STORYMIRROR

Lizalin Biswal

Inspirational

2  

Lizalin Biswal

Inspirational

ସାହାଯ୍ୟ

ସାହାଯ୍ୟ

1 min
14.5K


କେଜି-2 ରେ ପଢୁଥିବା ମୋ ଛଅ ବର୍ଷର ପୁଅର ପ୍ରଥମ ଦିନର ପରୀକ୍ଷା ସରିବା ପରେ ତାଙ୍କ ମିସ ମୋତେ ଡାକି କହିଲେ, ଆୟାନ ପରୀକ୍ଷାରେ ଆଜି କିଛି ବି ଲେଖିନି। ମିସଙ୍କ ପାଖରୁ ଏକଥା ଶୁଣି ମୋ ମୁଣ୍ଡ ପୁରା ଖରାପ ହୋଇଗଲା। ଭୀଷଣ ରାଗ ଲାଗିଲା ମୋତେ ଆୟାନ ଉପରେ।

ତା କାନକୁ ଧରି ପଚାରିଲି, କାହିଁକି କିଛି ଲେଖିଲୁନି। କଣ ଆସିଲାନି? ସେ କହିଲା ସବୁ ଆସୁଥିଲା ଯେ, ହେଲେ ମୋର ଏଗଜାମ ବୋର୍ଡ ନଥିଲା ତେଣୁ ଲେଖିପାରିଲିନି

-ତୁ ତ ବୋର୍ଡ ନେଇଥିଲୁ, କଣ କଲୁ କି? ମୁଁ ପଚାରିଲି।

-ମୋର ଗୋଟେ ଫ୍ରେଣ୍ଡ ଏଗଜାମ ବୋର୍ଡ ନେଇନଥିଲା, ମୁଁ ତାକୁ ଦେଇଦେଲି। ଖାଲି ଡେସ୍କ ଉପରେ ମୁଁ ଲେଖିପାରିଲିନି।

ମୋତେ ଆହୁରି ରାଗ ଲାଗିଲା। ତୁ ନିଜେ ନଲେଖି ଫ୍ରେଣ୍ଡକୁ କାହିଁକି ବୋର୍ଡ ଦେଇଦେଲୁ, ରାଗିକି ତାକୁ ପଚାରିଲି।

ଅଳ୍ପ ଟିକେ ଡରିଯାଇ ସେ କହିଲା, ମାମା, ସେଦିନ ବାବା କହୁଥିଲେ, ଫ୍ରେଣ୍ଡକୁ ହେଲ୍ପ କଲେ ଭଲ। ଫ୍ରେଣ୍ଡକୁ ହେଲ୍ପ ନକଲେ ବ୍ୟାଡ ବୟ ହେବ, ଆଉ ଫ୍ରେଣ୍ଡକୁ ହେଲ୍ପ କଲେ ଗୁଡ ବୟ ହେବ। ମୁଁ ତ ଫ୍ରେଣ୍ଡକୁ ହେଲ୍ପ କଲି। ଭଲ କଲିନି ମାମା?

ଛୋଟ ଛୁଆଟାର କଥା ଶୁଣି ମୋ ପାଟିରେ ଆଉ ଭାଷା ନଥିଲା। ମୁଁ ଭାବୁଥିଲି କ୍ଲାସ ପରୀକ୍ଷାରେ ଭଲ ନକଲେ କଣ ହେଲା, ସେ ଜୀବନ ପରୀକ୍ଷାରେ ଭଲ କରୁଛି। ମୁଁ ମନେ ମନେ ଖୁସି ହେଉଥିଲି ଓ ଭାବୁଥିଲି, ସତରେ ଛୁଆମାନଙ୍କ ଠାରୁ ଆମର ବହୁତ କିଛି ଶିଖିବାର ଅଛି। ଆମର ନିଜର ଇଚ୍ଛା ଓ ପସନ୍ଦକୁ ତାଙ୍କ ଉପରେ ଲଦି ନଦେଇ ତାଙ୍କୁ କିଛିଟା ତାଙ୍କ ହିସାବରେ ଜୀବନ ବଞ୍ଚିବାକୁ ଛାଡିଦେବା କଥା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Lizalin Biswal

Similar oriya story from Inspirational