STORYMIRROR

Mithun Sahu

Tragedy

2.5  

Mithun Sahu

Tragedy

ଅମର ପ୍ରେମ

ଅମର ପ୍ରେମ

2 mins
7.3K


ଏମିତି ଏକ କାହାଣୀ

ଯିଏ ସାଜିଥିଲା ଗୋଟିଏ ପ୍ରେମିକର

ହୃଦୟର ରାଣୀ,

କିନ୍ତୁ ପ୍ରେମିକା ତା ପ୍ରେମକୁ

ପାରିଲାନି ଜାଣି ।।

ଗୋଟିଏ ଝିଅ ଆଉ ଗୋଟିଏ ପୁଅ ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଥିଲେ। ପୁଅଟିର ଗାଁର ନାମ 'ଗୋବିନ୍ଦପୁର' ଆଉ ସେଠାରୁ 3 କିଲୋମିଟର ଦୂରରେ ଥିବା ଝିଅଟିର ଗାଁର ନାମ ହେଉଛି 'ରାଧନାଥପୁର' । ଦୁହେଁ ସହରକୁ ଯାଇ ଗୋଟିଏ କଲେଜରେ ପାଠ ପଢୁଥିଲେ ଏବଂ ସେଠାରେ ପରସ୍ପର ମିଳାମିଶା ହୋଇ ଦୁହେଁ ଦୁହିଁଙ୍କୁ ଭଲପାଇ ବସିଥିଲେ । ହଠାତ୍ ଏମିତି ଦିନ ଆସିଲା ସେ ଦୁହିଁଙ୍କର ପ୍ରେମର କାହାଣୀ ପୁରା କଲେଜ୍ ସାରା ହାଲା ହୋଇଗଲା। ଆଉ ସେ ଦୁହେଁ ମଧ୍ୟ ନ'ଡରି ତାଙ୍କ ବାପା,ମାଆଙ୍କୁ ଯାଇ ସବୁ ସତ କଥା କହିଦେଲେ ।କିନ୍ତୁ ଦୁହିଁଙ୍କର ବାପା,ମାଆ ଏହି ପ୍ରସ୍ତାବରେ ରାଜିହେଲେନାହିଁ ।କାରଣ ଥିଲା ଦୁହିଁଙ୍କର 'ଜାତି' ଅଲଗା ଅଲଗା । ଏହି କଥା ଶୁଣି ଦୁହିଁଙ୍କ ଆଖି ଲୁହରେ ଭିଜି ଗଲା । ଆଉ ଦୁହିଁଙ୍କୁ ଅଲଗା ହେବାପାଇଁ ବାଧ୍ୟ କରିଦେଲେ। କିଛି ଦିନ ପରେ ସେଇ ପୁଅର ବାପା ସେଇ ପୁଅକୁ କିଛି କାମରେ ସହରକୁ ପଠାଇଦେଲା । ସେଥି ମଧ୍ୟରେ ସେଇ ଝିଅଟିର ବାହାଘର ମଧ୍ୟ ଠିକ୍ ହୋଇଗଲା। ସେଇ ଝିଅଟି ବହୁତ କଷ୍ଟରେ ବାହାହେବା ପାଇଁ ରାଜିହେଇଗଲା। କାରଣ ସେ ଭାବିଲା ସେ ପୁଅଟି ତାକୁ ଭୁଲିଯାଇ ଖୁସିରେ ଅଛି ଆଉ ସହରକୁ ଚାଲିଯାଇଛି । ସତ କଥା ହେଲା ପୁଅଟି କିଛି କାମ ପାଇଁ ସହରକୁ ଯାଇଛି ସତ କିନ୍ତୁ ତା ମନଟା କେବଳ ସେଇ ଝିଅଟି ପାଖରେ ହିଁ ଅଛି।

କିଛି ଦିନ ବିତିଗଲା 2 ମାସ ପରେ ତାର ସବୁ କାମକୁ ସାରି ଗାଁକୁ ଫେରିଲା। ଘରେ ପହଞ୍ଚୁ ପହଞ୍ଚୁ ସିଧା ବାହାରିଗଲା 'ରାଧାନାଥ ପୁର' ମାନେ ସେଇ ଝିଅକୁ

ଦେଖିବାପାଇଁ। ସେଠି ଯାଇ ଦେଖିଲା ଝିଅଟିର ବାହାଘର ବହୁତ ଧୁମ୍ ଧାମ୍ ରେ ଚାଲିଛି ଆଉ ସେଇ ଝିଅଟି ମଧ୍ୟ ବହୁତ ଖୁସିରେ ଅଛି। ସେ ସବୁ ଦେଖି ବହୁତ ଭାଙ୍ଗି ପଡ଼ିଲା କିନ୍ତୁ ସେଠି କାହାକୁ କିଛି ନକହି ସେଠାରୁ ଫେରିଆସିଲା ଗୋଟିଏ ନିରୋଳା ଜାଗାକୁ। ସେଠି ବସି ସେ ବହୁତ ଆଖିରୁ ଲୁହ ଝରାଇଲା। ଆଉ ତା ଜୀବନ ହାରିବା ପୂର୍ବରୁ ତା ପକେଟ୍ ରୁ ଗୋଟିଏ ସାଧା କାଗଜକୁ କାଢି ସେଥିରେ କିଛି ଲେଖି ସେଇ ରାସ୍ତାରେ ଯାଉଥିବା ଗୋଟିଏ ଯୁବକର ହାତରେ ଉପହାର ପେଢ଼ିଟିଏ ତିଆରି କରି ସେ ଭିତରେ ରଖି ପଠେଇଦେଇଥିଲା । ସେଥିରେ ଲେଖାଥିଲା:-

ଭାବିଲ କେମିତି ଭୁଲିଗଲି ବୋଲି

ସହଜରେ ଗୋ ତୁମକୁ,

ତୁମେ ପରା ମୋର ସବୁକିଛି ଥିଲ

ଦେଇଥିଲି ମୋ ମନକୁ,,।।

ମତେ ଭୁଲିଯାଇ ଆଉ କାହାପାଇଁ

ପିନ୍ଧିଲ ଯଦି ସିନ୍ଦୁର,

ସବୁବେଳେ ତୁମେ ଆନନ୍ଦରେ ରୁହ

ଖୁସିରେ ଗଢ଼ ସଂସାର।।

ତୁମ ଜୀବନରୁ ସବୁ ଦିନ ପାଇଁ

ଯାଉଛି ମୁଁ ବହୁ ଦୁର,

କାଳେ କୋଉ ଦିନ ଭେଟ ହୋଇଯିବ

ପୁଣି ଥରେ ଯେ ଆମର ।।

।।ଇତି।।

ତୁମର ପ୍ରେମିକ

ଏହି ଚିଠିଟି ଯେତେବେଳେ ସେଇ ଝିଅଟି ପଢିଲା ତା ଆଖିରୁ ଛଳ ଛଳ ହୋଇ ପାଣି ବାହାରି ଆସିଲା ଏବଂ କ୍ଷଣିକେ ବି ବିଳମ୍ବ ନକରି ସେଠାରୁ ପଳାଇ ଆସିଲି। ଯେତେବେଳେ ସେ ପୁଅଟି ପାଖରେ ପହଞ୍ଚି ଦେଖିଲା ପୁଅଟିର ଶରୀର ପୁରା ରକ୍ତାକ୍ତ ଅବସ୍ଥାରେ ପଡିଛି। ଏବଂ ତା ଜୀବନ ହରେଇଦେଇଛି।

ଏ ସବୁ ଦେଖି ଝିଅଟି କହିଲା ତୁମ ପ୍ରେମକୁ ଏ ଜନ୍ମରେ ବୁଝି ପାରିଲିନି ମତେ କ୍ଷମା କରିଦେବ ଆମେ ଦୁହେଁ ନଥିଲେ କଣ ହେଲା ଆମ ପ୍ରେମ ସବୁ ଦିନ ପାଇଁ 'ଅମର' ହୋଇ ରହିଥିବ।


Rate this content
Log in

Similar oriya story from Tragedy