STORYMIRROR

Prakash ranjan Swain

Horror Thriller

3  

Prakash ranjan Swain

Horror Thriller

ସେଇ ଅଜଣା ସହର

ସେଇ ଅଜଣା ସହର

2 mins
206

ମୁଁ ନୂଆ କରି ଗୋଟେ ଅଜଣା ଜାଗାକୁ କିଛି କାମରେ ଯାଇଥାଏ।ମୁଁ ସେଦିନ କାମ ସାରି ମୋର ଭଡ଼ା ଘରକୁ ଫେରିବାରେ ଟିକେ ବିଳମ୍ବ ହୋଇଯାଇଥାଏ।ଜାଗା ନୂଆ ଆଉ ଲୋକ ବି।ସେଠିକାର ରାସ୍ତା ତ ସମ୍ପୂର୍ଣ୍ଣ ନୂଆ ଥିଲା।ଗାଆଁ ରାସ୍ତା।ଟିକେ ଅଧିକ ରାତି ହେଲେ ଲୋକ ତ ଲୋକ,ଲୋକଙ୍କ ଛାଇ ବି ଦେଖିବାକୁ ମିଳେନାହିଁ।ଛାତିରେ ଅଜଣା ଡର।ଟିକେ ଶବ୍ଦରେ ମନ ଭୟରେ ପୁରିଯାଉଥାଏ ଆଉ ଦେହ ସିହଁରି ଉଠୁଥାଏ।ଏମିତି ବି ସେଦିନ ଥିଲା ଝଡ଼ ରାତି।ଯେମିତି ବର୍ଷା କମିବାର ନାଁ ବି ନେଉନଥିଲା।ଅନ୍ଧାର ରାତିର କଳା ପାଚେରୀକୁ ଡେଇଁ ଗୋଟେ ଛାଇ ଆଗେଇ ଚାଲିଥାଏ।ଅସ୍ତିତ୍ବ ବିହୀନ ସେଇ ଛାଇ ଅନ୍ଧାରରେ ତ ଲୁଚିଯାଉଥିଲା,ହେଲେ ତୋଫାନ ରାତିର ସେଇ ବିଜୁଳିର ଆଲୁଅରେ ପୁଣି କେବେକେବେ ଦେଖାଦେଉଥାଏ। ସବୁକିଛି ଅନ୍ଧାରରେ ଯେମିତି ଲୁଚିଯାଇଥିଲା।ସବୁ ବାସ୍ତବ ବି ଯେମିତି ତାର ଅସ୍ତିତ୍ବ ହରେଇଦେଇଥିଲା।ନା ଦିଶୁଥିଲା ରାସ୍ତା ନା ଗଛପତ୍ର ଆଉ ନା ହିଁ କୌଣସି ଗୋଟେ ବି ଘର। ବାସ୍ ଖାଲି ଯାହା ସେଇ ବିଜୁଳିର ଆଲୁଅରେ କିଞ୍ଚିତ୍ ମାତ୍ର ଛାଇର ସମାହାର।ଏମିତି ଏମିତି ଅନ୍ଧାର ଆଉ ଆଲୁଅର ଖେଳ ଭିତରେ କିନ୍ତୁ ସେଇ ଛାଇ ଆଗେଇ ଚାଲିଥିଲା ମୋ ସହ।ଏମିତି କିଛି ସମୟ ପରେ ଅନତି ଦୂରରୁ ଗୋଟେ ମିଞ୍ଜିମିଞ୍ଜି ଆଲୁଅ ଜଳି ଉଠୁଥାଏ ଆଉ ପୁଣି ଲିଭିଯାଉଥାଏ।ଏମିତି ଲାଗୁଥିଲା ଯେମିତି କେହିଜଣେ ଘର ଭିତରେ ଡିବି ଜାଳି ବସିଥାଏ। tଏମିତି ଦେଖି ମୁଁ ଆଉ ଟିକେ ମନରେ ସାହସ ବାନ୍ଧିଲି।କାହିଁକି ନା ଏଥର ମୁଁ ସେଇ ଅଜଣା ଜାଗାରେ ରାତିର ଡରକୁ ଦୁରେଇବାକୁ କୌଣସି ଜଣେ ଅଜଣା ଲୋକକୁ ପାଇବାର ଅନୁମାନ କରିଦେଇଥିଲି। କହନ୍ତି ନା ନାଇଁ ମାମୁଁ ଠାରୁ କଣା ମାମୁଁ ଭଲ।ଠିକ୍ ସେମିତି ମୁଁ ସେଇ ଛାଇ ଦେଖି ଯେମିତି ଗୋଟେ ସାହସର ଅଜଣା ସ୍ରୋତ ପାଇଯାଇଥିଲି।ଏମିତି ଟିକେ ହସ ଓଠରେ ନେଇ ମୁଁ ସେଇ ଘର ଆଡ଼କୁ ଆଗେଇ ଯାଉଥାଏ।ଆଉ ଚାହୁଁଥାଏ। କଣ ତାହା ସତରେ କାହାର ଛାଇ ଥିଲା, ନା ଥିଲା ସିଏ ମୋ ମନର ଭ୍ରମ। କଣ ଥିଲା ବାସ୍ତବ।ଏଇ ପ୍ରଶ୍ନ ସହ ମୁଁ ସେଇ ରାସ୍ତାରେ ଆଗେଇ ଚାଲିଥାଏ।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Prakash ranjan Swain

Similar oriya story from Horror