Tapan Kumar Dash

Inspirational


4.2  

Tapan Kumar Dash

Inspirational


ରାକ୍ଷୀର ମହତ୍ତ୍ୱ

ରାକ୍ଷୀର ମହତ୍ତ୍ୱ

2 mins 31 2 mins 31

ସେଦିନ ସକାଳ ୧୦ ଟା ବାଜିସାରିଥାଏ । ନିଳିମା ଅସ୍ତ ବ୍ୟସ୍ତବ। ଭାଇ ନିର୍ମଳ କାଲି ରାତିରୁ କୁଆଡେ ଯାଇଛି ଆସିନି । ୧୫ ଥର ହେବ ନିଳିମା ଯାଇ କବାଟ ଖୋଲି ଦେଖିସାରିଲାଣି । ହେଲେ ନିର୍ମଲର ଦେଖା ନାହିଁ ।


ପିଲାଦିନୁ ନିଳିମା ବାପମାଙ୍କୁ ଦେଖିନି । ତାର ସବୁକିଛି ତାର ଭାଇ ନିର୍ମଳ । ଦୁହେଁ ଦୁହିଁଙ୍କୁ ଜୀବନଠୁ ବି ବହୁତ ଭଲ ପାଆନ୍ତି । ଛୋଟ ବେଳେ ନିର୍ମଳ ଭଲ ପାଠ ପଢେ । "


କିନ୍ତୁ ବିଧିର ବିଧାନ କେ କରିବ ଆନ । "


ବାପା,ମା' ଏକ ଆକସ୍ମିକ ଦୁଇଘଟଣାରେ ଦୁହିଁଙ୍କୁ ଛାଡି ଆରପାରିକୁ ଚାଲିଯା'ନ୍ତି । ସେଇଦିନଠୁ ଭଉଣୀ ଭଳି ନୁହେଁ ଗୋଟେ ଫୁଲ ଓ ସରଗର ପରି ଭଳି ଯତ୍ନ କରି ପାଳିଛି ନିର୍ମଳ ନିଜ ଭଉଣୀକୁ ।


କିନ୍ତୁ ବାପା,ମା' ମରିଗଲା ଦିନୁ ନିର୍ମଳ ଭଗବାନଙ୍କୁ କିମ୍ବା ଧର୍ମ ପରମ୍ପରାକୁ କେବେ ବିଶ୍ୱାସ କରେନି । ଘୃଣା କରେ । ସେଥିପାଇଁ ରକ୍ଷା ବନ୍ଧନ ଦିନ କେବେବି ରାକ୍ଷୀ ବାନ୍ଧିବାକୁ ମନା କରେ । କିନ୍ତୁ ନିଳିମା ଜବରଦସ୍ତି ବାନ୍ଧିଦିଏ । ଏହିପରି ଖୁସିରେ ଥା'ନ୍ତି ଦୁହେଁ ।


ନିର୍ମଳ ଛୋଟବେଳୁ ପାଠପଢା ଛାଡି ରହମାନ ଚାଚା ପାଖେ ରହି କାମ କରେ । ରହମାନ ଚାଚାଙ୍କର ସବୁ ଅପରାଧରେ ସାମିଲ ହେଇଯାଏ । ଗଂଜେଇ, ମଦ, ହେରାଇନ୍, କୋକେନ୍, ଏହିପରି ବହୁତ ଅପରାଧିକ କାର୍ଯ୍ୟକଳାପରେ ନିର୍ମଳ ସାମିଲ୍ ।


କିନ୍ତୁ ନିଳିମା ଭାବେ ଭାଇ ତାର ବହୁତ ଭଲ କାମ କରୁଛି । ଏଇମିତି ଭାବୁଭାବୁ ହଠାତ୍ ଦଉଡି ଦଉଡି ଆସି ନିର୍ମଳ ପହଁଚିଲା । ନିଳିମା ଆଗରୁ ଫୁଲ ଚନ୍ଦନ ମିଠା ଆଉ ଏକ ରୂପାର ରାକ୍ଷୀ ସଜେଇ ରଖିଥାଏ ।


ଯେତେବେଳେ ରାକ୍ଷୀ ବାନ୍ଧିବାକୁ ହାତ ମାଗିଲା ନିର୍ମଳ ମନା କରୁଥିଲା । କହୁଥିଲା,


"ମୋତେ ସମୟ ନାହିଁ । କାମ ଅଛି ଖାଇବାକୁ ଦେ ଜଲଦି ଯିବି । ରହମାନ ଭାଇ ଜଗିଥିବେ । "


କିନ୍ତୁ ନିଳିମା ଜିଦ୍ଦି କଲାରୁ ଥାଳିରୁ ମିଠା ଖାଇଦେଇ ରାକ୍ଷୀଟିକୁ ସାର୍ଟ ପକେଟରେ ଭରି ବାଇକ୍ ଷ୍ଟାର୍ଟ କରି ପଳେଇଲା । ବିଚାରି ନିଳିମା ବହୁତ ମନ ଦୁଃଖ କଲା ।


ସେଦିନ ହାଠାତ୍ ପୋଲିସ ନିର୍ମଳକୁ ପିଛା କରୁଥାଏ । ନିର୍ମଳ ଆଗରେ ପୋଲିସ ପଛରେ । ବାଇକ ତେଲ ସରିଯିବାରୁ ଦୌଡ଼ି ଦୌଡ଼ି ନିର୍ମଳ ପଳେଇବାକୁ ଚେଷ୍ଟା କରୁଥାଏ । ଏହି ସମୟରେ ଆଗ ଆଡୁ ଜଣେ ପୋଲିସ୍ ଅଫିସର୍ ପିସ୍ତଲ୍ ଚାଳନା କଲେ । ବୁଲେଟ୍ ତି ଯାଇ ସିଧା ବାଜିଲା ନିର୍ମଳର୍ ଛାତିରେ ।


"କିନ୍ତୁ ରଖି ଯଦି ହରି ମାରେ କେ ??"


ସେଇ ଗୁଳିଟି ଯାଇ ବାଜିଲା ନିଳିମାଠୁ ଆଣିଥିବା ରାକ୍ଷୀରେ। ସେଇ ଘୃଣା କରୁଥିବା ସାମାନ୍ୟ ରୂପା ରାକ୍ଷୀଟା ପାଇଁ ବଂଚି ଯାଇଥିଲା ନିଳିମା। ପୋଲିସ ଆଉ ପାଇଲାନି । କିନ୍ତୁ ଘରେ ପହଂଚି କାନ୍ଦି କାନ୍ଦି ନିଳିମାକୁ କୁଣ୍ଢେଇ ପକେଇଲା ଆଉ "


କହିଲା ମତେ କ୍ଷମା କରିଦେ । ମୁଁ ଆଜି ତୋ ପାଇଁ ନୂଆ ଜୀବନ ପାଇଲିରେ । "


ସେହି ଦିନଠାରୁ ଧର୍ମ , ପରମ୍ପରା, ଭଗବାନ ସମସ୍ତଙ୍କୁ ପୂଜା କରିବାକୁ ଲାଗିଲା ନିର୍ମଳ । ଆଉ ସବୁ ରାକ୍ଷୀପୂର୍ଣ୍ଣିମାରେ ଘରୁ କୁଆଡେ ବି ନ' ଯାଇ ଭଉଣୀ ସଂଗେ ରହେ ଓ ରାକ୍ଷୀ ବାନ୍ଧେ ।



Rate this content
Log in

More oriya story from Tapan Kumar Dash

Similar oriya story from Inspirational