Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Nath

Inspirational

3  

Prasant Kumar Nath

Inspirational

ଗଢିବା ସବୁଜ ବନ - ୨

ଗଢିବା ସବୁଜ ବନ - ୨

1 min
134


ବର୍ଷା ଖରା ଆଉ ହେଉନି ସମୟେ

ସବୁତ ଯାଇଛି ବଦଳି

ଚାଷବାସ ଆଉ ହୋଇ ପାରୁନାହିଁ

ଚାଷୀ ପଡେ ଏଠି ସିକୁଳି ।

ସାର ମସଲାକୁ ଢାଳୁଥିଲେ ଯେତେ

ଚାଷକି ହୋଇବ ଭଲରେ

ବର୍ଷା ପାଦ ଯଦି ନପଡିବ ଥରେ

ନିରୀହ ଚାଷୀର କ୍ଷେତରେ ।

ଅଜା ବସିଥିଲେ ଚିନ୍ତାରେ ଦିନୁଟେ

ମୁଣ୍ଡରେ ସେ ହାତ ଦେଇକି

କୁନା ପଚାରିଲା ହୋଇଛି କଅଣ

ବସିଛ ଏମିତି କାହିଁକି ।

କହିଥିଲେ ଅଜା ନିଇତି ଖଟୁଛି

କେତେ କଷ୍ଟ କରି ବିଲରେ

ବର୍ଷା ନହେବାରୁ ହେଉନାହିଁ ଆଉ

ଚାଷବାସ ଜମା ଭଲରେ ।

ସୋଇଥିଲା ବେଳେ ଅଦ୍ଭୁତ ବୁଦ୍ଧିଟେ

କୁନାର ମୁଣ୍ଡରେ ପଶିଲା

ଆଧୁନିକ ଯୁଗେ ସବୁ କିଛି ପରା

ସୁଇସ ଚିପିଲେ ଆସିଲା ।

ବରଷା ପାଇଁକି ନିଶ୍ଚିତ ଆକାଶେ

ସୁଇଚିଟେ ଥିବ ଲାଗିକି

ଚିପି ଦେବି ମୁହିଁ ସେହି ସୁଇଚିକୁ

ସିଡିରେ ଥରୁଟେ ଚଢିକି ।

ଯେତେ ଚଢ଼ିଲା ସେ ସିଡିର ପାହାଚ

ଆକାଶଟା ଗଲେ ଦୁରେଇ

ଧୀରେ ଧୀରେ କିଏ ତା କାନେ କହିଲା

ଭଲକରି ତାକୁ ବୁଝେଇ ।

ତୁମେ ଗଢ଼ିଦେଲେ ସବୁଜ ବନାନୀ

ନିଶ୍ଚିତ ବରଷା ହୋଇବ

ଚାଷ ବାସ ସବୁ ଭଲରେ ହୋଇବ

ତୁମେ ବି ଶାନ୍ତିରେ ରହିବ ।

ଏହି କଥା ଥରେ ଶୁଣିଦେଲା ପରେ

କୁନାର ମନକୁ ପାଇଲା

ସବୁଜ ବନାନୀ ଗଢିବା ପାଇଁକି

ସମସ୍ତଙ୍କୁ ଯାଇ କହିଲା ।


Rate this content
Log in

Similar oriya poem from Inspirational