Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

UPENDRA PRUSTY

Tragedy

3  

UPENDRA PRUSTY

Tragedy

ତୁଳସୀ

ତୁଳସୀ

3 mins
29


ରବିବାର ଦୁଆର ମୁହଁରେ ସକାଳୁ ସକାଳୁ କାହାର ଡାକରେ ଚମକି ପଡ଼ିଲେ ଆମ ଅର୍ଦ୍ଧାଙ୍ଗିନୀ। ମାଛ ନେବ ମାଛ।ସବୁ ମାଛ ଅଛି।ପାଣିଆଖିଆ, ଇଲିଶି,ରୋହି, ଭାକୁର,

ମ ଉ ରା ଳି, ଶୀଙ୍ଗି, ମାଗୁର ଇତ୍ୟାଦି। ମୁଁ ଘରୁ ବାହାରି ଗଲି।ଦେଖିଲି,ମଧ୍ୟ ବୟସ୍କା ବିଧବା ମହିଳାଟିଏ। ଟୋକେଇରେ ବିଭିନ୍ନ ପ୍ରକାର ମାଛ ଧରି ଡାକ ଛାଡିଛି।ପାଖକୁ ଗଲାରୁ କହିଲା,ଭାଇ! ମାଛ ରଖିବ।ଟିକେ ଟୋକେଇଟା ଧରି ଓହ୍ଲାଇ ଦିଅ।ମୁଁ କେମିତି ଏକୁଟିଆ ଓହ୍ଲାଇ ପାରିବି।ତୁମେ ତ ମୋର ଭାଇ ହୋଇଗଲ ଆଜି ଠାରୁ।ସେଥିରେ ମୁଁ କୃତ୍ୟ କୃତ୍ୟ ମନେ କରି ସମ୍ମତି ପ୍ରକାଶ କରି ଟୋକେଇଟି ଧରି ଓହ୍ଲାଇ ଦେଲି ତଳକୁ। ଅର୍ଦ୍ଧାଙ୍ଗିନୀଙ୍କୁ ଡାକ ଛାଡିଲି।ଦେଖ,ଆଜି ତୁଳସୀ କଣ ସବୁ ମାଛ ଆଣିଛି। ଘରଣୀ ବି ମାଛ ଖାଇବାରେ ରୁଚି ରଖିଥାନ୍ତି। ଆମେ ଦୁହେଁ ଚାକିରିଆ।ଘରେ ମୋର ବିଧବା ମା।ପୁଅ ବାହାରେ ପଢେ।ଛୁଟି ଦିନରେ ବି ଟିକେ ସମୟ ଅଭାବରୁ ବଜାର ଯିବା ସମ୍ଭବ ହୁଏ ନାହିଁ।ତେଣୁ ତୁଳସୀ ଉପରେ ନିର୍ଭର କରିବାକୁ ପଡ଼େ।ଘରଣୀ ବାଛି ବାଛି କରି ମାଛ ରଖେ।ପାଣି ଆଣି ଦିଏ।କାଟି ସାରିବା ପରେ ଘରକୁ ନେଇଯାଏ।ମାଛ ଭଜା ,ମାଛ ତରକାରି କରି ନିଜେ ଖାଏ ଓ ରନ୍ଧା ସମୟରେ ପରଷି ଦେବାକୁ ଭୁଲେ ନାହିଁ।ଗରମ ଗରମ ଭଜା ଖାଇ ମୁଁ ବି ପ୍ରଶଂସା ରେ ପୋତି ପକାଏ ନିଜର ଅର୍ଦ୍ଧାଙ୍ଗିନୀ ଙ୍କୁ।

      ଏ ତୁଳସୀ ଆଜି ନୁହେଁ। ବହୁତ ଦିନରୁ ଆମ କଲୋନୀରେ ମାଛ ବିକି ଦେଇ ଯାଏ।ବୁଲି ବୁଲି ବିକିବାପରେ ଗୋଟିଏ ନିର୍ଦ୍ଦିଷ୍ଟ ଜାଗାରେ ବସି ସବୁ ବିକି ସାରି ଘରକୁ ଫେରି ଯାଏ।କାହାକୁ ବାକି ଦିଏ ବା କାହାକୁ ନଗଦ ଦିଏ।ବେଳେ ବେଳେ ସେଇ ଜାଗାର ଲୋକ ତାସାଙ୍ଗରେ ଜୁଲମ କରନ୍ତି। ବହୁତ କମରେ କିମ୍ବା ମାଗଣାରେ ମାଛ ନେବାକୁ କହନ୍ତି, ହଇ ଲୋ ମାଛ ବାଲି!ଏଠାରେ ଆସି କଣ ପାଇଁ ବସୁଛୁ।ତୋ ମାଛ ତୁ ନେଇ ଯା। ଏଠି କଣ ବଜାର ଭଡା ଦେଉଛୁ କି? ଏଥିରେ ତୁଳସୀ ଟିକିଏ ବୋଲି ଡରେ ନା। କାହିଁକି ନା ସେ ନିଜେ ପରିଶ୍ରମ କରି ମାଛ ଆଣି ଅନ୍ୟ ମାନଙ୍କ ପରି ବିକି ଚାଲିଛି।

      ବେଳେ ବେଳେ ମୁଁ କଲୋନୀରେ ଆମ ଗେଟ୍ ପାଖରୁ ନେବାକୁ ଡେରି କଲେ ତୁଳସୀ ପାଖ ବଜାରକୁ ଚାଲିଯାଏ।ମୁଣ୍ଡରେ ମାଛ ଧରି ଘରଣୀକୁ କହିଯାଏ ଯେ ଆଜି ଭଲ ଆଣିଛି।ତାଙ୍କୁ ପଠାଇଵ ମୋ ଠାରୁ ଆଣିବା ପାଇଁ।ମୁଁ ମାଛ ବ୍ୟାଗ୍ ଧରି ଯାଏ ପାଖ ବଜାରକୁ।ତୁଳସୀ ତ ମୋର ଚିହ୍ନା ମୁହଁ।କହେ, ବାବୁ ଏମାନେ ମୋତେ ଜୁଲମ କରୁଛନ୍ତି ମାଛ ନେଇ ଚାଲି ଯିବାକୁ। କାହିଁ ବା ମୁଁ ଚାଲିଯିବି।ମୁଁ କଣ ମାଗଣା ଆଣୁଛି ନା।ମୁଁ କହି ଉଠେ,ତୋ ସା ଥେ ଖେଳୁଥିବେ।

      ତୁଳସୀ ମାଛ କାଟେ। କାତି ଛଡାଇ ଦିଏ।ଗୋଟି ଗୋଟି ଖଣ୍ଡ ମୋ ବ୍ୟାଗ୍ ରେ ଭରି ଦିଏ। ସେଥିରେ ତାହାର ଆନନ୍ଦ।ମୁଁ ବି ତାହାର ଆନନ୍ଦରେ ଆନନ୍ଦିତ ହୋଇଯାଏ।ପଇସା ପଚାରିଲେ କହେ,ତୁମେ ହିସାବ କରି ଦିଅ।

      ବେଳେ ବେଳେ ଏମିତି ସେ ଡାକ ଛାଡ଼ି ଚାଲିଯାଏ।ଆମର ତ ପୁଣି ଗୁରୁବାର, ସଂକ୍ରାନ୍ତି,କାର୍ତ୍ତିକ ମାସ, ମାଣ ବସା ବାରି ଥାଏ।ସେତେ ବେଳେ ବାରଣ ଥାଏ ମାଛ ଖାଇବାକୁ।

      ବିଚାରି ଏ ବୟସରେ କାହିଁକି ବା ସେ ମାଛ ବିକି ଆସେ।ତାର କଣ କେହି ନାହାନ୍ତି।ସ୍ବାମୀ ସିନା ଚାଲି ଯାଇଛି ଆର ପାରିକୁ।

ହେଲେ ପୁଅ ବୋହୂ ମାନେ..

       ଥରେ ମନେ ହେଲା ପଚାରିବାକୁ। କଣ ପାଇଁ ସେ ମାଛ ବିକି ଚାଲିଛି ଏ ବୟସରେ।ତୁଳସୀ କହି ଚାଲିଲା।ମୁଁ ବି କାନ ଡେରି ଶୁଣୁ ଥାଏ। ବାବୁ! କଣ କହିବି ସେ ଦୁଃଖ କଥା।ମୋର ନୋକ ନରୋତ୍ତମ ମାଝୀ।ଆମ ପଡା ରେ ଭଲ ଜଣାଶୁଣା। ଚାଲିଗଲେ ବହୁତ ଦିନ ହୋଇଗଲାଣି।ପେଟ ପେଟ କହି ଚାଲିଗଲେ ବହୁତ କଷ୍ଟ ପାଇ ମୋତେ ଏକା ବୋକା କରି।ମେଡ଼ିକାଲକୁ ନେଇଥିଲି ହାତ ଉଧାର କରି।ହେଲେ ସେ ଆଉ ଫେରିଲେନି।ମୁଁ ଭାବିଲି, ପେପ୍ଟିକ ଅଳ୍ସର୍ ହୋଇଥିବ।ଆଗରୁ ଅପରସେନ୍ କରିପାରିନି ବୋଧେ।ତୁଳସୀ କହି ଚାଲିଲା,ହଁ ବାବୁ ! ଧାର ଉଧାର କରି ତାଙ୍କର କର୍ମା କର୍ମ ସାରିଲି।ମୋତେ କରି ଦିଆଗଲା ବିଧବା।ମୋ ମୁଣ୍ଡରୁ ସିନ୍ଦୂର ପୋଛି ଦିଆଗଲା।ଚୁଡି ଭାଜି ଦିଆଗଲା।

        ତୁଳସୀ ଦୀର୍ଘ ନିଃଶ୍ୱାସ ମାରିଲା।କହିଲା,ମୁଁ ସେତେବଳେ ନୂଆ ନୂଆ ଆସିଥାଏ।ବାହାରକୁ ବାହାରି ନ ଥାଏ।ମୋର ଦୁଇଟି ପୁଅ ଦୁଇଟି ଝିଅ ହୋଇ ସାରିଥାଏ।ପୁଅ ମାନେ କେହି ଲାଗି ନ ଥାଆନ୍ତି।ବହୁତ୍ ଛୋଟ ଛୋଟ ହୋଇଥାନ୍ତି।ଆମର ତ ମାଛ ବ୍ୟବସାୟ।ଝିଅ ଦୁଇଟା ମୁଣ୍ଡ ଉପରେ ବଢୁଛନ୍ତି।ଆଉ ପଛକୁ ଅନେଇଲି ନାହିଁ। ଅଣ୍ଟା ଭିଡ଼ି ବାହାରିଲି ପଦାକୁ।ଯିଏ ଯାହା କହୁଛି କହୁ।ସେଥିରେ ମୋ ଯାଏ ଆସେ ନାହିଁ।ମାଛ ନେଇ କଡ କଲୋନୀ,ବଜାରରେ ବିକୁଛି ଯେ ବିକୁଛି ଆଜି ପର୍ଯ୍ୟନ୍ତ।ଝିଅ ଦୁଇଟା ବାହା କଲିଣି।ଜ୍ବାଇଁ ଗୋଟେ ଗୁଜୁରାଟରେ।ଆଉ ଗୋଟେ ବେପାର କରୁଛି।ଦୁଇ ପୁଅ ବଢ଼ି ଗଲେଣି।ଚାଷ ବାସ କରୁଛନ୍ତି।ଜଣେ ତେଜରାତି ଦୋକାନରେ ଅଛି।ହେଲେ ମୁଁ ଆଉ ସେ ବେଉସା ଛାଡ଼ି ପାରୁ ନାହିଁ।ଯେଉଁ ବେଉସା କରି ମୁଁ ନିଜେ ପେଟ ପୋଷିଛି ଓ ଅନ୍ୟର ପେଟକୁ ଦାନା ଦେଇଛି,ସେଟା ମୁଁ କଣ ଛାଡ଼ି ପାରନ୍ତି ବାବୁ।ଏ କଥା କହିଲା ବେଳ କୁ ତୁଳସୀର ଆଖି ଛଳ ଛଳ ହୋଇ ଯାଇଥାଏ।ମୁଁ ମଧ୍ୟ ତା କଥାରେ ସମ୍ମତି ଜଣାଇଲି।କିଛି ମାଛ ରଖି ଟୋକେଇଟି ମୁଣ୍ଡକୁ ଟେକିଦେଲି।ତୁଳସୀ ତ ବାଟେ ଚାଲିଗଲା।ମୁଁ ତା ଚଲା ବାଟକୁ ସେପରି ଅନେଇ ଥାଏ।ମୁଁ କିନ୍ତୁ ଭାବୁଥାଏ ତା କଥା।ନା ତାର ତୁଳସୀ।କିନ୍ତୁ ସେ ମାଛ ବିକେ।ମାଛ ତ ବହୁତ ଦୁର୍ଗନ୍ଧ ହେବା କଥା।କିନ୍ତୁ ମୁଁ ସେଦିନ ତୁଳସୀ ଠାରେ ତୁଳସୀ ବାସନା ପାଇଲି। ଭଗବାନଙ୍କୁ ଜଣାଉଥାଏ ତାକୁ ଟିକେ ଭଲରେ ରଖନ୍ତୁ ଆଉ ଅବଶିଷ୍ଟ ଜୀବନ ପାଇଁ।


Rate this content
Log in

More oriya story from UPENDRA PRUSTY