Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Rudra Narayan

Abstract Others

4.1  

Rudra Narayan

Abstract Others

ସଳିତା

ସଳିତା

2 mins
563


ଦୀର୍ଘ ସମୟ ଧରି ଏକ ଅନ୍ଧାର କୋଠରୀରେ ଦୀପ ଟିଏ ଜଳି ଜଳି ନିଜ ଅନ୍ତର ସମ୍ମୁଁଖରେ ଠିଆ ହୋଇଥିଲା । ଠିକ ସମୟରେ ଏକ ବ୍ୟକ୍ତି ଆସି ତା ଦେହରେ ଢାଳିଦେଲେ କିଛି ତେଲ । ସେହି ଦୀପଟି ଆଉ କିଛି ସମୟ ପାଇଁ ଜଳିଲା ଯେତେବେକଳ ସେ ପୁଣି ଲିଭି ଆସୁଥିଲା ପୁଣି ତା ଉପରେ ଢଳାଗଲା ତୈଳ ଓ ସେ ପୁଣି ଜଳି ଉଠିଲା। ଏମିତି ଅନେକ ଥର ଚାଲିଲା ।


ଦିନେ ଏପରି ହେଲା ବେଳେ ଦିପଟି ପଚାରେ ତମେ କାହିଁକି ମୋତେ ସର୍ବଦା ଜାଳିବାକୁ ଚେଷ୍ଟା କରୁଛ । ବ୍ୟକ୍ତି ଜଣକ କିଛି ଉତ୍ତର ନଦେଇ ଚାଲିଗଲେ । ପରେ ଦୀପ ଭାବିଲା କଣ ପାଇଁ ମୋତେ ହିଁ ରକ୍ଷା କରାଯାଉଛି । ମୁଁ କିଏ ନିଶ୍ଚିତ ଭାବେ ମୋର ଏକ ବଡ଼ିମା ଅଛି । ମୁଁ ନିଶ୍ଚିତ ମହାନ। ମୋ ପାଇଁ ଏହି କୋଠରୀ ଆଜି ଆଲୋକିତ । ଏପରି ଭାବି ଭାବି ଏକ ସମୟ ଆସିଲା ଯେ ଦୀପଟିକୁ ପୁଣି ସେ ଵ୍ୟକ୍ତି ତେଲ ଦେବା ପାଇଁ ଆସିଲେ। ସେତେବେଳେ ଦୀପ କହିଲା ଧୀରେ ଢାଳ ମୁଁ ନଷ୍ଟ ହୋଇଯିବି । ସେତେବେଳେ ସେ ମୁଁରୁକି ହସିଦେଇ ଚାଲିଗଲେ ।


ସେଦିନ ହିଁ ଦୀପ ସଳିତାକୁ କହିଲାରେ ସଳିତା ତୁ ମୋ ପରି ଦୀପକୁ ପାଇ ଧନ୍ୟ । ମୋର କର୍ମ ପାଇଁ ଆଜି ତ ପବିତ୍ର। ଦେଖ ମୁଁ କେତେ ସୁନ୍ଦର। ମୋର ସୁନ୍ଦରତାକୁ ବଜାୟ ରଖିବା ପାଇଁ ସର୍ବଦା ଜଣେ ବ୍ୟକ୍ତି ଆସୁଛନ୍ତି। ମୋ ପାଇଁ ହିଁ ତୋର ଏ ଜୀବନ । ମୋର ଶୁଦ୍ଧତା ପାଇଁ ତୁ ପବିତ୍ର । ସେତେବେଳେ ସଳିତା କୁହେ ଦୀପ ତମ ପବିତ୍ରତା ଚିରକାଳକୁ ବଜାୟ ରହିବ । ଏହା ହିଁ ମୋର କାମନା । ସେତେବେଳେ ଦୀପ କହେ ତୁ କେ ମୋ କାମନା ପାଇଁ? ମୁଁ କାମନାର ଊର୍ଧ୍ୱରେ । ତୋ ଭଳି ଲୋକ ମୋ ପାଇଁ କାମନା କଲେ ମୁଁ ଅପବିତ୍ର ହୋଇଯିବି । ଦେଖ ମୁଁ ହିଁ ଏହି ଘରର ସବୁକିଛି । ମୁଁ ହିଁ ଜ୍ୟୋତି। ମୁଁହିଁ ଶକ୍ତି । ମୋ ବିନା ସୂର୍ଯ୍ୟ ଚନ୍ଦ୍ର ନାହିଁ । ଶିବ ସ୍ଵତୀ ବିନା ହିଁ ଅଧୁରା। ସେତେବେଳେ ହଠାତ ଏକ ଶବ୍ଦ ଆସେ କହେ ବିଚଳିତ କରନି ମୋତେ ମୁଁ ଢ଼ଳିଯିବି । ତୁମେ ଦୁହେଁ ନିଜ କାର୍ଯ୍ୟ କର । ସେତେବେଳେ ଦୀପ କୁହେ ଚୁପ! ପତ୍ରୀ କରେନି। ଏପରି ଦରଘା ସମୟ ଧରି ଚାଲେ। ଓ ସମୟାସେ ତେଲ ସରିଯାଏ ଦୀପ ଲିଭିଯାଏ କିନ୍ତୁ ରହେ ସଳିତା ଓ ସେ ବ୍ୟକ୍ତି ଆସି ସେହି ସଳିତାକୁ ଅନ୍ୟ ଏକ ଦୀପରେ ରଖି କୁହନ୍ତି ତୋ କର୍ମ ପାଇଁ ତୁ ଆଜି ବଞ୍ଚିଛୁ । ଅହଂକାର ବିହୀନ ହୋଇ ତ ଜାଳୁଥିଲୁ ସେଥିପାଇଁ ତ ଆଜି ବଞ୍ଚିଛୁ । ସଳିତା କହିଦିଏ ନାଇଁ ବାବୁ ମୋତେ ଜାଳିଦିଅ ମୋତେ ନଜାଳିଲେ ଏହି କୋଠରୀର କାଳିମା ପୁଣି ତିରସ୍କାର କରିବା ଜ୍ଞାନ ଓ ସତ୍ୟର ଆଲୋକକୁ । ସରିଯିବା ଧର୍ମ ଓ ନ୍ୟାୟ। ସେତେବେଳେ ପୁଣି ଜଳି ଉଠେ ସେହି ଦୀପ ଓ ସେହି ଦୀପର ଆଲୋକରେ ଦେଖାଯାଉଥିଲା ପ୍ରଥମ ଦୀପଟି ଓ ପରେ ଅନ୍ୟ ସଳିତା ଟିଏ ଆଣି ପ୍ରଥମ ଦୀପ ଜାଳି ବ୍ୟକ୍ତି ଜଣକ କୁହନ୍ତିରେ ଦୀପ ତୋ ଜୀବନ ସଳିତାକୁ ଜାଳିବା ପାଇଁ ଓ ଏହି ଅନ୍ଧକାରକୁ ନଷ୍ଟ କରିବା ପାଇଁ । ଏଠି ତୁ ନିଜେ ଅଧା ତୁ କିପରି କରିବୁ ଅନ୍ଧକାର ମୋଚନ ।

ଦିପ୍ତୀ କହେ        


 "ଦୀପ ଜୀବନଟେ ଦେଇଛନ୍ତି ପ୍ରଭୁ 

  କରିବାକୁ ଆଲୋକିତ 

  ଜଳି ଜଳି ଯିବି ଏ ସଂସାର ପାଇଁ 

  ଧନ୍ୟ ହେଉ ଏ ଜଗତ । "


Rate this content
Log in

More oriya story from Rudra Narayan

Similar oriya story from Abstract