ସୋସିଆଲ ମିଡ଼ିଆ
ସୋସିଆଲ ମିଡ଼ିଆ
whatsapp ର ଟିଂ ଟିଂ ଶବ୍ଦ ରେ ନିଦ ଭାଙ୍ଗିଗଲା | ଆଖି ଖୋଲି ଘଡି ଦେଖିଲା ବେଳକୁ ୬:୧୦ ଜମା | ସକାଳୁ ସକାଳୁ ଏତେ message କୋଉଠୁ ଆସୁଛି ଆଜି ? ମୋବାଇଲ ଧରିଲା ବେଳକୁ Birthday wishର ସୁଅ ଛୁଟିଛି | message ଦେଖିକି ମନେ ପଡିଲା ଆରେ ଆଜି ଆମ ସାହିଲ ର ପ୍ରଥମ ଜନ୍ମଦିନ ପା ,ମୁଁ ପୁରାପୁରୀ ଭୁଲି ଯାଇଛି | ସମସ୍ତଙ୍କ ସହ ତାଳ ମିଶେଇ ମୁଁ ବି ଗୋଟେ ବଢିଆ wishଟେ message କରିଦେଲି | ସାହିଲ ମୋର ପୁତୁରା, ମାନେ ମୋ ସାନ ମାଉସୀ ପୁଅ ଅଜୁ ଭାଇର ପୁଅ |
ଏତେ ସକାଳୁ ଆଜି ନିଦ ଭାଙ୍ଗିଛି ଯେତେବେଳେ ଭାବିଲି ଟିକେ ମର୍ନିଙ୍ଗ walk କରିକି ଆସିଯାଏ | ଜୋତା ପିନ୍ଧିକି କହିଲି ବୋଉ ମୁଁ ୩୦ ମିନଟ ରେ ଆସିଯିବି walk କରିକି | ବୋଉ ଭିତରୁ ଦୋୖଡିକି ଆସିକି କହିଲା ପୁଅରେ ସେଇପଟେ ଯାଉଛୁ ଯଦି ଟିକେ ମାଉସୀ ଘରକୁ ମାଡି ଯାନ୍ତୁନି ,ଆଜି ନାତି ଟୋକାଟାର ପ୍ରଥମ ଜନ୍ମଦିନ | ଖୀରି ଟିକେ କରିଛି ନେଇକି ଦେଇ ଦବୁ ମାଉସୀକୁ ,କହିବୁ ନାତିକୁ ଟିକେ ଚଟେଇଦେବ | ମୁଁ ଆଶ୍ଚର୍ଯ୍ୟ ହେଇକି ବୋଉକୁ ଚାହିଁଲି ! ବୋଉ ତୋର ମନେ ଅଛି ଆଜି ସାହିଲର ଜନ୍ମଦିନ ବୋଲି ? ବୋଉ ହସିକି କହିଲା ତମ ମାନଙ୍କର ସିନା ଆଜିକାଲି ସୋସିଆଲ ମେଡିଆ ଦେଖିକି ଜନ୍ମଦିନ ମନେ ପଡୁଛି ,ଆମେ ପୁରୁଣା କାଳିଆ ଲୋକ ପାଠଶାଠ ବେଶୀ ପଢିନୁ ,କିନ୍ତୁ ତାରିଖ ସବୁ ମୁହଁରେ ଆମର | ତୁ ଗୋଟେ ମିନଟ ରହ ,ମୁଁ ଖୀରି ଟିଫିନ ରେ ନେଇକି ଆସୁଛି ,ବେଗି ବେଗି ଯାଇକି ଟିକେ ଦେଇଦେବୁ ମାଉସୀ ଘରେ | ଆମ ଘରୁ ଦୁଇ ଗଳି ଛାଡିକି ମାଉସୀ ଅଜୁ ଭାଇ ଆଉ ଭାଉଜଙ୍କ ସହ ରହେ |
ମୁଁ ଖୀରି ନେଇକି ମାଉସୀ ଘରେ ପହ୍ଞ୍ଚିକି ଗେଟ ଠକଠକ କଲି | ଭାଉଜ ଆସିକି ଗେଟ ଖୋଲିକି କହିଲେ, ଆରେ ବିଜୁ ଏତେ ସକାଳୁ ସକାଳୁ | ସବୁ ଠିକ ଅଛି ତ ? ମୁଁ କହିଲି ସବୁ ଠିକ ଭାଉଜ, ବୋଉ ସାହିଲ ପାଇଁ ଖୀରି ପଠେଇଚି | କୁଆଡେ ଗଲା ଆମ Birthday boy | ଭାଉଜ ଖୁସିରେ ଗଦଗଦ ହେଇ କହିଲେ ମାଉସୀ ଏତେ ସକାଳୁ ଖୀରି ବନେଇକି ପଠେଇଛନ୍ତି ,ମୋ ପୁଅର କି ଭାଗ୍ୟ | ଭିତରକୁ ଆସ ବିଜୁ | ସାହିଲ,ବୋଉ,ତମ ଭାଇ ସମସ୍ତେ ଛାତ ଉପରେ ଖରା ଖାଉଛନ୍ତି | ତମେ ଉପରକୁ ଯା , ମୁଁ ଚାହା ନେଇକି ଆସୁଛି ସାଙ୍ଗେ ସାଙ୍ଗେ | ମୁଁ ଉପରକୁ ଯାଇକି ଦେଖିଲି ଅଜୁ ଭାଇ ପୁଅ ସହ ଖେଳୁଛନ୍ତି ,ମାଉସୀ ଛାତର ଗୋଟେ କଣରେ ବସିଛି | ଯାଇକି ସାହିଲକୁ କୋଳେଇ ପକେଇଲି ,ଦେଖୁ ଦେଖୁ ବର୍ଷଟେ ହେଇଗଲା ଆମ ଧନକୁ | ଅଜୁ ଭାଇ କହିଲେ ତୋର ପାଦ ଆଜି କେମିତି ଏଠି ପଡିଲା ,ସେ ବି ଏତେ ସକାଳୁ | ମୁଁ କହିଲି ଭାଇ ସାହିଲ ପାଇଁ ଆଜି ଟାଣି ହେଇକି ଆସିଛି | ଦୁଇ ମାସ ତଳେ ଦେଖିଥିଲି ,ୟା ଭିତରେ ପୁଅ ଟା ଆମର handsome ହେଇ ଗଲାଣି | ବୁଝିଲ ଭାଇ ,ସାହିଲ ଏବେ ପୁରା ତମ ପରି ଦିଶିଲାଣି | ଅଜୁ ଭାଇ ମାଉସୀ କୁ ଡାକ ପକେଇଲେ ବୋଉ ଦେଖେ କିଏ ଆସିଛି | ମୁଁ ଯାଇ ମାଉସୀ କୁ ଜୁହାର ହେଇ କହିଲି ,କଣ ଲୋ ମାଉସୀ ଆଜି ନାତି କୁ ବର୍ଷେ ପୁରିଲା ମିଠା ନ ଦେଇକି ଏଠି ଏମିତି ମୁହଁ ଶୁଖେଇ କାହିଁକି ବସିଛୁ | ମାଉସୀ ମତେ ଦେଖି ଭାରି ଖୁସି ଦେଇଗଲା ,ଘରେ ସମସ୍ତଙ୍କ ଖବର ଆମୁଳ ଚୁଳ ପଚାରିଗଲା | ମୁଁ କହିଲି ମାଉସୀ ସବୁ ଭଲ ଅଛନ୍ତି ,ବୋଉ ତମକୁ ବହୁତ ମନେ ପକାଉଛି ,କରୋନା ପାଇଁ କୁଆଡେ ଯାଇ ପାରୁନି ସେ ,ନହେଲେ ଆଜି ଆଗ ସେ ଅସିଥାନ୍ତା ଏଠିକି | ସେପଟୁ ଭାଉଜ ଆସି ଚାହା ଦେଇକି କହିଲେ ବୋଉ ଏବେ ଅଭିମାନ ଭାଙ୍ଗିଲା କି ନାହିଁ ? ମୁଁ ପଚାରିଲି କଣ ହେଇଚି କି ଭାଉଜ, ଆଜି ଏତେ ବଡ ଦିନରେ ଅଭିମାନ କାହିଁକି ? ଭାଉଜ ହସି ହସି କହିଲେ, ବୋଉ କୁହନ୍ତୁ ବିଜୁଙ୍କୁ ଅଭିମାନ କାହିଁକି କରିଛନ୍ତି ? ମାଉସୀ ମନ ମାରିକି କହିଲା, କଣ କହିବିରେ ପୁଅ | ଏତେ ବଡ ଦିନ ଆଜି ,ଏତେ ବେଳକୁ ବ୍ରାହ୍ମଣ ଆସି ପୂଜାପାଠ କରୁଥାନ୍ତେ, ସବୁ ବନ୍ଧୁବାନ୍ଧବ ଅସିଥାନ୍ତେ ,କେତେ ବଡ ଭୋଜି ହେଇଥାନ୍ତା | କି କରୋନା ହେଲା ଯେ ସବୁ ବନ୍ଦ ହେଇଗଲା | ମୁଁ କହିଲି ଓଃ ଏଥିପାଇଁ ତମ ମନଦୁଃଖ, ଆଉ କିଛି ଦିନ ପରେ ସବୁ ଠିକ ହେଇଗଲେ ଆମେ ବଡ ଭୋଜିଟେ କରିବା ନା | ଏବେ ପା ସବୁ ରେଷ୍ଟ୍ରିକ୍ସନ ଅଛି ,ବେଶୀ ଲୋକ ଗହଳି ହବାକୁ ସରକାର ମନା କରିଛନ୍ତି | ଭାଉଜ କହିଲେ ସେଇ କଥା ତମ ଭାଇ ଆଉ ମୁଁ ସକାଳୁ ବୁଝେଇ ବୁଝେଇ ରହିଲୁଣି ,କିନ୍ତୁ ବୋଉ ବୁଝିବାକୁ ନାରାଜ | ମୁଁ ଚୁପ କିଣି ମାଉସୀକୁ ପଚାରିଲି ମାଉସୀ କଥାଟା ଏଇଠି ନା ଆଉ କଣ ? ମାଉସୀ ଆଖିରେ ଟିକେ ଲୁହ ଜକେଇ ଆସିଲା | କହିଲା ଆଗରୁ ଭଲମନ୍ଦ ଦିନରେ ରାତି ଅଧରୁ ଫୋନ ଘଣ୍ଟି ବାଜେ ଯେ ବନ୍ଦ ହବା ନାଁ ନିଏନି | ଆଜି ମୁଁ ରାତି ୩ ରୁ ଉଠିକି ବସିଛି, ବଡ ପୁଅ,ଝିଅ,ବନ୍ଧୁବାନ୍ଧବ କାହାର ଟିକେ ଫୋନ ନାହିଁ | ମୁଁ ଜୋର ଜୋର ହସି କହିଲି ଆମେରିକା, ଇଂଲଣ୍ଡ, କ୍ୟାନାଡା, ଦିଲ୍ଲୀ, ବମ୍ବେ ଚାରି ଆଡୁ whatsapp ,facebook , Insta ରେ message ଉପରେ message ଆସି ଚାଲିଛି, ଆଉ ତମେ କହୁଛ କେହି ମନେ ପକଉ ନାହାନ୍ତି | ଏତିକି କହିକି ଫୋନ ଖୋଲିକି ମାଉସୀ କୁ ସବୁ message ଗୋଟି ଗୋଟି ପଢିକି ଶୁଣେଇଲି ,ତଥାପି ମାଉସୀ ଓଠରେ ଟିକେ ହସ ଦେଖିଲିନି ମୁଁ | ସବୁ ଶୁଣିଲା ପରେ ମାଉସୀ କହିଲା, କି whatsapp facebook ଯୁଗ ଆସିଲା ଯେ ଲୋକଙ୍କୁ ଫୋନ ଟିକେ କରିବାକୁ ସମୟ ନାହିଁ | ଆଗରୁ କିଏ ଟିକେ ଫୋନ କଲେ ତାଙ୍କ ସହ କଥା ହେଇ ଭଲ ମନ୍ଦ ପଚାରି ମନଟା ହାଲୁକା ଲାଗୁ ଥିଲା | ଯେବେ ଝିଅ,ଜୋଇଁ ,ବଡପୁଅ କଥା ଅଜୁକୁ ପଚାରୁଛି ...ଅଜୁ କହୁଛି ନନା ଅପା message କରିଥିଲେ ,ସବୁ ଭଲ ଅଛନ୍ତି | ଆରେ message କରିକି କଥା ହୋଉଛ ମା ସହ ଟିକେ କଥା ହବାକୁ ମନ ହଉନି କାହାର ? ଏତେ ଦୂରରେ ସବୁ ରହୁଛନ୍ତି ଦେଖିବାକୁ ସମସ୍ତଙ୍କୁ ଆଖି ତରସି ଗଲାଣି | ମନକୁ ବୁଝାଉଛି ହଉ ନଦେଖିଲେ କଣ ହେଲା ଫୋନରେ କଥା ହେଇକି ସବୁ ପଚାରି ବୁଝିବି ,କିନ୍ତୁ କାହାର ଫୋନ ଟିକେ ନାହିଁ | ଆଗରୁ କାହା ଜନ୍ମଦିନ,ବିବାହ ବାର୍ଷିକ ହେଲେ ଘରକୁ ଫୋନ ଆସୁ ଥିଲା ସେଇ ବାହାନା ରେ ମୁଁ ବି ଟିକେ କଥା ହେଇ ଯାଉ ଥିଲି | ଏବେ ତ କିଛି ବର୍ଷ ହେଲାଣି ଦେଖୁଚି ସମସ୍ତେ ସବୁବେଳେ ଫୋନରେ ଖାଲି ଟୀପଟାପ କରିବାରେ ବ୍ୟସ୍ତ, କିନ୍ତୁ ଫୋନ ଲଗେଇକି କଥା ହବାକୁ କାହା ପାଖରେ ଟାଇମି ନାହିଁ | ଏସବୁ କହିଲା ଭିତରେ ମାଉସୀ ଆଖିରୁ ଦୁଇ ଧାରା ଲୁହ ଗଡି ଯାଉଥିଲା | ମାଉସୀ ମନ ବୁଝେଇବାକୁ କହିଲି, ସେମାନେ ବିଦେଶରେ ରହୁଛନ୍ତି ,ତାଙ୍କ ଟାଇମ ଆମ ଟାଇମ ଅଲଗା ସେଥିପାଇଁ ମନ ହେଲେବି କରି ପାରୁ ନଥିବେ ଫୋନ | ରହ ମୁଁ ବଡ ଭାଇକୁ message କରୁଛି, ସେ ଶୋଇ ନଥିବ ଯଦି ତାହେଲେ କଲ କରିକି ତମ ସହ କଥା କରେଇ ଦେବି | ଭାଇ ,ଶୋଇ ଗଲଣି କି Message କଲି | ସାଙ୍ଗେ ସାଙ୍ଗେ reply ଆସିଲା ନା ମ weekend ରେ ଏତେ ଜଲ୍ଦି କିଏ ଶୁଏ | ମୁଁ କହିଲି ଏବେ ଅଜୁ ଭାଇ ଘରେ ଅଛି ,ମାଉସୀ ମନେ ପକାଉଛି କଲ କରିବି ? Message read ହେଇକି ଦୁଇଟା blue ଟିକ ଆସିଗଲା | ୫ ମିନଟ ପରେ reply ଆସିଲା ଝିଅକୁ ବେଡ଼ଟାଇମ ଷ୍ଟୋରୀ ଶୁଣାଉଛି, ବୋଉକୁ କହିବୁ କାଲି ଆଡକୁ ଫୋନ କରିବି | ମାଉସୀ ଛୁଆଙ୍କ ପରି ଉଚ୍ଛନ ହେଇ କହିଲା କଣ ହେଲା ବିଜୁ ,ଭାବୁଚୁ କଣ ? କଲ ଲଗଉନୁ ? ମୁଁ କଣ କହିବି ଜାଣି ପାରିଲିନି | ମନ ରଖିବାକୁ କହିଦେଲି ଭାଇ ଟିକେ ବ୍ୟସ୍ତ ଅଛନ୍ତି ,ତମକୁ ପରେ କଲ କରିବେ ବୋଲି କହିଲେ | ମାଉସୀର ମୁହଁ ପୁଣି ଶୁଖିଗଲା, କଣ୍ଠରୁଦ୍ଧ ହେଇ କହିଲା ସେ ପରେ କଲ କରିବା ସମୟଟା କେବେ ଆସିବ ମୁଁ ଅପେକ୍ଷା କରିଛି | ଅଜୁ ଭାଇ ଆଉ ଭାଉଜ ମୌନ ହେଇ ସବୁ ଶୁଣୁଥିଲେ | ଭାଉଜ ଆସି ମାଉସୀ ଙ୍କ ହାତ ଧରି କହିଲେ ବୋଉ ଚାଲନ୍ତୁ ତଳକୁ ଯିବା | ଯେତେ ଚେଷ୍ଟା କଲେ ବି ଆପଣ ଙ୍କ ପରି ମାଣ୍ଡିଆ ଯାଉ ମୋ ଦ୍ୱାରା ହଉନି | ମୁଁ ସବୁ ରେଡି କରିକି ରଖିଛି ଆସନ୍ତୁ ମିଶିକି ବନେଇବା | ଅଜୁ ଭାଇ କହିଲେ ଠିକ କଥା ମୋ ବୋଉ ହାତର ଯୋଉ ସ୍ୱାଦ କେହି ସେମିତି କରି ପାରିବେନି ,ବୋଉ ଗଲୁ ଟିକେ ବାଗେଇକି ବନେଇଦବୁ | ଅଜୁ ଭାଇ କଥା ଶୁଣି ମାଉସୀ ମୁହଁ ରେ ଟିକେ ହସ ଫୁଟିଲା | ହସି ହସି କହିଲା ବାହା ହେଇକି ଛୁଆ ବର୍ଷକର ହେଲାଣି ତଥାପି ମା ହାତରନ୍ଧା ଖାଇବା ପାଇଁ କଣ ହଉଛି ଦେଖୁନ | ଭାଉଜ ହାତ ଧରିକି ମାଉସୀକୁ ନେଇ ଗଲେ | ମାଉସୀ ଯାଉ ଯାଉ ମତେ କହିଲା ପୁଅରେ ଥିବୁ ଖାଇକି ଯିବୁ ଏଠୁ | ମୁଁ କହିଲି ମାଉସୀ ମୋର class ଅଛି ,ମୁଁ ଏବେ ଯାଉଛି ଆସିବି ପରେ |
ଘରୁକୁ ଫେରିଲା ବେଳେ ରାସ୍ତା ସାରା ମାଉସୀ କଥା ଭାବି ଭାବି ଆସୁଥାଏ | ପୁରା ଠିକ କଥା ମାଉସୀ ଆଜି କହିଲା | ସତରେ ଆମେ ସମସ୍ତେ ସୋସିଆଲ ମେଡିଆର କବଳରେ ଏତେ ବାନ୍ଧି ହେଇ ଯାଇଛୁ ଯେ ନର୍ମାଲ ଫୋନ ଗୋଟେ କରିକି କାହା ସହ କଥା ପଦେ ହବାକୁ ଟାଇମ ନାହିଁ ଆମ ପାଖରେ |
