ହେଲେ କ'ଣ ହେବ । ବାହାଘର ପରେ ପରେ ନିଜ ସ୍ତ୍ରୀ ର କଥାକୁ ହିଁ ମାନୁଥିଲା । ସମୟ କେତେବେଳେ କାହାକୁ କେଉଁ ରାସ୍ତାରେ ନେଇଯାଏ କେହିବି ଜାଣିପାରନ୍ତି ନାହିଁ । ସହରରେ ଥିଲାବେଳେ ବଡ ପୁଅଟିର (ଅମିର୍) ଗାଡ଼ି Accident ହେଇଗଲା । ମୁଣ୍ଡରେ ତାର ବହୁତ ଜୋରରେ ଆଘାତ ହେଇଥିଲା ଏବଂ ତାର ଆଖି ଦୁଇଟି ହରେଇ ବସିଥିଲା । ଠିକ୍ ସେହି ସମୟରେ ସାନ ପୁଅଟିର(ସମିର୍) Business ରେ ବହୁତ କ୍ଷତି ହେଇଗଲା । ଆଉ ତାକୁ ବହୁତ ଟଙ୍କା ଆବଶ୍ୟକ ପଡ଼ିଲା । ସେ ସମୟରେ ସିଏ କ'ଣ କରିବ କିଛିବି ଭାବିପାରୁନଥିଲା । ତା ସ୍ତ୍ରୀ କୁ ସୁନା ଗହଣା ମାଗିବାରୁ ତାକୁ ତା ସ୍ତ୍ରୀ ଛାଡିଦେଇ ନିଜ ବାପ ଘରକୁ ଚାଲିଗଲା ଏବଂ ସେ ପୁରା ଏକଲା ହେଇଗଲା ।

ହଠାତ୍ ତା ମାଆ ପାଖକୁ ଏହି ଖବର ପହଁଚିଲା । ସେଇ ମାଆ ଯାହାକୁ ତାର କୋଉ ପୁଅ ଠିକ୍ ସେ ବି ପଚାରା ଉଚରା କରୁନଥିଲେ କିନ୍ତୁ ମାଆ ଯେତେ କଷ୍ଟ ପାଇଲେ ମଧ୍ୟ ସବୁବେଳେ ନିଜ ସନ୍ତାନର ମଙ୍ଗଳ ହିଁ ଚାହୁଁଥାଏ ଏବଂ କ୍ଷଣିକେ ବି ବିଳମ୍ବ ନକରି ସିଏ ସହରକୁ ଯିବାକୁ ବାହାରି ପଡ଼ିଲା ।ଆଉ ଯାଇ ଦେଖିଲା ଡାକ୍ତର ଖାନାରେ ପୁଅଟି ବହୁତ କଷ୍ଟ ପାଉଛି । ତା କଷ୍ଟକୁ ଦେଖି ପାରିଲାନି ସେଇ ମାଆ । ସଙ୍ଗେ ସଙ୍ଗେ ଡାକ୍ତରଙ୍କୁ କହିଲା ଡାକ୍ତର ବାବୁ ମୋ ପୁଅକୁ ଭଲ କରି ଦିଅନ୍ତୁ । ଆଉ ଯଦି ଦରକାର ହେବ ମୋ ଆଖି ଦୁଇଟି ନେଇ ମୋ ପୁଅର ଆଖିକୁ ଫେରାଇ ଆଣନ୍ତୁ । କିଛି ସମୟ ଭାବିଲା ପରେ ଡାକ୍ତରଟି କହିଲେ ଠିକ୍ ଅଛି । ତୁମେ ଯଦି କହୁଛ ମୋର କିଛି ଆପତ୍ତି ନାହିଁ । ସେଇ ସମୟରେ ତାର ସାନ ପୁଅ ସେଠି ପହଁଚିଲା ଆଉ ତାର ପରିସ୍ଥିତି ବିଷୟରେ ତା ମାଆକୁ କହିଲା । ଏ କଥା ଶୁଣି ସେ ପୁଣି ଭାଙ୍ଗି ପଡ଼ିଲା । ନିଜ ପାଖରେ ଯେତିକି ସୁନା ଗହଣା ଆଉ ୨ ଭରଣର ଜମିକୁ ବିକ୍ରି କରିଦେଇ ଯେତେକ ଟଙ୍କା ହେଲା ତାକୁ ସବୁତକ ଦେଇଦେଲା । ଆଉ କହିଲା ଯା ତୋ ବ୍ୟବସାୟରେ ଯେତିକି କ୍ଷତି ହେଇଛି ତାକୁ ପୁରଣ କରିଦେ ଏବଂ ତାର ବଡ଼ ପୁଅକୁ ମଧ୍ୟ ନିଜ ଆଖି ଦୁଇଟି ଦେଇଦେଲା । ଆଉ ନିଜେ ଅନ୍ଧୁଣି ସାଜିଗଲା । ଆଖି ଦୁଇଟି ଫେରିଲା ପରେ ସେଇ ପୁଅଟି ଯେବେ ତା ମାଆକୁ ଦେଖିଲା ତା ମାଆର ଆଖି ଦୁଇଟି ନାହିଁ । ସେଇ ପୁଅଟି ତା ମାଆକୁ କହିଲା ଏ କଣ କଲୁ ମା' ମୋ ଆଖିକୁ ପେରାଇ ଆଣିବା ପାଇଁ ତୁ ନିଜେ ଅନ୍ଧୁଣି ହେଇଗଲୁ । ଏହି କଥା ଶୁଣି ସେ ମାଆ କହିଲା ଆରେ ପାଗଳ ତମେ ଦୁଇଜଣ ତ ଥିଲ ମୋର ଦୁଇଟି ଆଖି ।ତମକୁ ମୁଁ କେମିତି କଷ୍ଟରେ ଦେଖିପାରିବି । ମୋ ପାଖରେ ଆଜି ଆଖି ନଥିଲେ କଣ ହେଲା ତମ ଦୁହିଁଙ୍କର ଆଖିରେ ମୁଁ ସାରା ଦୁନିଆକୁ ଦେଖିବି ।ଏହିକଥା ଶୁଣି ଦୁଇ ପୁଅର ଆଖିରୁ ଛଳ ଛଳ ହୋଇ ପାଣି ବାହାରି ଆସିଲା । ଆଉ ଦୁହେଁ ମାଆକୁ କୁଣ୍ଢେଇ ପକାଇଲେ । ସେତିକି ବେଳେ ଦୁଇ ପୁଅ ନିଜ ଭୁଲକୁ ଅନୁତାପ କରିଥିଲେ । ଆଉ ବୁଝି ପାରିଲେଥିଲେ ସେଇ "ମାଆର ମମତା" କୁ ।

ସେଥିପାଇଁ ଦୁନିଆର ସବୁଠାରୁ ଶ୍ରେଷ୍ଠ କୁହାଯାଇଛି 'ମାଆ' କୁ । ମାଆ କେବେବି ସନ୍ତାନର ଦୁଃଖ ଦେଖିପାରେ ନାହିଁ । ସବୁବେଳେ ନିଜେ କଷ୍ଟରେ ରହି ସେ ସନ୍ତାନର ମଙ୍ଗଳ ଚିନ୍ତା ହିଁ କରୁଥାଏ ।

" ମାଆର ମମତାକୁ ଯେଉଁ ସନ୍ତାନ ବୁଝି ନ ପାରାଇ,

ତା ଠାରୁ ମୁର୍ଖ ଦୁନିଆ ଭିତରେ କେହିବି ନୁହଁଇ ।। "


Rate this content
Log in

Similar oriya story from Tragedy