Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ଉତ୍କଳ ଦିବସ

ଉତ୍କଳ ଦିବସ

1 min
6.9K



ତପନ କୁମାର ସ୍ୱାଇଁ


ଛୁଟି ଦିନେ ଆଜି କୁଆଡ଼େ ଯାଉଛୁ

ଅଜା ପଚାରିଲେ ମାମାକୁ,

ସଜବାଜ ହୋଇ ବାହାରିଛୁ କାହିଁ

ପିନ୍ଧି ତୋର ନୂଆ ଜାମାକୁ । ।

ହସି ହସି ମାମା କହିଲା ଅଜାଙ୍କୁ

ଜାଣିନକି ଆଜି କଅଣ,

ପ୍ରତ୍ୟେକ ଓଡ଼ିଆ ଆଜି ଦିନଟିକୁ

କରୁଛନ୍ତି ପରା ସ୍ମରଣ । ।

ଉଣେଇଶି ସହ ଛତିଶ ମସିହା

ଅପ୍ରେଲ ପହିଲା ଦିନରୁ,

ସ୍ୱତନ୍ତ୍ର ପ୍ରଦେଶ ହୋଇଲା ଓଡ଼ିଶା

ଭୁଲିଗଲଣିକି ମନରୁ । ।

ସେହି ଦିନଠାରୁ ଅପ୍ରେଲ ପହିଲା

ପାଳନ କରୁଛି ଓଡ଼ିଶା,

ଚାରିଆଡ଼େ ସଭା ସମିତି କରନ୍ତି

ଭାଇବନ୍ଧୁ ସାହି ପଡ଼ିଶା । ।

ଆମ ଓଡ଼ିଶାର ପୂର୍ବ ନାମଥିଲା

ଉଡ୍ର, କଳିଙ୍ଗ, ଉତ୍କଳ,

ବୀର ଜାତି ଭାବେ ପରିଚୟ ତା’ର

ଜାଣିଛନ୍ତି ପରା ସକଳ । ।

ମଧୁ, ଗୋପବନ୍ଧୁ, ଫକୀର ମୋହନ

କୃଷ୍ଣଚନ୍ଦ୍ର ଗଜପତି,

ସ୍ୱତନ୍ତ୍ର ଉତ୍କଳ ଗଢ଼ିଛନ୍ତି ବୋଲି

ମନେପଡ଼େ ତାଙ୍କ ସ୍ମୃତି । ।

ସେଥିପାଇଁ ଆମେ ଯାଉଅଛୁ ଆଜି

ହାତେ ଧରି ଫୁଲ ଚନ୍ଦନ,

ପାଳନ କରିବୁ ଉତ୍କଳ ଦିବସ

ଏକ ସ୍ୱରେ ଦେଇ ସ୍ଲୋଗାନ । ।


Rate this content
Log in

Similar oriya poem from Classics