ପଥର
ପଥର
ଝୁନୁ,
ଜାଣିଛି ତୁ ରାଗିଛୁ l ସେଥିପାଇଁ ଫୋନ୍ କଲେ ଉଠଉନୁ କି କଲ୍ ବ୍ୟାକ୍ କରୁନୁ l ସେଥିପାଇଁ ହ୍ବାଟ୍ସଆପରେ ଲେଖୁଛି l ପଢିବୁ ପ୍ଳିଜ୍ l ମୋ ସୁନାଟା l ରାଗିବୁନି l ସବୁ ତ ଜାଣିଛୁ l ମୋ ବେଷ୍ଟ ଫ୍ରେଣ୍ତ୍ ତୁ l ତଥାପି ମୁଁ ଏମିତି କିଛି ନ ଜଣେଇ ଚାଲି ଆସିଲି ବୋଲି ତତେ ଖରାପ ଲାଗିଛି ନିଶ୍ଚୟ l କ୍ଷମା
କରିଦେ ସୁନାଟା l ମାମା କଥା ତ ଜାଣିଛୁ l ଆମ ସମସ୍ତଙ୍କୁ ସେ କେତେ ଭଲପାଏ l ରାନ୍ଧିବାଢି ଖୁଆଏ l ଭୁଲ୍ କଲେ ମୋତେ ଯେତିକି ଗାଳି ଦିଏ ମୋ ସାଙ୍ଗ ବୋଲି ତମମାନଙ୍କୁ ବି ଛାଡେନି l ତୁ ସିନା ବୁଝିପାରୁ କିନ୍ତୁ ସମସ୍ତେ କ'ଣ ବୁଝନ୍ତି ? ଆମ ଘରପାଖେ
ସେଇ ବଡ ପଡିଆଟାରେ ଆମେ ଛୂଟୀ ଦିନେ କେତେ ଖେଳୁ !ହେଲେ ମାମାକୁ ଟିକେ ଭୟ ସମସ୍ତଙ୍କର ଥାଏ l ଟିକେ ଭୁଲ୍ ଦେଖିଲେ ଗାଳି ଦବ l ସନ୍ଧ୍ୟାରେ କିନ୍ତୁ ମାମା ହାତ ତିଆରି ସ୍ନାକ୍ ଆମ ସମସ୍ତଙ୍କର ପ୍ରିୟ ଥିଲା l ନୁହେଁ?
ଆରେ ତୋତେ ଇମୋସନାଲି ବ୍ଳାକ୍ ମେଲ୍ କରୁନି ମ l ମୁଁ ଜାଣିଛି ମାମାର ମିଛିମିଛିକା ରାଗ ପଛରେ ଥିବା ଭଲପାଇବାକୁ ଆମେ ସମସ୍ତେ ଭଲ ପାଉଥିଲେ l ମାମାର ସେଇ ରାଗ ,ସେଇ ଭଲ ପାଇବା ଗୁଡିକ ଏବେ କେମିତି ସ୍ଥିର ହେଇ ଆସୁଛିରେ l ମୁଁ ଜାଣି ପାରୁନି ସେ ଆମକୁ ଭଲ ପାଉଛି
କି ନାଇଁ l ଏତେ କଥା କହୁଥିବା ମାମା କେମିତି ଗୋଟେ ସାଇଲେଣ୍ଟ୍ ହେଇ ଯାଉଛି l ପ୍ଳସ୍ ଟୁ ଯାଏ ତ ଆମେ ଦି ଭାଇ ଭଉଣୀ ସେଇଠି ପଢିଲୁ l ଆମକୁ ପାଖରୁ ଛାଡିବାକୁ ସେ ରାଜି ନ ଥିଲା l ହେଲେ ତମେ ସବୁ ବାହାରେ ପଢିଲ l ସେ ଯାଏ ସବୁ ଠିକ୍ ଥିଲା l ହେଲେ ଆମେ ଦିଜଣ ହଷ୍ଟେଲ୍ କୁ ଆସିବା ପରେ ଗୋଟେ ଚରମ ସତ୍ୟ ସେ ଆବିଷ୍କାର କଲା l ବାବା ମାମାକୁ ଏତେ ବେଶୀ ରେସ୍ପେକ୍ଟ କରନ୍ତିନି ମୁଁ ଜାଣିଥିଲି l କିନ୍ତୁ ମାମାର ବହୁତ ଭରସା ଥିଲା ତାଙ୍କ ଉପରେ l କେବେ ବି ନିଜ ଦରମାର ହିସାବ ମାଗେନି ବାବାଙ୍କୁ l ଏବେ କିନ୍ତୁ ମାମା ଜାଣୁଛି କରଜ ବହୁତ ବଢି ଯାଇଛି l ସେଥିପାଇଁ କେମିତି ଗୋଟେ ଚୁପ୍ ହେଇ ଯାଇଛି ଘରର ପରିବେଶ l ଧୋକା ଖାଇଲା ଭଳି ସେ ଫିଲ୍ କରୁଛି ବୋଧେ l ମୁଁ କାହାକୁ କିଛି କହି ବି ପାରୁନି l ଭିତରେ ଭିତରେ ମାମା ବୋଧେ ପଥର ହେଇ ଯାଉଛି l
ଆମ ଏଠି ପଥରଟିରେ ସିନ୍ଦୂର ଲଗେଇ ଦେଲେ ଲୋକେ ଦେବୀ ବୋଲି ପୂଜା କରନ୍ତି l କିନ୍ତୁ ଜୀବନ୍ତ ସ୍ତ୍ରୀ ଲୋକଟେ ଘରର କେତେ କାମ କରେ ,ନିଃସର୍ତ୍ତ ଭାବେ ସମସ୍ତଙ୍କୁ ଭଲପାଏ l କିନ୍ତୁ ତାକୁ ପୂଜା କରିବା ତ ଦୂରର କଥା ସାମାନ୍ୟ ସମ୍ମାନଟିକେ ବି ମିଳେନି l ମୁଁ ଦେଖୁଛି ସେମିତି ଗୋଟେ ପଥର ପାଲଟି ଯାଉଛି ମାମା l ଆଗ ଅପେକ୍ଷା ଆହୁରି ପରିଶ୍ରମ କରୁଛି l ନିଜେ ଘର ଚଳଉଛି l କିନ୍ତୁ ତା ନୀରବତା ମୁଁ ସହି ପାରୁନି l କେମିତି ତାର ଦିନ ପରେ ଦିନ କଟୁଛି କେଜାଣି ?ନିଷ୍କମ୍ପ ,ନିଥର ଦେହରେ କେବଳ କାମ କରୁଥିବା ହାତ ପାଦ ଦି ହଳ l ପଚାରିଲେ କହୁଛି ତମେ ଦିଜଣ ମଣିଷ ହେଲେ ମୋତେ ସବୁ ମିଳିବ l କେଜାଣି ତାକୁ କ'ଣ ମିଳିବ ?ତଥାପି ତା ନୀରବ ପଥର ପରି ଆଖି ଦିଟାରେ ଭଲ ପାଇବା ଝରିଯିବା ମୁଁ ଦେଖିଛି l ସେଥିପାଇଁ ଛୁଟୀ ସରିବା ଆଗରୁ ହଷ୍ଟେଲ ଚାଲି ଆସିଲି l ହୁଏ ତ ମୋର ସାଧନା ବଳରେ ମାମାର ପଥର ଦେହରେ ଜୀବନ୍ୟାସ ଦେଇ ପାରିବି l
ତୁ ରାଗିବୁନି ପ୍ଳିଜ୍ l ମୋ ଫୋନ୍ ରିସିଭ୍ କରିବୁ ସୁନା l
ତୋର ଲୀତୁ l