STORYMIRROR

DEEPALI JENA

Drama

3  

DEEPALI JENA

Drama

ରୂପସୀ ଚଢେଇ

ରୂପସୀ ଚଢେଇ

2 mins
190

ସବୁଦିନ ପରି ଆଜିବି ସକାଳୁ ସୁରୁଜ ଉଇଁଚି। ହେଲେ ଆଜି ଟିକେ ବେଶିଲାଲ୍ ଦେଖାଜାଉଚି। ମା କେତେବେଳୁ ଚା କପ୍ ରଖିଦେଇ ଗଲାଣି, ନ ପିଇବାରୁ ସିଏବି ଥଣ୍ଡା ହେଇଗଲାଣି।ପେପର ବାଲାର ଡାକ ନ ଶୁଣିବାରୁ,ମା ଗାରୁ ଗାରୁ ବାଜି କେତେ କଥା କହି ଗଲାଣି ସେଥିପ୍ରତି ଧ୍ୟାନ ନାହିଁ ମୁନିର! ହେଲେ ଆଜି ସେ କୋଉ ଚିନ୍ତାରେ ରହିଚି? କାହିଁକି ତାର ବାଲ୍ୟ ଚପଳତା ନାହିଁ? କିଏ ତା ଓଠରୁ ହସ ଛଡେଇ ନେଇଚି? 

      ଚଉଦ ବରଷର ଝିଅ ମୁନି।ନବମ ଶ୍ରେଣୀରେ ପଢେ। ଚେହେରାଟି ପୁରା ଗୋଟିଏ ଚାଉଳରେ ଗଢା। ବାପା ମା 'ଙ୍କର ଅଲିଅଳି ଗୋଟିଏ ଝିଅ । ସାଇ ପଡିଶା ସମସ୍ତଙ୍କର ଗେଲ୍ହା। ହେଲେ ବୟସ ଠାରୁ ଅଧିକ ସେ ସିନା ବଢିଯାଇଚି, କିନ୍ତୁ ତାର ପିଲାଣିଆମି ଛାଡିନି। ଗାଁ ର ବଡ ଟୋକା ମାନଙ୍କ ସାଙ୍ଗେ ତାର ଖେଳ, ମଉଜ ,ମଜଲିସ୍। ଆଜି କାଲିକା ସମୟକୁ ଦେଖି ବୋଉ ତାର ଯେତେ ତାଗିଦ୍ କରେ, ମୁନି ସେତେ ବେଶି ଆକାଶକୁ ଡେଣା ମେଲି ଉଡେ।

ଯଉବନ ଯେ ତାକୁ କେତେବେଳେ ରୂପସୀ କରିଦେଲାଣି,

ସେଥିରେ ତାର ଗ୍ୟାନ ନାହିଁ!! ବାପା ମା ଝିଅ ର ଯଉବନକୁ ଦେଖି ଦଶମ ପରେ ତାକୁ ବିଭା ଦେବେ ବୋଲି ମନେ ମନେ ସ୍ଥିର କଲେଣି। 

       ଶନିବାର, ସକାଳୁଆ ସ୍କୁଲ। ମୁନିର ଯିବାକୁ ଜମା ଇଛା ନାହିଁ। ମାଙ୍କ ପାଖରୁ ଗାଳି ମାଡରୁ ବଞ୍ଚିବା ପାଇଁ ଆଖି ମିଳେଇ ମିଳେଇ ସ୍କୁଲ ଯାଇଚି। ଶ୍ରେଣୀ ଶିକ୍ଷକ ତା ଉପରେ କେତେଦିନରୁ ଆଖି ଦେଲେଣି ତାର ଧାରଣା ନାହିଁ। ସ୍କୁଲ ଛୁଟି ପରେ ତାକୁ କିଛି କାମଦେବା ପାଇଁ ଅଫିସ୍ କୁ ଡାକିଛନ୍ତି । ମୁନିକୁ ଅଫିସ୍ ରୁମରେ ଏକୁଟିଆ ଦେଖି ଶ୍ରେଣୀ ଶିକ୍ଷକ ଜଣକ ତାକୁ କେତେ ଅଶ୍ଳୀଳ ଆଚରଣ କରିଛନ୍ତି ।ତାର ଦେହକୁ ଛୁଇଁଲା ବେଳେ ମୁନିର ହୋସ୍ ପସିଲା, ସେ ମନେ ମନେ ଚିନ୍ତା କଲା 'ମୁଁ ତ ସବୁବେଳେ ପୁଅ ମାନଙ୍କ ସାଙ୍ଗହୁଏ, କେତେ ମାର୍ ପିଟ୍ ହୁଏ କାଇଁ ଏମିତି ଅନୁଭବ ତ ମତେ କେବେ ହେଇନି'। ମୁନି ସାର୍ ଙ୍କୁ ଧକ୍କା ମାରି ସେଠୁ ଦଉଡି ଚାଲି ଆସିଲା। ଘରେ ସବୁକଥା କହିଦେଲା। 

    ଏଇ କିଛିଦିନ ହବ ସେ ଆଉ ପୁଅ ମାନଙ୍କ ସାଙ୍ଗ ହଉନି । ଆଉ ବେଶି ହସୁନି।ସେ ଜାଣିସାରିଚି ସେ ବଡ ହେଇଗଲାଣି ବୋଲି। ତା ଯଉବନକୁ ସମସ୍ତଙ୍କ ପାଖରୁ ଲୁଚେଇବା ପାଇଁ ସେ ଆଉ ସଜ ହଉନି । ସେ ଜାଣି ସାରିଚି ଏ ସମାଜରେ ରୂପସୀ ଝିଅ ମାନଙ୍କ ଅବସ୍ତା କଣ ହୁଏ ବୋଲି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama