Narayan chandra Senapati

Tragedy

2  

Narayan chandra Senapati

Tragedy

ସେଇ ଶୀତ ସନ୍ଧ୍ୟାର ଚୁଲୀମୁଳ

ସେଇ ଶୀତ ସନ୍ଧ୍ୟାର ଚୁଲୀମୁଳ

4 mins
471



ଶୀତ ଅପରାହ୍ନର ଫୁଲେଇ ସୂରୁଜଟା ଲାଜେଇ ଲୁଚିବାକୁ ଚେଷ୍ଟା କରୁଥିଲା ପାହାଡ଼ ପଛପଟେ । ଅସମ୍ଭାଳ ଭୋକ ଭିତରେ ଅଫିସ କାମ ସାରି ହାଫ୍ ଶ୍ୱେଟରଟା ପିନ୍ଧି ବୁଲେଟ୍ ଗାଡିଟା ଷ୍ଟାର୍ଟ କଲା ସରୋଜ । ଅଫିସର ସଦ୍ୟ ଇତିହାସକୁ ଭାଳି ଭାଳି କେତେବେଳେ ଯେ ପହଞ୍ଚିବାକୁ କିଛି ବାଟ ପଛରେ ଥିଲା ସେ । କେମିତି ଶୀଘ୍ର ପହଁଚିଲେ ଦିଟା ଖାଇବ ଚାନ୍ଦିନୀ ଠାରୁ । ଗେଟ୍ ଖୋଲି କ୍ୟାମ୍ପସକୁ ପଶୁ ପଶୁ ଦେଖିଲା ତାଙ୍କ କିଚେନ ଘର ସ୍କାଇ ଲାଇଟ ବାଟେ ଭସ ଭସ ଧୂଆଁ ବାହାରୁଛି । କଲିଂ ବେଲ ଦେଇ ଭିତରକୁ ପଶି ଚାନ୍ଦିନୀକୁ କହିଲା,ଦେଖ କିଚେନରୁ କଣ ଧୂଆଁ ବାହାରୁଛି । ଚାନ୍ଦିନୀ ଦେଖିଲା ସେ ଗ୍ୟାସ୍ ରେ ବସାଇଥିବା ଭାତ ଓ ଡାଲି ସବୁ ପୋଡି ସେ ଡେକଚି ଓ କଡେଇ ପୋଡ଼ିଗଲାଣି । ଚାନ୍ଦିନୀକୁ ପଚାରିବାରୁ ସେ କହିଲା, ଏଇ ଅଧଘଣ୍ଟେ ହେବ ଟିଭି ଦେଖୁ ଦେଖୁ ଆଖିଟା ଲାଗିଯାଇଛି ।


 ସରୋଜ କ'ଣ କାହିଁକି ତୁଛାଟାରେ ପଚାରିବ । ପ୍ରତିଦିନ ପୋଡା, ଲୁଣିଆ ଖାଇ ଖାଇ ତ କେତେବେଳେ ଉପବାସ ରହି ପୁରା ଦେହସୁହା ହୋଇ ଗଲାଣି । ତେବେ ଅଫିସ ଡ୍ରେସ ବଦଳାଇ ଘର ଡ୍ରେସ ପିନ୍ଧିଲା । ରୁମ ହିଟରଟା ଦେଇ ପାଣି ଗ୍ଲାସେ ପିଇ ପୁରୁଣା ଆଲବମଟା ଖୋଲି ଦେଖିଲା । ହଠାତ୍ ତା ପିଲାଦିନର ଏକ ଏଭଳି ଫଟୋ ତା ଆଖିରେ ପଡ଼ିଲା ଯେ,ସେ ଅତୀତର ରଙ୍ଗୀନ ପୃଷ୍ଠା ପାଲଟାଇବାକୁ ବାଧ୍ୟ ହେଲା ।

   କାଲି ପରି ଲାଗୁଛି । ସାଧାରଣ ପରିବାରର ଆଠ ବର୍ଷର ପିଲାଟିଏ ହୋଇଥାଏ ସେ । ଶୀତ ଦିନରେ ସକାଳୁ କାଠି କୁଟା ଜାଳି ନିଆଁ ପୁଇଁ ହେବା କଥା । ରାଢ଼ୀଘର କନକର ଶାଲ ରେ ନିଆଁ ଲାଗିଗଲା ଦିନରୁ ସକାଳୁ ତା ବୋଉ, ବାପାପାଇଁ ଚା କଲା ବେଳେ ସେ ଚୁଲିପାଖରେ ଟିକେ ସେକି ହୁଏ । ସନ୍ଧ୍ୟାରେ ବୋଉ ରୋଷେଇ କରେ,ଚୁଲି ମୁଣ୍ଡରେ ବି ଟିକିଏ ବସି ପଡେ । ଆଜିର ଏ ରୁମ ହିଟର ଓ ସେଦିନର ଚୁଲି ମୂଳ, ଆଜିର ଏ ଗ୍ୟାସ ଚୁଲା, ଆଉ ସେଦିନର ସେ ଇଟା ମାଟିରେ ତିଆରି କାଠ ଜଳା ଚୁଲି । କି ଫରକ । ବ୍ୟବହାରର,ରୀତିନୀତିର,ସମ୍ପର୍କର,ଭାବ ବିନିମୟର,ଶିକ୍ଷା ଦୀକ୍ଷାର ।


 ସନ୍ଧ୍ୟାରେ ବୋଉ ପାଖରେ ଚୁଲିମୁଲେ ବସେ । ବୋଉ ଆରମ୍ଭ କରେ ଇତିହାସର ଆଧ୍ୟାୟ । କେଉଁ ବହିରୁ ନୁହଁ । ଅଭିଜ୍ଞତାରୁ । ଆଜି ସ୍କୁଲ ରେ କଣ କଣ କଲୁ?କଣ ପଢ଼ାହେଲା?ତାର ସୁନ୍ଦର ବିଷ୍ଳେଷଣ । ନ ଆସିଲେ ସେ କହିଦିଏ,ନହେଲେ ସେ ବହି ଦେଖି କହେ । ସେ କଣ ତାକୁ ଛାଡେ କି?ପଚାରେ ଏ ଭାତରେ କି ଖାଦ୍ୟସାର ଅଛି?ନିଆଁ କାହିଁକି ଜଳୁଛି?ପରିବାକୁ କାଟି ସାରି ଧୋଇଲେ କଣ କ୍ଷତି ହୁଏ?କଣ, କାହିଁକି,କିପରି ଆଦି ବିଜ୍ଞାନର ଅଜସ୍ର ପ୍ରଶ୍ନ । ସେ ବି ଛାଡେ ନି,ଯୁକ୍ତି କରି ବୁଝେ,ଗ୍ରହଣ କରେ । ଆଉ ଚୁଲି କି ମାଟିରେ ହୋଇଛି,ଚୁଲିର ଗଭୀରତା,...ଆଦି ଭୂଗୋଳ ପାଠ । ବେଳେ ବେଳେ ଇଂରାଜୀ ୱାର୍ଡର ବି ବ୍ୟବହାର ଯେମିତି କୁକିଙ୍ଗ,ୱାଟର,ଚେୟାର,ମାଚିସ, ଲାଇଟ..ଇତ୍ୟାଦି । ଆଉ ବୋଉର ମଧୁର କଥା,ମଧୁର ବ୍ୟବହାର ଏଥିରେ ତ ସାହିତ୍ୟି ପୁରି ରହିଥିଲା । ବିଶେଷ କରି ତା ଚୁଲିମୁଳ ଥିଲା ତା ବୋଉର ବିଶ୍ୱବିଦ୍ୟାଳୟ ଆଉ ସେ(ତା ବୋଉ) ଯେମିତି ସେ ବିଶ୍ୱବିଦ୍ୟାଳୟର କୁଳପତି । ହେଲେ ଆଜି ଏ ଗ୍ୟାସ ଚୁଲାରେ ଶିକ୍ଷା ନା ଦୀକ୍ଷା ସତେ ଯେମିତି ଦୁସ୍ଥ,ଅସହାୟ ।


 ଖାଲି ସେତିକି ନୁହଁ,ସେ ଝାଡା ଗଲାପରେ ଅବଦଳା ପୋଷାକରେ ତା ବୋଉ ସେଠାକୁ ବାରଣ କରେ । ନିଜେ ଚୁଲିମୁଣ୍ଡ ଲିପି, ସ୍ନାନ ସାରି ପବିତ୍ର କରି ତାକୁ ଛୁଏଁ । ହେଲେ ଗ୍ୟାସ ରୋଷେଇ,ଚାନ୍ଦିନୀ ତ ଗାଧୁଆ ଛାଡ଼, ସ୍ଲିପର ପିନ୍ଧି ବି ରୋଷେଇ କରୁଛି । ରୋଷେଇ କଲା ବେଳେ ତା ବୋଉ କହେ, ଏ ନିଆଁ ହେଲା ଅଗ୍ନି ଦେବତା । ହାଂଡିଶାଳ ରେ ଲକ୍ଷ୍ମୀ ବିରାଜମାନ । କିନ୍ତୁ ଏ ଗ୍ୟାସ ଚୁଲିର ନିଜେ ଅଲକ୍ଷ୍ମୀ ହିଁ ଚାନ୍ଦିନୀ । ଖାଲି ସେ ନୁହଁ, ଶୀତ ହେଲେ ଚୁଲି ମୂଳେ ସମସ୍ତେ ଯେତେବେଳେ ବସନ୍ତି,କଥାବାର୍ତ୍ତା ହୁଅନ୍ତି ଲାଗେ ସତରେ ଏ ସ୍ଥାନ କି ପବିତ୍ର?ବନ୍ଧନର ଭିଟାମାଟି । ହେଲେ ଏ ଗ୍ୟାସ ଚୁଲା,ଏ ହିଟର କାହାକୁ ଯୋଡୁଛି ନା ଛିଡାଉଛି । ମଝିରେ ମଝିରେ ସେ ତା ବୋଉକୁ କହେ ସବୁବେଳେ ସେ ଚୁଲୀ ପାଖରେ,ତୋର କଣ ଆଉ କୋଉ ଜାଗା କି କାମ ଧନ୍ଦା ନାହିଁ?ମୁରୁକି ହସି ସେ କହେ, ଆରେ ଏଇ ତ ମୋ ମନ୍ଦିର,ଏଇତ ମୋ କାର୍ଯ୍ୟକ୍ଷେତ୍ର । ସେତେବେଳେ ସେ ଭାବେ ତା ବୋଉଟା କମ୍ ପାଠ ପଢ଼ିଛି ବୋଧେ,କିଛି ଜାଣି ପାରୁନି । କିନ୍ତୁ ଆଜି ଜାଣୁଛି ଏ ଚାନ୍ଦିନୀ ଟା ନିପଟ ମୂର୍ଖ,କିନ୍ତୁ ତା ବୋଉ ହି ପ୍ରକୃତ ଜ୍ଞାନୀ ।


  ଛୋଟରୁ ବଡ ହୋଇଛି ତା ହାତ ରନ୍ଧା ଖାଇ ଖାଇ,କାହିଁ କେଉଁଦିନ ତାକୁ ତା ବୋଉ ହାତ ରନ୍ଧା ଖରାପ ଲାଗିନି, । ଆଉ ସେ କେଉଁ ଦିନବି ଏ ଚାନ୍ଦିନୀ ପରି ପୋଡା,ଲୁଣିଆ,ଅଲଣା କେବେ ବି ଦେଇନି । କାରଣ ଟା ଖୋଜି ସେ ପାଇଲା । ତା ବୋଉର ରୋଷେଇରେ ଥିଲା ଆଗ୍ରହ,ସମସ୍ତଙ୍କୁ ଖୁସି ବାଣ୍ଟିବା ଥିଲା ତା ନିଷ୍ଠା.. ଆଉ ଏ ଚାନ୍ଦିନୀ...କାହା ପେଟର କଷ୍ଟ,କାହା ମନର ଆଶା ସେ କଣ ପଢିପାରେ?ସେ ତ ପଢ଼ିଛି ମୋବାଇଲର ଅକ୍ଷର ,ଟିଭିର ଶବ୍ଦ, ଆଉ ଶୋଇବାର ଆଦର୍ଶ ଉପନ୍ୟାସ ପୁସ୍ତକ । ଭୋଗର ବନ୍ୟା ପାଣିରେ ଯେ ଗାଧୁଏ,ତାକୁ ତ୍ୟାଗର ଗଙ୍ଗା କଣ ଭଲ ଲାଗିବ?


 ଏ ସବୁର ଶ୍ରେୟ ନିଶ୍ଚେ ନେବ ସେ ଚୁଲୀ । କାହିଁକି ନା ସେ ମନକୁ ଚିହ୍ନେ,ଆତ୍ମାକୁ ଟାଣେ,ଆଉ ହୃଦୟକୁ ହୃଦୟରେ ପରା ବାନ୍ଧେ । ଶୃଙ୍ଖଳା, ସଂସ୍କାର,ଶିଷ୍ଟାଚାର,ଧର୍ମ,କର୍ମ,ପୁଣ୍ୟ,ପବିତ୍ର ସବୁ ତା ପାଖରେ ବନ୍ଧା । ପୃଥିବୀର ସମସ୍ତ ପଢା ବିଷୟ ବି ତା ପାଖରେ । ଆଲୋକ,ଉଜ୍ଜ୍ୱଳ,ତେଜ,ଶୀତକୁ ବିନାଶ,ଇଟା,ମାଟିର ବନ୍ଧନରେ ଗଢା ପ୍ରସାଦ ତିଆରି କୁଣ୍ଡ ସବୁ ହିଁ ତାର ସଂସ୍କୃତି ।


 ଏତିକି ବେଳେ ଚାନ୍ଦିନୀ ଆସି ଡାକିଲା,ଆସ ଖାଇବ ପରା, କହୁଥିଲ ଭୋକ ହେଲାଣି । ଆଉ ଟିକେ ଅପେକ୍ଷା କଲେ ଭଜା ଭଜି କରିଦିଅନ୍ତି । ମୋ ଫେଭରାଇଟ ସିରିଏଲ ଟା ଅଛି ତ । ସରୋଜ କହିଲା, ଥାଉ ଯାହା ଭାଗ୍ୟରେ ଅଛି ଚଳେଇଦେବା । ଚାନ୍ଦିନୀ କହିଲା, କଣ ଆଲବମରେ ଦେଖି ଏମିତି ହସୁଛ ଦେଖେଇଲ । ଏତିକି କହି ଫଟୋଟିକୁ ନେଇ ଦେଖିଲା ଚାନ୍ଦିନୀ । ସରୋଜର ଛୋଟ ବେଳର ଏକ ଫଟୋ ଯେଉଁଥିରେ ସେ ଘରେ ଚୁଲିପାଖରେ ମାଆ ସହ ବସି ନିଆଁ ପୁଇଁ ହେଉଛି । ଫି କିନା ହସିଦେଲା ଚାନ୍ଦିନୀ । ସରୋଜ କହିଲା ତୁମେ ଏହାର ଗୂଢ ତତ୍ତ୍ୱକୁ କେବେବି ବୁଝିପାରିବନାହିଁ ଚାନ୍ଦିନୀ, ଏ ହେଉଛି ମୋ ସେଦିନର ଶୀତ ରାତିର ଚୁଲିମୂଳର ସ୍ମୃତି ଯେଉଁଠି କି କେବଳ ସଂସ୍କୃତି, ସଂସ୍କାର ଓ ସଭ୍ୟତାର ସଚ୍ଚା ରକ୍ତ, ସୁଅ ହୋଇ ଭାସିଯାଉଛି । 


Rate this content
Log in

Similar oriya story from Tragedy