Rudra Narayan

Abstract Others

5.0  

Rudra Narayan

Abstract Others

ସଳିତା

ସଳିତା

2 mins
505


ଦୀର୍ଘ ସମୟ ଧରି ଏକ ଅନ୍ଧାର କୋଠରୀରେ ଦୀପ ଟିଏ ଜଳି ଜଳି ନିଜ ଅନ୍ତର ସମ୍ମୁଁଖରେ ଠିଆ ହୋଇଥିଲା । ଠିକ ସମୟରେ ଏକ ବ୍ୟକ୍ତି ଆସି ତା ଦେହରେ ଢାଳିଦେଲେ କିଛି ତେଲ । ସେହି ଦୀପଟି ଆଉ କିଛି ସମୟ ପାଇଁ ଜଳିଲା ଯେତେବେକଳ ସେ ପୁଣି ଲିଭି ଆସୁଥିଲା ପୁଣି ତା ଉପରେ ଢଳାଗଲା ତୈଳ ଓ ସେ ପୁଣି ଜଳି ଉଠିଲା। ଏମିତି ଅନେକ ଥର ଚାଲିଲା ।


ଦିନେ ଏପରି ହେଲା ବେଳେ ଦିପଟି ପଚାରେ ତମେ କାହିଁକି ମୋତେ ସର୍ବଦା ଜାଳିବାକୁ ଚେଷ୍ଟା କରୁଛ । ବ୍ୟକ୍ତି ଜଣକ କିଛି ଉତ୍ତର ନଦେଇ ଚାଲିଗଲେ । ପରେ ଦୀପ ଭାବିଲା କଣ ପାଇଁ ମୋତେ ହିଁ ରକ୍ଷା କରାଯାଉଛି । ମୁଁ କିଏ ନିଶ୍ଚିତ ଭାବେ ମୋର ଏକ ବଡ଼ିମା ଅଛି । ମୁଁ ନିଶ୍ଚିତ ମହାନ। ମୋ ପାଇଁ ଏହି କୋଠରୀ ଆଜି ଆଲୋକିତ । ଏପରି ଭାବି ଭାବି ଏକ ସମୟ ଆସିଲା ଯେ ଦୀପଟିକୁ ପୁଣି ସେ ଵ୍ୟକ୍ତି ତେଲ ଦେବା ପାଇଁ ଆସିଲେ। ସେତେବେଳେ ଦୀପ କହିଲା ଧୀରେ ଢାଳ ମୁଁ ନଷ୍ଟ ହୋଇଯିବି । ସେତେବେଳେ ସେ ମୁଁରୁକି ହସିଦେଇ ଚାଲିଗଲେ ।


ସେଦିନ ହିଁ ଦୀପ ସଳିତାକୁ କହିଲାରେ ସଳିତା ତୁ ମୋ ପରି ଦୀପକୁ ପାଇ ଧନ୍ୟ । ମୋର କର୍ମ ପାଇଁ ଆଜି ତ ପବିତ୍ର। ଦେଖ ମୁଁ କେତେ ସୁନ୍ଦର। ମୋର ସୁନ୍ଦରତାକୁ ବଜାୟ ରଖିବା ପାଇଁ ସର୍ବଦା ଜଣେ ବ୍ୟକ୍ତି ଆସୁଛନ୍ତି। ମୋ ପାଇଁ ହିଁ ତୋର ଏ ଜୀବନ । ମୋର ଶୁଦ୍ଧତା ପାଇଁ ତୁ ପବିତ୍ର । ସେତେବେଳେ ସଳିତା କୁହେ ଦୀପ ତମ ପବିତ୍ରତା ଚିରକାଳକୁ ବଜାୟ ରହିବ । ଏହା ହିଁ ମୋର କାମନା । ସେତେବେଳେ ଦୀପ କହେ ତୁ କେ ମୋ କାମନା ପାଇଁ? ମୁଁ କାମନାର ଊର୍ଧ୍ୱରେ । ତୋ ଭଳି ଲୋକ ମୋ ପାଇଁ କାମନା କଲେ ମୁଁ ଅପବିତ୍ର ହୋଇଯିବି । ଦେଖ ମୁଁ ହିଁ ଏହି ଘରର ସବୁକିଛି । ମୁଁ ହିଁ ଜ୍ୟୋତି। ମୁଁହିଁ ଶକ୍ତି । ମୋ ବିନା ସୂର୍ଯ୍ୟ ଚନ୍ଦ୍ର ନାହିଁ । ଶିବ ସତୀ  ବିନା ହିଁ ଅଧୁରା। ସେତେବେଳେ ହଠାତ ଏକ ଶବ୍ଦ ଆସେ କହେ ବିଚଳିତ କରନି ମୋତେ ମୁଁ ଢ଼ଳିଯିବି । ତୁମେ ଦୁହେଁ ନିଜ କାର୍ଯ୍ୟ କର । ସେତେବେଳେ ଦୀପ କୁହେ ଚୁପ!ପାଟି କରେନି  । ଏପରି ଅନେକ  ସମୟ ଧରି ଚାଲେ। ଓ ସମୟଆସେ  ତେଲ ସରିଯାଏ ଦୀପ ଲିଭିଯାଏ କିନ୍ତୁ ରହେ ସଳିତା ଓ ସେ ବ୍ୟକ୍ତି ଆସି ସେହି ସଳିତାକୁ ଅନ୍ୟ ଏକ ଦୀପରେ ରଖି କୁହନ୍ତି ତୋ କର୍ମ ପାଇଁ ତୁ ଆଜି ବଞ୍ଚିଛୁ । ଅହଂକାର ବିହୀନ ହୋଇ ତ ଜାଳୁଥିଲୁ ସେଥିପାଇଁ ତ ଆଜି ବଞ୍ଚିଛୁ । ସଳିତା କହିଦିଏ ନାଇଁ ବାବୁ ମୋତେ ଜାଳିଦିଅ ମୋତେ ନଜାଳିଲେ ଏହି କୋଠରୀର କାଳିମା ପୁଣି ତିରସ୍କାର କରିବା ଜ୍ଞାନ ଓ ସତ୍ୟର ଆଲୋକକୁ । ସରିଯିବା ଧର୍ମ ଓ ନ୍ୟାୟ। ସେତେବେଳେ ପୁଣି ଜଳି ଉଠେ ସେହି ଦୀପ ଓ ସେହି ଦୀପର ଆଲୋକରେ ଦେଖାଯାଉଥିଲା ପ୍ରଥମ ଦୀପଟି ଓ ପରେ ଅନ୍ୟ ସଳିତା ଟିଏ ଆଣି ପ୍ରଥମ ଦୀପ ଜାଳି ବ୍ୟକ୍ତି ଜଣକ କୁହନ୍ତିରେ ଦୀପ ତୋ ଜୀବନ ସଳିତାକୁ ଜାଳିବା ପାଇଁ ଓ ଏହି ଅନ୍ଧକାରକୁ ନଷ୍ଟ କରିବା ପାଇଁ । ଏଠି ତୁ ନିଜେ ଅଧା ତୁ କିପରି କରିବୁ ଅନ୍ଧକାର ମୋଚନ ।

ଦିପ୍ତୀ କହେ         "ଦୀପ ଜୀବନଟେ ଦେଇଛନ୍ତି ପ୍ରଭୁ  

                    କରିବାକୁ ଆଲୋକିତ 

                 ଜଳି ଜଳି ଯିବି ଏ ସଂସାର ପାଇଁ 

                    ଧନ୍ୟ ହେଉ ଏ ଜଗତ । "


Rate this content
Log in

More oriya story from Rudra Narayan

Similar oriya story from Abstract