Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DR SAMIR RANJAN BEHERA

Tragedy Inspirational Thriller

4  

DR SAMIR RANJAN BEHERA

Tragedy Inspirational Thriller

ଶେଷଅଶ୍ରୁ

ଶେଷଅଶ୍ରୁ

8 mins
225


       

ଏମ୍ସ ନୂଆଦିଲ୍ଲୀର ଭେଷଜ ବିଭାଗର ପ୍ରଫେସର ଅଶୋକ ପାଣିଗ୍ରାହୀ, ଜଣେ ସ୍ୱନାମଧନ୍ୟ ଡାକ୍ତର ଭାବରେ ଭାରତରେ ପରିଚିତ l ରୋଗୀ ସେବାରେ ସକାଳୁ ନଅଟାରୁ ରାତି ନଅଟା ପର୍ଯ୍ୟନ୍ତ ସେ ନିୟୋଜିତ କରିଦିଅନ୍ତି l "ମାନବ ସେବା ହିଁ ମାଧବ ସେବା"କୁ ବିଶ୍ୱାସ କରୁଥିବା ପ୍ରଫେସର ସବୁବେଳେ ରୋଗୀ ସେବାରେ ବ୍ରତୀ ରୁହନ୍ତି l ଖାଲି ସେତିକି ନୁହଁ, ସେ ଥିଲେ ଜଣେ ଛାତ୍ର ବତ୍ସଳ ଆଉ ଗ୍ରେଟ ଏକାଡେ଼ମିସିଆନ l

ପରିବାର କହିଲେ ଧର୍ମପତ୍ନୀ ଅନିତା ପାଣିଗ୍ରାହୀ, ରେଭେନ୍ସା କଲେଜର କେମିଷ୍ଟ୍ରି ପ୍ରଫେସର l ତା ଛଡା ସେ ଜଣେ ସମାଜସେବୀ ଓ କଟକର ସାହାଯ୍ୟ ଟ୍ରଷ୍ଟର ଫାଉଣ୍ଡର l ପୁଅ ଅନିମେଷ ଲଣ୍ଡନର ସଫ୍ଟୱାର ଇଞ୍ଜିନିଅର l ବାପା ମାଆ ଯେତେ ମନା କଲେ ବି ମାନିଲା ନି ସେ, ଏକା ଜିଦ କେରିଅର ସ୍ଟାଟସ ବନେଇବି ଫରେନରେ l ଆଜିକାଲିକା ପୁଅ ବାପା ମାଆ କଥା କଣ ମାନିବେ l

ଝିଅ ଅସୀମା ଏସ୍.ସି.ବି ମେଡିକାଲ କଲେଜ କଟକରେ MBBS ଶେଷ କରି ଦିଲ୍ଲୀ ଲେଡି ହାର୍ଡ଼ିଙ୍ଗ କଲେଜରେ ପାଲମୋନାରୀ ମେଡିସିନ ବିଭାଗରେ ପ୍ରଥମ ବର୍ଷ ପି.ଜି ଛାତ୍ରୀ l

ଅନିତା ଦେବୀଙ୍କ ପରିବାରର ଆଉ ଜଣେ ସଦସ୍ୟ ଆଶାଲତା, ଚାକରାଣୀ ସେ, ଚାକରାଣୀ ତ ନୁହଁ ସେ ଅନିତା ଦେବୀଙ୍କର ଝିଅ ପରି l ଆଶା ବି ଅନିତା ମାଆଙ୍କର ସବୁ କିଛି କରେ, ରୋଷେଇ ଠୁଁ ଆରମ୍ଭ କରି ମାଆଙ୍କ ଗୋଡ ମୋଡ଼ିବା ପର୍ଯ୍ୟନ୍ତ l ଆଶାର ସ୍ୱାମୀ ଆଲୋକ ଅନିତା ଦେବୀଙ୍କୁ କଲେଜରୁ ନେବା ଆଣିବା, ପରିବା ପତ୍ର ଆଣିବା, ଘରର ଦେଖା ଚାହାଁ କରିବା, ବଗିଚାର ଯତ୍ନ ନେବା ଏମିତି ସବୁ କିଛି କରେ l

ଅନିତା ଦେବୀ ତାଙ୍କ ପ୍ଲଟ ପାଖରେ ଏମାନଙ୍କ ପାଇଁ ଛୋଟ ପକା ଘରଟେ ବି ବନେଇ ଦେଇଥାନ୍ତି l ଅନିତା ଦେବୀଙ୍କ ପରିବାର ଚକ ଏମିତି ଗଡ଼ି ଚାଲିଥାଏ l

ବାପା ମାଆ ପୁଅ ଝିଅ ସବୁ ଅଲଗା ଅଲଗା ରହିଥିଲେ ବି ସ୍ନେହର ଡୋରୀ ଗୋଟେ ସୂତାରେ ବନ୍ଧା ହେଇଥିଲା l

ଫେବୃଆରୀ 14 ତାରିଖ l ସେଦିନ ପାଣିଗ୍ରାହୀ ପରିବାର ପାଇଁ ଗୋଟେ ଉତ୍ସବର ଦିନ ଥାଏ l ପୁଅ ଆଉ ଝିଅଙ୍କର ଦୁଇ ଜଣଙ୍କ ଏଙ୍ଗେଜମେଣ୍ଟ ଥାଏ l ଫେବୃଆରୀ 10 ସୁଦ୍ଧା ବାପା ଝିଅ ଦିଲ୍ଲୀରୁ ପୁଅ ଲଣ୍ଡନରୁ ଆସି ପହଁଚିଗଲେ ଘରେ l ଫେବୃଆରୀ 14 ଦିନ ଖୁସିର ମାହୋଲ ଭିତରେ ପାଣିଗ୍ରାହୀ ବାସ ଭବନ ଫାଟି ପଡୁଥାଏ l ରିଙ୍ଗ ସେରିମନି, ପୂଜା ପାଠ ଭୋଜି ଭାତ ବନ୍ଧୁବାନ୍ଧବ ଭିତରେ ଝୁମି ଯାଉଥିଲେ ଅନିତା ଦେବୀଙ୍କ ପରିବାର l 

ଖୁସିର ମାହୋଲ ଭିତରେ ଏଙ୍ଗେଜମେଣ୍ଟ ସରିଗଲା l ବାହାଘର ଡେଟ ବି ଫିକ୍ସ ହେଇଗଲା ଜୁନ 15ରେ ଅନିମେଷ ତା ପିଲା ଦିନର ସାଙ୍ଗ ଅଳକା ସହିତ ଓ ଜୁନ 25ରେ ଅସୀମାର ପ୍ରଫେସର ଅବନିକାନ୍ତ ମିଶ୍ରଙ୍କର ଏକ ମାତ୍ର ପୁତ୍ର ଡା ଆକାଶ ସହ l

ଏମିତି ଚାରି ପାଞ୍ଚ ଦିନ ପରିବାର ଭିତରେ ହସ ଖୁସି ଚମକ ଭିତରେ ବିଦାୟର ସମୟ ଆସିଗଲା l

ଫେବୃଆରୀ 20ରେ ସମସ୍ତେ ଭୁବନେଶ୍ୱରରୁ ଫ୍ଲାଇଟ ଧରିବା ପ୍ଲାନ ହେଲା l

" ଶୁଣ ଅନିତା ତମେ ବି ଦିଲ୍ଲୀ ଚାଲ, କିଛି ଦିନ ପାଇଁ ବହୁତ ଭଲ ଲାଗିବ, ତମ କଥା ବହୁତ ମନେ ପଡେ ସେଠି l"

"ହଁ ଯେ କଣ କରିବା, ଚାକିରୀ ଘର ପ୍ରପର୍ଟି ସବୁର ଦେଖା ଚାହାଁ ବି କରିବାକୁ ପଡିବ l ତମେ ଫେରିଲେ ପୁଅ ଝିଅ ବାହାଘର ପରେ ମୁଁ ସବୁ ଆଡକୁ ବୁଲିବାକୁ ଯିବି, ଦିଲ୍ଲୀ ଲଣ୍ଡନ l "

"ହଁ ମାମା ଗୋଟେ ଜବରଦସ୍ତ ଫ୍ୟାମିଲି ଟୁର ହେଇଯିବ l ବହୁତ ମଜା ହେବ, ଆମେ ସେଇ ଦିନକୁ ଅପେକ୍ଷା କରି ରହିଲୁ l "

ପୁଅ ଝିଅ ଏକ ସ୍ୱରରେ କହିଲେ l

"ଦେଖ ତମେମାନେ ଗଲା ପରେ ମୋତେ କିଛି ଭଲ ଲାଗେନି, ଭାରି ଏକା ଏକା ଲାଗେ, ଆଶା ସିନା ସବୁ କାମ କରିଦିଏ, ହେଲେ ମୋ ହୃଦୟ ସବୁବେଳେ ତମମାନଙ୍କୁ ଖୋଜୁ ଥାଏ l"

ଆଖିର କୋଣରୁ ହୃଦୟ ବକ୍ଷ ଚିରି କିଛି ଲୁହ ବୋହି ଆସିଥିଲା ଅନିତା ଦେବୀ l"

""ଛି ଅନିତା କାନ୍ଦୁଛ ଆରେ ଆମେ କୁଆଡେ ମରିଯାଉଛୁ ନା କଣ ଆରେ ମୋର ଏଇ ଡ଼ିସେମ୍ବରର ରିଟାୟାର୍ଡମେଣ୍ଟ, ପୁଅର ପ୍ରୋଜେକ୍ଟ କାମ ସରିଲେ ସେ ବି ଡ଼ିସେମ୍ବର ପଳେଇ ଆସିବ ତାପରେ ଆମେ ତ ତମ ପାଖରେ ସବୁବେଳେ ରହିବୁ l ତାପରେ ଯଦି ବି ମରିଗଲି ଭୂତ ହେଇ ତମ ପାଖରେ ରହିବି l"

"ହଁ ମାମା, ବାପା ଠିକ କହିଲେ, ଆମେ ମରିଗଲେ ତମ ପାଖରେ ଭୂତ ହେଇ ରହିବୁ, ହା ହା ହା... ତମେ କଣ କାନ୍ଦୁଛ, ଆମେ ଜୁନ 5 ସୁଦ୍ଧା ସବୁ ପଳେଇଆସିବୁ ପ୍ରମିଶ l"

"ଚୁପ, ସେମିତି କାହିଁକି କହୁଛ କହି ଭୋ ଭୋ ହେଇ କାନ୍ଦି ପକାନ୍ତି ଅନିତା ଦେବୀ, ଅଶୋକ ବାବୁ ଆଲିଙ୍ଗନ କରି ଆଶ୍ୱାସନା ଦିଅନ୍ତି ଆଉ କପାଳରେ ଚୁମ୍ବନ ଟେ ଆଙ୍କି ଦିଅନ୍ତି, ପୁଅ ଝିଅ ବି ମାମାଙ୍କୁ କୁଣ୍ଢେଇ ଆଲିଙ୍ଗନ ପୂର୍ବକ ବିଦାୟ ଦିଅନ୍ତି l

କାର୍ ଦୃଷ୍ଟି ଅନ୍ତରୋଳରୁ ଅଦୃଶ୍ୟ ହେଇଯାଉଥାଏ l ଅନିତା ଦେବୀ

ନିର୍ମିଶେଷ ନୟନରେ ଅନେଇଥାନ୍ତି l କାହିଁକି କେଜାଣି ଆଜି ଅନିତା ଦେବୀଙ୍କୁ ପ୍ରଥମ ଥର ପାଇଁ ଲାଗୁଛି ଯେମିତି ହୃଦୟଟା ତାର ଛିଣ୍ଡି ହେଇ ପଡୁଛି l

ସମୟ ବିତି ଚଲେ l କରୋନାର ତାଣ୍ଡବ ବିଦେଶ ଦେଶ ଚାଇନା ସ୍ପେନ, ଫ୍ରାନ୍ସ, ଇରାନ, ଇଟାଲୀରେ ଆରମ୍ଭ ହେଇଯାଇଥାଏ l

ଅନିତା ଦେବୀ ଖାଲି ନ୍ୟୁଜରେ ଦେଖୁଥାନ୍ତି, ଭାରତରେ କାଁ ଭାଁ ଗୋଟିଏ ଗୋଟିଏ କେସ ବାହାରୁଥାଏ l

" ହଁ ମ ଏ କରୋନା ବିଦେଶୀ ରୋଗ ଆମ ଭାରତର କିଛି ହେବନି ସେ ଫରେନ କଣ୍ଟ୍ରି ଗୁଡା ସାପ ବେଙ୍ଗ ମାଙ୍କଡ଼ ଗଧ ପୋକ ଜୋକ ଖାଇଲେ, ଏବେ ମରଉଛନ୍ତ l " ଅନିତା ଦେବୀ ଏ ସବୁକୁ ଏତେ ଭ୍ରୂକ୍ଷେପ କରୁନଥାନ୍ତି l

ମାର୍ଚ୍ଚ 10, ତଵଲୀଘି ଜମାତ ପରେ ଦିଲ୍ଲୀରେ କେସ ବଢ଼ିବାରେ ଲାଗିଲା, ନ୍ୟୁଜ, ପେପରରେ ମୁଖ୍ୟ ଖବର ହେଇ ପ୍ରଚାର ହେବାରେ ଲାଗିଲା l ଅନିତା ଦେବୀ ଆଶଙ୍କିତ ହେଇ ଉଠିଲେ l

" ଶୁଣ ତମେ ଝିଅକୁ ଧରି ପଳେଇ ଆସ, ମୁଁ ପୁଅକୁ କହୁଛି ସେ ବି ପଳେଇ ଆସୁ l ମୋତେ ଭାରି ଡର ଲାଗିଲାଣି l"

"ଆରେ ଅନିତା କର୍ତ୍ତବ୍ୟ ଆଗରେ ରାମଚନ୍ଦ୍ର ବି ଚଉଦ ବର୍ଷ ବନରେ କଟେଇ ଦେଇଥିଲେ l ତମେ ବ୍ୟସ୍ତ ହୁଅନି ମୁଁ ନହେଲେ ମଝିରେ ଥରେ ବୁଲି ପଲେଇ ଆସିବି l" 

" ମାମା ଲଣ୍ଡନରେ ପାଞ୍ଚ ହଜାର କେସ ବାହାରିଲାଣି, ଏପଟେ ସବୁ ଲକଡାଉନ, ମୁଁ ଘରକୁ ପଳେଇବି ବସ୍କୁ କହିଲି, କିନ୍ତୁ ସେ ଛୁଟି ଦେଉନାହାନ୍ତି, ଲାକଡାଉନ ପାଇଁ l "

"ତୁ ବାପା ପଳେଇ ଆସ, ମୋତେ ଅନ୍ଧୁଣୀ ପରି ଲାଗିଲାନି l "

ଏମିତି ସମୟ ବିତି ଚାଲିଲା ମାର୍ଚ୍ଚ 23ରେ ଲକଡାଉନ ଷ୍ଟାର୍ଟ ହେଇଗଲା, ତା ସହ ଇଣ୍ଟେରନେସନାଲ ଫ୍ଲାଇଟ ଟ୍ରେନ ବସ ଚଳାଚଳ ବି ବନ୍ଦ ହେଇଗଲା l ବାପା ଝିଅ ପୁଅ ଆସିବା ସ୍ୱପ୍ନରେ ହିଁ ରହିଗଲା l ଅନିତା ମନ ଆଉ ଭଲ ଲାଗୁନଥାଏ l କଲେଜ ବି ବନ୍ଦ ହେଇଗଲା l April 1 ପରେ ପୁଣି ଲକଡାଉନ ଏପ୍ରିଲ 15 ଯାଏଁ ଚାଲିଲା l ଦିଲ୍ଲୀରେ କେସ ବିସ୍ଫୋରକ ଭଳି ବଢ଼ି ଚାଲିଥାଏ l ଚାରିଆଡେ ଶୂନଶାନ l

" ଶୁଣ ତମେ ଆଉ ଝିଅ ପୁରା ପ୍ରୋଟେକ୍ସନ ନେଇ ପେସେଣ୍ଟ ଦେଖିବ l ସବୁବେଳେ ମାସ୍କ ପିନ୍ଧିବ, ଝିଅକୁ ହଷ୍ଟେଲରୁ ତମ ପାଖକୁ ନେଇ ଆସ l ତମେ ଏବେ ଟିକେ କମ ଡିଉଟି କର l"

ଆରେ ଅନିତା ତମେ ବ୍ୟସ୍ତ ହୁଅନି, ଆମେ କୋଭିଡ ପେସେଣ୍ଟକୁ ଦେଖୁନୁ, ସାଧାରଣ ରୋଗୀ ଦେଖୁଛୁ, ଏଣୁ ଆମକୁ କରୋନା ହେବନି, ତମେ ବ୍ୟସ୍ତ ହୁଅନି, ଝିଅ ମୋ ପାଖରେ ରହି ଡ଼ିଉଟୀ ଯାଉଛି l"

ଅନିତା ମନକୁ ସିନା ବୁଝେଇଦେଲେ ଅଶୋକ ବାବୁ, ହେଲେ ପ୍ରତି ମୁହୂର୍ତ୍ତରେ ବାପା ଝିଅ କୋଭିଡର ସାମ୍ନା କରୁଥାନ୍ତି l

ଡାକ୍ତରଙ୍କୁ କୋଭିଡ ୱାରିଅର ଭାବରେ ସାରା ଦେଶ ସମ୍ମାନରେ ପୋତି ପକାଉ ଥାଏ, ଆଉ ଅନିତା ଦେବୀ ଗର୍ବରେ ଫାଟି ପଡୁଥାନ୍ତି l ଅପର ପକ୍ଷେ ପୁଣି ଆଶଙ୍କାରେ ଥରି ଉଠୁଥାନ୍ତି l

ଲକଡାଉନ ଖୋଲିବାର ନାଁ ଧରିଲାଣି, ପୁଣି ଲକ ଡାଉନ ମେ 1 ଯାଏଁ ବଢିଗଲା l ପ୍ରବାସୀ ଓଡ଼ିଆ ଫେରିବାରେ ଲାଗିଲେ, ହେଲେ କର୍ତ୍ତବ୍ୟରେ ବନ୍ଧା ଅଶୋକ ବାବୁ ଓ ଅସୀମା ଆସିପାରିଲେନି . ପୁଣି ପୁଅ ଅନିମେଷ ପାଇଁ ରାସ୍ତା ବନ୍ଦ ହେଇଯାଇଥାଏ l

" ମାମା ମୋତେ ବହୁତ ଡର ଲାଗିଲାଣି, ଏଠି UKରେ ଲକ୍ଷେ ଉପରେ କେସ ହେଲାଣି l ବାହାରକୁ ବାହାରିବାର ପ୍ରଶ୍ନ ଉଠୁନି l ରାସ୍ତା ଘାଟରେ ଶବ ପଡୁଛି, ଅଧା ଦିନ ପେକେଟ ଖାଦ୍ୟରେ ସମୟ ଯାଉଛି l ରନ୍ଧା ଖାଦ୍ୟ ସ୍ୱପ୍ନ ହେଇଗଲାଣି l ତୋ କଥା ମାନିଲିନି ମାମା, ବହୁତ କଷ୍ଟ ପାଇଲିଣି, ମୁଁ ଆଉ ଫେରିକି ଯାଇ ପାରିଲା ଭଳି ଲାଗୁନି l"

ଭୋ ଭୋ କାନ୍ଦି ଉଠିଲେ ଅନିତା ଦେବୀ 

" ନାଇଁ ବାପା ମୁଁ ଯେମିତି ହେଲେ ବ୍ୟବସ୍ଥା କରିବି, ତୁ ବାହାରକୁ ବାହାରିବୁନି ଧନ, ମାସ୍କ ପିନ୍ଧିବୁ, ସାନିଟାଇସ କରୁଥିବୁ l"

ଏହା ଭିତରେ ଜୁନ 1 ହେଇଯାଇଥାଏ, ହୁ ହୁ ହେଇ କରୋନା ବଢ଼ୁ ଥାଏ, ଡାକ୍ତର, ନର୍ସ, ପୋଲିସ, ନେତା କାହାକୁ ବି ସଂକ୍ରମଣରୁ ବଞ୍ଚେଇ ବାକୁ ଦେଉ ନଥାଏ l ଓଡିଶାର ବି କୋଣେ ଅନୁକୋଣେ ଆରମ୍ଭ ହେଇଯାଇଥାଏ ଦିଲ୍ଲୀ ମୁମ୍ବାଇ କଥା ତ ନକହିବା ଭଲ l UKରେ ଡେଲି 10ହଜାର 15 ହଜାର କେସ, ପୁଣି ଆଠ ସହ, ହଜାରେ ଡେଥ l

ଅନିତା ଦେବୀଙ୍କ ହୃତପିଣ୍ଡ ବନ୍ଦ ହେଇଯାଉଥାଏ l ପୃଥିବୀଟା ଖାଲି ଖାଲି ଲାଗୁଥାଏ l

" ଶୁଣ ଆମେ ଗଲାପରି ଆଉ ଲାଗୁନି, କାରରେ ସ୍ପେଶାଲ ପାସ କଲେ ବି ଛାଡ଼ୁନାହାନ୍ତି l ତାପରେ ଡାକ୍ତରମାନଙ୍କୁ ଛୁଟି ବି ଦେଉନାହାନ୍ତି l ତମେ ବ୍ୟସ୍ତ ହୁଅନି, ଏତେ ମହାମାରୀ କଟକଣା ଭିତରେ ବାହାଘର ଘୁଂଚେଇ ଦେବା, ତଥାପି ମୁଁ ଜୁନ 15 ପରେ ଚେଷ୍ଟା କରୁଛି ଯିବା ପାଇଁ ଝିଅକୁ ନେଇ l ଅନି କଥା ବହୁତ ଚିନ୍ତା ଲାଗୁଛି, ମୁଣ୍ଡ କିଛି କାମ କରୁନି, ତଥାପି ବ୍ୟସ୍ତ ହୁଅନି ଆମେ ପ୍ରଧାନମନ୍ତ୍ରୀଙ୍କୁ କହି ସ୍ପେସିଆଲ ଫ୍ଲାଇଟ ଚଳେଇବାର ବ୍ୟବସ୍ଥା କରୁଛୁ l ମୁଁ ପୁରା ସୁସ୍ଥ ଅଛି ତମେ ତମର ଯତ୍ନ ନିଅ l"

"ହେ ପ୍ରଭୁ ମୋ ପରିବାରକୁ ରକ୍ଷା କର ଏ ବିପଦରୁ l"

ଅଶୋକ ବାବୁ ସିନା ବୁଝେଇ ଦେଲେ ଅନିତା ଦେବୀ ଙ୍କୁ, କିନ୍ତୁ ସିଏ ଆଉ ଝିଅ ଅସୀମା ସେତେବେଳକୁ କୋଭିଡ ପୋଜିଟିଭ ହେଇସାରିଥିଲେ ଓ ଚିକିତ୍ସା ଭିତରେ ଥିଲେ l

ଅନିତା ଦେବୀ ପ୍ରଥମ ଥର ପାଇଁ ଏତେ ଦୁର୍ବଳ ହେଇ ଉଠିଲେ, ହୃଦୟ ତାଙ୍କର ଭାଙ୍ଗି ପଡୁଛି l ଲକ୍ଷ ଲକ୍ଷ ପ୍ରାଣହାନି ହୃଦୟକୁ ବିଦାରୀତ କରିଦେଉଛି ତା ସାଙ୍ଗକୁ ପୁଣି ଦିଲ୍ଲୀ ଲଣ୍ଡନରେ କରୋନାର ତାଣ୍ଡବ ତାଙ୍କ ପ୍ରାଣ ଶୁଷ୍କ କରିଦେଉଥିଲା l

ସେଦିନ ଜୁନ 13 ସକାଳ ଠୁଁ ବର୍ଷା ହେଉଥାଏ l ଆଶା ବର୍ଷାରେ ଭିଜି ଭିଜି ଦୌଡ଼ି ଆସିଲା 

" ମାଆ ମାଆ, ସେ କରୋନା ରୋଗରେ ଚାଲିଗଲେ" କହି ଭୋ ଭୋ କରି କାନ୍ଦିଉଠିଲା l

" ତୁ ଏଠି କାହିଁକି ଆସିଛୁ, କଣ ମୋତେ ମାରିବା ପାଇଁ ତୋ ଦେହରେ ସେ ଭୂତାଣୁ ଥିବ, ଯା ଯା ଶୀଘ୍ର ଏଠୁ ଯା l"

ବୋଧେ ପ୍ରଥମ ଥର ପାଇଁ ନିଷ୍ଠୁର ହେଇ ଉଠିଥିଲେ ଅନିତା ଦେବୀ l

ଆଲୋକର ମୃତ୍ୟୁ ଖବର ଶୁଣି ସେଦିନ ଅନିତା ମନକୁ କାହିଁ ପାପ ଛୁଇଁଲା l ସେ ଅନିମେଷକୁ ଫୋନ ଲଗେଇ ଚାଲିଲେ କିନ୍ତୁ ସୁଇଚଅଫ l ଵ୍ୟସ୍ତ ହେଇ ଉଠିଲେ ଅନିତା ଦେବି l

ସଂଗେ ସଂଗେ ଅଶୋକ ବାବୁଙ୍କୁ ଫୋନ ଲଗେଇଲେ ତାଙ୍କର ବି ସୁଇଚଅଫ l

ଅନିତା ଦେବୀ ଆଶଙ୍କିତ ହେଇ ଉଠିଲେ, ସେ ଦିନ ଯାକ ନା କିଛି ଖାଇଲେ ନା କିଛି ପିଇଲେ l ଏକ ଅଜଣା ଆଶଙ୍କାରେ ମନଟା ତାର ରୁନ୍ଧି ହେଇ ଯାଉଥିଲା l

ବର୍ଷା ଗରଜୁ ଥାଏ ଠିକ ଆଠଟା କି ନଅଟା ହେବ କଲିଂ ଵେଲଟା ବାଜି ଉଠିଲା 

" ଅନିମେଷ ତୁ, ବାପା ଧନ ତୁ କେମିତି ଆସିଲୁ, ମୋତେ ଆଜି ପାଗଳ ପରି ଲାଗିଲାଣି, ତୋ ନମ୍ବର ତୋ ବାପା ନମ୍ବର ସମସ୍ତଙ୍କର ସୁଇଚ୍ ଅଫ, ମୁଁ ବହୁତ ଡରିଯାଇଥିଲି ଧନ l ଚାଲ ବାପା ତୁ ଧୁଆ ଧୁଇ ହେଇଜା ମୁଁ ବି କିଛି ଖାଇନି, ମିଶିକି ଖାଇବା l"

ମାଆ ମନଟା କୁଣ୍ଢେ ମୋଟା ହେଇଯାଇଥାଏ l ସଂଗେ ସଂଗେ ପୁଅର ଫେବରାଇଟ ରୋଷେଇ କରି ରେଡି ହେଇଯାଇଥାନ୍ତି ଅନିତା ଦେବୀ l

"ମାମା ମୋତେ ଆଜି ଖୁଏଇ ଦେ l ବହୁତ ଦିନରୁ ତୋ ହାତରୁ ଖାଇନି, ତୋ କୋଳରେ ଶୋଇବାକୁ ଭାରି ଇଚ୍ଛା ମାମା, ତୋ କଥା ନମାନି ଲଣ୍ଡନ ଗଲି ବୋଲି ମୋତେ କ୍ଷମା କରିଦେବୁ l" 

"ପାଗଳାଟା ଆରେ ମାଆ କଣ ପୁଅ ଉପରେ ରାଗେ ତାପରେ ତୁ ଫେରିଆସିଲୁଣି ଯେ ମୋ ପିଣ୍ଡରେ ପ୍ରାଣ ପୁରେଇ ଦେଲୁ l'"

ଅନିତା ଦେବୀ ଖୁଏଇଦେଉଥାନ୍ତି, ପୁଅର ମୁଣ୍ଡକୁ ଆଉଁସି ଦେଉଥାନ୍ତି l

ଅପଲକ ନୟନରେ ଅନିମେଷ ଚାହିଁ ଥାଏ ମାମାଙ୍କୁ lଆଖିରେ ଲୋତକ ଭିଜା l

"ଆରେ ପାଗଳା ଏମିତି କଣ ଅନେଇଛୁ, ଶୀଘ୍ର ଖାଇ ଦେଲୁ, ବହୁତ ଟାୟାର୍ଡ଼ ହେଇଜିବୁନି ଶୋଇଯା କାଲି କଥା ହେବା l"

ଖାଇସାରି ଅନିମେଷ ବେଡ଼ ରୁମକୁ ଚାଲିଗଲା ନିରବ ଭାବରେ l

ଅନିତା ଦେବୀ ସୋଇଥାନ୍ତି, ରାତି ଠିକ ଚାରିଟା ପୁଣି କଲିଂ ଵେଲ ବାଜିଲା, ଏତେ ରାତିରେ, ଆଶଙ୍କା ଆଉ ଭୟରେ କବାଟ ଖୋଲି ଯାହା ଦେଖିଲେ ନିଜ ଆଖିକୁ ବିଶ୍ୱାସ କରିପାରିଲେଣି, ବାପା ଝିଅ ତାଙ୍କ ଆଗରେ l ଖୁସିରେ ଆତ୍ମହରା ହେଇ ଉଠିଛନ୍ତି ଅନିତା ଦେବୀ

 "ଆରେ ତମେ.... ହେ ପ୍ରଭୁ ମୁଁ ସ୍ୱପ୍ନ ଦେଖୁନି ତ, ହେ ପ୍ରଭୁ ଜଗନ୍ନାଥ ତମର ଅପାର କରୁଣା, ମୋ ପରିବାର ଫେରେଇ ଦେଲ, ମାଆ ଅସୀମା ପୁରା ଶୁଖିଗଲୁଣି, ତମେ ବି କାମ କରି କରି କଳା କାଠ ପଡ଼ିଗଲଣି, ଥାଉ ଦରକାର ନାହିଁ ଆମର ସେ ଚାକିରୀ, ତମେ ଆଉ ଯିବନି l ""

ଅଶୋକ ବାବୁ ଆଉ ଅସୀମାକୁ ଆଲିଙ୍ଗନ କରିପକାଇଲେ ଅନିତା ଦେବୀ, 

କିନ୍ତୁ ଅଶୋକ ବାବୁ ଆଉ ଅସୀମା ପୁରା ନିରବ ଥିଲେ, କିଛି ଅଶ୍ରୁ ନିଗାଡ଼ି ପଡୁଥିଲା ହୃଦୟ କୋଣରୁ l

" ଜାଣିଛ ନା ଆମ ଅନି ବି ଲଣ୍ଡନରୁ ଫେରିଆସିଛି, ହଉ ତମେ ବାପ ଝିଅ ବହୁତ ଟାୟାର୍ଡ଼ ଥିବ, ଶୋଇଯାଅ ସକାଳୁ ଢେର ସାରା ଗପିବା l"

ସକାଳୁ ହେଇଗଲା ଅନିତା ଦେବୀଙ୍କୁ ନିଦଟା ଜୋର ହେଇଯାଇଛି, ବୋଧେ ଆଠଟା ବାଜିଗଲାଣି, ସେ ଜାଣିପାରିନାହାନ୍ତି l 

" ହେ ପ୍ରଭୁ ଏ କି ନିଦ ହେଲା, ଆଠଟା ହେଲାଣି, ହେଇଟି ଶୁଭୁଛି କୁଆଡେ ଗଲ, ବାପା ଅନି ତୁ ବି ଶୋଇଛୁ ଉଠିନୁ, ଆରେ ଅସୀମା ତୁ କୁଆଡେ ଗଲୁ l କେହି କଣ ଶୁଣୁ ନାହାନ୍ତି l ତାଙ୍କ ବେଡ଼ ରୁମରେ ବି ନାହାନ୍ତି l କୁଆଡେ ଗଲେ?? ""

ହଟାତ ଫୋନ ବାଜିଉଠିଲା.....

" ମାଡାମ, ଡା ଅଶୋକ ପାଣିଗ୍ରାହୀ ସାର, ଅସୀମା ମାଡାମ, ଅନିମେଷ ବାବୁ କୋଭିଡ ରୋଗରେ ଆରପାରିକୁ ଚାଲି ଯାଇଛନ୍ତି l ତାଙ୍କର ମର ଶରୀର ଆଜି ସନ୍ଧ୍ୟାରେ ବିମାନ ବନ୍ଦରରେ ପହଞ୍ଚିଲା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସାର ଓ ମାଡାମଙ୍କର ଶେଷକୃତ୍ୟ ସମ୍ପନ ହେବ l ଅନିମେଷ ବାବୁଙ୍କ ଶବ ତ ଆସିପାରିବନି, କିନ୍ତୁ ପ୍ରମାଣ ସ୍ୱରୂପ ତାଙ୍କର ମୃତ ଶରୀରର କିଛି ଫୋଟୋ ଲଣ୍ଡନ ହସ୍ପିଟାଲରୁ ହସ୍ତଗତ ହେଇଛି l "

ପାଗଳୀ ପ୍ରାୟ ହେଇ ଉଠିଛନ୍ତି, ସାରା ଘର ଖୋଜି ପକେଇଛନ୍ତି . ହେଲେ କେହି ନଥିଲେ l ଛାତି ଫାଟି ଉଠିଛି, ହୃଦୟର କୋହ ସୀମା ଲଙ୍ଘି ଯାଇଛି l ସବୁକିଛି ସ୍ୱପ୍ନ ଆଶାର ସୌଧ ଧୂଳିସାତ ହେଇଗଲା ଅନିତା ଦେବୀଙ୍କର l ଦୁଲକାଏ ପବନ ସlଇଁ ସlଇଁ ହେଇ ବୋହିଯାଉଥାଏ l ଅବଶ ହେଇ ବସି ପଡ଼ିଥାନ୍ତି ଅନିତା ଦେବୀ l ମୁକ ନିରବ ହେଇଯାଇଥାନ୍ତି l ଆଉ ହୃଦୟର ବକ୍ଷ ଚିରି ଝରିଆସୁଥିଲା କେଇ ବୁନ୍ଦା ଶେଷ ଅଶ୍ରୁ l

ଆଉ ଦୂରରୁ ଭାସିଆସୁଥିଲା ଗୋଟେ ସ୍ୱର," ଏମିତିରେ ବି ଆମେ ମରିଗଲେ ଭୂତ ହେଇ ଆସିବୁ ତମ ପାଖକୁ "



Rate this content
Log in

More oriya story from DR SAMIR RANJAN BEHERA

Similar oriya story from Tragedy