ସୀମିତ ନୁହେଁ ସ୍ୱପ୍ନ
ସୀମିତ ନୁହେଁ ସ୍ୱପ୍ନ
ଖୋଲା ଆକାଶରେ ଉଡ଼ିବାକୁ କିଏ ବା ନ ଚାହେଁ । ହଁ ଆଜ୍ଞା ମୁଁ ସେମିତି ଏକ ପିଲା ଯାହାର ସ୍ୱପ୍ନ ଥିଲା ଆଗକୁ ବଢିବାର , ନିରୋଳା ବଣରୁ ସୁଦୂର ଭୁବନେଶ୍ୱରରେ ଯାଇ ପଢ଼ିବାର ।
ମୁଁ ଛୋଟୁ ଆମ ଗାଁ କେଉଁଝର ଜିଲ୍ଲା ହରିଚନ୍ଦନପୁର ପଞ୍ଚାୟତରେ ।ମୋର ଜନ୍ମ ଏକ ଗରିବ ସାନ୍ତାଳୀ ସମ୍ପ୍ରଦାୟର ଆଦିବାସୀ ଘରେ ଯୋଉଠି ମୁଁ ମୋ ମାଆ ଆଉ ଆମେ ଚାରି ଭାଇ ଭଉଣୀ ରହୁ । ଵାପା ଛାଡି ଚାଲିଗଲେ ଯେବେ ଆମେ ବହୁତ ଛୋଟ ଥିଲୁ ।କୋମଳ ବୟସରେ ପରିବାରର ଦାୟିତ୍ବ ଉପରେ ପୁଣି ଦାରିଦ୍ର୍ୟ ଅନ୍ୟ ଏକ ବାଧକ ,ତଥାପି ହାରିଯାଇଛି ମୁଁ ଜୀବନ ଯୁଦ୍ଧରେ । ଗାଁ ସ୍କୁଲରେ ପଢ଼ିବା ସହ ଛେଳି ଚରାଇବାକୁ ଯିବା ଆମ ପେଶା ଥିଲା ।ପଢା ସରିବା ପରେ ମୁଁ ନୀତି ଛେଳି ନେଇ ଯାଏ ଚରାଇଵାକୁ ।ଅଭାବ ଅନଟନ ରେ ପାଞ୍ଚ ପ୍ରାଣିଙ୍କ ଭୋକ ମେଣ୍ଟେଇବାକୁ ଯାଇ ମୁଁ ବୋଉକୁ କହିଲି ଦିନେ ଯେ ମୋତେ ଛେଳି ଚଳାଇବାକୁ ଭଲ ଲାଗୁନି ମୁଁ ପାଠ ପଢିବି ଆଉ ତୁମ ସମସ୍ତଙ୍କୁ ଭଲରେ ରଖିବି ।
ହେଲେ ବୋଉ ମୋର ଗାଁ ଲୋକଙ୍କ ଡରରେ ମନା କରିଥିଲା। କାହିଁକି ନା ଆମ ଜାତିର ପିଲା କୁଆଡ଼େ ପାଠଶାଠ ପଢନ୍ତିନି ।
ଏମିତି କିଛି ଦିନ ପରେ ଦିନେ ଛେଳି ଯଗିବାକୁ ଯାଇ ମୁଁ କେତେଟା ଛେଳି ହଜାଇଦେଲି ତା ପରେ ବୋଉ ମୋତେ ବହୁତ୍ ଗାଳି ଆଉ ମାଡ଼ ବି ଦେଇଥିଲା ।ସେଦିନ ମୁଁ ମନରେ ଭାବିଥିଲି ଯେ ଆଉ ଜୀବନରେ ଏମିତି କାମ କରିଵି ନାହିଁ କି ଛେଳି ଯଗିଵାକୁ ମୋଟେ ଯିବି ନାହିଁ ।
ଦେଖୁ ଦେଖୁ ବହୁତ ଦିନ ବିତିଗଲା ଶେଷରେ ମୋର ଦଶମ ଶ୍ରେଣୀରେ ନାମ ଲେଖା ହେଲା ।କଷ୍ଟେ ମଷ୍ଟେ ପଢି ମୁଁ ଦଶମ ପାସ୍ କରିଗଲି । ତାପରେ ଘରେ କାହାକୁ ନ କହି ମୁଁ ଆସିଗଲି କେଉଁଝର ସେଠି ଅଳ୍ପ କେତୋଟି ପିଲାଙ୍କୁ ଟିଉସନ କରିବା ଲାଗି ।ଟିଉସନ କରିବା ସହ ମୁଁ ମୋର ଅର୍ଜିତ ଟଙ୍କାରେ ଆ.ଇଏ ପାସ୍ କରିଲି ।ମାଆ ଆଉ ମୋ ସାନ ଭଉଣୀ ଭାଇ ସବୁ ଗାଁ ରେ ରହୁଥିଲେ।ମୋର ଟିଉସନ ଟଙ୍କାରେ ଯାହା ବଳୁଥିଲା ମୁଁ ଘରକୁ ଟେଲିଗ୍ରାମ କରୁଥିଲି।
କେଉଁଝରରେ ରହି ପଢିଲାଵେଳେ ମୁଁ ବିଏ ପଢ଼ିବା ପାଇଁ ମନ ବଳାଇଲି ହେଲେ ବାହାରେ ଯାଇ ରହିବା ପଢ଼ିବା ସମ୍ଭବ ନଥିଲା । ଆମ ଆଦିବାସୀ ଜାତିରେ ପାଠ ପଢିବା ଯେମିତି ଥିଲା ସ୍ୱପ୍ନ । ତଥାପି ମୁଁ ପଢ଼ିବାକୁ ମୋର ପ୍ରଥମ କର୍ମ ଭାଵିନେଇଥିଲି ।ଯେତେ ବାଧା ବିଘ୍ନ ଆସୁ ନା କାହିଁକି ମୁଁ ମୋର ସ୍ୱପ୍ନ ଦେଖୁଥିଲି ବଡ଼ ଅଫିସର୍ ଟିଏ ହେବାର ।
ସାହାଯ୍ୟ ସହଯୋଗ ନଥାଇ ମଧ୍ୟ ମୁଁ ନିଜ ଚେଷ୍ଟାରେ ଏଣ୍ଟ୍ରାନ୍ସ ପାସ୍ କରି ଭୁବନେଶ୍ୱର ଵିଜେଵି କଲେଜରେ ପଢ଼ିବାର ସୁଯୋଗ ପାଇଲି ।ବଂଚିବା ପାଇଁ ଜୀବନ ସହ ଅହରହ ସଂଘର୍ଷ କରିବାକୁ ପଡେ ସେହିଭଳି ଏକ ନାଁ ନଥିବା ଗାଁ ରୁ ଆସି ବାହାର ଦୁନିଆରେ ରହି ସଫଳତା ପାଇବା ଯେ କେତେ କଷ୍ଟକର ତାହା କେବଳ ମୁଁ ହିଁ ଜାଣିଛି । ଶିକ୍ଷା କଣ ତା ଉପରେ ଆଦିବାସୀ ମାନେ କିଛି ଜାଣନ୍ତି ନାହିଁ ।ମୁଁ ପଢ଼ିବା ନିଷ୍ପତ୍ତି ଆମ ଘରେ ଆମ ସମ୍ପ୍ରଦାୟରେ ବହୁତ ଗୁରୁତ୍ବପୁର୍ଣ ଥିଲା । ଵିଏ ଫାଷ୍ଟ କ୍ଲାସ ପାସ୍ କରିବା ପରେ ମୁଁ ଖଣ୍ଡିଏ ଚାକିରି ପାଇବା ପାଇଁ ଦିନରାତି ଏକ କରୁଥାଏ । ସେତିକି ମଧ୍ୟରେ ମୋର ଏକ ବ୍ୟାଙ୍କରେ ଚାକିରୀ ଲାଗି ଅଫର୍ ଆସିଲା । ସେଦିନ ଯେମିତି ମୋ ଜୀବନରେ ନୂଆ ଆଲୋକ ଖେଳିଗଲା । ହଁ ଖୁସିର ସୀମା କହିଲେ ନସରେ । ହେଲେ ନିୟତିକୁ କିଛି ଅଲଗା ଦରକାର ଥିଲା ମୋଠାରୁ ।ଜଇନିଙ୍ଗ୍ ଲାଗି ଯିବା ମୋ ପକ୍ଷରେ ସମ୍ଭବ ନଥିଲା ।ମାଆଙ୍କ ଅସୁସ୍ଥତା କାରଣରୁ ମୁଁ ସେଇ ଚାକିରି ରେ ଯୋଗ ଦେଲିନାହିଁ । ଘରର ସମସ୍ତ ଦାୟିତ୍ବ ଛୁଆଟି ଦିନରୁ ଯେମିତି ମୋରି ଉପରେ ଥିଲା ଘରେ ପାଠ ପଢା ଶିକ୍ଷିତ କେବଳ ମୁଁ ଜଣେ ହିଁ ଥିଲି । ଅନ୍ୟ ଭାଇ ଭଉଣୀ ଗାଁରେ ରହି ଜମିଜମା କଥା ବୁଝୁଥିଲେ । କିଛି ଦିନ ପରେ ମୋର ସୁନାବେଡ଼ା ହଲ୍ ରେ ଆସିଷ୍ଟାଣ୍ଟ ଲାଗି ଅଫର୍ ଆସିଲା ସରକାରୀ ଚାକିରୀ ପୁଣି ତାସହ ସରକାରୀ କ୍ୱର୍ଟରର ବ୍ୟବସ୍ଥା ବି ମିଳିଲା । କିଛି ବର୍ଷ ଚାକିରି ମଧ୍ୟରେ ମୋର ବାହାଘର ବି ସରିଲା । ମୁଁ ସ୍ତ୍ରୀ ଓ ପୁଅକୁ ନେଇ ସୁନାବେଡ଼ାରେ ରହିବାକୁ ଲାଗିଲି । ଧିରେ ଧିରେ ମା ବି ଚାଲିଗଲେ ମୋ ଭାଇ ଭଉଣୀ ସମସ୍ତଙ୍କ ଦାୟିତ୍ଵ ମୋ ଉପରକୁ ଆସିଗଲା ।ପଇସାର ଅଭାବ ପୁଣି ବଡ଼ ସହରରେ ପୁଅର ଜାଵତୀୟ ଖର୍ଚ୍ଚ ଭାରି ପଡ଼ିବାକୁ ଲାଗିଲା । ଗାଁକୁ ପ୍ରତି ମାସରେ ଟଙ୍କା ପଠାଇବା ସେମାନଙ୍କ ଖର୍ଚ୍ଚ ଉଠାଇବା ମୋ ଲାଗି ବାଧକ ସାଜିଗଲା । ମୁଁ ନିଜ ଚେଷ୍ଟାରେ ପୁଣି ଅନ୍ୟ ଭଲ ଚାକିରୀ ପାଇଁ ଲାଗିପଡିଲି ଆଉ ପରିଶେଷରେ ମୁଁ ସରକାରୀ ଆର୍ ଏଣ୍ଡ ଵି ଡିପାର୍ଟମେଣ୍ଟ ରେ ସେକ୍ସନ୍ ଅଫିସର୍ ଭାବେ କାର୍ଯ୍ୟ କରିବାକୁ ଲାଗିଲି । ବିକାଶ ଯାହାଙ୍କ ପାଇଁ ସପନ ଥିଲା ସେମିତି ଯାଗାରୁ ଆସି ମୁଁ ସାମାନ୍ୟ ଆଦିବାସୀ ପିଲାଙ୍କ ମଧ୍ୟରୁ ଅଫିସର୍ ହୋଇପାରିଲି ।ଯେଉଁଠାରେ ପାଠ ପଢିବା ଦିବାସ୍ୱପ୍ନ ଥିଲା ତାକୁ ମୁଁ ନିଜ ଚେଷ୍ଟାରେ ମୋର ଅଧ୍ୟବସାୟ ଦ୍ଵାରା ସଫଳ କରିପାରିଲି ଓ ଅନ୍ୟ ମାନଙ୍କ ଲାଗି ଉଦାହରଣ ହୋଇପାରିଲି। ଶିକ୍ଷା ହିଁ ପରିବର୍ତ୍ତନର ଏକମାତ୍ର ମାଧ୍ୟମ ତାହା ସମସ୍ତଙ୍କୁ ବୁଝିବା ନିତାନ୍ତ ଆବଶ୍ୟକ । ସ୍ୱପ୍ନ ଦେଖନ୍ତୁ ଆଉ ତାକୁ ସାକାର ଵି କରନ୍ତୁ । ସ୍ୱପ୍ନ ନୁହେଁ ସୀମିତ , ସେ ସବୁଠି ଜୀବନ୍ତ ।
