Jashobanta Biswal

Inspirational

4.2  

Jashobanta Biswal

Inspirational

ଶିବାନୀ

ଶିବାନୀ

4 mins
483



କଥାଟି ପୁରୁଣା ହେଲେ ମଧ୍ୟ ସତ୍ୟ ଘଟଣା । 2011 ମସିହା ମାର୍ଚ୍ଚ ମାସର ଘଟଣା । ମୁଁ ବୁଲିବା ପାଇଁ ଯାଜପୁର ଜିଲ୍ଲା ଅନ୍ତର୍ଗତ , ଦଶରଥପୁର ଗ୍ରାମ କୁ ଯାଇ ଥାଏ । ଗାଁ ଟି ଦେଖିବାକୁ ଅତି ସୁନ୍ଦର୍ ବୈତରଣୀ ନଦୀ କୂଳରେ ଅବସ୍ଥିତ । 

ଘଟଣା ଟି ହେଲା - ଦିନେ ମୁଁ ଦିନ ପ୍ରାୟ 12 ଟା ସମୟ , ମୁ ଗାଧୋଇବାକୁ ଯାଉ ଥାଏ । ଚାଲିବା ବାଟରେ ଗୋଟେ ବଟ ବୃକ୍ଷ ଅଛି , ଏବଂ ଚନ୍ଦନି ଅଛି । ବୃକ୍ଷ ଚନ୍ଦନି ଉପରେ ଏମିତି ଗୋଟିଏ ସ୍ତ୍ରୀ ଲୋକ ବସି ଥାଏ , ମୁଁ ଦେଖି କି ଭୟଭୀତ ହୋଇ ଗଲି ଏବଂ ଆଚମ୍ବିତ ହୋଇ ଗଲି ।


ଭୟାନକ ଚେହେରା , ମୁଣ୍ଡ ର କେଶ ବିଖରିତ ହୋଇ ଥାଏ , ପାଟିରୁ ଲାଲ ନିର୍ଗତ ହେଉ ଥାଏ , ଖଣ୍ଡେ ଛିଣ୍ଡା ମଇଳା ଆବର୍ଜନା ବସ୍ତ୍ର ପରିଧାନ କରି ଥାଏ । ମୋର କାହିଁକି କେ ଜାଣି ଇଚ୍ଛା ହେଲା ସ୍ତ୍ରୀ ଲୋକ ସହିତ କଥା ହେବା ପାଇଁ ।


ନିର୍ଭୟ ସହିତ ସ୍ତ୍ରୀ ଲୋକ ପାଖକୁ ଯାଇ ପହଞ୍ଚି ଗଲି । ସେ ବସି ଥିବାର ଅଳ୍ପ କିଛି ଦୂରରେ ବସି ଗଲି । କିଛି ସମୟ ପରେ ମୁଁ ପଚାରିଲି , 


ମାଉସୀ ଆପଣଙ୍କ ଘର କୋଉଠି ? 

ଆପଣଂକ ନାମ କଣ ? 

ଏତିକି କହି ମୁ କିଛି ସମୟ ଚୁପ୍ ରହି ଗଲି , କାରଣ ମୋତେ ମଧ୍ୟ ଭୟ ଲାଗୁ ଥାଏ । ନିରୋଳା ନିଛାଟିଆ ରାସ୍ତା , ଗ୍ରୀଷ୍ମ ଦିନ କଥା , ପାଖରେ ଜନ ଗହଳି ର ଶବ୍ଦ ନ ଥାଏ । 


କିଛି ସମୟ ଚୁପ୍ ରହିଲା ପରେ ସ୍ତ୍ରୀ ଲୋକ ମୁହଁରୁ କଥା ବାହାରିଲା ।

ଆଖିରୁ ଢଳ ଢଳ ହୋଇ ଅଶ୍ରୁ ବହିବାରେ ଲାଗିଲା । ମୁଁ ପୁଣି ପଚାରିଲି ଆପଣଙ୍କୁ କଣ ହେଇଚି ମାଉସୀ ? , ଆପଣ କଣ ପାଇଁ କାନ୍ଦିଲେ ? 


ମାଉସୀ କହିଲେ , ଆଜି ପର୍ଯ୍ୟନ୍ତ ମୋ ପାଖରେ କେହି ବସି ନ ଥିଲେ , ମୋ ସାଙ୍ଗରେ କେହି ଭଲ କି କଥା ମଧ୍ୟ ହେଉ ନ ଥିଲେ । କିନ୍ତୁ ଆଜି ତୁମେ ମୋ ପାଖରେ ବସି କି କଥା ପଦେ ହୋଇ ଥିବାରୁ ମୋତେ କାନ୍ଦ ଲାଗିଲା । 


କିଛି ସମୟ ଅପେକ୍ଷା ପରେ ମାଉସୀ କହିଲେ , ଭାଇ ତମ ପାଖରେ ୧୦ ଟଙ୍କା ଅଛି ? ମୋତେ ଦେଇ ପାରିବକି ? ମୁଁ ପଚାରିଲି , କଣ ପାଇଁ କଣ କରିବେ କି ? ମାଉସୀ କହିଲେ , ମୋତେ ଦି ଦିନ ହେଲା ପ୍ରବଳ ଜ୍ୱର ହେଇଚି , ଆଉ ଖାଇବା ପାଇଁ ମଧ୍ୟ ମୋ ପାଖରେ କିଛି ନାହିଁ । ପାଖ ହସ୍ପିଟାଲ କୁ ଯାଇ ଥିଲି , ପାଗଳି କହି ଘଉଡାଇ ଦେଲେ , ଔଷଧ ଦୋକାନୀ କୁ କହିଲି ଟଙ୍କା ଆଣିବା ପାଇଁ କହିଲା । ତେଣୁ ମୁଁ ନିରାଶ ହୋଇ କି ଏଠାରେ ବସିଚି । ସେ ଯେମିତି କହିଲା ମୁଁ ଚମକି ପଡିଲି । କାରଣ ମୋ ପାଖରେ ମାତ୍ର ୫ ଟଙ୍କା ଥିଲା ଆଉ ମୁଁ ଦେଇ ଦେଲି । 


ମୋ ମନରେ ଉଙ୍କି ମାରୁ ଥାଏ , ସ୍ତ୍ରୀ ଲୋକର ଗୁଢ଼ ରହସ୍ୟ ଜାଣିବା ପାଇଁ । ପୁଣି ମାଉସୀ କହିବା ଆରମ୍ଭ କଲେ , ଯାହା କହିଲେ ମୋ ଆଖିରୁ ନିଦ ହଜି ଗଲା , ଏବଂ ମୋ ଆଖିରୁ ଅଶ୍ରୁ ଝରଣା ପରି ବୋହି ଗଲା । 


ମାଉସୀ , ମୋତେ ପାଗଳି କହି ଲୋକେ ଟା ହି ଟା ପରା କରୁଛନ୍ତି । ଏତିକି ଭିତରେ କାହିଁକି କେ ଜାଣି ୟା ଭିତରେ କିଛି ଗୁପ୍ତ ରହସ୍ୟ ଲୁଚି ରହିଛି ।

ତା ମନର ଭାବନାକୁ ବିତି ଯାଇ ଥିବା ଘଟଣା କୁ ଜାଣିବା ପାଇଁ ମୋର ପ୍ରବଳ ଇଚ୍ଛା ହେଲା । 


ମୁଁ ପୁଣି ପଚାରିଲି ଆପଣ ସତରେ କଣ ପାଗଳି ନୁହନ୍ତି ମାଉସୀ ? ଆପଣ କଣ ଅଭିନୟ କରୁଛନ୍ତି ?.


ମାଉସୀ ରହି ଯାଇ ଉତ୍ତର ଦେଲେ , ହଁ ମୁ ଅଭିନୟ କରୁଛି , ମୁଁ ପାଗଳି ନୁହେଁ । କାରଣ ଏ ସମାଜରେ ବଞ୍ଚିବାକୁ ହେଲେ ପାଗଳି ର ଅଭିନୟ କରିବାକୁ ପଡୁଛି । 


ଟିକେ ସମୟ ଅପେକ୍ଷା ରତ ପରେ ମାଉସୀ ଧୀର ସ୍ୱର ରେ କହିଲେ , ତୁମେ ଶୁଣିବାକୁ ଚାହୁଁଛ ତ ବାବୁ କଣ ହେଇଚି ? ହଁ ମୁ ସବୁ ଶୁଣିବାକୁ ଚାହେଁ । 


ମାଉସୀ , ମୋର ନାମ ଶିବାନୀ ଦାସ । ମୁଁ ବାହା ହେଇକି ଘର ସଂସାର କରି ଥିଲି । ମୋ ସ୍ବାମୀ ମାନେ ଦି ଭାଇ । ମୁଁ ସାନ ଭାଇଙ୍କ ସ୍ତ୍ରୀ । ଘର ଟି ହସ ଖୁସିରେ ଭରି ଉଠି ଥାଏ । ଧନ ସଂପତ୍ତି ର ମଧ୍ୟ ଅଭାବ ନାହିଁ । ହେଲେ ଦିନେ ମୋର ସ୍ଵାମୀଙ୍କ ର ହଠାତ୍ ଦୁର୍ଘଟଣା ଘଟି ଗଲା ଏବଂ ତାଙ୍କର ସ୍ଵର୍ଗବାସ ହୋଇ ଗଲା । ଆଉ ସେହି ଦିନ ଠାରୁ ମୋର ଦୁଃଖ ଆରମ୍ଭ ହେଲା । 


ମୋର ଦେଢ଼ ସୁର ସମ୍ପତି ହଡ଼ପ କରିବା ଉଦ୍ଦେଶୟରେ ମୋତେ ବହୁତ୍ ନିର୍ଯାତନା ଦେଲେ । ଅପମାନିତ କଲେ ଆଉ ଘରୁ ତ ଡି ଦେଲେ । ଯେତିକି ମୋ ନିଜ ଲୋକ , ମୋତେ ଘୃଣା କଲେ , ଏହାର ମୁହଁ ଚାହିଁବା ପାପ , ସେ ତା ସ୍ୱାମୀକୁ ଖାଇଚି , ଏମିତି କହି କେହି ଘରେ ପଶାଇ ଦେଲେ ନାହିଁ କି ଆଦର ମଧ୍ୟ କଲେ ନାହିଁ । ଆଉ ସେହି ଦିନ ଠାରୁ ପାଗଳାମି ର ଅଭିନୟ କରି , ଘର ଘର ଏ ପଟ ସେ ପଟ ବୁଲି ବୁଲୁ ଥାଏ । ଏବଂ ଯିଏ ଯାହା ଦେଲେ ଖାଇ ଦିଏ , ନ ହେଲେ ଭୋକ ଉପାସରେ ଦିନ କାଟି ଦିଏ । 


ହେ ମୋର ପାଠକ ସମାଜ ଟିକେ ବିଚାର କରା ଯାଉ । ଯେଉଁ ସ୍ତ୍ରୀ ଲୋକଟି ଆଜି ଘର ଘର ବୁଲି ଭିକ ମାଗୁଛି , ତା ପାଇଁ କଣ ସେ ଦାୟୀ ? ତାର ଦୋଷ ବା କଣ ? ତାର ଭୁଲ ବା ରହିଲା କୋଉଠି ? ମୁଁ ବୁଝି ପାରୁ ନାହିଁ ମଣିଷ କାହିଁକି ମଣିଷ କୁ ଘୃଣା କରୁଛି । ଟିକିଏ ସମ୍ପତି ଲୋଭରେ ଏମିତି କୁ କାର୍ଯ୍ୟ କାହିଁକି କରା ଯାଉଛି । ଶିବାନୀ ପାଇଁ ଦାୟୀ କିଏ ? 

ଏଇ ଆମର ସମାଜ । ଶିବାନୀ ପରି ଏମିତି ଅନେକ ସ୍ତ୍ରୀ ଲୋକ ଅଛନ୍ତି , ଯେଉଁ ମାନେ କି ଏମିତି ଜୀବନ ଯାପନ କରୁଛନ୍ତି । ଟିକିଏ ବଞ୍ଚିବା ପାଇଁ କି ପାଗଳାମି ର ଅଭିନୟ କରି ଜୀବନ ଅତି ବାହିତ କରୁ ଥିବା , ଦଳିତ ନିଷ୍ପେସିତ ଅନାହାରରେ ଜୀବନ ବିତାଉ ଥିବା ମଣିଷ ଟି , କଣ ତାଙ୍କର ବଞ୍ଚିବାର ଅଧିକାର ନାହିଁ । ଯୋଉ ଲୋକ ସାମାନ୍ୟ ଧନ ଲାଳସାରେ ଘରୁ ବିତାଡିତ କରି ଦେଲା , ଧିକ ତା ଜୀବନ ଧିକ୍ ତା ମଣିଷ ପଣିଆ କୁ । 

ଯୋଉ ଔଷଧ ଦୋକାନୀ ଔଷଧ ଦେଲା ନାହିଁ ଧୀକ ସେ ଲୋକକୁ । 


ଯୋଉ ଲୋକ ନାରୀକୁ ସମ୍ମାନ ଦିଏ ନାହିଁ , ସେ ଲୋକ କେବେ ଶାନ୍ତି ରେ ରହି ପାରିବ ନାହିଁ । ସେ ଯଦି ଘୃଣା ର ପାତ୍ର ହେଲା କାହା ପାଇଁ ଏ ସମାଜ ପାଇଁ , ଏ ସମାଜ ହିଁ ଦାୟୀ । 


ମଣିଷକୁ ଘୃଣା କର ନାହିଁ । " Service to mankind is service to God ," ଅନ୍ୟ କୁ ସାହାଯ୍ୟ କର ଭଗବାନ ତୁମର ମଙ୍ଗଳ କରିବେ । 



Rate this content
Log in

More oriya story from Jashobanta Biswal

Similar oriya story from Inspirational