ପ୍ରକୃତ ସୁଖୀ
ପ୍ରକୃତ ସୁଖୀ




ସତରେ କେତେ ବିଚିତ୍ର ଏ ଦୁନିଆ! ଯାହା ପାଖରେ ଗୋଡ଼ ନାହିଁ ସେ ଖୁସିରେ ହସୁଛି,ଆଉ ପୁଣି ଯାହା ପାଖରେ ଜୋତା ନାହିଁ ସେ କାନ୍ଦୁଛି।ଦୁଃଖ ତ ସମସ୍ତଙ୍କ ଜୀବନରେ ଥାଏ ବଡ଼ କଥା ହେଉଛି ତାକୁ କେହି କହି ହୁଏ, କେହି ଲୁଚେଇ ରଖେ।
ମୁଁ ଯେଉଁଁଦିନ ପ୍ରଥମେ ଇଞ୍ଜିନିୟରିଂ ପଢ଼ିବାକୁ କେଉଁଝର ଆସିଲି ,ସେହିଦିନ ମୁଁ ଭିନ୍ନ କିଛି ଦେଖିବାକୁ ପାଇଲି ଯେ ଜଣେ ମାଉସୀ, ପ୍ରାୟତଃ ଚାଳିଶି ପଚାଶ ବୟସ ହେବ ରାସ୍ତା କଡରେ ଠେଲା ପକାଇ ଗୁପଚୁପ୍ ବିକୁଥିଲେ।ତା'ଙ୍କୁ ଦେଖିସାରି ମୁଁ ଭାବିଲି ଆମ ଉନ୍ନତ ସମାଜ ର ଝିଅମାନେ ଯେତେବେଳେ ଟିକେ କିଛି କାମ କରି ଥକି ପଡନ୍ତି।ଆଉ ସେମାନଙ୍କୁ ଯଦି କିଛି କାମ କରିବାକୁ କହୁତ I am so tired କହି ପଳାନ୍ତି।ସେଦିନ ସେସବୁ ବିିଷୟରେ ବହୁତ ସମୟ ଚିନ୍ତା କଲାପରେ ପୁଣି ଭାବିିଲି ହୁଏତ ଏଠାକାର ନିିିୟମ ଥାଇ ପାରେ ସ୍ତ୍ରୀ ଲୋକମାନେ ଗୁପଚୁୁୁପ୍ ବିକିବାର।
ମୋ ମନ କିନ୍ତୁ ମାନିବାକୁ ନାରାଜ, କିଛି ଦିନ ପରେ ତାଙ୍କ ବିଷୟରେ ପଚରାଉଚରା କରି ଯାହା ଜାଣିବାକୁ ପାଇଲି ସେ ଏକା ମହିଳା ଯିଏ କି ଏଠି ଗୁପଚୁୁୁପ୍ ବିକନ୍ତି।ତ ପରେ ଯାହା ଜାଣିବାକୁ ପାଇଲି ତାକୁ ଜାଣିସାରି ବହୁତ ଦୁଃଖ ଲାଗିଲା।
ସେ ଦିନସାରା ସବୁ କାମସାରି ଆସନ୍ତି ଗୁପଚୁୁୁପ୍ ବିକିବାକୁ,ଆଉ ଯେତିକି ଟଙ୍କା ହୁଏ କିଛି ଦେଇ ଦିଅନ୍ତି ତାଙ୍କ ପୁଅ ପଢ଼ା ଖର୍ଚ୍ଚ ପାଇଁ, ଯିଏ ଏବେ ଫକୀର ମୋହନ ବିଶ୍ୱବିଦ୍ୟାଳୟ ରେ +୩ କରୁଛି।ଆଉ ଯେତିକି ଟଙ୍କାରେ ସେ ଗୁପଚୁୁୁପ୍ ତିଆରି କରିବା ପାଇଁ ଜିନିଷ କିଣନ୍ତି ଆଉ ନିଜେ ଚଳନ୍ତି। ଚାରିବର୍ଷ ତଳେ ତାଙ୍କ ସ୍ୱାମୀ ହୃଦଘାତ୍ ରେ ମରିଯାଇଛନ୍ତି।ଆଉ ତାଙ୍କ ସ୍ୱାମୀଙ୍କ ବୃତ୍ତି କୁ ସେ ଆଦରି ନେଇଛନ୍ତି ତାଙ୍କର ପରିବାର ଭରଣପୋଷଣ ପାଇଁ। ଏତେ ସବୁ ଶୁଣି ସାରିଲା ପରେ ମୁଁ ନିଜେ ଯାଇ ତାଙ୍କୁ ସବୁକଥା ପଚାରିବାକୁ ନିଷ୍ପତ୍ତି ନେଲି।ତାଙ୍କ ପାଖକୁ ଗଲି ସିନା କିନ୍ତୁ ମୋର ସାହାସ ପାଇଲାନି ତାଙ୍କୁ ପଚାରିବାକୁ।
ତାଙ୍କ ମୁହଁ ରେ ଥିଲା ଚିରନ୍ତନ ହସ ମୁଖରେ ଦୁଃଖର କୌଣସି ଆଭାସ ନାହିଁ। ଯେପରି ନୀଳକଣ୍ଠ ହୋଇ ସବୁ ଦୁଃଖକୁ ପିଇ ନେଇଛନ୍ତି ସେ। ମନରେ ଏତେ ଦୁଃଖ ଥାଇ ଜଣେ ଏତେ ଖୁସିରେ କେମିତି ରହିପାରେ, ସତରେ ମା' ତୁ କେତେ ମହାନ୍ ଏତେ ସହନଶୀଳତା ତୁ ଆଣୁଛୁ କଉଠୁ। ମୁଁ ଯେତେବେଳେ ବି ଏକଥା ତାଙ୍କୁ ପଚାରିଲି ସେ ମନ ଦୁଃଖ କରିଥିଲେ ସତ କିନ୍ତୁ ଆଉ କାହାପରି ସେ କହି ହୋଇ ନଥିଲେ। ସେ ଆହୁରି ହସି ହସି କହୁଥାନ୍ତି ବାବୁରେ ଗୁପଚୁୁୁପ୍ ଖାଉନୁ, କେତେ ଟଙ୍କା ରେ ଦେବି।କିନ୍ତୁ ଆଜିର ଆଧୁନିକ ଯୁଗର ଝିଅ ରାତି ପର୍ଯ୍ୟନ୍ତ Bar ରେ ରହିପାରିବେ କିନ୍ତୁ ମା'ଙ୍କୁ ରୋଷେଇ ରେ ସାହାଯ୍ୟ କଲେେ makeup ଖରାପ ହୋଇଯିବ।
ସତରେ କେହିଜଣେ ସତ କହିଛନ୍ତି"ଭଗବାନ ତ ସମସ୍ତଙ୍କୁ ଦୁଃଖ ଦିଅନ୍ତି କିନ୍ତୁ ତାକୁ ଭୃକ୍ଷେପ ନକରି ଯିଏ ଖୁସିର ସନ୍ଧାନରେ ଆଗକୁ ବଢି ଚାଲିଥାଏ ସିଏ ହିଁ ପ୍ରକୃତ ସୁଖୀ"।