ଶିଶୁ
ଶିଶୁ
ଶିଶୁ ଅଟେ ବ୍ରହ୍ମା, ଶିଶୁ ଅଟେ ବିଷ୍ଣୁ
ଶିଶୁ ହିଁ ତ ମହେଶ୍ଵର
ଶିଶୁ ଅଟେ ସୃଷ୍ଟି, ଆଶା, ସମ୍ଭାବନା
ଶିଶୁ ଶାଶ୍ୱତ ସୁନ୍ଦର ।
ଶିଶୁ ଅଟେ ଏକ ସଜ ଫୁଟା କଲି
ବାସେ ତା' ବିସ୍ମୃତ କରେ
ଶିଶୁ ଅଟେ ପୁଣି ନିରବ କାକଳି
ମନ ଆନମନା କରେ ।
ଶିଶୁ ପାଖେ ଭରା ରଙ୍ଗର ସମ୍ଭାର।
ଇନ୍ଦ୍ରଧନୁ ଲାଜେ ମରେ
ଶିଶୁ ଭରିଦିଏ ପୁଷ୍ପର ସୁଗନ୍ଧ
ଭ୍ରମର ମୂର୍ଚ୍ଛାରେ ସଢେ ।
ଶିଶୁ ମୁଖେ ଥାଏ ମନଲୋଭା ହସ
ସର୍ବେ କରେ ଆପଣାର
ଶିଶୁର ହୃଦୟ ନିରୀହ ନିଷ୍ପାପ
ନାଶ କରେ ଅହଂକାର ।
ଶିଶୁଟିର ମନ କାଳିମା ବିହିନ
ଗୋଧୂଳି ଆକାଶ ସମ
ଶିଶୁ ମନ ପାଶେ ବନ୍ଧା ପଢ଼ିଯାଏ
ପରାକ୍ରମୀ ନରାଧମ ।
ଶିଶୁଙ୍କୁ ନ କର କେବେ ହତାଦର
ପୁତ୍ର କନ୍ୟା ଭେଦ ମତେ
ଶିଶୁର ମନରେ ଭର ନାହିଁ ବିଷ
ଜଣା ଅବା ଅଜାଣତେ ।
**********
ମାନସ କୁମାର ପାତ୍ର