ଏଇ ବୋଧେ ନର୍କ
ଏଇ ବୋଧେ ନର୍କ
ସ୍ବର୍ଗ ର ଆର ପଟ ନର୍କ
ଦୁଃଖ,ଶୋକ, ରୋଗ,ଭୋକ
ମାନଙ୍କ ସୁଶୋଭିତ ଉଦ୍ୟାନ
ନୀଳ ନୀଳ ଆକର୍ଷଣ
ବେଶ୍ ଆମୋଦ ପୂର୍ଣ୍ଣ ।।
ଷଠିରୁ ମଶାଣି
ଜଂଜାଳିତ ମୋହର ରୋଷଣି
ଭୋଗରେ ଶିହରିତ
ତନୁ ମନ ତନ୍ନ ତନ୍ନ
ଗଠନ ର ଭେଳିକିରେ
ସବୁ ହୁଏ ଭଗ୍ନ ।।
ଜୀବନ ଚିତ୍ରରେ
ଢାଳି ଦେଲେ
ଯେତେ ରଙ୍ଗ
ଲୁଚେ ନାହିଁ ନଗ୍ନ ।।
ଏଇ ବୋଧେ ନର୍କ
ଆସ ଏବେ ଏବେ
ଆଖି ବୁଝି ଶୋଇଯିବା
ରାତି ଜମା ପାହିବନି
ସରିବନି ସ୍ବପ୍ନ ।।