upadu chandrasekhar

Inspirational

3  

upadu chandrasekhar

Inspirational

ତେତେୟା ଗୁରୁଜୀ

ତେତେୟା ଗୁରୁଜୀ

2 mins
489


#ଏକ_ଅଧ୍ୟୟନ_

#ତାତେୟା_ଗୁରୁଜୀ_ଓ_ଜି_ସି_ସି_


ସମ୍ବୋଧନ ର କେଉଁ ପଦ ବୋହି ଆଣି ଆପଣଙ୍କ ନାମଧ୍ୟେୟ ପୂର୍ବରୁ ଯୋଡିନେବ , ମୋ କଲମ ମୁନକୁ ସଦା ସର୍ବଦା ବିଚଳିତ କରୁଥାଇ । ଆପଣଙ୍କ ନିଷ୍ଠା,ଦାମ୍ଭିକତା,ସରଳ,ସହାନୁଭୂତି ତଥା ଓଠର ସେ ଖିଲି ଖିଲି ମନ୍ଦ ହାସ୍ୟ ସହସ୍ର ଅଧମଙ୍କୁ ମଣିଷ କରାଇ ସମାଜର ସକଳ ସମସ୍ୟାର ସମାଧାନ ରୂପକ ମାଇଲ୍ ଖୁଣ୍ଟ କରି ଦଣ୍ଡାୟମାନ କରିଛି । 


ବିଦ୍ୟା ପ୍ରତି ବିରକ୍ତି ଓ ଅନାସକ୍ତି ମସ୍ତିଷ୍କକୁ ଆପଣଙ୍କ ପ୍ରେରଣା ସାଜିବା ଅମରତ୍ୟ ଶିକ୍ଷା ଜଗତର ଏକ ଭିନ୍ନ ଦୃଷ୍ଟାନ୍ତ । କାଳ ଚକ୍ରର ସକଳ ପରିସ୍ଥିତ ଆପଣଙ୍କୁ ପହଞ୍ଚାଇଛି ଅଭାବ ଅନଟନ ଶିକ୍ଷାର ଦରଦ କୁଟୀରକୁ , ଆଦିରୁ ଅଧୁନା ଯାଏଁ ଆପଣଙ୍କ ଜୀବନକୁ ଜୀବନ ମୂର୍ଛା ଅର୍ପିତ ପୂର୍ବକ ଆପଣ ଅଭାବି ଶିକ୍ଷାର୍ଥୀଙ୍କ ଅଗାଣରେ , କୂପ ମଣ୍ଡୁକ ଜାତିରେ ପୂର୍ଣ୍ଣାଙ୍ଗ ଶିକ୍ଷା ପ୍ରଚାର ପ୍ରସାର ଓ ପ୍ରୟୋଗ ପ୍ରସଙ୍ଗ ଯେବେ ଉଙ୍କି ମାରେ ତାହା ଆପଣଙ୍କ ନାମ ନ ନେଇ ଉପସଂହାରେ ପହଞ୍ଚେ ନାହିଁ । 


ଆପଣଙ୍କ ପୂର୍ଣ୍ଣାଙ୍ଗ ଶିକ୍ଷା ଆବେଗର ପରିପୂର୍ଣ୍ଣତା ରୂପ ନିଏ ଜି_ସି_ସି , ଯେଉଁ ଗ୍ରାମରେ ଶିକ୍ଷା ଓ ସଂସ୍କାରର ନାମ ରୂପ ନଥିଲା ସେଠି ଆପଣଙ୍କ ପ୍ରାଣ ମୂର୍ଛା ପ୍ରୟାସ ସଞ୍ଚୟ କରି ରଖି ପାରିଥିଲା ଶିକ୍ଷା ପିଣ୍ଡ ସକାଶେ ପରିବ୍ୟପ୍ତ ସ୍ଥଳ , ଯେଉଁ ଠାରେ ଆପଣ ନବ ନିର୍ମିତ ଶିକ୍ଷା ବିହନ ବୁଣି ଅଧମ ଚିତ୍ତରୁ ମେଧାରେ ରୁପାନ୍ତର ଅଙ୍କୁରୋଦଗମ ତଥା ଦେଶକୁ ଯୋଗ୍ୟ ଉପାଦନ ଯୋଗାଇବାରେ ଆପଣ ଶତ ଚେଷ୍ଟି । ସହସ୍ରଙ୍କୁ ହାତ ଧରି ଲକ୍ଷ୍ୟ ଶିଖରରେ ପହଞ୍ଚେବା ଆପଣଙ୍କ ତମାମ୍ ଜୀବନ ଧ୍ୟେୟ ସାଜିଛି । 


ଆଜି ମଧ୍ୟ ଅହରହ ସେହି ପେସା ନିଶା ହୋଇ ଦିବା ନିଶି ନିଜକୁ ସମର୍ପିତ କରିବାର ଏକ ମାନସିକତା ଆପଣଙ୍କ ପାଇଁ ଏକ ଦେବ ବର ଅଟେ ।


କ୍ଷମା କରିବେ ଆପଣଙ୍କ ଗୁଣ ଗାନରେ ମୋ ମସ୍ତକର ପଦ ସମୂହ ବିରଳ ଓ କଲମ ମଧ୍ୟ ପ୍ରଥମ ଲେଖାରେ ଥରହର ହେବାରେ ଲାଗିଲାଣି , ଆପଣ ଏହି ମାଟିର ଚିର ବନ୍ଦନୀୟ ତଥା ସ୍ମରଣୀୟ ଗୁରୁଦେବ ।


ଇତି ଆପଣଙ୍କ

ଶରଣାପନ୍ନ ଛାତ୍ର କବି.ୟୁ.ଚନ୍ଦ୍ରଶେଖର



Rate this content
Log in

Similar oriya story from Inspirational