STORYMIRROR

Jayashree patra

Drama Others Children

3  

Jayashree patra

Drama Others Children

ସୁନା ଝିଅ

ସୁନା ଝିଅ

2 mins
157


ନିଝୁମ ଗାଁରେ ସନିଆଁ ନାମକ ଜଣେ ଚାଷୀ ରହୁଥିଲା l ଘରେ ସ୍ତ୍ରୀ ଏବଂ ଦଶ ବର୍ଷର ଝିଅ ରାଣୀ ରହୁଥିଲେ l ପ୍ରତିଦିନ କ୍ଷେତକୁ ଯାଇ କାମ କରେ ଏବଂ ଯାହା ରୋଜଗାର ହୁଏ ସେଥିରେ ଘରର ଗୁଜୁରାଣ ସହ ରାଣୀର ପଢ଼ାପଢ଼ାରେ ଖର୍ଚ୍ଚ ହେଇଯାଏ l ରାଣୀ ଭଲ ପଢ଼ ପଢେ ସେଥିପାଇଁ ସ୍କୁଲରେ ସମସ୍ତେ ତାକୁ ଭଲପାଆନ୍ତି l ରାଣୀର ମା ରାଣୀକୁ ଆଉ ପାଠ ପଢେଇବାକୁ ମନା କଲା l କାରଣ ଅଭାବ ଧୀରେ ଧୀରେ ସେମାନଙ୍କୁ ଗିଳି ଯାଉଥିଲା l କିନ୍ତୁ ସାନିଆଁ ରାଜି ହେଲାଣି l ରାଣୀ ପାଠ ପଢିବ ବୋଲି କହିଲା l ବାପାମାଆଙ୍କ ଏଭଳି ଦୁଃଖ ରାଣୀ ସାହିପାରୁନାଥାଏ ସେ ଦିନ ରାତି ପାଠ ପଢୁଥାଏ l କିନ୍ତୁ ବର୍ଷା ନହେବାରୁ କ୍ଷେତରେ ଭଲ ଅମଳ ହେଉନାଥାଏ l ଘରେ ଖାଦ୍ୟର ଅଭାବ ଦେଖାଗଲା ଧୀରେ ଧୀରେ l ସାନିଆଁ ନିଜେ ନଖାଇ ରାଣୀକୁ ଖାଇବାକୁ ଦେଉଥାଏ l ରାଣୀ ସବୁ ଜାଣି ପ୍ରଥମେ ବାପାକୁ ଖୁଆଇ ନିଜେ ଖାଉଥାଏ l ଝିଅର ଏଭଳି ଗୁଣ ଦେଖି ସାନିଆଁର ଭୁକ ମରିଯାଉଥାଏ l ଆଜି ରବିବାର ସ୍କୁଲ ଛୁଟି ତେଣୁ ରାଣୀ ନିଜ ବାପାଙ୍କୁ ସାହାଯ୍ୟ କରିବ ବୋଲି ଭାବିଲା l ଯେହେତୁ ଚାଷୀ ଝିଅ ତେଣୁ ଚାଷ କାମରେ କିଛି ଜ୍ଞାନ ରହିଛି ତା ଭିତରେ l ସେ ନିଜ ଘରର ବଗିଚାରେ ଫୁଲ ଗଛ ଲଗେଇବା ଜାଗାରେ କିଛି ଲଙ୍କା ମଞ୍ଚି, ବାଇଗଣ ମଞ୍ଜି, ଭେଣ୍ଡି ମଞ୍ଜି କୁ ଚାରା କରିଦେଲା ଏବଂ ପ୍ରତିଦିନ ସକାଳେ ସେଥିରେ ପାଣି ଦେଉଥାଏ l ଧୀରେ ଧୀରେ ଗଛ ବଢୁଥାଏ l ଗଛକୁ ବଢୁଥିବାର ଦେଖି ରାଣୀ ଖୁସି ହେଉଥାଏ l ଦେଖୁ ଦେଖୁ ରାଣୀର ଦଶମ ଶ୍ରେଣୀର ବାର୍ଷିକ ପରୀକ୍ଷା ଆସିଯାଏ l ସେ ପରୀକ୍ଷା ଦେବାକୁ ଯିବା ପୂର୍ବରୁ ଗଛରେ ପାଣି ଦେବାକୁ ଭୁଲେ ନାହିଁ l ପରୀକ୍ଷା ଶେଷ ହେବା ପରେ ପରୀକ୍ଷାର ଫଳ ମଧ୍ୟ ଆସିଗଲା l ସେ ସର୍ବୋଚ୍ଚ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଥିବାର ଶୁଣି ସାନିଆଁର ଆନନ୍ଦ କହିଲେ ନସରେ l ଏପଟେ ଆଉ ଗୋଟେ ପରିଶ୍ରମର ଫଳ ରୂପେ ଗଛରେ ବାଇଗଣ, ଭେଣ୍ଡି, ଲଙ୍କା ଆଦି ପରିବା ଫଳିଛି ଦେଖି ରାଣୀ ବାପାମା ଙ୍କୁ ଦେଖେଇଲା l ରାଣୀର ଏ କାମ ଦେଖି ବାପାମାଆ ତା ଉପରେ ଖୁସି ହେଲେ l ତାକୁ ସୁନା ଝିଅ କହି କୋଳେଇନେଲେ l


Rate this content
Log in

Similar oriya story from Drama