Swagatika Mishra

Tragedy

3  

Swagatika Mishra

Tragedy

ପ୍ରତିଶୃତି

ପ୍ରତିଶୃତି

2 mins
7.6K


ରାତି ସାରା ପିଙ୍କୁ ଆଖିରେ ନିଦ ନ ଥାଏ ।କାଲି ରାଖୀ ପୂର୍ଣ୍ଣିମା ।ଅପା ଆସିବ ହଷ୍ଟେଲରୁ ଦୀର୍ଘ ତିନି ମାସ ପରେ ତା ହାତରେ ଖାସ୍ ରାଖୀ ବାନ୍ଧିବ ବୋଲି ।ପିଙ୍କୁର ଏକା ଜିଦ୍ ସେ ଏଥର cartoon ରାଖୀ ପିନ୍ଧିବ ।ଅପାକୁ ବରାଦ କରିଛି ।ଭୋରୁ ଭୋରୁ ଉଠି ପଡ଼ି କେତେ ଥର ସେ ଉପହାର ସ୍ୱରୂପ ଅପାକୁ ଦେବା ପାଇଁ ଆଣି ଥିବା chocolateକୁ ଗଣି ସାରିଲାଣି।

ବିମଳା ଦେବୀ ପିଠା ଖିରି ସବୁ କରି ଠାକୁର ପୂଜା କରି ସାରିଲେଣି ।ଖାଲି ଯାହା ସୁମି(ଅପା)କୁ ଅପେକ୍ଷା ।ପିଙ୍କୁ ଖୁବ୍ ବ୍ୟସ୍ତ ।ଅପା କେତେବେଳେ ଆସିବ ଯେ? ମୋ ସବୁ ସାଙ୍ଗ ରାକ୍ଷୀ ବାନ୍ଧି ବୁଲିଲେଣି ଆଉ ମୁଁ କେତେବେଳେ ଵାନ୍ଧିବି?ଇତ୍ୟାଦି ଇତ୍ୟାଦି...କହି ଚାଲି ଥାଏ ।ଏତିକି ବେଳେ ତୁଷାର ବାବୁଙ୍କ ଫୋନଟା ଗର୍ଜି ଉଠିଲା । ତୁଷାର ବାବୁ କଥା ହେବା ପରେ ଖୁବ୍ ବ୍ୟସ୍ତ ବିବ୍ରତ ହୋଇ ପିଙ୍କୁ ଆଉ ବିମଳା ଦେବୀଙ୍କୁ କିଛି ନ କହି ସମସ୍ତଙ୍କୁ ନେଇ ଚାଲିଗଲେ ହସ୍ପିଟାଲକୁ । ଡାକ୍ତରଖାନାରେ ସୁମିକୁ ଦେଖି ଥରି ଉଠିଲା ସଭିଙ୍କ ଛାତି ।ପାଦ ତଳୁ ଖସି ଯାଉ ଥିଲା ମାଟି ଗୁଡାକ। ସୁମିକୁ ଦେଖି ଚମକି ପଡ଼ିଲା ପିଙ୍କୁ;ତା ପ୍ରିୟ ଅପା ଆଜି ତା ଭଳି ଦିଶୁ ନ ଥିଲା ।ସାରା ଦେହରେ ଖାଲି ରାମ୍ପୁଡା କାମୁଡ଼ା ଚିହ୍ନ, ବାଁ ପଟ ଆଖି ଆଉ ଗାଲ ଜମା ଜଣା ପଡୁ ନ ଥାଏ, ତରଳି ଯାଇ ଥାଏ ସେଇ ଖଣ୍ଡକ,ଗୋଲାପ ପାଖୁଡା ପରି ମୁଁହଟା କିମ୍ଭୁତ କଦାକାର ଦିଶୁଥାଏ ।ଶରୀରକୁ ଢାଂକି ରଖି ଥିବା ଅପାର ଅତିପ୍ରିୟ ନୀଳ ରଂଗର ସଲ୍ୱାର୍ଟା ଫଡା ଫଡା ହେଇ ଯାଇ ଥାଏ,ଆଉ ଅପା ଆଖି ବନ୍ଦ କରି ପଡି ଥାଏ, ମୃତ ପ୍ରାୟ ହୋଇ ।କୋଉ ନର ରାକ୍ଷସ ମାନେ କ୍ଷଣକ ଦେହର ଭୋକକୁ ମେଣ୍ଟାଇବା ପାଇଁ ଆଉ ଗୋଟେ ଦେହରୁ ନିଗାଡ଼ି ଦେଇ ଥିଲେ ଲହୁ ଆଉ ଲୁହ ।ପିଙ୍କୁ ଡରି ଯାଇ ବିମଳା ଦେବୀଙ୍କୁ କୁଂଢ଼େଇ ପକାଇଲା ଆଉ ପଚାରିଲା, ମା' ଅପାର କଣ ହେଇଛି?ଅପା କାଇଁ ଉଠୁନି,ଆଖି ଖୋଲୁନି?ଏପରି ଅନେକ ପ୍ରଶ୍ନ..ବିମଳା ଦେବୀ ନିଜ ପଣତଟାରେ ସୁମିକି ଘୋଡେଇ ଦେଉ ଦେଉ ଥରି ଥରି କହି ଉଠୁ ଥାନ୍ତି,କିଛି ନାହିଁରେ ବାବା ତୋ ଅପାର କିଛି ହେଇନି ।ଦୀର୍ଘ ଦୁଇ ଦିନର ଜୀବନ ସଂଘର୍ଷ ଓ ଅନେକ ଯନ୍ତ୍ରଣା ପରେ ସୁମି ଆଖି ବୁଜିଲା ସବୁ ଦିନ ପାଇଁ।ଏଇ ଜୀଅନ୍ତା ମଣିଷ ମାଂସ ଖିଆ ଚିଲ,ଶାଗୁଣା ଗହଣରେ ବଞ୍ଚିବା ଅପେକ୍ଷା ମୃତ୍ୟୁ ତା ପାଇଁ ଶ୍ରେଷ୍ଠ ଠିକଣା ଥିଲା ବୋଧ ହୁଏ।

ବିଚରା ପିଙ୍କୁଟା ରାକ୍ଷୀ, ରକ୍ଷା କବଚର ଅର୍ଥ ବୁଝିବା ଆଗରୁ ସବୁ ଦିନ ପାଇଁ ତା ହାତକୁ ଫୁଙ୍ଗୁଳା କରି ତା ଅପା ଚାଲିଗଲା ଆର ପାରିକୁ ।ଅତୀତର ସବୁ ରାକ୍ଷୀ ପୂର୍ଣ୍ଣିମାରେ ସେ ଅପାକୁ ଦେଇଥିବା ପ୍ରତିଶ୍ରୁତି ତା ପାଇଁ ଆଜି ନୀରର୍ଥକ,ପାଣିର ଗାର ପରି ବୋହି ଯାଉ ଥାଏ ତା ଆଖିରୁ ।ଅପା ପାଇଁ ବଡ଼ ଶ୍ରଦ୍ଧାରେ ସାଇତି ଥିବା chocolate ସବୁକୁ ବାହାରେ ଫୋପାଡ଼ି ଦେଇ ଆସିଲା ବେଳେ ପିଙ୍କୁ ଖାଲି ଭାବୁ ଥିଲା,ମୋ ଅପା ବି ତ ତାଙ୍କ ଅପା ପରି ।ସେମାନେ ବି ତ ରାକ୍ଷୀ ଵାନ୍ଧୁ ଥିବେ, ମୁଁ ସିନା ଛୋଟ ବୋଲି ଅପାର ରକ୍ଷା କରି ପାରିଲିନି,ହେଲେ ସେମାନେ କେମିତି ରାକ୍ଷୀର ରକ୍ଷା ପ୍ରତିଶୃତିକୁ ଭୁଲିଗଲେ?

ସ୍ୱାଗତିକା ମିଶ୍ର


Rate this content
Log in

Similar oriya story from Tragedy