Bihari Majhi

Horror

4.7  

Bihari Majhi

Horror

ପ୍ରେତାତ୍ମ।

ପ୍ରେତାତ୍ମ।

3 mins
394



ସେତେବେଳେ SAMSUNG ମୋବାଇଲ୍ ର ଜମାନା ଥିଲା। ମୁଁ ନୂଆଁ କରି କଲେଜ୍ ଯାଉଥାଏ। ମୋର ବୟସ ସେତେବଳେ ୧୭ କିମ୍ବା ୧୮ ହେଉଥାଏ। ବାପା ଖୁସିରେ ଗୋଟେ SAMSUNG ମୋବାଇଲ୍ କିଣି ଦେଇଥାନ୍ତି ମୋ ପାଇଁ। ପିଠିରେ ବ୍ୟାଗ୍ ଓ ହାତରେ ମୋବାଇଲ୍ ଧରି ମୁଁ ଖୁସି ରେ କଲେଜ୍ ଯାଉଥାଏ। କଲେଜ୍ ରେ ନୂଆଁ ସାଙ୍ଗ ମାନଙ୍କ ଗହଣ ରେ ପାଠ ପଢା ସହ ଖୁବ୍ ମଜା ନେଉଥଲି।


ଦିନକର କଥା ମୋର ଜଣେ ସାଙ୍ଗ ତା ଜନ୍ମ ଦିନକୁ ଡାକିଲା। କହିଲା, ଆରେ ବିହାରି(ମୋ ନାଁ ବିହାରି) ଆସନ୍ତା କାଲି ମୋ ଜନ୍ମ ଦିନ, ତତେ ନିମନ୍ତ୍ରଣ ରହିଲା ତୁ ନିଶ୍ଚୟ ଆସିବୁ । ନୂଆଁ ସାଙ୍ଗ ଡାକିଛି ତ! ମୁଁ ଆଉ ମନା କରି ପାରିଲି ନାହିଁ। ତା କଥା ରେ ହଁ ମାରିଲି। ତା ପରଦିନ ବାହାରିଲି ସାଙ୍ଗ ଘର ଅଭିମୁଖେ। ଆମ ଗାଁ ଠୁ ମାତ୍ର ୧୫ କି.ମି. ଦୂର ବରପାଲି। ସେଠି ମୋ ସାଙ୍ଗ ରିତିକ ରହେ। ସେଠିକି ପହଞ୍ଚିଲା ବେଳକୁ ସନ୍ଧ୍ୟା ପ୍ରାୟ ସାଢେ଼ ଛଅ ଟା ହେଇଥିବ। ଯାହାବି ହେଉ ଭଲରେ ଭଲରେ ପହଞ୍ଚିଲି। ଜନ୍ମ ଦିନ ପାଳନ ହେଲା। କେକ୍ କାଟି ରିତିକ୍ ତା ସମସ୍ତ ସାଙ୍ଗ ମାନଙ୍କୁ ଖାଇବାକୁ ଦେଲା। ଜନ୍ମଦିନ ର ଶୁଭ ମନାସି ସାଙ୍ଗମାନେ ଯେଝା ଘରକୁ ଗଲେ। ଆଉ ମୁଁ ବା ସେଠି ରହନ୍ତି କିପରି। ରୀତିକ ଠୁ ଅନୁମତି ନେଇ ବାଇକ୍ ଧରି ସିଧା ଘର ଅଭିମୁଖେ ବାହାରି ପଡ଼ିଲି।


ସମୟ ପାଖାପାଖି ରାତି ୯.୩୦ ମିନିଟ। ଶ୍ରାବଣ ମାସ । ଆକାଶ ରେ ମେଘ।ତୁହକୁତୁହା ବର୍ଷା, ପୁଣି ତା ସାଙ୍ଗକୁ ବିଜୁଳି ଓ ଘଡଘଡି। ବର୍ଷା ଯୋଗୁଁ ଲାଇଟ୍ କଟି ଯାଇଛି। ପୁରାପୁରି ଅନ୍ଧାର। ଏମିତି ପରିସ୍ଥିତି ରେ ଆଗକୁ ଯିବାକୁ ଉଚିତ୍ ମନେ ନ କରି ଗୋଟେ ପାନ ଦୋକାନ ରେ ଅଟକି ଗଲି। ଭାବିଲି ବର୍ଷା ଟିକେ କମିଯାଉ ,ତା ପରେ ଯିବି  

। ସେଠି କିଛି ସମୟ ରହିଗଲା ପରେ ବର୍ଷା ଟିକେ ଟିକେ କମିବାକୁ ଲାଗିଲା। ବାଇକ୍ ଧରି ପୁଣି ବାହାରିଲି ଘର ଅଭିମୁଖେ।ନିଛାଟିଆ ରାସ୍ତା, ଝିଁ ଝିଂ ରାତି, ମୋ ବାଇକ୍ ର ହେଡ୍ ଲାଇଟ୍ ଟା ଯଦିଓ ଭଲ ଜଳୁନଥିଲା ତଥାପି ରାସ୍ତା ଦେଖିବାରେ କିଛି ଅସୁବିଧା ନଥିଲା। ନିଛାଟିଆ ରାସ୍ତା ରେ ମୁଁ ଆଗକୁ ଆଗକୁ ଯେତିକି ଯାଉଥାଏ, ମତେ ସେତିକି ଭୟ ମଧ୍ୟ ଲାଗୁଥାଏ।


ଆଗକୁ ବଳିଟିକିରା ଛକ। ସେଠୀ କୁଆଡେ ରାତି ରେ ପ୍ରେତ ମାନେ ଏକୁଟିଆ ଦେଖି ଲିଫ୍ଟ ମାଗନ୍ତି। ଏକଥା ମନେ ପଡ଼ିଲା ରୁ ଭୟରେ ମୋ ଦେହର ଲୋମ ଗୁଡ଼ିକ ଟାଙ୍ଗୁରି ଉଠିଲା।


ମୁଁ ବଳିଟିକିରା ଛକରେ ପହଞ୍ଚିଲି। ସତକୁ ସତ ସେଠି ଜଣେ ସୁନ୍ଦରୀ ତରୁଣୀ ମୋ ଗାଡ଼ିକୁ ଅଟକାଇ ଲିଫ୍ଟ ମାଗିଲା। ସେତେବେଳକୁ ମୁଁ ଆଉ ଦମ୍ଭ ଧରି ରହିପାରିଲି ନାହିଁ। ଭୟ ରେ ମୋ ଗୋଡ଼ ହାତ ଥରିବାକୁ ଲାଗିଲା। ଭଗବାନ ଙ୍କୁ ଡାକି କିଛିଟା ସାହାସ ସଞ୍ଚୟ କରି ପଚାରିଲି, କୋଉଠି କି ଯିବେ? ସୁନ୍ଦରୀ ତରୁଣୀ କହିଲା.. ଆଗକୁ ଆନନ୍ଦ ବଜାର ଛକ, ସେଠି ମତେ ଡ୍ରପ କରିଦେବେ । ମୁଁ ପଛକୁ ଚାହିଁଲି ନି, ଡରିମରି ହଁ ମାରିଲି, ବସିବାକୁ କହିଲି। ତରୁଣୀ ଟି ବସିଲା ମୁଁ ପଛକୁ ଚାହିଁଲି ନି। ଭଗବାନ ଙ୍କୁ ଡାକି ଭୟରେ ଥରି ଥରି ଆଗକୁ ଗାଡ଼ି ବଢ଼ାଇଲି। ସେଠୁ ୨ କି.ମି . ଆନନ୍ଦ ବଜାର ଛକ। ସେଠିକି ପହଞ୍ଚି ବାଇକ୍ ଅଟକାଇ କହିଲି, ମାଡlମ ଅପଣ ଙ୍କ ଛକ ଆସିଗଲା ଓହ୍ଲେଇ ପଡନ୍ତୁ। ଉତ୍ତର କିଛି ମିଳିଲା ନାହିଁ। ପଛକୁ ଚାହିଁଦେଲି ମୋ ଗୋଡ଼ ହାତ ଥରିବାକୁ ଲାଗିଲା। ଗାଡ଼ି ପଛରେ ସୁନ୍ଦରୀ ତରୁଣୀ ନ ଥିଲା।

ପୁଣି ଭଗବାନ ଙ୍କ ନାଁ ନେଇ ସାହାସ କରି ଘରକୁ ଆସିଲି। ଘରେ ବାପା ବୋଉ କୁ ସବୁ କହିଲି। ବାପା କହିଲେ ତୋ ଭାଗ୍ୟ ଭଲ, ପ୍ରେତ ମୁଁହ ରୁ ବଞ୍ଚିଗଲୁ। ତହିଁ ଆରଦିନ ସକାଳୁ ମୋ ଜେଜେ ଗାଁ ର ଅନାଦି ଗୁଣିଆ କୁ ଡାକି ମତେ ଝଡାଫୁଙ୍କl କଲେ। ଅନାଦି ଗୁଣିଆ ଯାହା ଘରକୁ ଝାଡ଼ଫୁଙ୍କା କରିବାକୁ ଯାଏ, ମଦପିଆ ବାବଦକୁ ୫୦ ଟଙ୍କା ନେଇଥାଏ। ତେଣୁ ମୁଁ ମଧ୍ୟ ତାଙ୍କୁ ୫୦ ଟଙ୍କା ଦେବାପାଇଁ ମୋ ପ୍ୟାଣ୍ଟ ପ୍ୟାକେଟ ରେ ଥିବା ପଇସା ଆଣିବାକୁ ଗଲି। କିନ୍ତୁ ମୋ ପ୍ୟାଣ୍ଟ୍ ପକେଟ୍ ରେ ନା ଥିଲା ପର୍ସ, ନା ଥିଲା ମୋବାଇଲ।

ତାପରେ ମୁଁ ଜାଣିଗଲି, ମତେ ଲିଫ୍ଟ ମାଗିଥିବା ସୁନ୍ଦରୀ ତରୁଣୀ ଟି ପ୍ରେତାତ୍ମା ଥିଲା ନା ଅନ୍ୟ କିଛି ।


Rate this content
Log in

More oriya story from Bihari Majhi

Similar oriya story from Horror