Banamali Pattanaik

Horror

4.8  

Banamali Pattanaik

Horror

ପ୍ରେତାତ୍ମା

ପ୍ରେତାତ୍ମା

3 mins
606


ସେ ଦିନର ଏକ ଘଟଣା।ଆଜିବି ମୋର ସେହିକଥା ମନେ ଅଛି।ମୋ ଆଖି ଆଗରେ ଖାଲି ନାଚୁଛି ସେଇ ଅତୃପ୍ତ ଆତ୍ମାର ଝଲକ ।ସେହିଦିନର ଘଟଣା ଭାବିଲା ବେଳକୁ ମୋ ଶରୀରର ପ୍ରତ୍ୟେକ ଲୋମ ଠିଆ ହୋଇଯାଉଛି।ଦେହ ମୋର ଥରିବାକୁ ଲାଗୁଛି।ଏକ ଅନ୍ଧାର ରାତିର କଥା,ଏକ ଅଭୁଲା ରାତିର କଥା......


ସେ ଦିନ ଥାଏ କାର୍ତ୍ତିକ ମାସ ଶୀତୁଆ ରାତି ।ଜହ୍ନର ଜ୍ୟୋତ୍ସ୍ନାରେ ଆଲୋକିତ ଦିଶୁଥିଲା ଧରା ।ଆକାଶର ରଙ୍ଗ ବଦଳି ନଥିଲା,ସବୁଦିନ ପରି ଆକାଶର ରଙ୍ଗ ନୀଳ ଦିଶୁଥାଏ।ଆଉ ସେହି ନୀଳ ଆକାଶର କୋଳରେ ତାରାମାନେ ଖେଳୁଥା'ନ୍ତି ।ମୋର ଠିକ ମନେଅଛି ସେଦିନର ସେଇ ଅତୃପ୍ତ ଆତ୍ମାର କରାଳ ରୂପର କାହାଣୀ।କାର୍ତ୍ତିକ ମାସ ଶୁକ୍ଲପକ୍ଷ ଚାରିଆଡେ ଆଲୋକରେ ଦାଉ ଦାଉ ହୋଇ ଦିଶୁଥାଏ ସବୁକିଛି।କାର୍ତ୍ତିକ ମାସ ଧର୍ମର ମାସ,ସେଥିପାଇଁ ଗାଁ'ର ପ୍ରାୟ ଲୋକମାନେ ରାତିରୁ ଉଠି ଗାଧୁଆସାରି ମନ୍ଦିର ଯାଆନ୍ତି।ମୁଁ ବି ସମସ୍ତଙ୍କପରି ସକାଳୁ ସକାଳୁ ଶିତକୁ ତିଳେ ବି ଖାତିରି ନକରି ଭୋର ଚାରିଟା ସମୟରେ ଉଠି,ଗାଧୁଆସାରି ଧର୍ମ କରିବାପାଇଁ ଗାଁରେ ବିଜେ କରିଥିବା ଚଳନ୍ତି ଠାକୁର ବାବା ରାମେଶ୍ୱରଙ୍କ ମନ୍ଦିରକୁ ଯାଏ। କିନ୍ତୁ ସବୁଦିନର ଘଟଣାଠୁ ସେଇଦିନର କାହାଣୀ ମଧ୍ୟରେ ଥିଲା ଆକାଶ,ପାତାଳ ତଫାତ ।


ଭୋର ସକାଳ ହଠାତ ମୋର ନିଦ ଭାଙ୍ଗିଗଲା।କାନ୍ଥରେ ଝୁଲୁଥିବା ଘଣ୍ଟାକୁ ଚାହିଁଲା ବେଳକୁ,ଠିକ ପାଞ୍ଚଟା ବାଜିଥିଲା ।ମୁଁ ତରତର ହୋଇ ଉଠିଗଲି।କାହିଁକିନା ସବୁଦିନ ଠୁ ସେଦିନ ବହୁତ ଡେରିରେ ଉଠିଥିଲି।ମୁହଁ ଧୋଇବାକୁ ମଧ୍ୟ ଭୁଲିଯାଇଥିଲି।ମୋର ପୁରୁଣା ସାଇକେଲ ଧରି ବହାରିପଡ଼ିଲି ଗାଧୋଇବାକୁ।ଆମର ଗାଁ ଦେଇ ବହିଯାଇଛି ଗୋଟିଏ ଛୋଟ ନଈ ଟିଏ ନାମ ଖରଖରୀ।ସେହି ନଈ କି ଗାଧେଇବାକୁ ଯିବାକୁ ପଡୁଥାଏ ସବୁଦିନ।ଘରଠାରୁ ଦୂରତା ପ୍ରାୟ ପାଞ୍ଚଶହ ମିଟର ହବ।ଥଣ୍ଡା ବହୁତ ମାତ୍ରାରେ ଲାଗୁଥାଏ।ତଥାପି ମୁଁ ମୋ ବାଟରେ ସାଇକେଲ ଧରି ଚାଲିଲି.....

ଆମ ଗାଁର ନଈ ପାଖରେ ପହଞ୍ଚିଗଲି। ସେଠାରେ ସାଇକେଲ ରଖି ମଳତ୍ୟାଗ କରିବାକୁ ଚାଲିଗଲି। ହେଲେ ସବୁଦିନ ଠୁ ସେଦିନ ମୋତେ କିଛି ଅଲଗା ଅଲଗା ଲାଗୁଥାଏ କିନ୍ତୁ ମୁଁ କିଛି ଜାଣିପାରୁନଥାଏ। ମୁଁ ଭାବୁଥାଏ କି ସକାଳ ହେଇଗଲାଣି ଏବେ ଲୋକମାନେ ଧୀରେ ଧୀରେ ଯିବା ଆସିବା କରିବେ କିନ୍ତୁ ସେହିଦିନ କେହିମଧ୍ୟ ଅସୁନଥିଲେ।ତଥାପି ମୋ ମନରେ ଜମା ମଧ୍ୟ ଡର ନଥିଲା। କାହିଁକିନା ମୁଁ ଭାବୁଥିଲି ସକାଳ ହୋଇଗଲାଣି କିନ୍ତୁ ନା.... ସମୟ ସିନା ସକାଳ ହେବାକୁ ଯାଉଥିଲା।ହେଲେ...ବାସ୍ତବତାର ଚିତ୍ର କିଛି ଅଲଗାଥିଲା।

ମୁଁ ପୋଲ ତଳକୁ ଗଲି, କିନ୍ତୁ ସେତେବେଳେ ମୋତେ ଏମିତି କିଛି ଲାଗୁଥିଲା କି ମୋ ପାଖରେ କିଏ ଅଛି?ମୋତେ ପରିବେଶର ପବନ କିଛି ଅଲଗା ଲାଗୁଥାଏ।ପରିବେଶ ଯେତେ ବଦଳୁଥାଏ ମୋତେ ଧୀରେ ଧୀରେ ଡର ଲାଗୁଥାଏ।ପରିସ୍ଥିତି ସେତେବେଳକୁ ଏତେ ଭୟଙ୍କର ହୋଇଗଲାଣି କି ମୋ ଜାଗାରେ ତୁମେମାନେ କିଏ ଥିଲେ ନିଶ୍ଚୟ ବୁଝିପାରିଥା'ନ୍ତ ।ମୋତେ ସେତେବେଳକୁ ବହୁତ ଡର ଲାଗୁଥାଏ,କିନ୍ତୁ ମୁଁ ମୋର ମନକୁ ବୁଝାଇ ଦେଉଥାଏ କି ସକାଳ ହୋଇଗଲାଣି।ଦାନ୍ତ ଘଷୁଥାଏ....ହଠାତ ଗୋଟେ ସାଇକେଲ ପଡିବାର ଶବ୍ଦ ଶୁଣାଗଲା।ବହୁତ ଜୋରରେ ଶୁଣାଗଲା।ମୁଁ ଭାବିଲି ମୋର କୋଉ ସାଙ୍ଗ ଆସିଛି ବୋଧେ ଗାଧେଇବାକୁ ମୋତେ ଡରଉଛି।ମୁଁ ବଡ ପାଟିରେ ଚିଲେଇକି କହିଲି"କିଏ ରେ ତୁ,ଆସେ ଶୀଘ୍ର ଗାଧୋଇକି ଯିବା ଡେରି ହେଲାଣି",କିନ୍ତୁ ମୋ ଡାକ କେହିବି ଶୁଣିଲେଣି।କେହିବି ଆସିଲେନି।ମୋ ମନ ଜମା ବୁଝିଲାନି । ମୁଁ ଉପରକୁ ଗଲି ଆଉ ଦେଖିଲା ବେଳକୁ ମୋର ସାଇକେଲ ଯେମିତି ଥିଲା ଠିକ ସେମିତି ଅଛି ।ସେହି ଜାଗାରେ ହିଁ ଅଛି। ସେତେବେଳକୁ ମୋତେ ବହୁତ ଡର ଲାଗୁଥିଲା।ପୁଣି ତଳକୁ ଆସିଲି।ମୋର ବାମପଟ ଉପରକୁ ଗୋଟେ ଧଳାରଙ୍ଗର ମଣିଷ ଆକାରର କିଛି ଗୋଟେ ଠିଆ ହୋଇଛି(ପୋଲ ଉପରେ)। ମୁଁ ତାକୁ ସମ୍ନାରୁ ଦେଖୁନଥିଲି,ତାକୁ କଣେଇ କଣେଇ ଦେଖୁଥିଲି।ଦୁଇରୁ ତିନି ମିନିଟ ଗଲାପରେ ସେ ମଣିଷ ଯେମିତି ପାଣିକି ଡିଅନ୍ତି ସେମିତି ଡେଇଁଲା ହେଲେ ପାଣି ଟିକେ ବି ଚହଳିଲାନାହିଁ କିନ୍ତୁ ଡେଇଁବାର ଶବ୍ଦ ଶୁଣାଗଲା।ସେତେବେଳକୁ ମୋର ଛାତି ଗୋଟାରଙ୍ଗେ ଥରୁଥାଏ।ତଥାପି ମନରେ ଦମ୍ଭ ଧରିଲି ଆଉ ତାକୁ ଜଗିଲି,ଆଉ ଏଥିପାଇଁ ଜଗିଲି କି ଜାଣିବାପାଇଁ ଚାହୁଁଥିଲି ସେ ମଣିଷ ନା ଆଉ କିଏ? ଯଦି ସେ ମଣିଷ ହେଇଥିବ ତାହାହେଲେ ସେ ଶୀତ ଦିନରେ ଥଣ୍ଡା ପାଣିରେ ବେସି ସମୟ ବୁଡିକି ରହିପାରିବନି। ପରିଶେଷରେ ମୋର ଅନୁମାନ ସତ ପ୍ରମାଣିତ ହେଲା ସେ ମଣିଷ ନଥିଲା, ସେ ଥିଲା ପ୍ରେତାତ୍ମା । କାରଣ ସେ ଆଉ ପାଣିରୁ ବାହାରକୁ ଆସିଲାନାହିଁ।ମୁଁ ଡରି ଡରି ପାଣି ଭିତରକୁ ଗଲି ଏବଂ ଗାଧେଇବା ସମୟରେ ହଠାତ ଗୋଟେ ବଡ ମାଛ ମୋ ପାଖଦେଇ ଡେଇଁପଡ଼ିଲା।ମୁଁ ମୋର ଗାଧୁଆ ଅଧାରେ ରଖି ସେଠାରୁ ଶୀଘ୍ର ଆସିଗଲି।ଗାଁରେ ମୋତେ ବୟସ୍କ ବ୍ୟକ୍ତି କହିଲେ ଯେ,ସେଠାରେ ଆତ୍ମା ବୁଲୁଛି।ମୁଁ ତାଙ୍କ କଥାକୁ ବିଶ୍ୱାସ ନକରି ରହିପାରିଲିନି।କାରଣ ମୁଁ ମୋର ଏହି ଘଟଣା ଅଙ୍ଗେ ନିଭେଇଛି।ନିଜ ଆଖିରେ ଦେଖିଛି।

ସେହିଦିନ ସକାଳୁ ମୋତେ ପ୍ରବଳ ଜ୍ୱର ଆସିଗଲା।ବହୁତ ଔଷଧ ଖାଇବାପରେ ମଧ୍ୟ ଟିକେ ବି ଭଲହେଲାନାହିଁ ।ଶେଷରେ ଆମ ଗାଁ ରେ ଥିବା ମା ମଙ୍ଗଳାଙ୍କ ମନ୍ଦିର ଯାଇ ସେଠାକାର ପୂଜାରୀକୁ କହିବାରୁ ସେ ମୋତେ ଝଡା, ଫୁଙ୍କା କରିଲେ। ତା...ପରେ ମୁଁ ଧୀରେ ଧୀରେ ପୁରା ସୁସ୍ଥ ହୋଇଗଲି।

ଏ କାହାଣୀ ହୁଏତ କାହାକୁ ମିଛ ଲାଗିପାରେ,କିନ୍ତୁ ଏହା ସତ୍ୟ ଘଟଣା ଉପରେ ଆଧାରିତ। ଧନ୍ୟବାଦ।


రచనకు రేటింగ్ ఇవ్వండి
లాగిన్

More oriya story from Banamali Pattanaik

Similar oriya story from Horror