ମୋ ନିଜ କଥା
ମୋ ନିଜ କଥା
ହାଇରେ ବିଧାତା କାହିଁକି ମୋ ମନ
ଏମିତି କରି ଗଢିଲୁ
ନିଜ କଥା ଛାଡି ଅନ୍ୟର ଚିନ୍ତାରେ
ମୋତେ ବୁଡାଇ ରଖିଲୁ?
ପରିବାର କଥା ଭୁଲିଗଲି ବୋଲି
ଘରୁ ପ୍ରତିଦିନ ଗାଳି
ତଥାପି ମୋ ମନ ବଦଳି ଗଲାଣି
ଅନ୍ୟ ପାଇଁ ମନ ଦେଲି?
ଅନ୍ୟର ସେବାରେ ମନ ଦେଲି ସତ
ଫଳ ପାଇଲି ଓଲଟା
ପ୍ରଶଂସା ବ୍ୟତୀତ ନିନ୍ଦା ଅପମାନ
କଲା ମୋ କପାଳ ଫଟା
ବାକି ରହିଲା ମୋ ଅଳପ ଜୀବନ
ହେଲେ ତ ଅନେକ ବ୍ୟଥା
ନୁହଁଇ କବିତା ଅଶ୍ରୁଧାରେ ଲେଖା
ନିଜର ଜୀବନ କଥା
ଚିତ୍ତ ରଞ୍ଜନ ଲେଙ୍କା (କଟକ) ©