STORYMIRROR

Rina Parida

Tragedy Inspirational

3  

Rina Parida

Tragedy Inspirational

ଦୁହିତା ଦୁଇ କୁଳକୁ ହିତା

ଦୁହିତା ଦୁଇ କୁଳକୁ ହିତା

2 mins
210


  ଦୁହିତା ଦୁଇ କୁଳକୁ ହିତା |ସାମାଜିକ ଚାଲିଚଲଣି ଓ ପରମ୍ପରାକୁ ନେଇ ସେ ଆଗକୁ ବଢିଥାଏ | ସମାଜରୁ କିଛି ଶିଖିଥାଏ ଓ କିଛି ଶିଖାଇ ଥାଏ | ବାପଘରେ ବହୁତ ସୁଖରେ ଯେମିତି ଜୀବନ ବିତିଯାଏ, ଶାଶୁଘରେ ଏହାର ଠିକ ବିପରୀତ | ସେଥିପାଇଁ ଭଗବାନଙ୍କ ନୀତି କିଛି ଅଲଗା | କାରଣ ସେ ସୁଖକୁ କେବଳ କିଛି ସମୟ ପାଇଁ ହିଁ ଦେଇଥାନ୍ତି | ଏଇ ସୁଖ ଆଉ ଦୁଃଖକୁ ନେଇ ହିଁ ତ ଜୀବନ | ଏହି କ୍ଷଣସ୍ଥାୟୀ ସୁଖ ଓ ଚିରସ୍ଥାୟୀ ଦୁଃଖରୁ ଆମେ ବା କେମିତି ବାଦ ଯିବା | ନାରୀଟିଏ ଏହି କ୍ଷଣିକ ସୁଖକୁ ସାଉଁଟି ସାରାଜୀବନ କାନ୍ଦିଥାଏ ତାର ଶାଶୁଘରେ | ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ସବିତା |


     ସବୁ ଝିଅମାନଙ୍କ ଭଳି ସବିତା ବି ମନେ ମନେ ଭାବୁଥିଲା ଯେ, ମୁଁ ମଧ୍ୟ ଦିନେ କନିଆ ସାଜିବି ଆଉ ଏ ଘର ଏରୁଣ୍ଡି ଡେଇଁ ମୋ ଶାଶୁଘରେକୁ ଯିବି | ସେଠାରେ ସମସ୍ତଙ୍କୁ ଅଜାଡି ଦେବି ଖୁସି | ସବୁ ଲୁହକୁ ନିଜେ ପିଇଦେବି | ଏମିତି କିଛି ଭାବନା ନେଇ ବିତି ଚାଲିଥିଲା ତାର ଜୀବନ | ପାଞ୍ଚ ଭାଇରେ ଗୋଟିଏ ଝିଅ ସବିତା | ଖୁବ ଅଲିଅଳରେ ବଢିଥାଏ | ଜୀବନ ବାଟର ଏ ଲମ୍ବାରାସ୍ତାରେ ଚାଲୁ ଚାଲୁ ଶ୍ୟାମବାବୁଙ୍କ ହାତ ଧରିଥିଲା ସବିତା | କିନ୍ତୁ ଏ କଣ ହେଲା? ସବିତା ଭାବନା ରାଇଜର ବୁକୁ ଚିରି ହଠାତ ମାଡି ଆସିଲା ଅମାବାସ୍ୟାର ଅନ୍ଧକାର | ଏହି ଅନ୍ଧକାର ତାର ଜୀବନକୁ ଦୁର୍ବିସହ କରିଦେଲା | ଶାଶୁଘରେେ ସବିତା ବହୁତ କଷ୍ଟ ଯନ୍ତ୍ରଣା ପାଇଲା | ସବୁ କଷ୍ଟ ଯନ୍ତ୍ରଣାକୁ ଛାତି ତଳେ ଚାପି ଚାଲିଥିଲା ସେ ଜୀବନ ବାଟ ରେ | କିଛି ଦିନ ବିତିଗଲା ସବିତା ହେଲେ ମା | ଯେମିତି ସବିତା ଜୀବନରେ ପୂର୍ଣ୍ଣିମାର ଚାନ୍ଦ ଉଇଁଗଲା | ସୁନ୍ଦର ଶିଶୁ କନ୍ୟା ଟିଏ ଜନ୍ମ ନେଲା ମା

ସବିତା କୋଳରେ | ଝିଅଟିର ନାମ ଦିଆଗଲା ଖୁସି | ଶ୍ୟାମ ବାବୁ ସବିତାଙ୍କୁ ଯେତେ କଷ୍ଟ ଦେଲେ ବି ଝିଅ ଖୁସିକୁ ବହୁତ ଭଲ ପାଉଥିଲେ | ଦିନ ପରେ ଦିନ ବିତି ଚାଲିଲା | ସବିତା ପ୍ରତି ଶାଶୁଘର ଲୋକଙ୍କ କଷ୍ଟ ବଢ଼ି ଚାଲିଲା | ସେତେବେଳକୁ ଖୁସିକୁ ଚଉଦ ବର୍ଷ ଚାଲିଥାଏ | ସବିତା ଅସହ୍ୟ କଷ୍ଟକୁ ସହି ନ ପାରି ଆତ୍ମହତ୍ୟା ପାଇଁ ନିଷ୍ପତ୍ତି ନେଲେ | ମାରାତ୍ମକ ବିଷ ବଜାରରୁ ଆଣି ରଖିଲେ ରାତିରେ ଖାଇ ମରିଯିବା ପାଇଁ | ଏସବୁକୁ ଝରକା କଣରେ ଦେଖୁଥାଏ ଖୁସି | ସବିତା ଯେତେବେଳେ ରୁମରୁ ବାହାରି ଆସି ରୋଷେଇ ଘର ଆଡେ ଗଲେ, ଠିକ ସେତିକି ବେଳେ ଖୁସି ମା ଥୋଇଥିବା ବିଷକୁ ନିଜେ ପିଇଦେଲା | ଏହା ପରେ ସବିତା ଆସି ଦେଖେ ତ ଖୁସି ବିଷ ପିଇ ଦେଇଛି | ଶ୍ୟାମବାବୁ ଓ ସବିତା,ଖୁସିକୁ ଡାକ୍ତରଖାନାକୁ ନେଇ ଗଲେ | କିନ୍ତୁ ବହୁତ ବିଳମ୍ବ ହୋଇ ଯାଇଥିଲା | ଡାକ୍ତର ଖୁସିକୁ ବଞ୍ଚେଇ ପାରିଲେନି | ଜୀବନର ଅନ୍ତିମ ଅବସ୍ଥାରେ ଖୁସି ବାପାଙ୍କ ହାତକୁ ନିଜ ମୁଣ୍ଡରେ ରଖି କହିଲା -ବାପା ଆଜି ଠୁ ବଞ୍ଚିଥିବା ପର୍ଯ୍ୟନ୍ତ  ବୋଉକୁ କେବେ ବି କଷ୍ଟ ଦେବନି | ଜାଣିଛ ବାପା ତମ ସମସ୍ତଙ୍କ ଅତ୍ୟାଚାର ସହି ସହି ବୋଉ ଆଜି ଆତ୍ମହତ୍ୟା କରିବାକୁ ଯାଉଥିଲା ଆଉ ସେହି ସମୟରେ ମୁଁ ସୁଯୋଗ ଦେଖି ନିଜେ ସେହି ବିଷ ପିଇଦେଲି | ଏହା ଶୁଣି କାନ୍ଦି ଉଠିଲେ ବାପା ମା ଦୁହେଁ | ଆଉ ଗଭୀର ନିଦ୍ରାରେ ଚୀରଦିନ ପାଇଁ ଶୋଇ ପଡିଲା ଖୁସି | ଖୁସି ସିନା ସାରା ଦିନ ପାଇଁ ଶୋଇ ପଡିଲା କିନ୍ତୁ ଜାଗି ଉଠିଲା ଶ୍ୟାମଙ୍କ ଭଲପାଇବା | ଖୁସି ଶିଖେଇ ଦେଲା ଜୀବନର ହିଂସା, ଇର୍ଷା, ଯନ୍ତ୍ରଣା ଠୁ ବଳି ମୂଲ୍ୟବାନ ଅନ୍ୟ ଓଠରେ ହସ ଫୁଟେଇବା | ଖୁସିର ବଳିଦାନ ସବିତା ଓ ଶ୍ୟାମଙ୍କ ଜୀବନରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହେଲା |



Rate this content
Log in

Similar oriya story from Tragedy