Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Sarita Rani Mohanty

Drama

3  

Sarita Rani Mohanty

Drama

ପୂଣ୍ୟବତୀ ନାରୀ

ପୂଣ୍ୟବତୀ ନାରୀ

4 mins
12.3K



ଝିଅ ଜନ୍ମ ପର ଘରକୁ। ଯିଏ ଯେତେ ଗୁଣର ହେଇଥିଲେ ବି ତାକୁ ବାପା ମାଆଙ୍କ ଠାରୁ ବିଦାୟ ନେବାକୁ ପଡ଼ିଥାଏ। ଝିଅଟିଏ ଭୁମିଷ୍ଟ ହେଲା ମାତ୍ରେ ପରିବାର ବର୍ଗଙ୍କ ମୁଖରୁ ବାହାରିଥାଏ ପରଘରି ବୋଲି। ଏହା ମଧ୍ୟ ଧ୍ରୁବ ସତ୍ୟ। କାରଣ ଜନ୍ମ ହୁଏ ବାପା ମାଆ ଠାରେ ଅସ୍ଥି ଉଠେ ଶାଶୁ ଘରେ। ତଥାପି ମୃତ୍ୟୁ ପର୍ଯ୍ୟନ୍ତ ସେ ସେଇ ପର ଘରି ଆଖ୍ୟାହି ପାଇଥାଏ।

  

ଦୁହିତା ଦୁଇ କୂଳ ହିତା। ଚାଲିବା ଶିଖିବାଠାରୁ ତାକୁ ସଣ୍ଠନା ଶିଖା ଯାଇଥାଏ। ଖାଇବାରେ ପିନ୍ଧିବାରେ କଥା କହିବାର ଢଙ୍ଗ ଢାଙ୍ଗ ସବୁଥିରେ। ଏମିତିରେ ସତେ ଯେପରି ସେ ସ୍ବାଧୀନତା ହରାଇଥାଏ। ସତେ କଣ ନାରୀ ପରାଧୀନ? ହେଇପାରେ ଜନ୍ମଠାରୁ ବିବାହ ପର୍ଯ୍ୟନ୍ତ ବାପା ମାଆଙ୍କ ଅଧୀନରେ ବିବାହ ପରେ ସ୍ୱାମୀଙ୍କ ଅଧୀନରେ ଓ ବାର୍ଦ୍ଧକ୍ୟରେ ପୁତ୍ରର ଅଧୀନରେ। ସମସ୍ତଙ୍କର ଅଙ୍ଗୁଳି ସେଇ ନାରୀ ଉପରେ।ସମସ୍ତଙ୍କର ସବୁ ଆଶା ସେଇ ନାରୀ ଉପରେ। ସମସ୍ତଙ୍କ ମନ ମଧ୍ୟରେ ଥାଏ ଝିଅଟିଏ ସୁଲକ୍ଷଣ ସଂପନ୍ନା, ପୁଣ୍ୟ ବତୀ,ଲକ୍ଷ୍ମୀଆସର ଏମିତି ଅନେକ ସୁଗୁଣର ଅଧିକାରୀ ହୋଇଥିବ। ଖାଲି ଘର ନୁହଁ ଘରଠୁ ଆରମ୍ଭ କରି ଗାଆଁ ,ପରିବାର ଏମିତିକି ସମାଜ ମଧ୍ୟ। ଏମିତି ଝିଅଟିଏ ଜନ୍ମ ନେଇଥିଲା ଏକ ସଂଭ୍ରାନ୍ତ ପରିବାରରେ।କର୍ପୂର ଉଡ଼ି ଯାଇଥିଲେବି କନା ପଡିରହିଥିଲା। ବାପା ମାଆ ପିଲାଙ୍କର କୌଣସିଟିରେ ଅଭାବ ରଖୁନଥିଲେ। ତିନୋଟି କନ୍ୟା ରତ୍ନକୁ ଜନ୍ମ ଦେଇ ମଧ୍ୟ ପିତା ମାତା ତାର ଆଜିର ସମାଜ ପାଇଁ ଉଦାହରଣ।ପୁତ୍ର ସନ୍ତାନ ନାହିଁ ବୋଲି ମନରେ ନ ଥାଏ ଅଵଶୋଷ। କାରଣ ତିନୋଟି କନ୍ୟାକୁ ସେମାନେ ଅମୁଲ୍ୟ ରତ୍ନ ବୋଲି ଭାବିନେଇଥିଲେ। ରୂପ ଗୁଣରେ ତିନିହେଁ ତିନିଙ୍କୁ ବଳି। ଦୁଇ ଭଉଣୀର ଜନ୍ମ ପରେ ଶେଷରେ ଜନ୍ମ ନିଏ ଖୁସି। କେତେ ମହାନ ସେ ବାପା ମାଆ ତୃତୀୟ ଥର ବି କନ୍ୟା ସନ୍ତାନ ଜନ୍ମ ଦେଇ ଏତେ ଏତେ ଖୁସି ହୋଇଥିଲେ ଯେ ଆଉ ପିଲାର ନାମ କରଣକୁ ଅପେକ୍ଷା ନ କରି ଅତି ଆଦରରେ ନାମ ଦେଇଥିଲେ ଖୁସି।


ବାଲ୍ୟକାଳ ପରିବାର ସହିତ ଅତି ଆନନ୍ଦରେ କଟିଥିଲା। ସମୟ କାହାକୁ ଅପେକ୍ଷା କରେନି। ଏହାରି ଭିତରେ ଖୁସିର ଦୁଇ ଭଉଣୀଙ୍କର ବିଭାଘର ସରିଥିଲା।ଯେହେତୁ ଏ ମାନଙ୍କର ବାପା ମାଆଙ୍କ ବ୍ୟତୀତ ଆଉ କେହି ସାହାରା ନାହାନ୍ତି।ଖୁସିର ବାପାଙ୍କର ସଦାବେଳେ ଡର ଥାଏ କାଳେ ତାଙ୍କର କଣ ହେଇଗଲେ ତାଙ୍କ ପିଲାଙ୍କର ଦାୟିତ୍ୱ କିଏ ନେବ।କାରଣ ମଣିଷର ଜୀବନ କ୍ଷଣସ୍ଥାୟୀ।ଆଜି ଅଛି କାଲି ନାହିଁ ତେଣୁ ସେମାନଙ୍କୁ ସୁରକ୍ଷା ଦେବାପାଇଁ ଖୁସିର ବାବା ସଦା ଚେଷ୍ଟିତ ଥାଆନ୍ତି। ସେ ଝିଅଙ୍କ ବୋଝ ହାଲୁକା କରୁଥିଲେ।କେତେ ଉନ୍ନତ ଚିନ୍ତା ଧାରା ଖୁସିର ବାପା ମଆ ଙ୍କର। ତେଣୁ ଦୁଇଟି ଝିଅକୁ ସେ ବିବାହ ବନ୍ଧନରେ ବାନ୍ଧିଦେଇଥିଲେ।

   ଏହାରି ଭିତରେ ଖୁସିର ବାଲ୍ୟକାଳ ଯାଇ ଯୌବନାବସ୍ତାରେ ପଦାର୍ପଣ କରିଥାଏ। ରୂପ ଗୁଣ କୌଣସିଥିରେ କମ ନ ଥିଲା ଖୁସି। ଯେମିତି ଗାଆଁରେ କହଁନ୍ତିନିକି ଲକ୍ଷ୍ମୀ ପ୍ରତିମା। ଠିକ ଲକ୍ଷ୍ମୀପ୍ରତିମା କହିଲେ ଅତ୍ୟୁକ୍ତି ହେବନାହିଁ। ରୂପ ଗୁଣ ସବୁଥିରେ ପରିପୂର୍ଣ୍ଣ। ନାମ ଅନୁସାରେ ତାର ବ୍ୟବହାର ବି ସେମିତି।ନିଜେ ହସିବା ସହିତ ସମସ୍ତଙ୍କୁ ହସେଇ ଖୁସିରେ ରଖିବାର କାଇଦା ଜଣାଥିଲା ଖୁସିକୁ। ଖୁସି ମନେ ମନେ ସିଦ୍ଧାନ୍ତ ନେଇସାରିଥିଲା କେବେ ବିବାହ ବନ୍ଧନରେ ବାନ୍ଧି ହେବନି।ବୃଦ୍ଧ କାଳେ ବାପା ମାଆଙ୍କର ସାହାରା ବାଡ଼ି ହେବ।ଶ୍ରବଣ କୁମାର ପରି ଭାର କାନ୍ଧରେ ବୋହି ନପାରିଲେବି ଶେଷ ଜୀବନରେ ସେମାନଙ୍କର ଭଲ ମନ୍ଦ ତ ବୁଝିପାରିବ।

   ଖୁସିର ଆଶା ଆଶାରେ ହି ରହିଥିଲା। ବାପା ମାଆ ତାଙ୍କ କର୍ତ୍ତବ୍ୟରେ କେବେ ହେଲା କରନ୍ତିନି।ସଦାବେଳେ ପିଲାଙ୍କର ଖୁସିହି ଚାହିଁଥାନ୍ତି। ଯାହା ଖୁସିର ବାପା ମାଆ ବି କରିଥିଲେ।ସେମାନେ ଜାଣିଥିଲେ ଖୁସିକୁ ବିଦାୟ ଦେଲା ପରେ ସମ୍ପୂର୍ଣ ଏକା ହୋଇଯିବେ ନିଃସହାୟ ହୋଇପଡିବେ।ତଥାପି ତାଙ୍କ କର୍ତ୍ତବ୍ୟରେ ଲାଗିପଡିଥିଲେ। ଏବଂ ସିଦ୍ଧାନ୍ତ ନେଲେ ଖୁସିକୁ ବିଦାୟ ଦେବାର। ପିତା ମାତାଙ୍କର ସିଦ୍ଧାନ୍ତ କୁବି ଖୁସି ମୁଣ୍ଡ ପାତି ମାନି ନେଇଥିଲା। ବାପା ମାଆ ତା ପାଇଁ ଖୋଜିଆଣିଥିଲେ ରାଜପୁତ୍ର ପରି ବରପାତ୍ରଟିଏ। ମନା କରୁଥିବା ଖୁସିବି ପିଲାଳିଆମୀର ମାନସିକତାରେ ବେଶ ଆନନ୍ଦିତ ହୋଇଥିଲା। ବିବାହ କରିବସିଲା ଖୁସି। କେଉଁ ଗୁଣରେବି କମ ନ ଥିଲା ଖୁସିର ରାଜକୁମାର। ପ୍ରତିବାଦ କରିବାର ସାହସକୁ ବି ଖୁସି ହରେଇ ବସିଲା।କାରଣ ସେମିତି ସଂସ୍କାରରେ ବଢ଼ିଆସିଛି ଖୁସି।ଗୁରୁଜନଙ୍କ ଆଦେଶ ପାଳନ କରିବା ଖୁସି କାହିଁକି ସମସ୍ତ ପିଲାଙ୍କର କର୍ତ୍ତବ୍ୟ। କାରଣ ବାପା ମାଆ ଗୁରୁ ଗ୍ରୁଜନଙ୍କର ଆଶୀର୍ବାଦରେ ବା ସେମାନଙ୍କ ଇଛାରେ ଯେଉଁ ସିଦ୍ଧାନ୍ତ ନିଆ ଯାଇଥାଏ ତାହା ପିଲାଙ୍କ ପାଇଁ ଶୁଭ ହୋଇଥାଏ। ଖୁସିର ବାପା ଭାରି ଧର୍ମ ପରାୟଣ ବ୍ୟକ୍ତି ଥାଆନ୍ତି। ତାହା ଖୁସି ଉପରେବି ପ୍ରଭାବ ପକେଇଥିଲା।


   ଦିନ ପରେ ଦିନ ବେଶ ଆନନ୍ଦରେ କାଟି ଯାଉଥିଲା ଖୁସିର। ବିବାହର ବର୍ଷେ ପୂରଣ ହେଉ ହେଉ ଖୁସି ମାତୃତ୍ୱ ଲାଭ କରେ। ଖୁସିର ଦୁଇପରିବାର ମଧ୍ୟରେ ଖୁସି କହିଲେ ନ ସରେ।ଶେଷରେ ଖୁସି ପୁତ୍ର ସନ୍ତାନଟିଏ ଜନ୍ମ ଦେଲା ତାହାବି ଏକ ପବିତ୍ର ଦିନରେ।ସେଦିନଥିଲା ପୂର୍ଣ୍ଣିମା।ପୁଣି ବୁଦ୍ଧ ପୂର୍ଣ୍ଣିମା।ସଭିଙ୍କ ମୁଖରେ ଫୁଟି ଉଠିଥିଲା ଖୁସି ତୁ ପୁଣ୍ୟ ବତୀ ରେ ପୂର୍ଣ୍ଣିମାରେ ପୁତ୍ର ଜନ୍ମ ଦେଇଛୁ।

 ଖୁସି ଜୀବନଯାତ୍ରାରେ ଏମିତି ସଫଳତାର ପାହାଚ ଚଢି ଚାଲିଥାଏ। ଚାହୁଁ ଚାହୁଁ ପୁଅବି ବଡ଼ ହୁଏ।ପ୍ରତ୍ୟେକ ବର୍ଷ ବୁଦ୍ଧ ପୂର୍ଣ୍ଣିମାରେ ଖୁସିର ଗୃହରେ ଆନନ୍ଦର ଲହରୀ ଖେଳିଯାଏ। ଗୃହରେ ଶଙ୍ଖ ,ଘଣ୍ଟା ବ୍ରାହ୍ମଣର ମନ୍ତ୍ର ଉଚ୍ଚାରଣରେ ଗୃହଟି ପୁରି ଉଠେ।ଖୁସିର ଆନନ୍ଦ କହିଲେ ନସରେ।ଖୁସି ଅତି ଆନନ୍ଦରେ ତା ପୁଅକୁ କହୁଥାଏ ଦେଖ ବାପା ତୁ ଏମିତି ପବିତ୍ର ଦିନଟିରେ ଜନ୍ମ ହୋଇଛୁ କାଲି ଯଦି ଆମେ ନ ଥିବା ସାରା ସାଂସାର ଏହିଦିନଟିକୁ ପାଳନ କରୁଥିବେ ତୁ ଭାବିବୁ ମୋର ଜନ୍ମ ଦିନ ପାଳନ ହେଉଛି। ଖୁସିକୁ କଣ ଜଣା ଥିଲା ଏହି କଥାଟି ବେଦର ଗାର ହୋଇଯିବ।

   ଅଦିନିଆ ଝଡ଼ ଦେଖାଦେଇଥିଲା ଖୁସିର ପରିବାରରେ। ଖୁସିର ସ୍ୱାମୀ ହଠାତ ଏକ ରୋଗରେ ଆକ୍ରାନ୍ତ ହୋଇ ମାଆ ପୁଅକୁ ଏକାକରି ସବୁଦିନପାଇଁ ସଂସାରରୁ ବିଦାୟ ନେଇଥିଲେ।

  ସ୍ଥାଣୁ ପାଲଟିଥିଲା ଖୁସି।ପ୍ରଶ୍ନ ଉପରେ ପ୍ରଶ୍ନ ଉଙ୍କି ମାରୁଥିଲା ଖୁସିର ମାନସ ପଟରେ। କାହାକୁ ଏ ପ୍ରଶ୍ନ ସେ ପଚାରିବ।ନିଜ ଭିତରେ ତର୍ଜମା କରିଚାଲିଲା।ନା ତା ନାମର ସାର୍ଥକତା ରହିଲା, ନାଆ ସତ୍ୟ ହେଲା ଲୋକ ମୁଖର ସେ ବାଣୀ, ଖୁସି ତୁ କେତେ ପୁଣ୍ୟ ବତୀ, ନା ପିତା ମାତା ଗୁରୁଗୃରୁଜନଙ୍କ ଆଶୀର୍ବାଦ। କିଏ ଦେବ ତାର ପ୍ରଶ୍ନର ଉତ୍ତର।

ଏମିତି ନାରୀର ଜୀବନ।ଆଜି ସବୁଥାଇ ଖୁସି ସର୍ବହରା। ଖୁସି ସ୍ୱାମୀକୁ ହରେଇଲା ପରେ ସବୁ ଯେମିତି ଓଲଟ ପାଲଟ ହୋଇଯାଇଛି। ସମୟ ତ ଅପେକ୍ଷା କରେନା ଗାଡିଚାଲେ।ପୁଣି ଆସିଦଣ୍ଡାୟମାନ ହୁଏ ସେଇ ପବିତ୍ର ଦିବସ ବୁଦ୍ଧ ପୂର୍ଣ୍ଣିମା। ନା ଶଙ୍ଖ ଘଣ୍ଟାର ଅଛି ସେ ଶବ୍ଦ ନା ବ୍ରାହ୍ମଣର ମନ୍ତ୍ୱ।ସବୁ ସ୍ମୃତି ହୋଇ ରହିଅଛି।ଆଉ ସେହି ବୁଦ୍ଧ ପୂର୍ଣ୍ଣିମାଟି ନେଇଆସେ ଖୁସି ପାଇଁ କିଛି ପ୍ରଶ୍ନ। ନିଜକୁ ପ୍ରଶ୍ନ କରିବସେ ଖୁସି। ତୁ ସେହି ଖୁସିତ। ତୁ ସେହି ପୁଣ୍ୟ ବତୀ ନାରୀଟିଏ ତ, ଉତ୍ତରରୁ ପାଏ ଅଜସ୍ର ଲୁହ।ଶ୍ରାବଣର ଧାରା ବହିଲାପରି ବହିଚାଲୁଥାଏ ବୁଦ୍ଧପୁର୍ଣିମାଦିନ ଆନେକ ଦୁଃଖର ଅଶ୍ରୁ। ସତ ଧିକ କରେ ତାର ନାରୀ ଜନ୍ମକୁ। ଆଉ ଗୁଣୁ ଗୁଣୁ କରି କହିହେଉଥାଏ ତୁ ସେହି ପୁଣ୍ୟ ବତୀ ନାରୀ ତ?



Rate this content
Log in

More oriya story from Sarita Rani Mohanty

Similar oriya story from Drama