STORYMIRROR

Er Sachidananda Barik

Inspirational

0  

Er Sachidananda Barik

Inspirational

ସ୍ୱାଧିନତାର ସଂଜ୍ଞା

ସ୍ୱାଧିନତାର ସଂଜ୍ଞା

2 mins
738


ସ୍ଵାଧୀନତାର ସଂଜ୍ଞା

 

                                                                                    ସଚ୍ଚିଦା ନନ୍ଦ ବାରିକ

                                                            ଗ୍ରାମ/ପୋଷ୍ଟ-ଝୁମ୍ପୁରା,ଜିଲ୍ଲା-କେନ୍ଦୁଝର,ପିନ-୭୫୮୦୩୧

                                                            ମୋବାଇଲ-9776350580

__________________________________________________________________

ସ୍ଵାଧୀନତାର ଏତେ ବର୍ଷ ପରେ

ଆଗାମୀ ପିଢୀ ଏବେ ଆଣନିଶ୍ବାସୀ

ସ୍ଵାଧିନତା ର ମାଳ ମାଳ ଅର୍ଥ ରେ

 

ଆଗରୁ ସ୍ଵାଧିନତା ର ମାନେ ଥିଲା କେବଳ ଗୋଟିଏ

ସ୍ଵଇଚ୍ଛାରେ ନିଜ ଜୀବନ କୁ ଜିଇଁବା

କିନ୍ତୁ ଏ ଏକବିଂଶ ଶତାବ୍ଦୀ ରେ

ସ୍ଵାଧୀନତାର ମାନେ ବଦଳେ ସମସ୍ତଙ୍କ ପାଇଁ

 

ଛୁଆଟିଏ

ଆଗଭଳି ଜିଇଁ ପାରେନି

ତା ଅଫେରା ଶୈଶବ କୁ

ଦୁନିଆ କୁ ଚିହ୍ନୁ ଚିହ୍ନୁ

ଜବରଦସ୍ତି ତାକୁ ବଞ୍ଚିବାକୁ ହୁଏ

ପିତାମାତାଙ୍କ ପୂର୍ବନିର୍ଦ୍ଧାରିତ ସ୍ଵପ୍ନ କୁ

 

ଆଜିର ଏ ଯୁଗ ରେ

ଗଣ୍ଡେ ଖାଇ ଦି ଓଳି ଓପାସ ରହୁଥିବା

ମଳିମୁଣ୍ଡିଆ ଖଟିଖିଆ ର ସ୍ଵାଧିନତା ପୁଣି କଣ' ଯେ

ଜୀବନ ସାରା ଖଟି ଖଟି

ଯେବେ ରୋଗ ରେ ପଡେ

ଝାଳଝିଣ୍ଟା ସମ୍ବଳ ବି ଅଣ୍ଟେନି

ବିଛଣା ରେ ପଡି ପଡି

କୋତରା ଲଗା ହୋଇଯାଏ

ଦେଖା ନ ଥାଏ କାହାର

ନିଜ ଲୋକ ବନ୍ଧୁବାନ୍ଧବ ନା ଏ ସରକାର

ଭାଗ୍ୟ କୁ ଆଦରି

ପଡି ପଡି ମରିବାକୁ ଅପେକ୍ଷା କରେ

 

ଆଉ ଏ ବହୁରାଷ୍ଟ୍ରୀୟ କମ୍ପାନୀ ରେ

ଦିନ ରାତି ଖଟୁଥିବା ଚାକିରିଆଙ୍କ

ସ୍ଵାଧିନତା ତ ସାତସପନ

ଏକାଉଣ୍ଟ ରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା

ଯଦି ଅଫିସ ପହଞ୍ଚିବାରେ ଡେରି ହୁଏ

ତେବେ ଯାବତିୟ କୈଫିୟତ ଦେବାକୁ ହୁଏ

ତଥାପି ଦରମା କଟିଯାଏ

ସେଦିନ ଟା ବେଠି ଖଟିବାକୁ ହୁଏ

ଆଉ ସେଇ ଡର ରେ

ଠିକ ରେ ଖାଇ ହୁଏ ନା ଶାନ୍ତି ରେ ସୋଇ ପାରେ

ବରଂ ବର୍ଷ ବର୍ଷ ମାନସିକ ଚାପ ରେ

ଅନେକ ରୋଗ କୁ ନିମନ୍ତ୍ରଣ କରେ 

 

ଏବେ ଆଧୁନିକ ସମାଜ ର ଗତି

ପରାଧୀନ ଆଡକୁ

ପେଟ ଚାଖଣ୍ଡକ ପାଇଁ

ବନ୍ଧା ପକେଇବାକୁ ପଡେ ନିଜ ସ୍ଵାଧିନତା କୁ

 

ଭାରତ ସ୍ଵାଧିନତା ପାଇବାକୁ

ସେତେବେଳେ ଲଢିଥିଲା ଇଂରେଜ ସାଥିରେ

କିନ୍ତୁ ଏବେ ଲଢିବାକୁ ହବ ଦୁର୍ନୀତି ବିରୋଧ ରେ

ଶାନ୍ତି ପାଇବା ଆଶାରେ

ବୋଧେ ସ୍ଵାଧୀନତାର ମିଠାସ୍ ପାଇବାକୁ ହେଲେ

ଲଢିବାକୁ ହବ ଆଉ ଗୋଟେ ଆନ୍ଦୋଳୋନ

ଏଇ ଭାରତ ରେ

ତା ନହେଲେ

ଏଇ ଭାରତ ରହିଯିବ

ଅସଲ ସ୍ଵାଧିନତା ରୁ ବହୁତ ପଛରେ

________________________________


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational