Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Classics Romance

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics Romance

ପ୍ରେମର ସଂଜ୍ଞା

ପ୍ରେମର ସଂଜ୍ଞା

1 min
6.8K


ରୋମାଣ୍ଟିକ କବି ମାୟାଧର ମାନସିଂହ


ପ୍ରେମ ସେ କିପରି କଥା,କିବା ସଂଜ୍ଞା ତାର ?

କିପରି ହୁଅଇ ତା'ର ପ୍ରାଣରେ ସଞ୍ଚାର ?

କିବା ସଂଜ୍ଞା ଦେବି ପ୍ରିୟେ ? ବିଶ୍ଵ-ଆକର୍ଷଣ

ପ୍ରେମ ନାମ ପରିପୂର୍ଣ୍ଣ ଆତ୍ମ-ସମର୍ପଣ ।

ତରୁଣ ତରୁଣୀ ପ୍ରାଣ ଏହି ଯାଦୁକର

ଅନ୍ୟୋନ୍ୟେ ଟାଣଇ ଆଦ୍ୟେ, ଅଞ୍ଜନ ରୂପର

ଲଗାଇ ଦୁହିଁଙ୍କ ନେତ୍ରେ ।ରୂପେ ହେଲେ ଶେଷ

ପ୍ରେମ ନାମ ନୁହେଁ ତାର,ଅନ୍ୟ କି ବିଶେଷ

ନିକୃଷ୍ଟ ସମ୍ଭୋଗ ତାହା ।ଦେହ-ଅବସାନେ

ଯେ ମିଳନ ପ୍ରତିଷ୍ଠିତ ଅନ୍ୟୋନ୍ୟ କଲ୍ୟାଣେ

ସେହି ସେ ପ୍ରକୃତ ପ୍ରେମ ।ବିଶ୍ୱାସ ପରମ

ଆବୃତ କରଇ ତାରେ ଦୃଢ଼ ବର୍ମ୍ମ ସମ,

ଆଶଙ୍କା ସନ୍ଦେହ ଦ୍ବନ୍ଦ୍ବୁ ।ସୁଖ ସେ ପ୍ରେମରେ

ଗ୍ରହଣ ନ କରି ଖାଲି ତ୍ୟାଗ ପରସ୍ପରେ ।

ସମାପ୍ତ


Rate this content
Log in

Similar oriya poem from Classics