Sekhar kumar Swain

Children

4  

Sekhar kumar Swain

Children

ସାଧୁତାହିଁ ଶ୍ରେଷ୍ଠ ନୀତି

ସାଧୁତାହିଁ ଶ୍ରେଷ୍ଠ ନୀତି

1 min
166



ସୁବର୍ଣ୍ଣପୁର ରାଜ୍ୟର ରାଜା ମୁକୁନ୍ଦଦେବ ଖୁବ୍ ବିଚାର ବନ୍ତ ଥିଲେ । ପ୍ରଜା ମାନଙ୍କର ଭଲ ମନ୍ଦ ବୁଝିବା ପାଇଁ ରାଜା ନିଜେ ଗ୍ରାମ ଗ୍ରାମ ବୁଲି ଦେଖୁଥିଲେ ଏବଂ ସୁଖ ଦୁଃଖରେ ପ୍ରଜା ମାନଙ୍କୁ ନିଜର ପରିବାର ଲୋକମାନଙ୍କ ପରି ବ୍ୟବହାର କରୁଥିଲେ । ଏହା ଦେଖି ପଡୋଶୀ ରାଜ୍ୟର ରାଜା ମାନେ ଇର୍ଷା କରୁଥିଲେ । ପରସ୍ପର କଥା ହେଉଥିଲେ ଯେ ଜଣେ ରାଜା ହୋଇ ସାଧାରଣ ପ୍ରଜାଙ୍କ ପରି ଜୀବନ ନିର୍ବାହ ଏହା ଶୋଭନୀୟ ନୁହେଁ । ଥରେ ସାରା ବିଶ୍ୱରେ ବିପତ୍ତି ପଡିଲା । ଖାଦ୍ୟ ଶସ୍ୟର ଅଭାବ ପଡିଲା । ରାଜକୋଷରେ ଯାହାଥିଲା ତାହା ଧୀରେ ଧୀରେ ସରି ଆସିଲା । ରାଜା ବଡ ଚିନ୍ତାରେ ରହୁଥାଆନ୍ତି । ପଡ଼ୋଶୀ ରାଜ୍ୟରେ ଅନାହାରରେ ପ୍ରଜାମାନେ ଭୋକ ବିକଳରେ ପ୍ରାଣତ୍ୟାଗ କରିବାକୁ ଲାଗିଲେ ।

ହେଲେ ସୁବର୍ଣ୍ଣପୁରେ ଅଭାବ ଅନାଟନ ଦେଖାଗଲା ନାହିଁ । ଦିନେ ଜଣେ ସନ୍ୟାସୀ ସୁବର୍ଣ୍ଣପୁର ଆସିଥାନ୍ତି । ରାଜା ତାଙ୍କୁ ଏହାର କାରଣ ପଚାରିଲେ । ସନ୍ୟାସୀ ଉତ୍ତର ଦେଲେ, "ଦେଖ ରାଜନ! ତୁମ ଉପରେ ମହାଲକ୍ଷ୍ମୀଙ୍କର କୃପା ଅଛି । ତୁମର ଦୟାବନ୍ତ ସ୍ୱଭାବ, ସାଧୁତା ପାଇଁ ପ୍ରଜାଙ୍କ ପ୍ରତି ସ୍ନେହ ଶ୍ରଦ୍ଧା ଯୋଗୁଁ ତୁମର ଦେଶକୁ ଅନାଟନ ଛୁଇଁ ପାରିବ ନାହିଁ । ତୁମ ଦେଶରୁ ଖାଦ୍ୟ ଶସ୍ଯ ସରିଗଲେ ମଧ୍ୟ ସବୁଜିମାରୁ ଫଳ ଫୁଲ ଖାଇ ପ୍ରାଣୀ ଜଗତ ବଞ୍ଚି ପାରିବେ । ରାଜା ସନ୍ୟାସୀଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରି ଯିବାକୁ ଦେଲେ । ସେଦିନ ରାଜ୍ୟରେ ପ୍ରଜାମାନେ ରାଜାଙ୍କର ଗୁଣଗାନ କରି ଉତ୍ସବ ଅନୁଷ୍ଠିତ କରି ପ୍ରଚାର ପ୍ରସାର କଲେ ଯେ ସାଧୁତାହିଁ ଶ୍ରେଷ୍ଠ ନୀତି ଏଣୁ ରାଜା ହେବତ ଏମିତି ।


Rate this content
Log in

Similar oriya story from Children