Rina Parida

Tragedy

4  

Rina Parida

Tragedy

ସେଇ ରାତି

ସେଇ ରାତି

6 mins
289


ଜୀବନ ହେଉଛି ଦୁଇଦିନର ସେଥିପାଇଁ ସବୁବେଳେ ନିଜେ ହସିବା ସହିତ ଅନ୍ୟକୁ ହସାଇବା ଦରକାର | ସବୁ ରାଗ, ଇର୍ଷା, ହିଂସା ଓ ଅଭିମାନକୁ ଭୁଲି ପରସ୍ପର ପ୍ରତି ସ୍ନେହ ଓ ଭଲପାଇବା ରଜ୍ଜୁରେ ବାନ୍ଧିହେବା ଉଚିତ | କାରଣ ପ୍ରେମ ପବିତ୍ର, ଶାଶ୍ୱତ ଏବଂ ଚିରନ୍ତନ | ଦୁନିଆରେ ପ୍ରତ୍ୟେକ ପ୍ରାଣୀ ହେଉଛନ୍ତି ମରଣଶୀଳ କିନ୍ତୁ ପ୍ରେମ ଅମର ପ୍ରେମ କେବେ ମରେନା  | ଛାତି ଭିତରେ ଛୋଟିଆ ଘରଟିଏ କରି ପ୍ରେମ ଚୀରଦିନ ପାଇଁ ରହିଯାଏ | ଯେମିତି ତମେ ମୋ ଛାତିତଳେ ରହିଯାଇଛ ରଞ୍ଜନ    | ବୁଝିଲ  ଏବେ ଆଉ ରାଗନି ଅଭିମାନ କରିବା ବନ୍ଦ କର  | ସବୁବେଳେ ତମେ ମୋ ଉପରେ ରାଗୁଛ ଟିକେ ଟିକେ କଥାରେ ଅଭିମାନ କଣ ପାଇଁ କରୁଛ? ଦେଖିବ ଦିନ ଆସିବ ମୁଁ ତମ ପାଖକୁ କେବେବି ଫେରିବିନି ତମେ ଯେତେ କାନ୍ଦିଲେବି ତମ ପାଖକୁ କେବେ ଆସିବିନି ସେଥିପାଇଁ କେବଳ ତମର ରାଗ ଆଉ ଅଭିମାନ ହିଁ ଦାୟୀ | ନିଜ ଭୁଲର ତମେ ନିଜେ ହିଁ ଦାୟୀ ହେବ ବୁଝିଲ ମୁଁ ଯାଉଛି ଏବେ ତ ଟିକେ ରାଗିବା ବନ୍ଦ କର  |  ଏମିତି ସବୁବେଳେ ମତେ କହୁଥିଲ ଆଉ ସେମିତି କରିଦେଲ ନା ରାତ୍ରୀ ମୁଁ ତମକୁ ଆଜି ବହୁତ ଖୋଜୁଛି କିନ୍ତୁ ସତରେ ତମେ ଫେରୁନ  | କୁଆଡେ ଗଲ ରାତ୍ରି ଏ ରଞ୍ଜନକୁ ଛାଡି ତମେ କେମିତି ବଞ୍ଚିଛ??? ମୋ କଥା ତମର କଣ ମନେପଡୁନି କୁହ ରାତ୍ରି କୁହ ମୋ ପ୍ରଶ୍ନର ଉତ୍ତର ଦିଅ ??? ମୁଁ ଜାଣିଛି ତମେ ସେମିତି ନୀରବ ରହିବ କିନ୍ତୁ ଶୁଣ ମୁଁ କେବେବି ତମକୁ ଛାଡି ଆଉ କାହାକୁ ଗ୍ରହଣ କରି ପାରିବିନି | କାହାକୁ ଭଲପାଇବା ତ ଦୂରର କଥା ମୁଁ କାହାକୁ କେବେ ଚାହିଁବିନି  | ମୋର ଶେଷନିଶ୍ୱାସ ପର୍ଯ୍ୟନ୍ତ ଏ ରଞ୍ଜନ କେବଳ ରାତ୍ରୀର ଅପେକ୍ଷାରେ |ରାତ୍ରୀର ଫୋଟୋ ଧରି ଏମିତି କହିଚାଲିଛି ରଞ୍ଜନ | 

ରଞ୍ଜନର ଏଭଳି ଅବସ୍ଥା ଦେଖି ସ୍ଵାତି କହୁଛି ଇଏ କଣ ଆକାଶ ତମ ସାଙ୍ଗ କଣ ପାଗଳ !  ନା ନା ସ୍ଵାତି! ସେ ପାଗଳ ନୁହଁ ଏକ ବ୍ୟର୍ଥ ପ୍ରେମିକ | ବ୍ୟର୍ଥ ପ୍ରେମିକ ! କିନ୍ତୁ କେମିତି ଆକାଶ ??? ଶୁଣ ମୁଁ କହୁଛି ମୋ ସାଙ୍ଗର କାହାଣୀ | ମୁଁ ଆଉ ମୋ ସାଙ୍ଗ ରଞ୍ଜନ ପିଲାଦିନର ସାଙ୍ଗ | ଏକାଠି ଖେଳୁ,ଖାଉ ଓ ପାଠ ପଢୁ  | ପିଲାଟି ଦିନରୁ ରଞ୍ଜନ ବହୁତ ଶାନ୍ତ ସ୍ଵଭାବର ଏବଂ ଖେଳକୁଦ, ନାଚଗୀତ ଏବଂ ପାଠପଢା ସବୁଥିରେ ଆଗୁଆ  |  ସବୁବେଳେ ଆମେ ସାଙ୍ଗ ହୋଇ ସ୍କୁଲକୁ ଯାଉ | ସିଏ ନଗଲେ ମୁଁ ଯାଏନି ଆଉ ମୁଁ ନଗଲେ ସିଏ ଯାଏନି | ରଞ୍ଜନକୁ କିଏ କିଛି ପଚାରିଲେ ହିଁ ସେ କୁହେ ନହେଲେ ଆଗୁଆ କାହାକୁ କିଛି କୁହେନି କିନ୍ତୁ ମୁଁ ତା'ର ପୁରା ବିପରୀତ ମୁଁ ସମସ୍ତଙ୍କୁ ଆଗୁଆ କଥା କହିଦିଏ ଆଉ ସମସ୍ତଙ୍କ ସହିତ ମିଶେ  | ସେ ସ୍କୁଲ ଲାଇଫ ରୁ ଆରମ୍ଭ କରି 2 ପର୍ଯ୍ୟନ୍ତ କେବଳ ମୋ ସହିତ କଥା ହୁଏ ଆଉ କିଏ ପଚାରିଲେ କିଛି କୁହେ | ଦୁହେଁମିଶି କଟକର ରେଭେନ୍ସା କଲେଜରେ ଗଣିତ ସମ୍ମାନ ନେଇ 3 ରେ ପଢ଼ିଲୁ  | ନୂଆ କଲେଜ ଆଉ ନୂଆ ପରିବେଶ ନୂଆ ସାଙ୍ଗସାଥୀ ସେଥିପାଇଁ ଟିକେ ଡର ଲାଗୁଥିଲା | କିନ୍ତୁ ସବୁ ଠିକ ହେଇଗଲା | ରଞ୍ଜନ ଦେଖିବାକୁ ବହୁତ ସୁନ୍ଦର ତାକୁ ଝିଅମାନେ ବେଳେବେଳେ ପ୍ରପୋଜ କରିଦିଅନ୍ତି କିନ୍ତୁ ସେ କିଛି ନକହି ସେଠାରୁ ଚାଲିଆସେ | ତାକୁ ପ୍ରେମ ବିଷୟରେ କେହି କିଛି କହିଲେ ସେ ତା ସହିତ କଥାହୁଏନି  | କିନ୍ତୁ ସେ ଏମିତି ପ୍ରେମରେ ପଡିଗଲା ଯେ ଦିନରାତି ସବୁବେଳେ ରାତ୍ରି ସହିତ କଥାହୁଏ ଆଉ ତାକୁ ନ ଦେଖିଲେ ପାଗଳ ଭଳି ହୁଏ |

ଆକାଶ ତମ ସାଙ୍ଗ ପ୍ରେମ କଲେ କିନ୍ତୁ କେମିତି ତାଙ୍କ ପ୍ରେମ ଆରମ୍ଭ ହେଲା କୁହ ପ୍ଲିଜ଼ - କହିଲା ସ୍ଵାତି | ସ୍ଵାତିର ଆଗ୍ରହକୁ ଦେଖି ଆକାଶ କହିଲା ତମେ କେମିତି ମୋ ପ୍ରେମରେ ପଡିଗଲ କୁହ ସେମିତି ମୋ ରଞ୍ଜନ ମଧ୍ୟ ପ୍ରେମରେ ପଡିଗଲା | ପ୍ରେମ ତ ଏମିତି ହିଁ ହୁଏ କେତେବେଳେ ହେଇଯାଏ ଜଣାପଡ଼େନି ଆଉ ଥରେ ପ୍ରେମ ପାଖରୁ ଚାଲିଗଲେ ମଣିଷ ଯେମିତି ବଂଚିବା ଭୁଲିଯାଏ  | ଆଜି ଯେମିତି ଅବସ୍ଥା ରଞ୍ଜନର | ଶୁଣ ସ୍ଵାତି କେମିତି ପ୍ରେମରେ ପଡିଲା ରଞ୍ଜନ ??? 

ସେଦିନ କଲେଜରୁ ଆସି ଆମେ ଦୁହେଁ ରୁମରେ ବସିଲୁ ଆଉ ସେତିକିବେଳେ ମୋ ମୁଣ୍ଡ ବୁଲେଇଦେଲା ଆଉ ମୋ ପାଖରେ କୌଣସି ମେଡ଼ିସିନ ନଥିଲା ସେଥିପାଇଁ ରଞ୍ଜନ ବ୍ୟସ୍ତ ହୋଇ ମେଡ଼ିସିନ ଷ୍ଟୋରକୁ ମେଡ଼ିସିନ ଆଣିବାକୁ ଗଲା  | ମେଡ଼ିସିନ ଧରି ଫେରୁଥିବା ସମୟରେ ରାସ୍ତାରେ ଏକ ବିରାଡ଼ି ଛୁଆଟିଏ ଆସିଗଲା ତାକୁ ବଂଚେଇବା ପାଇଁ ସେ ରାସ୍ତାର ବାମ ପଟକୁ ବାଇକ ନେଇଗଲା ବେଳକୁ ଏକ ଝିଅକୁ ମଡ଼େଇ ଦେଲା | ଝିଅଟିର ବିଶେଷ କିଛି କ୍ଷତି ହୋଇନଥିଲା କିନ୍ତୁ... କିନ୍ତୁ କଣ ଆକାଶ କୁହ ତାପରେ କଣ ହେଲା ! ମୁଁ ଶୁଣିବାକୁ ପୁରା ଉତ୍କଣ୍ଠିତ କୁହ ପ୍ଲିଜ଼!

ହଁ ବାବା ହଁ କହୁଛି ! ଏତେ ବ୍ୟସ୍ତ କଣ ପାଇଁ ଶୁଣ ଏଥର ଝିଅଟି 3 ଫର୍ମ ପକେଇବା ପାଇଁ ଆସିଥିଲା ତେଣୁ ତା ହାତରେ ତା'ର 2 ର ସାର୍ଟିଫିକେଟ ଥିଲା | ଆଉ ସେ ଝିଅଟିର ସାର୍ଟିଫିକେଟ ଟି ବାଇକ ରେ ପୁରା ମାଡି ଯାଇ ନଷ୍ଟ ହେଇଯାଇଛି | ଝିଅଟି ଲାମିନେସନ କରି ନଥିବାରୁ ସେ ସାର୍ଟିଫିକେଟ ଟି ନଷ୍ଟ ହୋଇଗଲା କେବଳ କିଛି ଅଂଶ ଦେଖା ଯାଉଥିଲା ଖାଲି ନାମ ଆଉ ମାର୍କ କିଛି ଦେଖା ଯାଉଥିଲା | ତାପରେ ସେ ଝିଅଟିକୁ ରାସ୍ତାରୁ ଉଠାଇ ରଞ୍ଜନ ପଚାରିଲା ତମେ ଠିକ ଅଛ ନା... ତ. ମ. ର କିଛି ହେଇ. ନି ତ ଏମିତି ଥରିଲା କଣ୍ଠରେ ରଞ୍ଜନ ପଚାରିଲା କିନ୍ତୁ ସେ ଝିଅଟି ତା'ର ସାର୍ଟିଫିକେଟ ଦେଖେଇ କାନ୍ଦିବାକୁ ଲାଗିଲା | ରଞ୍ଜନ ଝିଅଟିର ସାର୍ଟିଫିକେଟ ର ଏପରି ଅବସ୍ଥା ଦେଖି ସେ କିଛି ସମୟ ପାଇଁ ଚୁପ ହୋଇଗଲା ଆଉ ତା'ର ଏପରି କାନ୍ଦିବାକୁ ଦେଖି ଜୀବନରେ କୋଉ ଝିଅକୁ ଚାହିଁ ନଥିବା ପୁଅଟି ଆଜି କାହାର ଆଖିରୁ ଲୁହ ପୋଛିଦେଲା ଆଉ କହିଲା ତମେ ବ୍ୟସ୍ତ ହୁଅନି ତମ ସାର୍ଟିଫିକେଟ ମୁଁ ତମକୁ ଦେବି | ପ୍ଲିଜ଼ ତମେ କାନ୍ଦିବା ବନ୍ଦ କର ! ଝିଅଟି ହଠାତ କାନ୍ଦ ବନ୍ଦ କରି କହିଛି ସତରେ ମୋ ସାର୍ଟିଫିକେଟ ତମେ ଦେବ !  କୁହ ! ହଁ ! ତମ ସାର୍ଟିଫିକେଟ ଆଣିବା ବନ୍ଦୋବସ୍ତ ମୁଁ କରିଦେବି କିନ୍ତୁ ଆଜି ମୋ ସାଙ୍ଗର ଦେହ ଖରାପ ସେଥିପାଇଁ ମେଡ଼ିସିନ ନେଇକି ଯାଉଛି | ତମେ ଏବେ ଘରକୁ ଯାଅ ଆଉ ଘରେ ପଚାରିଲେ କହିବ ସାର୍ଟିଫିକେଟ ମୁଁ ମୋ ସାଙ୍ଗ ପାଖରେ ଛାଡିଦେଇଛି | ଏମିତି କହିବ  ବୁଝିଲ ! ହଁ ବୁଝିଲି କିନ୍ତୁ ତମକୁ ମୁଁ ଜାଣିନି କି ଚି଼ହ୍ନିନି ତେବେ ମୁଁ ତମକୁ କୋଉଠି ପାଇବି ଆଉ ତମେ ମୋ ସାର୍ଟିଫିକେଟ କେମିତି ଦେବ ??? ତମେ ମତେ ଠକି ଦେବାକୁ ଚାହୁଁଚ କିନ୍ତୁ ମନେରଖ ମତେ ଠକିବା ବହୁତ କଷ୍ଟ ! ମୋ ସାର୍ଟିଫିକେଟ ମତେ ନ ମିଳିବା ପର୍ଯ୍ୟନ୍ତ ମୁଁ ତମ ପିଛା ଛାଡିବିନି ହଁ !

ଓକେ! ଗୋଟେ କାମ କର ମୋ ନମ୍ବର ନିଅ ଆଉ ମତେ ଫୋନ କରିବ ମୁଁ ଏଇ ମେଡ଼ିସିନ ଷ୍ଟୋର କୁ ଆସିବି ଆଉ ତମ ସାର୍ଟିଫିକେଟ କଥା ବୁଝିବି  | ଏବେ ତ ଛାଡ଼ ମାଡାମ | ଠିକ ଅଛି ତମେ ଏବେ ଯାଇପାର | ଶୁଣ ତମ ନା କହିଲନି ମୁଁ କେମିତି ଜାଣିବି ! ମୋ ନା ରଞ୍ଜନ | ଏବେ ମୁଁ ଆସୁଛି ! ଏମିତି କହି ରଞ୍ଜନ ସେଠାରୁ ଚାଲି ଆସିଲା | ସେଦିନ ରାତି ବାରଟା ପାଖାପାଖି | ହଠାତ ଏକ ଅଜଣା ନମ୍ବର ରୁ ବାରମ୍ବାର ଫୋନ ଆସୁଥାଏ ରଞ୍ଜନ ଫୋନକୁ | ରଞ୍ଜନ ତାପରେ ବହୁତ ଭାବିଭାବି ଫୋନ ରିସିଭ କଲା ଆଉ କିଛି କହିବା ପୂର୍ବରୁ ସେପଟୁ ଶୁଣାଗଲା ହେଲୋ! ମୁଁ ରାତ୍ରି ମୋର ସାର୍ଟିଫିକେଟ କେମିତି ଆଣିବି ମୁଁ ବହୁତ ବ୍ୟସ୍ତ ହୋଇଗଲାଣି କଣ କରିବି ମତେ ସାର୍ଟିଫିକେଟ ନିଶାରେ ନିଦ ଆସୁନି ଏମିତି ଗପିଚାଲିଲା ରାତ୍ରି | ରାତ୍ରିକୁ ଗପିବାକୁ ବହୁତ ଭଲଲାଗେ କିନ୍ତୁ ରଞ୍ଜନ ବହୁତ ଗପେନି ଆଉ କେବେବି ରାଗି ଯାଏନି କିନ୍ତୁ ରଞ୍ଜନ ରାତ୍ରି ସହିତ କଥାହେବା ଦିନଠାରୁ ସେ ଟିକେ କଥାରେ ରାଗିବା ଆଉ ଅଭିମାନ କରିବା ଆରମ୍ଭ କରିଦେଇଛି କେବଳ ସେ ରାତ୍ରି ଉପରେ ରାଗେ ଆଉ ଅଭିମାନ କରେ  | ସେଥିପାଇଁ ମୁଁ ତାକୁ କହିଲି ଆରେ ରଞ୍ଜନ! ରାତ୍ରି ତା'ର ସାର୍ଟିଫିକେଟ ପାଇଲାଣି ତ !ହଁ ସେ ପାଇଗଲାଣି କହିଲା ରଞ୍ଜନ |

ମୁଁ କହିଲି ଯଦି ସାର୍ଟିଫିକେଟ ପାଇଗଲାଣି ଏବେ ଏତେ ଗପିବା ବନ୍ଦ କର  | ସେ ମୋ କଥାଶୁଣି ଟିକେ ମନଦୁଃଖ କଲା ତା ମନଦୁଃଖରୁ ମୁଁ ଜାଣିପାରିଲି ସେ ରାତ୍ରି କୁ ମନେମନେ ମନ ଦେଇ ସାରିଛି ସେଥିପାଇଁ ତାକୁ ଜାଣିଶୁଣି ପଚାରିଲି କଣ ବାବୁ ଆମର ପ୍ରେମରେ ପଡିଗଲେକି? ସେ ଆଉ କିଛି ନକହି ଟିକେ ହସିଦେଲା ଆଉ ତା ହସିବା ଦେଖି ସାରିବା ପରେ ମୋର କିଛି ପଚାରିବାର ନଥିଲା ମୁଁ ସବୁ ବୁଝିଗଲି | ଆଉ କିଛି କହିଲିନି କିନ୍ତୁ ସେ କହିଲା ଆକାଶ ମୁଁ ରାତ୍ରିକୁ ଛାଡି ବଞ୍ଚି ପାରିବିନି ! ସେ କିଛିଦିନ ମୋ ଜୀବନରେ ଆସି ମୋ ଖୁସିକୁ ଦ୍ବିଗୁଣିତ କରିଦେଇଛି | ମୁଁ କହିଲି କଣ ରାତ୍ରି ମଧ୍ୟ ତତେ ଭଲପାଏ ?? ମୋର ପ୍ରଶ୍ନ ଶୁଣି ସେ ବିଷର୍ଣ୍ଣ ହୋଇଗଲା ଆଉ କହିଲା ରାତ୍ରି ମଧ୍ୟ ମତେ ଭଲପାଏ କିନ୍ତୁ ସେ ଏକଥା ମତେ କେବେବି କହିନି କି ମୁଁ ତାକୁ ମଧ୍ୟ ମୋ ମନର କଥା କହି ପାରିନି | କିନ୍ତୁ ଆଜି ସବୁକିଛି କହିବି କହି ରାତ୍ରିକୁ ଫୋନ କଲା ଆଉ କହିଲା ରାତ୍ରି ମୁଁ ତମ ସହିତ ମେଡ଼ିସିନ ଷ୍ଟୋର ଠାରେ ଦେଖା କରିବାକୁ ଚାହୁଁଚି ଏବେ ଜଲଦି ଆସ ! ରାତ୍ରି ଏକଥା ଶୁଣି ରାସ୍ତାରେ ଭାବିଭାବି ଆସି ପହଁଚିଛି ଏବଂ ରଞ୍ଜନ କୁ ଦୂରରୁ ଦେଖି ତା ଆଖିରେ ଆଖି ମିଶେଇବା ପାଇଁ ମଧ୍ୟ ତାର ସାହସ ପାଉନି | ଏଇ ସମୟରେ ରଞ୍ଜନ ଅଧିକ କିଛି ନଭାବି ରାତ୍ରିର ହାତ ଧରି କହିଛି - ରାତ୍ରି! ମୁଁ ତୁମକୁ ବିବାହ କରିବାକୁ ଚାହେଁ !

ରଞ୍ଜନ ଠାରୁ ଏପରି କଥା ଶୁଣି ରାତ୍ରି ଲାଜରେ ତଳକୁ ଅନାଇ ରଞ୍ଜନ ପ୍ରସ୍ତାବର ସମ୍ମତି ଦେଇଛି | ଦୁହେଁ ବହୁତ ଖୁସିରେ ନୂଆ ଜୀବନ ଆରମ୍ଭ କରିବା ପାଇଁ ନୂତନ ସକାଳକୁ ଅପେକ୍ଷା କରିଛନ୍ତି | ସେ ନୂତନ ସକାଳ ଆରମ୍ଭ ହେବା ପୂର୍ବରୁ ଅମାବାସ୍ୟାର ଅନ୍ଧକାର ଦୁହିଁଙ୍କ ଜୀବନକୁ ଆସିଗଲା ଆଉ ସେ ଅନ୍ଧାର ରୁ ଆଲୁଅ  ର କୌଣସି ସତ୍ତା ମଧ୍ୟ ମିଳିଲା ନାହିଁ | ସେଦିନ ଜୁଲାଇ 23 ତାରିଖ ରାତ୍ରିର ଜନ୍ମଦିନ | ଦୁହେଁ ମିଶି ବୁକିବାକୁ ଯାଇଥିଲେ କିନ୍ତୁ ରଞ୍ଜନ ଫେରିବା ବେଳକୁ ତା ମୁହଁରେ ହସ ନଥିଲା ଥିଲା ବିଷାଦ | କିଛିଦିନ ପରେ ଶୁଣିବାକୁ ମିଳିଲା ରାତ୍ରି, ସିଦ୍ଧାର୍ଥ ବୋଲି ଗୋଟେ ପୁଅକୁ ବିବାହ କରିଛି | ସେଦିନ ଏମିତି କଣ ହେଲା ସେ ଆଜି ମଧ୍ୟ ମତେ କହୁନି କିନ୍ତୁ ଆଜି କହିବ  | ଆକାଶ ରୁମ ଭିତରକୁ ଯାଇ ରଞ୍ଜନ କୁ କହିଛି ସବୁବେଳେ କାନ୍ଦିବା ବନ୍ଦକର | ସେମିତି ଗୋଟେ ବାର୍ଯ୍ୟ ଝିଅ ପାଇଁ ତୁ କାନ୍ଦୁଛୁ ଆଉ ସିଏ କାହାକୁ ବାହାହୋଇ ଖୁସିରେ ଅଛି |  ରଞ୍ଜନ କହିଛି ତୁ ମତେ ଯାହା କହିପାରୁ କିନ୍ତୁ ତାକୁ କିଛି କହିପାରିବୁନି  | ସେଇ ରାତି ମୋ ପାଇଁ ଗୋଟେ ଅଭିଶାପ ଥିଲା ଆଉ ସେଥିପାଇଁ ରାତ୍ରିର କିଛି ଦୋଷ ନାହିଁ |

ସବୁବେଳେ ଶୁଣିବାକୁ ଚାହୁଁଚୁ ନା ଆଜି କହୁଛି ଶୁଣ ସେଦିନ ରାତ୍ରିର ଜନ୍ମଦିନରେ ଆମେ ବହୁତ ବୁଲାବୁଲି କଲୁ ଆଉ ଫେରିବା ବେଳକୁ ରାତି 9.00 ଟା ହୋଇଯାଇଥିଲା  | ସେତେବେଳକୁ ହଠାତ ଜୋରରେ ବର୍ଷା ହେଲା ଆଉ ଆମେଦୁହେଁ ସମ୍ପୂର୍ଣ୍ଣ ଭିଜି ଯାଇଥିଲୁ   | ଦୌଡ଼ି ଆସିଲୁ ଏକ ବାରଣ୍ଡାକୁ | ସେଠାରେ ମୁଁ ରାତ୍ରିକୁ ପାଖରେ ପାଇ ମଧ୍ୟ ତାକୁ ଛୁଇଁ ପାରୁନି ଏମିତି କିଛି ଅଜବ ଭାବନା ଆସିଲା ଆଉ ମୁଁ ଯେତେବେଳେ ରାତ୍ରି ପାଖକୁ ଗଲି ସେତେବେଳେ ସେ ଘର ଭିତରୁ କେହିଜଣେ ଆସି ପହଂଚିଗଲେ ଆଉ ମୁଁ ରାତ୍ରି ଭାବି ତାଙ୍କ ସହିତ ମୋର ସମସ୍ତ କାମନା ଆଉ ମନର ତୃଷ୍ଣା ମେଣ୍ଟେଇଦେଲି | ପଛରୁ ରାତ୍ରି ମୋ ସାର୍ଟ କୁ ଭିଡି ଗୋଟେ ଶକ୍ତ ଚାପୁଡ଼ା ଟିଏ ମାରିଲା ଆଉ ସେ ଝିଅ ଟି କିଛି ନକହି କାନ୍ଦି କାନ୍ଦି ଯାଇ ପାଖରେ ଥିବା କୂଅ କୁ ଡେଇଁ ଆତ୍ମହତ୍ୟା କରିଦେଲା  | ମୁଁ ଆଉ କିଛି କହିବାକୁ ଚାହିଁଲେ ବି ରାତ୍ରିକୁ କିଛି କହିପାରିଲିନି କି ସେ ମୋ କଥା ବୁଝିବା ଅବସ୍ଥାରେ ନଥିଲା  | ସେଇ ରାତିରେ ମୁଁ କେମିତି ମଣିଷରୁ ପଶୁ ପାଲଟି ଯାଇଥିଲି ଆଉ ମୋର ଏ ପ୍ରେମର ନିଶା ଉତୁରିଲା ବେଳକୁ ମୋ ଭଲପାଇବା ମୋ ଠାରୁ ବହୁତ ଦୂରକୁ ଚାଲିଯାଇଛି | ସେ ଆଉ କାହାର ହେଇ ସାରିଛି | ଏଥିପାଇଁ କେବଳ ମୁଁ ହିଁ ଦାୟୀ | ସେଇ ରାତି କହି ବହୁତ ଜୋରରେ କାନ୍ଦିବାକୁ ଲାଗିଛି ରଞ୍ଜନ ।


Rate this content
Log in

Similar oriya story from Tragedy