upadu chandrasekhar

Tragedy

2.5  

upadu chandrasekhar

Tragedy

ମୁଁ ଅଭିଶପ୍ତ ଆଯ୍ୟପଲୀ

ମୁଁ ଅଭିଶପ୍ତ ଆଯ୍ୟପଲୀ

2 mins
563



ହଁ ମୁଁ , ଅଭିଶାପର ଅର୍ଥ ଦୃଷ୍ଟାନ୍ତ ପାଇବାକୁ ହେଲେ ମୋତେ ଯିଏ ଦେଖିପାରିଛି , ତାଙ୍କୁ ଆଉ ଅର୍ଥ ବୁଝାଇବାକୁ ପଡେନା । ଏକ ଅନାମିକା ଜାତିକୁ ହାତ ଧରି ଚାଲି ଶିଖାଇ ଜୀବିକା ଜୀବନର ସନ୍ଧାନ ପଥେ ଲକ୍ଷ୍ୟ ଶିଖରରେ ପହଞ୍ଚାଇଥିବା ମୁଁ ଆଜି ଅଙ୍ଗହୀନ , ନିସହାୟ ଏକାକୀ । ସ୍ୱୟଂ ସନ୍ତାନ ମୋର ଏହି ଦଶାର ପ୍ରକୃତ କାରକ ଅଟନ୍ତି । ନିଜର ବୋଲି ସମସ୍ତେ ଥାଇ ଆଜି ମୁଁ ଅନାଥ , ଶଙ୍ଖା,ସିନ୍ଦୂର ହୀନ ସଧବା ନାରୀଟେ ମୁଁ , ସହସ୍ର ପୁତ୍ର ଥିବା ବିନ୍ଧ୍ୟାଟିଏ ମୁଁ । କାଳ ସହ ଧାବମାନ ହୋଇ ଅଟକି ଯାଇଥିବା ଘଡିର କଣ୍ଟାଟେ ମୁଁ , ନିଦାଘ ଗ୍ରୀଷ୍ମରେ ଅଦୃଶ୍ୟ ଚନ୍ଦ୍ରମା ହୋଇ ଅପ୍ରକଟ ଦରଦ ଘେନି ଥକି ବସିଛି ମରୀଚିକା ପୂର୍ଣ୍ଣ ମରୁଭୂମିରେ ।


ସବୁଜିମା ତରୁ , ତୃଣରେ ଶୋଭିତ ମୋ ଶ୍ରୀ ଅଙ୍ଗ ଦ୍ରୋହ ଦୁର୍ଭିକ୍ଷରେ ଶିକାର ହୋଇଛି ଓ ବକ୍ଷ ଛେଦି କ୍ରନ୍ଦନର ରୋଳ ସୃଷ୍ଟି କରିଛି । ମୋ ନୟନ ନିସୃତ ଅଶ୍ରୁ ଗଙ୍ଗାଟି ସ୍ୱାର୍ଥ ସିନ୍ଧୁରେ ଲୀନ ହେଉଛି । ଆଉ କାହାକୁ ସାଖି କରିବି ? ମୋର ବନ୍ଧୁ ବାନ୍ଧବ ଆଶ୍ରାହୀନ ହୋଇ ଅକାଳ ମୃତ୍ୟୁ ରଜ୍ଜୁରେ ବାନ୍ଧି ହୋଇ ଶ୍ୱାସ ରୁଦ୍ଧରେ ମରଣ ଦୁଆରରେ ଚରଣ ଆରୋପି ମୃତ୍ୟୁ ଦେବତାଙ୍କୁ ଆହ୍ୱାନ କରନ୍ତି , ନିଜ ଜୀବନ ଜୀବିକାର ପ୍ରତି ଫଳିତ ବିରକ୍ତି ଲାଗି । ମୋ କୋଳରେ ଡିମ୍ବରୁ ଫୁଟି ନବଜାତ ସଙ୍ଗାତ ଆଶ୍ରାହୀନ ବିହଙ୍ଗ ଜାତିର କରୁଣ ଚାହାଣୀ ମୋତେ ଛାତି ଫଟାଇ ଦେଉଛି । ଅଚିହ୍ନା ସ୍ୱାର୍ଥ ପୁଳାଏ ଟଙ୍କାର ଅସ୍ତ୍ର ଦେଖାଇ ଧମକ ଦେଉଛି "ଏ ଦେଖ ବିନାଶର ସଙ୍କେତ " କହି । 

ମୁଁ ନିଃସହାୟ ହୋଇ ସୁନିଶ୍ଚିତ ମୃତ୍ୟୁ ମରୁଭୂମିରେ ଘର କରି ନିଜର ସନ୍ତାନକୁ ହାତ ପାତି ଗୁହାରି କରିବାରେ ମୋ ଜୀବନ ଧ୍ୟେୟ ସାଜିଛି । ବଡ ଭାଇ ବଙ୍ଗୋପ ସାଗର ମୋ ଦରଦୀ ଅବସ୍ଥା ଦେଖି ଉପର ତଳ ପଡି ଗର୍ଜିବାକୁ ଲାଗିଛି । ସତେ ଯେ ପ୍ରକଟ କରୁଛି ମୋ କୂଳରେ ଥିବା ତରଣୀ ଯେଉଁ ଧାଡି ଧାଡି ପୁଷ୍ପ ମାଲ୍ୟ ସଦୃଶ୍ୟ ସଜେଇ ହୋଇଥିଲା । ଯେଉଁ ଜାତି ମୋ ଅଗଣାରେ ଜୀବିକା ଉପାର୍ଜନର ଖୁସି ମନଉଥିଲେ ସେ ଜାତି ଆଜି ତାକୁ ଏକା ଏକା କରି ଛାଡି ଚାଲି ଯାଇଛନ୍ତି ବୋଲି । ମୋ କୋଳେ ବାସ କରିଥିବା ଗୋଟିଏ ଗୋଟିଏ ଅଙ୍ଗ ଓ ଅନ୍ତରଙ୍ଗ ମିତ୍ର ଆଜି ମନୁଷ୍ୟ ମାନସିକତାରେ ନିଜର ଚିତ୍ର ହଜେଇ ସାରିଛନ୍ତି । ମୁଁ ଆଉ କାହା ପାଇଁ ? ମେଧା ପୂର୍ଣ୍ଣ ଅବିବେକୀ ହୋଇ , ପଥିକ ପୂର୍ଣ୍ଣ ଅବାଟଟି ହୋଇ ଆଜି ମୁଁ ମୋ ସନ୍ତାନ ମାନସିକତାରେ ବୟସର ଅପରାହ୍ଣ ବୋଝ ଟିଏ ପରି ପରିଗଣିତ ହେଲିଣି । ମୋ କପାଳର ଭାଗ୍ୟ ରେଖା ବିଶ୍ୱାସଘାତ କରି ତାର ମସୃଣ କଣ୍ଟା ଧାରରେ ଧମକ ଦେଉଛି ନାଟକ ଚରିତ୍ରର ଖଳ ନାୟକ ପରି । କ୍ରମାଗତ ଉଛ୍ୱାସ ସ୍ୱରରେ ନିଜର ହସ କମ୍ପାଇବାରେ ଲାଗିଛି । ସକଳ ଚରାଚର ସୃଷ୍ଟିର ସମସ୍ତ ଦରଦ,ଦୁଃଖ,ଦ୍ରୋହ,ଘାତ,ପ୍ରତିଘାତ ର ମୌଳିକତାର ଠିକଣା ମୁଁ ପାଳିଟିଛି ।


ମୁଁ ମୋ ସନ୍ତାନ ହାତରେ ତିଆରି ଫାଶି ରଜ୍ଜୁରେ ହାତ ଗୋଡ ବନ୍ଧା , କଳା କନା ଘୋଡା ନିର୍ମାୟ ,ନିଷ୍କଳଙ୍କ ନିରପରାଧି କଏଦୀ ଟିଏ ହୋଇଛି । ସମୟର ହାତରେ ଫାଶି ବେଣ୍ଟ ଦେଇ ସ୍ୱାର୍ଥକୁ ସାଥିକରି ମୋ ସନ୍ତାନ ଆଜି ଉତ୍କଣ୍ଠାର ସହ ମୋ ମରଣ ଦୃଶ୍ୟକୁ ଚାହିଁ ଆନନ୍ଦ ଉପଭୋଗ କରୁଛନ୍ତି ।


-ହଁ ମୁଁ ଅଭିଶପ୍ତ ଆର୍ଯ୍ୟପଲ୍ଲୀ

-ଅଫୁଟା ମଉଳିବାକୁ ଥିବା ମଲ୍ଲୀ

-ହଁ ମୁଁ ସେହି ଅଭିଶପ୍ତ ଆର୍ଯ୍ୟପଲ୍ଲୀ(୩)



Rate this content
Log in

Similar oriya story from Tragedy