Rina Parida

Tragedy Children

4  

Rina Parida

Tragedy Children

ପୁଅଟିଏ ପାଇଁ

ପୁଅଟିଏ ପାଇଁ

4 mins
295


  ତାଙ୍କୁ କେବଳ ଆଜି ନୁହେଁ ତ... ପ୍ରତିଦିନ ହଇରାଣ ହରକତ କରିବାକୁ ରୋହିଣୀ ଭାରି ଭଲ ପାଏ । ବିବାହ ଦିନ ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଝିଅ ବଡ଼ ହୋଇ ମା ହେଲା ପରେ ବି ସଞ୍ଜୟଙ୍କୁ ସବୁବେଳେ ଛୋଟ ପିଲା ଭଳି ଲାଗେ ଆଉ ବହୁତ ହସେ । ତାଙ୍କ ଠାରୁ କିଛି ମିଠା ମିଠା ଗାଳି ଶୁଣିବାକୁ ମତେ ଭାରି ଭଲ ଲାଗେ ବୋଲି ସେ କୁହେ । ସବୁବେଳେ ଏମିତି ହସହସ ମୁହଁ ଦେଖି ରୋହିଣୀକୁ ମୁଁ କୁହେ, କିଲୋ... ତୁ କେମିତି ତୋ ହସ ମୁହଁରେ ତୋ ସ୍ୱାମୀକୁ କିମିଆ କରି ରଖିଛୁ ମତେ ଟିକେ କୁହନ୍ତୁନି...? ସେ ମୋ କଥା ଶୁଣି ପୁଣି ଥରେ ହସି କୁହେ “ଅପା..! ମୁଁ କଣ ଯାଦୁ ଜାଣିଛି ଯେ ତୁମକୁ ଶିଖାଇବି କିନ୍ତୁ ଅପା ଆମେ ସବୁ ପରିସ୍ଥିତିରେ ସୁଖରେ ଅବା ଦୁଃଖରେ ସମସ୍ତଙ୍କ ସାମ୍ନାରେ ଟିକେ ହସି ତାକୁ କଣ ପାଇଁ ଟିକେ ଖୁସି ଦେବାନି...!”

ସମସ୍ତଙ୍କର ତ ଅଳ୍ପେ ବହୁତ କିଛି ଦୁଃଖ ଥାଏ ତ ମୁଁ ମୋ ଦୁଃଖ ମୁହଁ ଦେଖାଇ ତାକୁ କଣ ପାଇଁ ଅଧିକ ଦୁଃଖୀ କରିବି...!


ତୁ ସିନା ମୋ ଠାରୁ ବହୁତ ସାନ କିନ୍ତୁ ତୁ ବେଳେବେଳେ ମତେ ସବୁଠାରୁ ବଡ଼ ମଣିଷ ଭଳି ଲାଗୁ.... କେମିତି କିରେ କଥା ଶିଖିଛୁ ପୁରା ସମସ୍ତଙ୍କ ମନ କିଣି ଦେଇଚୁ...!  ସେ ଆଉ ବେଶୀ କିଛି କୁହେନି କେବଳ ହସି ହସି ଚାଲିଯାଏ ବୋଧେ ତାକୁ ତା ନିଜ ପ୍ରଶଂସା ଶୁଣିବାକୁ ଭଲ ଲାଗେନି ଯାହା ହେଉ ପଛକେ ରୋହିଣୀଟା ଆମର ଭାରି ଭଲ ଝିଅ ଟିଏ ବୋଲି କେବଳ ମୁଁ ନୁହେଁ ଗାଁ ସାରା ଲୋକ କୁହନ୍ତି ଆଉ ଇଏ କୁହନ୍ତି ରୋହିଣୀ ଠାରୁ ରମା କିଛି ଶିଖ..! ତାଙ୍କ କଥା ଶୁଣି ବେଳେବେଳେ ଇର୍ଷା ଆସେ ଏଇଟା ତ ସ୍ୱାଭାବିକ କଥା କାରଣ ନାରୀର ଅନ୍ୟ ନାମ ହିଁ ଇର୍ଷା । କିନ୍ତୁ ଯାହାବି ହେଉ ମୁଁ ମଧ୍ୟ ରୋହିଣୀକୁ ଭାରି ଭଲ ପାଏ ....!


ରୋହିଣୀ ହେଉଛି ଆର ସାହି ନାଥ ସାହୁଙ୍କ ଝିଅ । ପିଲାଟି ଦିନରୁ ମା ସ୍ନେହ କଣ ଜାଣିନି ମା ଛେଉଣ୍ଡ ଝିଅ ଟିଏ ସମସ୍ତେ କୁହନ୍ତି ମା ନଥିବା ଝିଅ କୁଆଡେ ଘର କରି ଜାଣନ୍ତିନି ସଂସାରକୁ ଭଲ ଭାବରେ ଚଳେଇ ପାରନ୍ତିନି କିନ୍ତୁ ମୁଁ ଏ କଥାକୁ ଗ୍ରହଣ କରେନି, କାରଣ ଆମେ କୌଣସି ବାସ୍ତବ କଥାକୁ ହିଁ ଗ୍ରହଣ କରିବା ଯେଉଁଠି ମୁଁ ଦେଖି ଆସିଛି ରୋହିଣୀ ଗଛ ଚଢା ଠାରୁ ଆରମ୍ଭ କରି ରୋଷେଇ ପତ୍ର ଘରର ଯାବତୀୟ କାମ ପୁନେଇଁ ପରବ ପାଳନ ସବୁ କାମ କରିବାରେ ସେ ପାରଙ୍ଗମ । ଗାଁଟି ସାରା ଲୋକ ପରବ ଯାନି ଯାତରାରେ ପ୍ରଥମେ ରୋହିଣୀ କୁ ଖୋଜା ପଡେ ।


ସମୟ କ୍ରମେ ନାଥ ବାବୁ ରୋହିଣୀକୁ ଆମ ଗାଁ ଚନ୍ଦନ ପୁର ଗାଁ ର ସଞ୍ଜୟ ପାତ୍ରଙ୍କ ସହିତ ବିବାହ କରାଇ ଦେଲେ ବିବାହ ପରେ ସେ ତାର ଶାଶୂଘର ଲୋକଙ୍କୁ ନୁହେଁ ବରଂ ସ୍ୱଶୁର ଘର ଗାଁ ଲୋକଙ୍କୁ ମଧ୍ୟ ନିଜର କରି ଦେଇଥିଲା ସେ ତା ଜେଜେମା ଠାରୁ ଝଡ଼ା ଫୁଙ୍କା ଶିଖି ଥିଲା । ଗାଁରେ କାହାର ହାଡଫୁଟି, ହଇଜା ଆଦି ରୋଗ ହେଲେ ସମସ୍ତେ ରୋହିଣୀ ପାଖକୁ ଆସନ୍ତି ଭଲ ହେବା ପାଇଁ । ଏମିତି କିଛି ଦିନ ଗଡି ଚାଲିଲା ସେ ମାଆ ହେଲା ମାଆ ହେବା ପରେ ଘର ପରିବାରର ଦାୟିତ୍ୱ ଯେମିତି ଢେର ଗୁଣା ବଢ଼ି ଯାଏ କିନ୍ତୁ ଚାଲିବାକୁ ପଡେ ଜୀବନର ବାଟରେ ଆଗେଇବାକୁ ପଡେ ସିଡ଼ି ପରେ ସିଡ଼ି ଚଢି  । ବିବାହର ପରେ ଝିଅ ଟିଏ ହୋଇଥିଲା କିନ୍ତୁ ବର୍ଷ ପରେ ବର୍ଷ ବିତିଗଲେ ମଧ୍ୟ ହୋଇ ନଥିଲା ପୁଅଟିଏ । ସମସ୍ତେ ଆଗ ଭଳି ତାକୁ ଆଉ ଆଦର କରନ୍ତିନି ଆଗ ଭଳି ଭଲ ପାଆନ୍ତିନି କୁଆଡେ ତାର ପୁଅ ନାହିଁ ସେ ମଲା ପରେ ତା ଚିତାରେ ନିଆଁ କେହି ଦେବେନି ସେ ଭୂତ ହୋଇ ବୁଲିବ ।


ଏମିତି ଅନେକ କଥା କହି ଚାଲନ୍ତି ଲୋକମାନେ କିନ୍ତୁ ସେ କେବେ କିଛି କୁହେନି କି କେବେ ଅଭିମାନ କରେନି ... ସତରେ ! ମଣିଷର ହୃଦୟର ଭାଷା ପଢିବା ଆଉ ଗୋଟେ ମଣିଷ ପାଇଁ ବହୁତ କଷ୍ଟ ସେ ବିଳମ୍ବରେ ହେଉ ପଛକେ ମୁଁ ଜାଣି ପାରିଥିଲି ସେ ବହୁତ ଦୁଃଖରେ ଅଛି ଦିନେ ପଚାରିବି ଭାବି ତାଙ୍କ ଘରକୁ ଗଲି ସେ ମତେ ଦେଖି ବସିବାକୁ କହିଲା କିନ୍ତୁ ଆଗ ଭଳି ତା ମୁହଁରେ ହସ ନଥିଲା ମୁଁ ପଚାରି ବସିଲି କିଲୋ.... କଣ ହେଇଚି ତୁ ଆଉ ଆମ ଘର ଆଡେ ଆସୁନୁ କି କଥା ଭଲରେ କହୁନୁ କଣ ହେଇଚି...??? ସେ କାନ୍ଦି କାନ୍ଦି କହିଲା ଅପା..! ମୋ ଝିଅ ଟିଏ ପୁଅ ନାହିଁ ତେଣୁ ଲୋକେ ଅନେକ କଥା କୁହନ୍ତି ମୁଁ କେତେ ଲୋକଙ୍କ କେତେ କଥା ଶୁଣିଚି ମୁଁ ଚାହୁଁନି ମୋ ଝିଅ ସେମିତି ଶୁଣୁ ବୋଲି....! ଝିଅର ପ୍ରଥମ ପିଲା ହୋଇଥିଲା ଝିଅ ଟିଏ ଏବେ ପୁଣି ମୋ ଝିଅ ଦଶ ମାସ ହେବ ଗର୍ଭବତୀ ଯଦି ତାର ପୁଣି ଥରେ ଝିଅ ଟିଏ ହୋଇଯାଏ ତେବେ ସେ ମଧ୍ୟ ମୋ ଭଳି ଅନେକ କଥା ଶୁଣିବ କହି ସେ ସ୍ଵେଟର ବୁଣିଲା... ମୁଁ ପୁଣି ଥରେ ପଚାରିଲି ସ୍ଵେଟର କାହା ପାଇଁ ବୁଣୁଛୁ...? ସେ ଉତ୍ତର ଦେଲା, ଏଇ ଏଗାର ମାସ ତଳେ ଜଣେ ସାଧୁ ବାବା ଆମ ଘରକୁ ଆସିଥିଲେ ସେ କହିଲେ ମୁଁ ଦଶ ମାସ ପର୍ଯ୍ୟନ୍ତ ଅଳ୍ପ ଅଳ୍ପ କରି ସ୍ଵେଟର ବୁଣା ସମ୍ପୂର୍ଣ୍ଣ କରିବି ସେମିତି କଲେ ମୋ ଝିଅ ଆଉ ମୋ ଭଳି ଆଣ୍ଠୁକୁଡି ଶବ୍ଦ ଶୁଣିବନି ଆଜି ଏ ସ୍ଵେଟର ସମ୍ପୂର୍ଣ୍ଣ ହେଲା.... ।


ସେ ଡାକ୍ତର ବ୍ରଜ ବାବୁ କହିଥିଲେ ଝିଅ ର ଦଶ ମାସ ଦଶ ଦିନ ହିଁ ଛୁଆ ଜନ୍ମ ନେବ କିନ୍ତୁ ଆଜିକୁ ଦଶ ମାସ ପନ୍ଦର ଦିନ ବିତି ଗଲାଣି ସେଥିପାଇଁ ଗର୍ଭ ଯନ୍ତ୍ରଣା ଆରମ୍ଭ ହେବାରୁ ଜ୍ୱାଇଁ ପୁଅ ଝିଅକୁ ନେଇ ଯାଇଛନ୍ତି ଦେଖା ଯାଉ କଣ ହେଉଛି...! ରୋହିଣୀ ଏଇ କଥା କହି କାନ୍ଦିବାକୁ ଲାଗିଲା ତାର ଲୁହ ଶୁଖିଚି କି ନାହିଁ ଡାକ୍ତର ଖାନାରୁ ଫୋନ ଆସିଲା... ଜ୍ୱାଇଁ ବାବୁ କହିଲେ ମା ଆମର ପୁଅ ଟିଏ ହୋଇଛି !!!



Rate this content
Log in

Similar oriya story from Tragedy