STORYMIRROR

Jitendra Sahu

Inspirational

2  

Jitendra Sahu

Inspirational

ତୁ ନଥିଲେ ମା' ମୋର ବି ନାହିଁ ନାଁ

ତୁ ନଥିଲେ ମା' ମୋର ବି ନାହିଁ ନାଁ

1 min
14.2K


ଯେବେ କିଣିଭିଣା କରି ଝୁଣି ପକାଉଥାଏ କ୍ଷୁଧା ମୋ ଉଦର ଭିତରେ ସେତେବେଳେ ତୋରି ହିଁ ନାଁ ସର୍ବପ୍ରଥମେ ମୋ ମୁଖରୁ ନିଃସୃତ ହୋଇଥାଏ। ମୁଁ ବଡହେଲା ପରେ ସିନା ତୋ କୋଳ ଛାଡି ରୋଜଗାର ପାଇଁ ପରଦେଶୀ ହେଇଗଲି କିନ୍ତୁ,ତୋର ପଣତକାନି ତଳରୁ ଚାଲିଆସିଲା ପରେ ସତେ ଯେମିତି ମୋ ଶ୍ଵାସରୁଦ୍ଧ ହେଲା ଭଳି ଲାଗୁଛି।

ତୁ ମୋର ସମୀପରେ ରହିଥିଲେ ମୁଁ କେବେବି ବିଚଳିତ ବିବ୍ରତ ହେଉନଥିଲି। କିନ୍ତୁ ତୋର ଅନୁପସ୍ଥିତ ମତେ ସଦାସର୍ବଦା ଖାଇ ଗୋଡାଉଥାଏ। କେବେ ଭୋକ ଉପାସରେ କିମ୍ବା କୌଣସି ରୋଗରେ ପିଡ଼ିତ ହେଲେ,ଦୂରେ ଥାଇ ମଧ୍ୟ ତୁ ମୋ ଆଖିର ଅଶ୍ରୁକୁ ରୋକି ଅଧରରେ ହସ ହୋଇ ହୃଦୟକୁ ହାଲକା କରିଦେଉଥାଉ। ତୋର ମଧୁର କଥା ଗୁଡିକ ମଲମ ହୋଇ ମତେ ଯଥାଶିଘ୍ର ଆରୋଗ୍ୟ ଲାଭ କରିବା ପାଇଁ ବାଧ୍ୟ କରିଦେଉଥାଏ।

ସତରେ ତୁ ସର୍ବବ୍ୟାପି,ଯେତେ ଦୂରେ ତୁ ରହିଲେ ମଧ୍ୟ ତୋର ସ୍ନେହ,ମମତା ଓ ଭଲପାଇବା କେବେ ମଧ୍ୟ ସନ୍ତାନ ଠାରୁ ଅଲଗା ହୋଇ ରହିପାରେନା। ଜୀବନର ପ୍ରତିଟି ଖୁସିକୁ ଜଳାଞ୍ଜଳି ଦେଇ ଛୋଟରୁ ବଡ କରିଥାଉ ଏବଂ ପରଦେଶ ଗଲେ ମାନସିକ,ପୂଜା ବ୍ରତ କରି ଶୁଭ ମନାସୁଥାଉ। ତେଣୁ ତୋର ସେନେହ ମମତା ଠାରୁ ବଳି ଆଉ କିଛି ନାହିଁ।

ମା' ସତରେ କେଡେ ମଧୁର ତୋର ନାଁ। ନା ତୋ ଶବ୍ଦର କିଛି ବିକଳ୍ପ ଅଛି ନା ବ୍ୟାଖ୍ୟା କରିହେଉଛି , ଯାହା ଖାଲି ଅନୁଭବ ହିଁ କରି ହେଇପାରୁଛି । ମା' ଶବ୍ଦର ସଂଜ୍ଞା ଲେଖିବା ସଭିଙ୍କ ପକ୍ଷରେ କାଠିକର ପାଠ ଆଉ କ'ଣ ବା ମୁଁ ଅଧିକା ଲେଖିପାରିବି। ଗୋଟିଏ ଶବ୍ଦରେ ଖାଲି ଏତିକି କହିବି "ତୁ ନଥିଲେ ମା' ମୋର ବି ନାହିଁ ନାଁ"।।

ଜିତେନ୍ଦ୍ର ସାହୁ

ଏମ୍. ତେନ୍ତୁଳିଆ, ପୋଲସରା, ଗଞ୍ଜାମ


Rate this content
Log in

Similar oriya story from Inspirational