ସମୟ ଯାଚିଦିଏ ସମ୍ମାନ
ସମୟ ଯାଚିଦିଏ ସମ୍ମାନ
ମରତ ଭୂମିରେ ପ୍ରକୃତି କୋଳରେ
ସମୟ ସାଥିରେ ଚାଲେ ମଣିଷ
ସୁଖଦୁଃଖ ଦୁଇ ସହଚର ହୋଇ
ଜୀବନ ସହିତ କରନ୍ତି ବାସ ।
ଆମର ସମାଜ ଏମିତି ତା' ସାଜ
ସବୁରି ମୁଖେ ଗରିବ ଟାପରା
ସମୟ ଚକରେ ସ୍ଥିତି ବଦଳିଲେ
ସନମାନେ ପୋତିପକାନ୍ତି ପରା ।
ଆବେ ମକରାରୁ ବାବୁ ମକରାରେ
ନାମର ହୁଅଇ ପରିବର୍ତ୍ତନ
ଭାରି ଖୁସି ଲାଗେ ଏହି ଡାକରାରେ
ଭିତରେ ଭିତରେ କୁରୁଳି ମନ ।
ସତ୍ୟ ଧର୍ମ ପଥେ ଯେବେ ଗମି ନିତ୍ୟେ
ଉପାର୍ଜନ କରୁଥାଏ ସେ ଧନ
ବିଭୁ କରୁଣାରେ ବଢ଼ି ବଢ଼ି ଚାଲେ
ସମୟ ସତେ କି ଅଙ୍ଗ ଭୂଷଣ ।
ଅବିଶ୍ବାସୀ ଜନ କୁତ୍ସା ରଟନ
ଆନ ପାଖେ ଯେବେ କରେ ଅସହ୍ୟେ
ତାହାର ସେ ବୋଲି ଖାଦ ମିଶା ବୋଲି
ସମୟ ନିଶ୍ଚୟ ସୂଚାଇ ଦିଏ ।
ସୁକରମୁ ଯିଏ ବ୍ୟତିକ୍ରମ ହୁଏ
ଯେତେ ବିତ୍ତଶାଳୀ ସମୟ ଚକେ
ଅନ୍ତରୁ ସମ୍ମାନ ହୁଅଇ ଉଭାନ
ମନ ରଖିବାକୁ ଦିଅନ୍ତି ଥୋକେ ।
ଭରସା ବିଶ୍ବାସ ନିଜଠାରେ ରଖି
ଯିଏ କରଇ ସୁକର୍ମ ସାଧନ
ସମୟ ନିଶ୍ଚୟ ହୋଇଣ ସଦୟ
ବିଭୂଷିତ ଅଯାଚିତ ସମ୍ମାନ ।