Audio

Forum

Read

Contests

Language


Write

Sign in
Wohoo!,
Dear user,
ସାନ୍ତ୍ବନା
ସାନ୍ତ୍ବନା
★★★★★

© Bhakta Malla

Inspirational

1 Minutes   6.8K    3


Content Ranking

ମୋତେ ଛାଡିଯିବାକୁ ହେବ ମାଟି ଘଟ

ଆଉ କେଉଁ ସୁଖ ସଂଧାନରେ

କେଉଁ ସୁଖ ?

ଏ ଯାଏ ଜୀଇ ଆସିଥିବା ଜୀବନ

କାଳେ ଗାଇ ନାହିଁ ସୁଖର ସଂଗୀତ ।

ମୋର ଆୟମାରମ୍ଭ କାଳ

ସଂଭୋଗର ସବୁଜ ସକାଳ

ଅମାଚ୍ଛନ୍ନ ହୋଇଗଲା

ସୂର୍ଯ୍ୟଙ୍କର ପ୍ରଚଣ୍ଡ ଦ୍ୟୁତି ରେ

ଦ୍ୟୁତିବାନ୍ ଉତ୍ତାଳ ରଶ୍ମିରେ

ମୋତେ ଫେରିବାକୁ ହେବ

ଗାଇବାକୁ ହେବ ଚର୍ଯ୍ୟାରସଂଗୀତ

ଅବଶିଷ୍ଟ ଆୟୂଷର କାଳ ।

ଯେଉଁଠି ଶୁଭୁ ନଥିବ

ଶ୍ରୀକୃଷ୍ଣଙ୍କ ପଞ୍ଚଜନ୍ୟ ନାଦ

ବୁଦ୍ଧ ଙ୍କର " ଶରଣମ୍ ଗଚ୍ଛାମି "

ଦୃଶ୍ୟ ହେଉ ନଥିବ

ଯୀଶୁ ଙ୍କର ସତ୍ ପଥ

ମହମ୍ମଦଙ୍କର ଶୂନ୍ୟ ମସ୍ଜିଦ ।

ମୋତେ ଭସେଇବାକୁ ହେବ ମୋର ନୌକା

ସୀମାହୀନ ମହାସାଗରରେ

ଭାସିବାକୁ ହେବ ଯେଣେତେଣେ ମନଇଚ୍ଛା

ଗାଇବାକୁ ହେବ ସୁଖଚର୍ଯ୍ୟାର ସଂଗୀତ

ବିନା କାହା ନିର୍ଦ୍ଦେଶରେ

ଆପଣାର ଛନ୍ଦହୀନ ଲୟହୀନ

ରାଗ ଶୂନ୍ୟ ବେସୁରା ରାଗରେ ।

ମାଟିଦୀପ କେଉଁଠି ଅବଶ୍ୟ ଦୃଶ୍ୟହେବ

ନ ଥିବ ବାଧା, ବଂଧନର ବୈଷୟିକ ବିଭା

ଅବଚେତନରେ ଅଟକିଥିବା

କାଳ କାଳ ଭୋଗି ନଥିବା

ସୁଖଚର୍ଯ୍ୟାର ସଂଗୀତ

ଯେଉଁଠି ଗାଇ ହେଉଥିବ ।

ଶ୍ରଦ୍ଧା ର ସହ

ଭକ୍ତ ଚରଣ ମଲ୍ଲ

ନେମ୍ବରା, କେନ୍ଦ୍ରାପଡା

ମାଟିଦୀପ ସାନ୍ତ୍ବନା ଶ୍ରୀକୃଷ୍ଣ

Rate the content


Originality
Flow
Language
Cover design

Comments

Post


Some text some message..