STORYMIRROR

Rajeet kumar Das

Inspirational

3  

Rajeet kumar Das

Inspirational

ସାବିତ୍ରୀ

ସାବିତ୍ରୀ

1 min
419

ଆଜି ସାବିତ୍ରୀ ବ୍ରତ,ଗାଁ ମନ୍ଦିର ପାଖରେ ନାହିଁ ନଥିବା ଭିଡ । କେତେ ରକମର ସଜେଇ ହୋଇ ସ୍ତ୍ରୀଲୋକ ମାନେ ଆସିଛନ୍ତି ସାବିତ୍ରୀ ବ୍ରତ ପାଳନ କରିବା ପାଇଁ । ହାତରେ ଫଳ, ପୁଷ୍ପ ସୋଭିତ ପୂଜାଥାଳି, ସ୍ୱାମୀମାନଙ୍କ ସହ ମନ୍ଦିରରେ ପୂଜାର୍ଚ୍ଚନା କରିବେ ଓ ସେମାନଙ୍କର ଦୀର୍ଘ ଜୀବନ ମନାସିବେ।


   ମୁଁ ବି ସେଥିରୁ ବାଦ ଯିବି କିପରି ! ସହଧର୍ମିଣୀଙ୍କୁ ମନ୍ଦିରରେ ଛାଡ଼ି, ସାମନା ଦୋକାନ ପାଖରେ ଠିଆ ହୋଇଥାଏ,ନଜର ପଡିଲା ଜଣେ ମହିଳା ,ବୟସ ପାଖାପାଖି ୪୦ ରୁ ଉର୍ଦ୍ଧ ହେବ କିଛି ତାଳସଜ ଗଦା କରି ବିକ୍ରି କରୁଛନ୍ତି, ଭାବିଲି କିଛି ଫଳ ତା ଠୁଁ କିଣି ପ୍ରସାଦ ପାଇଁ ମିସେସ କୁ ଦେଇଆସିବି । ତା ପାଖରେ ପହଞ୍ଚି ଦେଖିଲି ଅନବରତ ସେ ତାଳସଜ କାଟି ଚାଲିଥାଏ । ଗରାଖଙ୍କ ଠୁଁ ପଇସା ରଖୁଥାଏ, ହେଲେ ମୁହଁରେ ତାର ସରାଗ ନଥିଲା । କେମିତି ନିଷ୍ପ୍ରଭ ଲାଗୁଥିଲା ସେ । ଜିନିଷ କିଣି ପଇସା ଦେଲାବେଳେ ପଚାରି ଦେଲି , ମାଉସୀ ତମର କଣ ଆଜି ସାବିତ୍ରୀ ବ୍ରତ ନାହିଁ କି? ଆଖି ଛଳ ଛଳ ହୋଇଗଲା ସ୍ତ୍ରୀ ଲୋକଟିର, ତା କାର୍ଯ୍ୟରେ ବ୍ୟସ୍ତ ଥାଇ କହିଲା ବାପରେ ସ୍ୱାମୀ ମୋର ଘରେ ବେମାରରେ ପଡିଛି । ଏଠିକା ଡାକ୍ତର କହୁଛନ୍ତି ବଡ ମେଡିକାଲ ନବାକୁ ,ଭାବୁଛି ଆଜି କିଛି ଅଧିକ ବେପାର ହୋଇଗଲେ କାଲି ତାକୁ କଟକ ନେଇଯିବି।


    ଭାରି ଦୁଃଖ ଲାଗିଲା ଆଉ ଖୁସି ଲାଗିଲା ମଧ୍ୟ ,ଏଇ ସାବିତ୍ରୀ ମାନଙ୍କ ପାଇଁ ଯିଏ ତା ସ୍ୱାମୀର ଚିକିତ୍ସା ପାଇଁ ମନ୍ଦିର ଆଗରେ ତାଳସଜ ବିକ୍ରି କରୁଛି।

  ସତରେ ତମ ଭଳି ସାବିତ୍ରୀ ମାନେ ଆମ ଭଳି ସତ୍ୟବାନ ମାନଙ୍କର ଚିର ନମସ୍ୟ ......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational