STORYMIRROR

Jayashree patra

Tragedy

3  

Jayashree patra

Tragedy

ରକ୍ତ ହୋଲି

ରକ୍ତ ହୋଲି

2 mins
176


ଅନ୍ଧାର ରାତ୍ରିର ସୁଯୋଗ ନେଇ ଖୁସି ଗୋଟିଏ ପରେ ଗୋଟିଏ ପାଦ ପକେଇ ଦ୍ରୁତ ଗତିରେ ବିମଳର ହାତକୁ ଜାବୁଡି ଧରି ସହର ରାସ୍ତା ନିକଟକୁ ଦୌଡ଼ିଗଲା l ସାଥିରେ ନେଇଯାଇଛି ନାଲି ସିନ୍ଦୁର, ନାଲି ପାଟ ଶାଢ଼ୀ, ତତସହିତ ଆଖିର ଦୁଇ ଅଶ୍ରୁଧାର l ବିମଳ ଖୁସିକୁ ଛାତିରେ ଜାବୁଡି ଧରି ତାକୁ ଜୀବନ ସାରା ଖୁସିରେ ନେଇ ସଂସାର କରିବ ବୋଲି କହିଲା l ଦୁହେଁ ଦୁହିଁଙ୍କୁ ପ୍ରେମଭରା ନୟନରେ ଚାହିଁ ଗୋଟିଏ ମନ୍ଦିରକୁ ଯାଇ ବିବାହ ବନ୍ଧନରେ ବାନ୍ଧିହୋଇଗଲେ l ଏପଟେ ଗାଁରେ ଖୁସିର ନିରୁଦ୍ଧିଷ୍ଟ ଖବର ଚାରିଆଡେ ପ୍ରଚାର ହେଇଯାଇଥିଲା l ଯେତେଯାହାହେଲେ ଗାଁ ମୁଖିଆଙ୍କ ଝିଅ ବୋଲି କଥା l ଘରର ଇଜ୍ଜତ ଏମିତି ଛୁଟ ଜାତିର ପୁଅ ସହ ଘର ଛାଡି ପଳେଇଯିବା ମୁଖିଆଙ୍କୁ ବହୁତ ବାଧିଥିଲା l କାରଣ ସେ ଗାଁରେ ଉଚ୍ଚ ନୀଚର ଜାତିଭେଦ ଥିଲା l ସେ ଦୁଇଜଣକୁ ଖୁଜିଆଣିବା ପାଇଁ ଗାଁ ସହରକୁ ତାଙ୍କର ପୁଷା ହିଂସ୍ର ମଣିଷମାନଙ୍କୁ ପଠାଇଦେଲେ l ବହୁ ଖୁଜାଖୁଜି ପରେ ସହରର ଗୋଟିଏ ଛୁଟ ଭଡା ଘରେ ଦୁହେଁ ରହୁଛନ୍ତି ବୋଲି ଖବର ପାଇଁ ସେମାନେ ଖୁସିର ବାପାଙ୍କୁ ଖବର ଦେଲେ l ଖବର ପାଇଁ ଗାଁ ରୁ ସହର କୁ ଏକ ଦାମୀ କାରରେ ବସି ମୁଖିଆ ମହାଶୟ ପହଁଚିଲେ ଖୁସିର ଘରର କବାଟ ପାଖରେ lମନରେ ପଶ୍ଚାତାପକୁ ନେଇ ଖୁସିର ବାପା ଡୋର ବେଲ ବଜେଇଲେ l ଡୋର ବେଲ ଶବ୍ଦ ଶୁଣି ଘର ଭିତରୁ ଖୁସି କବାଟ ଖୁଲିଲା l ହଠାତ ବାପାଙ୍କୁ ଦେଖି ସେ ଭୟରେ ଥରିବାକୁ ଲାଗିଲା l ବାପାଙ୍କ ଆଖିରୁ ଅଶ୍ରୁଧାର ସେ କେବେ ଦେଖିନଥିଲା l ଯାହା ହେବାର ଥିଲା ହେଲା ଏବେ ଘରକୁ ଚାଲ ମା, ଆଗକୁ ହୋଲି ଅଛି ବିବାହ ପରେ ତୋର ଆଉ ବିମଳର ପ୍ରଥମ ହୋଲି l ଗାଁରେ ଧୁମଧାମରେ ହୋଲି ପାଳିବା l ବାପାଙ୍କ ମୁହଁରୁ ଏ କଥା ଶୁଣି ତାର ଖୁସିର ସୀମା ନଥାଏ l ବିମଳକୁ ସାଥିରେ ନେଇ ବାପାଙ୍କ ସହ ବାହାରିଗଲା ଗାଁକୁ l ବହୁତ ଦିନ ପରେ ନିଜ ଗାଁକୁ ମନପୁରି ଦେଖୁଥିଲେ ଦୁହେଁ l ହୋଲି ଖେଳିବା ପାଇଁ ଖୁବ ସୁନ୍ଦର ସଜା ହେଇଚି l ହୋଲି ଖେଳିବା ପାଇଁ ସମସ୍ତେ ସଫେଦ କୁର୍ତା ପିନ୍ଧି ପଡିଆକୁ ଆସିଗଲେ l ଯିଏ ଯାହାକୁ ରଙ୍ଗ ଲଗାଉଥାନ୍ତି l ଏହି ସମୟରେ ହଠାତ ବିମଳର ଚିତ୍କାର ଶୁଣି ଖୁସି ଦୌଡ଼ି ଆସିଲା ଗାଁ ପୋଖରୀ କୂଳକୁ l କିଛି ଲୋକଙ୍କ ସହ ନିଜ ବାପାଙ୍କୁ ଛିଡା ହୋଇ ହସୁଥିବାର ଦେଖିଲା l ପେଟର ଛୁରୀକୁ ଧରି ରକ୍ତ ଜୁଡୁବୁଡୁ ହୋଇ ବିମଳର ତଳେ ଟଳି ପଡିଛି lଛାଡିଦିଅ ଛାଡିଦିଅ କହି ଖୁସି ଦୌଡ଼ି ଗଲା ବିମଳ ପାଖକୁ l ବାପାଙ୍କ ଅସଲି ରୁପକୁ ଦେଖି ସେ ଧିକ୍କାର କରିବାକୁ ଲାଗିଲା l ନୀଚ ଜାତିର ହୋଇ ଉଚ୍ଚ ଜାତିରେ ବିବାହ କରିବାର ଫଳ ହେଉଛି ମୃତ୍ୟୁ କହି ବିମଳର ପେଟରୁ ଛୁରୀ ବାହାର କରି ନିଜ ଝିଅକୁ ରକ୍ତାକ୍ତ କରି ଛାଡି ଚାଲିଗଲେ ଅହଙ୍କାରୀ ବାପାପଣିଆ l


 


Rate this content
Log in

Similar oriya story from Tragedy