STORYMIRROR

Smitali Priyadarsini Panda

Tragedy Action Crime

3  

Smitali Priyadarsini Panda

Tragedy Action Crime

ସାଧୁ ମୁଖ ରେ ବୁଲୁଛି ରାକ୍ଷସ

ସାଧୁ ମୁଖ ରେ ବୁଲୁଛି ରାକ୍ଷସ

3 mins
14


ସବୁ ଦିନ ପରି ବିଦ୍ୟାଳୟ ଛୁଟି ହେବା ପରେ ସେ ତର ତର ହୋଇ ବସ ଷ୍ଟାଣ୍ଡ କୁ ଚାଲି ଚାଲି ଯାଉଥାଏ ମଧୁ , ବାଗଲପୁର ରୁ କୋଳିଡ଼ିହ କୁ ଦିନର ଶେଷ ବସ ଧରିବା ପାଇଁ । ବାଗଲପୁର ରୁ କୋଳିଡ଼ିହ ପ୍ରାୟ କୋଡିଏ କିଲୋ ମିଟର ରାସ୍ତା ପାହାଡିଆ ଦୁର୍ଗମ ଅଞ୍ଚଳ ଦିନ ଗଡି ଗଲେ କାଉ କି କୋଇଲି ର ସ୍ୱର ଶୁଭେନି ଏଠି । ଏଇ ତିନି ମାସ ହେବ ନୂଆ କରି ପୋଷ୍ଟିଂ ହେଇଚି ସେ ଶିକ୍ଷୟତ୍ରୀ ଭାବେ ବାଗଲପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ । ସହରୀ ସଭ୍ୟତା ଛାଡ଼ି ଏହି ପାହାଡି ଅଞ୍ଚଳରେ ନିଜକୁ ଖାପଖୁଆଇ ଶିଖି ଗଲାଣି । ଏହି ପାହାଡ ଜଙ୍ଗଲ ଘେରା ବାଗଲପୁର ପରିବେଶ ଯେତିକି ମନ କିଣିଛି,ସେତିକି ଭୟ ସଞ୍ଚାର କରୁଛି । ସରକାରୀ ଚାକିରୀ କରିଛି ଯେହେତୁ ସବୁ ପରିସ୍ଥିତି କୁ ସାମ୍ନା କରିବାକୁ ତ ପଡ଼ିବ । ହଠାତ୍ ପଛପଟୁ ମଧୁ ଦିଦି, ମଧୁ ଦିଦି କହି ବିଦ୍ୟାଳୟର ସହକାରୀ ଶିକ୍ଷକ ଗୋପୀ ବାବୁ ଡାକ ଛାଡ଼ିଲେ । ଆପଣଙ୍କ ପାଖରେ ଟିକେ କାମ ଅଛି ଦିଦି । ଦିନ ତମାମ ସରିଲା ଏହି ସମୟରେ କଣ ଏମିତି କାମ ପଡ଼ିଲା ଗୋପୀ ବାବୁଙ୍କର ? କଣ କହିବା କଥା ଜଲଦି କୁହନ୍ତୁ ତେଣେ ବସ ସମୟ ହୋଇ ଗଲାଣି ବୋଲି ମଧୁ କହିଥିଲା। ଏଠି କହି ହେବନି ଦିଦି ସ୍କୁଲ ଭିତରକୁ ଯିବାକୁ ହେବ ତମକୁ କିଛି ଦେଖାଇ ବାର ଅଛି । ମାନେ କଣ ଦେଖେଇବ ? ନା ନା ଡେରି ହୋଇ ଯିବ ମୁଁ ଭିତରକୁ ଆସି ପାରିବିନି ଆପଣ କାଲି ଯାହା ଦେଖାଇବା କଥା ଦେଖାଇବେ ମୁଁ ଏବେ ଆସୁଛି । କିନ୍ତୁ ମଧୁ ଯିବ କେମିତି ଗୋପୀ ବାବୁ ଙ୍କ ଜିଦ୍ ଆପଣକୁ ଏବେ ଯିବାକୁ ହେବ, ଯେତେ ପଚାରିଲେ ବି ଉତ୍ତର ସେହି ଏକା କହି ପାରିବିନି ନିଜେ ଯାଇ ଆଖିରେ ଦେଖନ୍ତୁ । ବାଧ୍ୟ ବାଧ୍ୟକତାରେ ମୋତେ ଟାଣି ଟାଣି ସ୍କୁଲ ଭିତରକୁ ନେଲେ ତେଣେ ସଞ୍ଜ ନଇଁ ଆସିଲାଣି ଘରକୁ କେମିତି ଫେରିବି ବସ ତ ଚାଲି ଯାଇଥିବ । ଏବେ କାଇଁ ଟିକେ ଟିକେ ମନରେ ଭୟର ବସା ବାନ୍ଧିବା ଆରମ୍ଭ କଲା ପରି ଲାଗିଲାଣି । ତଥାପି ସାହସର ସହ ପଚାରିଲି କଣ ଦେଖାଇବ ପରା ? ଆପଣଙ୍କ ପାଇଁ ମୁଁ ବସ ଫେଲ୍ ହେଲି ଏବେ ଘରକୁ ଯିବି କେମିତି ? ଗୋପୀ କହିଲା :-ବ୍ୟସ୍ତ ହେବାର କିଛିନାହିଁ ଦିଦି ଆପଣଙ୍କୁ ଘରେ ଛାଡିବାର ଦାୟିତ୍ଵ ଆମ ବାବୁ ଙ୍କର । ବାବୁ...! କେଉଁ ବାବୁ ? ଏହି ପା ଆପଣକୁ ଅପେକ୍ଷା କରି ଅଫିସ୍ ରୁମ୍ ରେ ବସିଛନ୍ତି । ଆପଣ ଟିକେ ଖାଲି ତାଙ୍କ ମନ ଖୁସି କରି ଦିଅନ୍ତୁ , ତା ପରେ ଆପଣ ଯାହା ଚାହିଁବେ....। ଗୋପୀ... ଚିତ୍କାର କରି ମଧୁ କହିଲା:-ପାପୀ ଏପରି ନୀଚ ଚିନ୍ତା ବିଦ୍ୟାଳୟ ପରି ମନ୍ଦିରରେ ରହି...ଛି... ଏହିପରି ଘୃଣ୍ୟ ଚିନ୍ତାଧାରା ତୋର ,ତୁ କଣ ଭାବୁଛୁ ମୋତେ ? ତୋ କଥା ମୁଁ ମାନି ନେବି , ଜମା ନୁହେଁ ମରି ଯିବି ପଛେ ମୁଁ ଏହିପରି କାମ କରିବନି, ଆଉ ହଁ ତୋର ଏହି ବାବୁ କୁ କହିଦେ ମନ ସଉକ କରିବାର ଯଦି ଏତେ ଇଚ୍ଛା ତେବେ ବେଶ୍ୟାଳୟ ଯାଇ ନିଜ ମନର ଭୋକ କୁ ମେଣ୍ଟାଇ ଦେବେ । ଛାଡ ମୋ ବାଟ ମୁଁ ଘରକୁ ଯିବି । କିନ୍ତୁ ନର ଦେହ ଭକ୍ଷି ପିଶାଚ ଯେ ମୋର ସର୍ବସ୍ବ ଲୁଟି ନେବ ତାହା ମୋର ଭାବନା ବାହାରେ ଥିଲା । ଆଉ କିଛି କହିବା ଆଗରୁ କି କରିବା ଆଗରୁ ଚେତା ଫେରିଲା ମୋର ମେଡିକାଲ ଖଟିଆରେ । କଥା କହିବାକୁ କି ଉଠି ବସିବାକୁ ଦେହରେ ବଳ ନାହିଁ କିଛି କ୍ଷଣ ମଧ୍ୟରେ ଶରୀରର ସେହି ଅସହ୍ୟ ପୀଡ଼ା ଅନୁଭବ ହେବାରେ ଲାଗିଲା । ଆଉ ବୁଝିବାକୁ ଅବୁଝା ରହିଲା ନାହିଁ ଯେ ମୁଁ ଦୁଇ ବଳତ୍କାରୀ ଙ୍କ ଦ୍ଵାରା ବଳାତ୍କାର ର ଶିକାର ହୋଇଛି । ଧିରେ ଧିରେ ଜାଣିବାକୁ ପାଇଲି ମୁଁ ପ୍ରାୟ ପାଞ୍ଚଦିନ ହେବ ଅଚେତ୍ ଅବସ୍ଥାରେ ଚିକିତ୍ସିତ ହେଉଛି । ଯୌନାଙ୍ଗ ରୁ ଅତ୍ୟଧିକ ରକ୍ତ ସ୍ରାବ ପାଇଁ ମୁଁ ମରଣ ସହ ସଙ୍ଘର୍ଷ କରୁଛି ଆଉ ମୃତ୍ୟୁ ମୋର ବେଶୀ ଦୂର ନୁହେଁ , ଆଉ କିଛି ସମୟ ପରେ ଡାକ୍ତର ମୋତେ ମୃତ୍ୟୁ ଘୋଷଣା କରିପାରନ୍ତି । 


ମୁଁ ଯେବେ ସ୍ବର୍ଗ ପୁରରେ ବାହୁନି ହେଉଥିବି ଏପଟେ ମୋର ବଳତ୍କାରୀ ଦୁହେଁ ସାଧୁ ର ମୁଖା ପିନ୍ଧି ମୃତ ମଧୁସ୍ମିତା ବିୟୋଗରେ ଦୁଃଖ ପ୍ରକାଶ କରି ଅମର ଆତ୍ମା ର ସଦ୍ ଗତି ପାଇଁ ପ୍ରାର୍ଥନା କରୁଥିବେ... ନା ମୋତେ ନ୍ୟାୟ ମିଳିବ ? ନା ସମାଜ ମୋତେ ବୁଝିପାରିବ ? କିନ୍ତୁ ସାଧୁ ବେଶରେ ବୁଲୁଥିବା ରାକ୍ଷସ ମନର ଭୋକକୁ ମେଣ୍ଟେଇବାକୁ ଯାଇ ହଜାର ହଜାର ମୋ ପରି ମଧୁ ଶରୀରରୁ ମହୁ ସଂଗ୍ରହ କରି ତାକୁ ଫିଙ୍ଗିଦେବେ ରାସ୍ତା କଡ଼ରେ । ଏମିତି ଅନେକ ଭାବନା ପରେ କେତେବେଳେ ଯେ ନିରୀହ ଝିଅଟି ଆଖି ବୁଜିଦେଇଥିଲା ଜଣା ନାହିଁ ।





Rate this content
Log in

More oriya story from Smitali Priyadarsini Panda

Similar oriya story from Tragedy