STORYMIRROR

shmitaa mohanty

Tragedy

3  

shmitaa mohanty

Tragedy

ସ୍ବାମୀ ସ୍ତ୍ରୀ

ସ୍ବାମୀ ସ୍ତ୍ରୀ

3 mins
208

ଭଗବାନଙ୍କ ଏ ସୁନ୍ଦର ସୃଷ୍ଟିରେ ସବୁଠାରୁ ଚାଲାକ ପ୍ରାଣୀ ହେଉଛି ମଣିଷ କାରଣ ତାର ବୁଝିବାର ଶକ୍ତି ଅଛି, ଧୈର୍ଯ୍ୟ ଅଛି ଏବଂ ସବୁକୁ ହଜମ କରି ଆଗକୁ ବି ସେ ବଢିପାରେ।ଏଇ ମଣିଷ ବାଲ୍ୟକାଳରୁ ବୃଦ୍ଧ ପର୍ଯ୍ୟନ୍ତ କେଉଁଠି ନା କେଉଁଠି ଅନ୍ୟ ଉପରେ ନିର୍ଭର କରେ ଆଉ ସମ୍ପର୍କର ସୂତ୍ରରେ ବାନ୍ଧି ହୋଇ ରହିଥାଏ। ସେ ସମ୍ପର୍କ ଭିତରୁ ସ୍ବାମୀ ସ୍ତ୍ରୀ ସମ୍ପର୍କ ସବୁଠାରୁ ଭିନ୍ନ ଆଉ ନିଆରା । ଏ ଗଳ୍ପ ଏମିତି ଗୋଟେ ସ୍ବାମୀ ସ୍ତ୍ରୀଙ୍କ ଉପରେ ଆଧାରିତ ଯେ ସେମାନେ ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଆନ୍ତି ହେଲେ ପ୍ରକାଶ କରିବାକୁ ସଙ୍କୋଚ କରନ୍ତି ଆଉ ଜୀବନଟା ସେମିତି ଚାଲିଛି ।


ସୀମାନ୍ତ ଆଉ ସୀମା ଦୁହେଁ ସ୍ବାମୀ ସ୍ତ୍ରୀ ଯଦିଓ ସେମାନେ ପ୍ରେମ ବିବାହ କରି ନାହାଁନ୍ତି ତେବେ ତାଙ୍କ ବିବାହ ବି କୌଣସି ଚଳଚ୍ଚିତ୍ର କାହାଣୀ ଠାରୁ କମ୍ ନୁହେଁ। ସୀମାନ୍ତ ଶିକ୍ଷକ ଆଉ ସୀମା ତାଙ୍କ ଶିଷ୍ୟା, ସୀମାନ୍ତ ସାତ ଭାଇ ଭଉଣୀ ଆଉ ମଧ୍ୟବିତ୍ତ ଶ୍ରେଣୀର ହେଲେ ସେ ବହୁତ ଭଲ ଆଉ ତାଙ୍କ ସରଳତା ପାଇଁ ସମସ୍ତେ ତାଙ୍କୁ ଭଲ ପାଆନ୍ତି। ସବୁ ଭାଇ ଭଉଣୀଙ୍କ ଭିତରେ ସେ ସାନ ତେଣୁ ଘରର ବୋଝ ତାଙ୍କ ଉପରେ ନାହିଁ। ଠିକ ସେମିତି ସୀମା ମଧ୍ୟ ସାତ ଭାଇ ଭଉଣୀ ସୀମା ବି ସାନ, ସୀମାକୁ ଆଉ ଜଣେ ଶିକ୍ଷକ ଭଲ ପାଉଥିଲେ । ସେ ସୀମାକୁ ଆଣି ସୀମାନ୍ତ ସହିତ ପରିଚୟ କରାଇଥିଲେ। ସେତେବେଳେ ସୀମାର ଗୋଟେ ପତ୍ରିକା ପ୍ରକାଶ ପାଉଥିଲା । ସୀମାନ୍ତ କମ୍ପ୍ୟୁଟର ଅନୁଷ୍ଠାନ କରିଥିଲେ, ଏମିତି ଯିବା ଆସିବା ବେଳେ ସୀମାର ପତ୍ରିକାଟିର ଦାୟିତ୍ୱ ସୀମାନ୍ତ ନିଜେ ବହନ କରିବେ ବୋଲି କହିଲେ। ସେଇ ଯିବା ଆସିବା ଭିତରେ ସୀମା ଗୋଟେ ପରିବାରର ସଦସ୍ୟ ଭଳି ଚଳିଛି। ସୀମା ସବୁବେଳେ ଭାବେ ସୀମାନ୍ତ ବିବାହିତ ତେଣୁ ସେ ସୀମାନ୍ତଙ୍କୁ ବହୁତ ସମ୍ମାନ ଦେଇ କଥା ହୁଏ।ସୀମାକୁ ଦେଖିଲେ ଲାଗେ ସେ ଗୋଟେ ଉଦ୍ଧତ, ତାର ବେଶ ପୋଷାକରୁ ଲାଗେନା ଯେ ସେ ଘର କରଣା ବୋହୁଟିଏ ହୋଇପାରିବ, କେତେବେଳେ ସ୍କୁଟର ଧରି ଟ୍ରାଉଜର ବାନିୟନ ପିନ୍ଧି ବୁଲେ ତ ଆଉ କେବେ ଓଢଣୀ ପରିବର୍ତ୍ତେ ଗାମୁଛା।ଏ ସବୁ ଦେଖି କୋଉ ପୁଅ କେବେ ଭାବିନି ଯେ ସୀମାକୁ ଭଲପାଇବ। ଏମିତି କିଛିଦିନ ଗଲାପରେ ସୀମାନ୍ତର ଆଉ ଗୋଟେ ଛାତ୍ରୀ ଯିଏ ସୀମାନ୍ତକୁ ଭଲ ତ ପାଉଥିଲା ହେଲେ କହିବାକୁ ସାହାସ କରି ନ ଥିଲା। ସେମିତି ଅନେକ ଝିଅ ତାଙ୍କ ଜୀବନରେ ଆସିଛନ୍ତି ଯାଇଛନ୍ତି ହେଲେ ସୀମାନ୍ତ ଏ ସବୁ ପାଇଁ କେବେ ବ୍ୟସ୍ତ ହୋଇ ନାହାଁନ୍ତି। ସମୟର ଚକ୍ରରେ ପଡି ସୀମାନ୍ତ ଆଉ ସୀମା ସ୍ଵାମୀ ସ୍ତ୍ରୀ ହୋଇଛନ୍ତି।ସୀମାନ୍ତ, ସୀମାର ଉଦ୍ଧତ ପଣିଆକୁ ଆପଣେଇ ଆଗକୁ ବଢିଛନ୍ତି। ତାଙ୍କର ଗୋଟିଏ ବୋଲି ଝିଅ ।ସେ ଦୁହେଁ ସ୍ବପ୍ନ ଦେଖନ୍ତି ଝିଅକୁ ମଣିଷ କରିବା ପାଇଁ କେବେ ନିଜ ଖୁସିକୁ ପ୍ରାଧାନ୍ୟ ଦେଇ ନାହାଁନ୍ତି। ସୀମାନ୍ତକୁ ଦରକାର ଥିଲା ଗୋଟେ ଗାଉଁଲି ଝିଅ ଯିଏ ମୁଣ୍ଡରେ ଓଢଣା ଦେଇ ସ୍ବାମୀଙ୍କ ବାଟ ଚାହିଁ ବସିବ। ସରଳିଆ, ଲାଜକୁଳୀ,ଆଉ ଘର କରଣା ଝିଅ। ସୀମା କିନ୍ତୁ ସ୍ବାଧୀନ ଚିନ୍ତା ଧାରାର ଝିଅଟିଏ ସେ ସବୁବେଳେ ନିଜ ଉପରେ ବିଶ୍ବାସ କରେ ଆଉ ନିଜ ଗୋଡରେ ଠିଆ ହୋଇ ନିଜର ପରିଚୟ ସୃଷ୍ଟି କରିବାକୁ ଭଲପାଏ ,ଏଇ ଚିନ୍ତାଧାରା ଭିତରେ ଦୁହିଁଙ୍କର ବହୁତ ମୂଲ୍ୟବାନ ସମୟ କଟିଯାଇଛି ଆଉ ସେମାନେ ଜାଣି ପାରି ନାହାଁନ୍ତି। ସୀମା ଚାହେଁ ତା ସ୍ବାମୀ ତାକୁ ବହୁତ ଭଲପାଆନ୍ତୁ। ଗୋଟିଏ ଇସାରାରେ ତା ମନ କଥା ସେ ବୁଝନ୍ତୁ। ତା ଜନ୍ମଦିନ ଠାରୁ ଆରମ୍ଭ କରି ତାଙ୍କ ବିବାହ ବାର୍ଷିକି ଯାଏ ସବୁ ସୀମାନ୍ତ ଧୂମଧାମରେ ପାଳନ କରନ୍ତୁ। କିନ୍ତୁ ସୀମାନ୍ତଙ୍କର ସରଳତା ପାଇଁ ସେ କେବେ ନିଜର ଭାବନାକୁ ବ୍ୟକ୍ତ କରିପାରନ୍ତି ନାହିଁ । ଆଉ ଏଇ ଛୋଟ ଛୋଟ ମାନ ଅଭିମାନ ଭିତରେ ସେମାନଙ୍କର ଜୀବନର ୧୭ ବର୍ଷ କଟିଗଲାଣି ନା ତାଙ୍କ ଭିତରେ ଝଗଡା ଅଛି ନା ଶାରୀରିକ ସମ୍ପର୍କ କେବଳ ସେ ଦୁନିଆକୁ ଦେଖାଇଛନ୍ତି ଯେ ସେମାନେ ଭଲ ସ୍ବାମୀ ସ୍ତ୍ରୀ ।କୋଉଠି ନା କୋଉଠି ତାଙ୍କ ମଝିରେ ସେ ଦୁହିଁଙ୍କର ଅହଂକାର ବାଧକ ସାଜିଛି। ସେ ଦୁଇ ଜଣ ଜାଣିଛନ୍ତି ସେମାନେ କେହି କାହାକୁ ଛାଡି ରହିପାରିବେନି ତଥାପି ନିଜ ଜିଦ୍ ଛାଡି ବାକୁ ରାଜି ନୁହଁନ୍ତି। ସେମାନେ ଏକାଠି ରୁହନ୍ତି ନାହିଁ ଅଲଗା ରହିଲେ କାହା ପ୍ରତି କାହାର ଭଲ ପାଇବା କମି ଯାଇନି। କେହି କାହାକୁ ଅବହେଳା କରି ନାହାଁନ୍ତି କିନ୍ତୁ ଜଣେ ନଇଁ ପଡିଲେ ସମ୍ପର୍କ ସୁଧୁରିଯିବ ଏତିକି ସେମାନେ ମାନିବାକୁ ନାରାଜ। ସତରେ ସ୍ବାମୀ ସ୍ତ୍ରୀ ସମ୍ପର୍କରେ ଯେମିତି ହେଲେ ଦୁହେଁ ଦୁହିଁଙ୍କୁ ବୁଝିବାକୁ ହୋଇ ଥାଏ।ଦୁନିଆ ଆଗରେ ସୀମାନ୍ତ ଆଉ ସୀମା ଏକଦମ ମସ୍ତ ଯୋଡି କିନ୍ତୁ ବିବାହର ଏତେ ବର୍ଷ ପରେ ମଧ୍ୟ ସେମାନଙ୍କ ଭିତରେ ଦୂରତା ଅଛି । ବୋଧହୁଏ ସୀମା ତା ଭୂଲ ପାଇଁ ଅନୁତପ୍ତ ହେଲେ ସୀମାନ୍ତକୁ କହିପାରେନି। ସୀମାନ୍ତଙ୍କୁ ସୀମା ବୁଝି ପାରିନି କି ସୀମାନ୍ତ ସୀମାକୁ ବୁଝି ନାହାଁନ୍ତି ଜାଣି ହୁଏନି।ଏତିକି ବୁଝି ହୁଏ ଛୋଟ ଛୋଟ କଥା ଆଉ ଭୂଲ ପାଇଁ ସେମାନେ ଜୀବନର ବହୁତ ସୁନ୍ଦର ମୁହୂର୍ତ୍ତକୁ ପଛରେ ପକାଇ ଦେଇଛନ୍ତି। ସମୟଟା ହାତ ମୁଠାରୁ ବାଲି ଖସିଲା ପରି ଖସି ଯାଉଛି ଅଥଚ ସେ ଦୁହେଁ ବୁଝି ନାହାଁନ୍ତି।ସତରେ ଏମିତି ବି ସମ୍ପର୍କ ଥାଏ ।


Rate this content
Log in

Similar oriya story from Tragedy