KALANDI JENA

Tragedy

4.0  

KALANDI JENA

Tragedy

ତୁମେ ଚାଲିଗଲା ପରେ

ତୁମେ ଚାଲିଗଲା ପରେ

2 mins
154


ମନେ ପଡୁଛି ଦୁଇ ତିନି ମାସ ତଳେ ତୁମେ ଆମ ଘରକୁ ନୂଆ ବୋହୂ ହୋଇ ଆସିଥାଅ । ସେଦିନ ଥାଏ ଆଶ୍ୱିନ ମାସର ଶୁକ୍ଳପକ୍ଷ। ନିର୍ମଳ ଆକାଶରେ ଅର୍ଦ୍ଧଚନ୍ଦ୍ର ସାଙ୍ଗକୁ ତାରପୁଞ୍ଜ ଗୁଡକର ଶୋଭାକୁ ଚାହିଁ ତୁମେ ଏକୁଟିଆ ଛାତ ଉପରେ ଠିଆ ହୋଇ ଭାବନା ର କେଉଁ ରାଇଜରେ ହଜି ଯାଇଥାଅ। ଛାତ କବାଟ ପାଖରେ ଠିଆ ହୋଇ ଜହ୍ନ ଅଲୋକରେ ତୁମର ସୌନ୍ଦର୍ଯ୍ୟକୁ ମୁଁ ମନଭରି ଉପଭୋଗ କରୁଥାଏ। ହଳଦୀ ବୋଳା ଗୋର ଦେହ କୁ ହଳଦୀ ରଙ୍ଗ ର ପତଳା ଶାଢ଼ୀ ,ପଦ୍ମ ପାଖୁଡ଼ା ପରି ପାଦ ରେ ଅଳତାର ସରୁ ଧାର ଚନ୍ଦ୍ରାଲୋକରେ ଝକ୍ ଝାକ୍ ଦିଶୁଥିବା ଘୁଙ୍ଗୁର ଲଗା ରୂପା ପାଉଁଜି ଶରତର ମୃଦୁ ମଳୟରେ ଦୋଳାୟମାନ ଆଯାନୁ ଲମ୍ବିତ ସୁସଜ୍ଜିତ କେଶରାଶୀ ସତରେ ,ଇଚ୍ଛା ହେଉଥାଏ ତୁମର ସେଇ ସୌନ୍ଦର୍ଯ୍ୟ କୁ ଏମିତି ଦୂରରୁ ଥାଇ ସାରା ରାତି ଉପଭୋଗ କରୁବାକୁ। କିନ୍ତୁ ନାଁ,ଆଉ ପାରିଲିନି, ପାଦ ଚାପି ଯାଇ ତୁମ ପଛରେ ଠିଆ ହେଲି। ତୁମ କାନ୍ଧରେ ଓଠ ରଖି କଟିରେ ହାତ ଛନ୍ଦି ପଚାରିଲି "କଣ ଦେଖୁଛ ?"

  ଟିକିିଏ ଚମକି ପଡ଼ିଥିଲ ତୁମେ ।  

   "କେତେବେଳେ ଆସିଲ"

    " ଵହୁ ସମୟ ହେଵ, ତୁମକୁ ଦେଖୁଥିଲି    

    "କଣ ଦେଖୁଥିଲ"

    " ଦେଖୁଥିଲି ସଂସୃତ ଗୁରୁମା  ଭାବନା ରାଜ୍ୟରେ ରହିଲେ କେତେ ସୁନ୍ଦର ଦେଖା ଯାଆନ୍ତି ଆଉ ଵିଜ୍ଞାନ ଗୁୁରୁଜୀ ଦୂରରୁ ଥାଇ ଭଲ ଗବେଷଣା କରି ପାରନ୍ତି ନା" ଲାଜୁଆ ହସ ସହିତ ସେ ଦିନର ସେ ଉକ୍ତି ଆଜି ବି ମୋତେ ଅନ୍ଦୋଳିତ କରେ। କହିଲି ତୁମ ଭାବନା ସହ ମୋ ଗବେଷଣା ମିଶାଇ ନୁଆ ସୃଷ୍ଟି ଟିଏ ତିଆରି କଲେ କିପରି ହୁଅନ୍ତା ? ସ୍ମିତ ହସ ସହ ମୋ ଉପରେ ସଂପୂର୍ଣ୍ଣ ଆଉଜି ପଡିଥିଲ। ତୁମ କୋଳରେ ମୁଣ୍ଡ ରଖି କ୍ଳାନ୍ତ ଶରୀରକୁ କିଛି ସମୟ ଛାତ ଉପରେ ବିଛା ଯାଇଥିବା ଶେଯ ଉପରେ ଲୋଟାଇ ଦେଲି। ମୁକ୍ତ ଆକାଶ କୁ ଚାହିଁ ଆଗାମୀ ଦିନ ଗୁଡ଼ିକର ସମ୍ଭବ୍ୟତା ନେଇ ପଚାରିଲି

କିଛି ଖବର ରଖିଛ ?

କେଉଁ ବିଷୟରେ ?

ତୁମ ହେଡ ସାର୍ କହୁଥିଲେ , ତୁମ ସ୍କୁଲକୁ ନିକଟ ରେ ସରକାର ଅନୁଦାନ ଦେବେ।

ସାର୍ କେଉଁଠି ଦେଖା ହୋଇଥିଲେ?

ମାେ ସ୍କୁଲ ଯିବା ବାଟରେ

ବଡ ଖୁସି ମନରେ କହୁଥିଲେ ,ଦିଦିଙ୍କୁ କହିଦେବେ ଏଇ ଦୁଇ ମାସ ମଧ୍ୟରେ ସମସ୍ତଙ୍କୁ ଦରମା ମିଳିବ। ଟିକିଏ ହସିଦେଇ କହିଲ - ବୁଝିଲ, ଏଥିରେ ମାେ ପାଇଁ କିଛି ନୂତନତ୍ବ ନାହିଁ।ହେଡ଼ ସାର୍ ଙ୍କ ଠାରୁ ଦୀର୍ଘ ୧୫ ବର୍ଷ ହେଲା ଏହିକଥା ଶୁଣି ଆସୁଛି। ଭଗବାନଙ୍କ ଇଚ୍ଛା ,ମିଳିଲେ ଜାଣିବି ମିଳିଲା ବୋଲି। ଭଗବାନ ଇଛା ତ ପୂର୍ଣ୍ଣ ହେଲା । ମୋତେ ସରକାରୀ ଚାକିରି ମିଳିଲା। ଆମ କୋଳକୁ ଲକ୍ଷ୍ମୀ ପ୍ରତିମା ପରି ଝିଅ ଟିଏ। ତୁମର ବି ସରକାରୀ ଦରମା ମିଳିବାର ଘୋଷଣା ହେଲା। ସଂସ୍କୃତରେ ସ୍ନାତକୋତ୍ତର ହୋଇଥିବାରୁ ତୁମକୁ ଅଧିକ ଦରମା ମିଳିବ ବୋଲି ସରକାରୀ ନିର୍ଦ୍ଦେଶ ଆସିଲା । ସତେ ଯେପରି ସବୁ ସୁଖ ଇଶ୍ଵର ଆମକୁ ଦେଇଦେଲେ। କିନ୍ତୁ ଏ ସୁଖ କାହା ପାଖରେ କହିଥାନ୍ତି, ତୁମେ ସେତେ ବେଳେ ରୋଗ ଶଯ୍ୟାରେ। ତୁମେ ଚାଲିଗଲ ଝିଅକୁ ମାେ ପାଖରେ ଛାଡ଼ିଦେଇ। ସେ ଜାଣିଛି ତମେ ଯାଇଛ ଠାକୁରଙ୍କ ପାଖକୁ ଭଲ ହେଲେ ଫେରିବ।ବେଳେ ବେଳେ ମୋତେ ପଚାରେ ତୁମେ କେବେ ଫେରିବ ବୋଲି,ଆଉ ସବୁଦିନ ପରି ମୁଁ କହେ ତାଙ୍କ ଦେହ ଭଲ ହେଲେ ସେ ନିଶ୍ଚୟ ଆସିବେ, ମାଆ। ଜାଣିଛ, ଦିନେ ତାର ସ୍କୁଲ ବାର୍ଷିକ ଉତ୍ସବରେ ତା ସାଙ୍ଗ ପିଲାମାନଙ୍କ ମାଆ ମାନଙ୍କୁ ଦେଖି ମୋତେ ଅଭିମାନରେ କହିଲା ମୋ ମାମା ଜମା ଭଲ ନୁହେଁ , ମାେ କଥା ତାର ଜମା ମାନେ ପଡୁନି। ଲୁହକୁ ଆଉ ଚାପି ପାରି ନଥିଲି ସେଦିନ। ତୁମ କଥା ବହୁତ୍ ମନେ ପଡ଼ିଲା । 


Rate this content
Log in

Similar oriya story from Tragedy