ପ୍ରତାରଣା ନା ପ୍ରତିଶୋଧ
ପ୍ରତାରଣା ନା ପ୍ରତିଶୋଧ
ମୋତେ ମାରନା...ମୋତେ ମାରନା..ଜାହ୍ନବୀ,ମୁଁ ବଞ୍ଚିବାକୁ ଚାହେଁ।ବିପ୍ଳବ ଭୟାକୁଳ ହୋଇ ନିବେଦନ କରିଥିଲା ଜାହ୍ନବୀକୁ।
ବିପ୍ଳବ ଏକ ସମ୍ଭ୍ରାନ୍ତ ପରିବାରର ଏକମାତ୍ର ସମ୍ପଦ।ଅଚଳାଚଳ ସମ୍ପତ୍ତି।ବାପା ଥିଲେ ପୂର୍ବତନ ମନ୍ତ୍ରୀ।ଗାଡି,ଘୋଡା ବ୍ୟାଙ୍କ ବାଲାନ୍ସ କେଉଁଥିରେ ବି ନ ଥିଲା ଅଭାବ।ଜୀବନକୁ ହସ ଆନନ୍ଦର ସୁଅରେ ଭାସି ଭାସି ଉପଭୋଗ କରୁଥିଲା।ହୃଦୟ ଦେଇ ଭଲ ପାଉଥିଲା ଜାହ୍ନବୀକୁ।ଆଜି ଜାହ୍ନବୀ ଡାକିଥିଲା ତାକୁ ତାର ସ୍ବପ୍ନପୁରୀର ପ୍ରେମମହଲକୁ।ସରପ୍ରାଇଜ ଦେବ ବୋଲି ଛପି ଛପି ଆସି ଏକ ଝରକା ଫାଙ୍କରେ ଦେଖିବାକୁ ଉଦ୍ୟତ ହେଲାବେଳେ ଚିତ୍କାର କରି ଧାଉଁଥିଲା ଜୀବନ ବିକଳେ।ତା ପଛେ ପଛେ ଘାଇଲା ବାଘୁଣୀ ପରି ଛୁଟିଛି ଜାହ୍ନବୀ।ଭୟରେ ଜୀବନ ବଞ୍ଚାଇବାକୁ ବିପ୍ଳବ କରୁଛି କେତେ ନିବେଦନ।ତେବେ ବିପ୍ଳବର ଭୁଲ କଣ ସେ ବି ଜାଣି ପାରି ନଥିଲା।କେବଳ ଝରକା ଫାଙ୍କରେ ଦେଖିଲା,ଜାହ୍ନବୀ ଏକ ଧାରୁଆ ଛୁରୀରେ ଡି ଏସ ପି ପୁଅ ସଂକଳ୍ପର ବେକକୁ ଖୀନ ଭିନ କରି କାଟୁଛି।ବିକଟାଳ ଚିତ୍କାର କରି ଶେଷରେ ଶେଷ ନିଃଶ୍ୱାସ ତ୍ୟାଗ କରିଛି ସଂକଳ୍ପ।
ଜାହ୍ନବୀ ଥିଲା ତାର ପ୍ରେମିକା।ତାକୁ ସେ ନିଜ ଜୀବନଠୁ ବି ଅଧିକ ଭଲପାଏ।ଜାହ୍ନବୀବି ସବୁକିଛି ସମର୍ପି ଦେଇଛି ବିପ୍ଳବବକୁ।କେବଳ ତା କାନକୁ ଆସିଥିଲା,ଜାହ୍ନବୀ କାଳେ ବହୁତ ପିଲାଙ୍କ ସହ ଖରାପ ସମ୍ପର୍କ ରଖିଛି।ସେ କେବେ ବିଶ୍ୱାସ କରି ନ ଥିଲା।ଜାହ୍ନବୀକୁ ସେଦିନ ଏକଥା ବି କହିଥିଲା,ଜାହ୍ନବୀ କହିଥିଲା, ଏ ବିପ୍ଳବ ତୁମେ କଣ ମୋତେ ସନ୍ଦେହ କରୁଛ?ଆମ ସମ୍ପର୍କକୁ ଲୋକ ସହି ନ ପାରି ଏଭଳି କହୁଛନ୍ତି।ସତରେ ତୁମେ ବାର ଲୋକଙ୍କ କଥାରେ ପଡି ମୋତେ ଦୁରେଇ ଦେବ ନି ତ?ତୁମ ବିନା ମୁଁ ବଂଚି ପାରିବି ନାହିଁ ବିପ୍ଳବ।ତୁମେ ଯଦି ମୋତେ ତୁମ ଜୀବନରୁ ଅଲଗା କରିଦିଅ... ସତ କହୁଛି ମୁଁ ଆତ୍ମହତ୍ୟା କରିବି।ତେଣୁ ସେ ସେଇଦିନଠାରୁ ଜାହ୍ନବୀକୁ ତା ହୃଦୟର ସ୍ପନ୍ଦନ ବୋଲି ହିଁ ବାରି ନେଇଛି।
ହେଲେ ଏସବୁ କଣ ଥିଲା ତା ଅଭିନୟ?ବିପ୍ଳବର ମନରେ ଅନେକ ବିପ୍ଳବ ଉଙ୍କି ମାରିଲା।ମଝିରେ ମଝିରେ ବଂଚିବା ପାଇଁ କହୁଥାଏ ମୋତେ ଛାଡିଦିଅ ଜାହ୍ନବୀ,ମୋତେ ମାରନା।
ଜାହ୍ନବୀର ବିକଟାଳ ହସ, ତୀକ୍ଷ୍ନ ଚାହାଣୀ ତାକୁ ଅଧିକ ଭୟଭୀତ କରିଦେଇଥିଲା।ହେଲେ ହିଂସ୍ର ପ୍ରାଣ ତାକୁ ଅଚଳ କରିପାରିଲା ନାହିଁ।ସେ ବି ଅଭିନୟ କଲା ଭଳି କହିଲା, ମୁଁ ତୁମକୁ କେବେ ମାରିପାରିବି ବିପ୍ଳବ?ଏ ଡି ଏସ ପି ପୁଅଟା ମୋ ଇଜ୍ଜତ ନେବାକୁ ଚେଷ୍ଟା କରୁଥିଲା,ତେଣୁ ମୁଁ ତାକୁ ମାରି କଣ ଅପରାଧ କଲି?ବିପ୍ଳବର ପିଣ୍ଡରେ ସତେ ଯେମିତି ପ୍ରାଣ ପଶିଲା।ସେ ସାହସ ନେଇ କହିଲା, ଜାହ୍ନବୀ ତୁମେ କିଛି ବି ଭୁଲ କରିନାହଁ,ସେ ବ୍ୟଭିଚାରୀକୁ ଅସଲ ଶାସ୍ତି ଦେଇଛ।ତାପରେ ଜାହ୍ନବୀର ମାୟା ଜାଲରେ ଓ ବାହୁ ଛନ୍ଦାରେ ଛନ୍ଦି ହୋଇଗଲା ବିପ୍ଳବ।ଜାହ୍ନବୀର କାମନା ବାସନାର ନିଶାରେ ସେ ବି ମସଗୁଲ ହୋଇଗଲା।ଜାହ୍ନବୀ ତାର ତୃଷା ମେଣ୍ଟାଇ ସାରିଲା ପରେ ବାଘୁଣୀ ପରି ହୋଇ ଅଟ୍ଟହାସ୍ୟ କରି ବିପ୍ଳବକୁ ପୁଣି କଳ୍ପନାର ମାୟା ଜାଲରେ ଛନ୍ଦି ଦେଲା।ଏକ ଧାରୁଆ ଛୁରୀରେ ଟିକ୍ ଟିକ୍ କରି କାଟି ନିମିଷକେ ନିର୍ଜୀବ କଣ୍ଢେଇ କରିଦେଲା।ହେଲେ ଆଜି କାହିଁକି ତାର ସେ ପ୍ରଜ୍ଜ୍ଵଳିତ ଅଗ୍ନି ବହୁ ସମୟ ରହିପାରିଲା ନାହିଁ।ପାଗଳିନୀ ପରି ହୋଇ ବିପ୍ଳବକୁ ଧରି ଧକେଇ ହୋଇ କାନ୍ଦିଲା।ତା ବିବେକ ତାକୁ ବାରମ୍ବାର ପ୍ରଶ୍ନ କଲା, ଯିଏ ତୋତେ ଜୀବନ ଦେଇ ଭଲ ପାଉଥିଲା ତାକୁ ତୁ ଶେଷରେ ମାରିଦେଲୁ?ତୁ ମଣିଷ ନୁହଁ ଗୋଟେ ରାକ୍ଷସୀ...ଗୋଟେ ଡାହାଣୀ।ଜାହ୍ନବୀର ହୃଦୟ ଫାଟି ଯାଉଥିଲା,ମନକୁ ମନ କହୁଥିଲା, ସତରେ ମୁଁ କଣ ଭୁଲ କରିଛି?ହେଲେ ମୋ ଅତୀତ...ମୋ ବିଳାପ..ମୋ ବିନତୀକୁ କେ କଣ ଶୁଣିଥିଲା?ଧାରାବାହିକ ପରି ମନେ ପକାଇଲା ତାର ଅତୀତର ଲୋମହର୍ଷଣକାରୀ ମୁହୂର୍ତ୍ତମାନ।
ସେ ଥିଲା ଦଶମ ଶ୍ରେଣୀର ଛାତ୍ରୀ ନାଁ ଥିଲା ଜହ୍ନ ।ଯିଏ ଦେଖିବ କିଏ କହିବେ ନି ହାଇସ୍କୁଲ ପିଲା ପରି,ଲାଗୁଥିଲା କଲେଜ ପିଲା ପରି।ଗୋଟିଏ ଚାଉଳରେ ଗଢା,ଗୋରା ତକ ତକ ଶରୀର। ସତ ସତିକା ଜହ୍ନ ଦେଖିଲେ ବି ଲୋଭେଇ ଯିବ ତା ତୋଫା ସୌନ୍ଦର୍ଯ୍ୟର ପସରରେ।ଆଖିର କୁହୁକ ଚାହାଣୀ ବେଶ ମନଲୋଭା।ତା ଗାଁର ମନ୍ତ୍ରୀ ପୁଅ,ଶିଳ୍ପପତିଙ୍କ ପୁଅ ଓ ଡି ଏ ସ ପିଙ୍କ ପୁଅ ତିନିଜଣଙ୍କ ବିଷ ଆଖି ତା ଉପରେ।ସ୍କୁଲ କିମ୍ବା ଟ୍ୟୁସନ ଯିବା ରାସ୍ତାରେ ତାକୁ କମେଣ୍ଟ ଅଶ୍ଳୀଳ ଈଙ୍ଗୀତ ତାପରେ ପ୍ରଲୋଭନ ଓ ଧମକ ଦିଅନ୍ତି।ହେଲେ ସେ ସ୍ଥିତପ୍ରଜ୍ଞା।କାହାର ନାଲି ଆଖିର ଚମକ,ଅର୍ଥର ଝଲକ ତାକୁ ବଶ କରିପାରି ନ ଥିଲା।ହେଲେ ଦିନେ ଦୁର୍ଭାଗ୍ୟର ଶିକାର ହେଲା ସେ।ମାଟ୍ରିକ ପରୀକ୍ଷା ପୂର୍ବରୁ ବିଦ୍ୟାଳୟରେ ଏକ କାର୍ଯ୍ୟକ୍ରମ ସାରି ଅପରାହ୍ଣ ସମୟରେ ସାଇକେଲରେ ଆସୁ ଥିବା ବେଳେ ଝଡ଼ ହେଲା।ଏଥିରେ କିଛି ସମୟ ସେ ଅଟକି ଗଲା ଭିତରେ ସନ୍ଧ୍ୟା ହେବାରୁ ନିଛାଟିଆ ଜାଗାରେ ତିନି ଅସାମାଜିକ ମାତାଲ ଅବସ୍ଥାରେ ତାକୁ ଟେକି ନେଇ ଗଣ ଧର୍ଷଣ କଲେ।ଏ ସମସ୍ତ ଘଟଣା ଗଲା ତିନି ବ୍ୟଭିଭାରୀଙ୍କ ପିତାଙ୍କ କାନକୁ,ଯେଉଁମାନେ କି ଅନ୍ତରଙ୍ଗ ଥିଲେ।ଅର୍ଥ କ୍ଷମତା ପ୍ରତିପତିର ଅହଂକାର ବି ସେମାନଙ୍କ ଠାରେ ଭରପୁର ଥାଏ।ହେଲେ ତା ବାପା ଜାଣି ନ ଥିଲେ ସେମାନଙ୍କ କପଟତା ଓ ଅଭିନୟ।ଏ ଘଟଣାକୁ ସମାଧାନ କରି ଦୋଷୀ ଦୋଷୀଙ୍କୁ ଦଣ୍ତ ଦେବା ପାଇଁ ଡକାଇଲେ ଝିଅ ଓ ବାପାକୁ।ବାପାକୁ ବାହାରେ ବସାଇ ଝିଅକୁ ନ୍ୟାୟ ଦେବେ କଣ କଟା ଘାରେ ଚୁନ ଦେବାପରି ଜଣଙ୍କ ପରେ ଜଣେ ଧର୍ଷଣ କଲେ।କାହାକୁ କହିଲେ ତୋ ବାପା ମାଙ୍କୁ ଜୀବନରୁ ମାରିଦେବେ ବୋଲି ଧମକ ଦେଲେ।ଅନ୍ୟାୟ ଓ ଯନ୍ତ୍ରଣାକୁ ପେଟରେ ପୁରାଇ ଜହ୍ନ ବିଷ୍ଳେଷଣ କଲା ବିଚିତ୍ର ଦୁନିଆଁର ବିବିଧ ପୃଷ୍ଠା,ତାର କର୍ତ୍ତବ୍ୟ।ସ୍ଥିର କଲା କେବେ ବି ବିବାହ କରିବ ନାହିଁ।ଶେଷରେ ବାପା ମାଙ୍କୁ ନ ଜଣାଇ ଘର ଛାଡ଼ି ଚାଲିଗଲା ଏକ ଦୂର ସହରକୁ।ବିଚରା ବିଚାରୀ ବାପା ମା ଦ୍ବୟ ପରେ ଏ ସମସ୍ତ ଖବର ଜାଣି ଝିଅକୁ ଝୁରି ଝୁରି ଶେଷରେ ପ୍ରାଣତ୍ୟାଗ କଲେ।ହେଲେ ଗାଉଁଲି ଜହ୍ନ ସାଜିଲା ସହରୀ ମଡ଼ର୍ଣ୍ଣ ଜାହ୍ନବୀ ।ପ୍ରତିଜ୍ଞା କଲା ଯୁବକ ଅବା ଯେକୌଣସି ପୁରୁଷ ମାନଙ୍କୁ ଆକର୍ଷିତ କରି ଭଲ ପାଇବାର ଅଭିନୟ କରି ତାଙ୍କ ଯୌବନ ଶୋଷି ଶେଷରେ ଜୀବନରୁ ମାରିଦେବ।
ଏଇମିତି ଗୋଟିକ ପରେ ଗୋଟିଏ ତିରିଶି ପୁରୁଷର ପ୍ରାଣ ଓ ଯୌବନ ନେଲାଣି ସେ।ଆଜି ମାରିଲା ଡି ଏସ ପି ପୁଅକୁ ଓ ଶେଷରେ ମନ୍ତ୍ରୀପୁଅ ବିପ୍ଳବକୁ।
ସେ ଯାହା କରିଛି ଭୁଲ କି ଠିକର ଗାଣିତିକ ହିସାବ ତା ପାଖରେ ନ ଥିଲା ହେଲେ ତା ପ୍ରତି ହୋଇଥିବା ଅତ୍ୟାଚାରର ପ୍ରତିଶୋଧ ସେ ନେଇ ପୁରଣ କରିଛି ତା ପ୍ରତିଜ୍ଞା।ଅବଶ୍ୟ ସମାଜ ତା କାର୍ଯ୍ୟକଳାପକୁ କଣ କହିବ, ତାର ଯାଏସ ନାହିଁ ,ହେଲେ ଆଜି ବିପ୍ଳବ ପ୍ରତି କରିଥିବା ତା କର୍ମ ପ୍ରତାରଣା ଥିଲା ନା ପ୍ରତିଶୋଧ ସମୟ ଓ ସମାଜ ଉପରେ ଛାଡିଦେଲା।ଆଖିରୁ ଲୁହ ଦି ଟୋପା ପୋଛି ନୀଳ ଆକାଶକୁ ଚାହିଁଲା,ଦେଖିଲା ତା ବାପା ମା ଦୁଇଜଣ କାନ୍ଦି କାନ୍ଦି ହାତ ବଢ଼େଇ ତା କାମପାଇ ଅଭିନନ୍ଦନ ଜଣାଉଛନ୍ତି।
