ପ୍ରେରଣା
ପ୍ରେରଣା




ମୁଁ କଲେଜରେ ପଢ଼ିବା ସମୟରେ ଏମିତି କିଛି ଖେଳ ପ୍ରତିଯୋଗିତା ହେଉ ନ ଥିଲା। ଏ ୩କେ ଦରମାରେ ଏକ୍ସଟ୍ରା କାମ ମୁଁ କରିବିନି। ମୁଁ ମୋ ଲ୍ୟାଵରେ ଯାଇ ବସି ପଡିବି।
ଶାନ୍ତି....ହୋଃ.....
୧ଘଣ୍ଟା ପରେ......
ଦୀପା ମ୍ୟାଡାମ୍- "ମ୍ୟାଡାମ୍....ମ୍ୟାଡାମ୍ କିଏ ଅଛନ୍ତି କି......ମ୍ୟାଡାମ୍! ଏଇଠି କଣ କରୁଛନ୍ତି? ମେକାନିକାଲ ଇଂଜିନିୟରିଂ ଡିପାର୍ଟମେଣ୍ଟରେ କମ୍ପିଟିସନ୍ ଆରମ୍ଭ ହୋଇଗଲାଣି, ଶୀଘ୍ର ଆସନ୍ତୁ..ଭୋଲେନ୍ଟେର୍ ଦରକାର।"
"ଆସୁଛି... ଆସୁଛି..." ସି.ଏସ୍.ସି.ରୁ ବାହାରି ଦୀପା ମ୍ୟାଡାମ୍ ସହ ଆସିଲି।
ଷ୍ଟୁଡେଣ୍ଟ୍ ସବୁ ବଢ଼ିଆ ଆର୍ଟ ବନେଇଥିଲେ। ସେ ସବୁ ଦେଖି ମୋତେ ମୋ ସ୍କୁଲର କଥା ମନେ ପଡ଼ିଲା। ଏ ସବୁ ଦେଖିଲେ ଲାଗୁଛି, ସବୁ ଷ୍ଟୁଡେଣ୍ଟ୍ ନିଶ୍ଚୟ ଏକ ସପ୍ତାହ ଏ ସବୁ ଆର୍ଟ ପାଇଁ ଅଭ୍ୟାସ କରିଥିଲେ।
ଆଗରୁ ଅନ୍ୟ ମ୍ୟାଡାମ୍ ପ୍ରତିଯୋଗିତା ଆରମ୍ଭ କରି ଶେଷ କରିବା ଉପରେ।
ଖାଲି ଖାଲିରେ ଆସିଗଲି ଏଇଠି କି.....
ତାପରେ ଫୋଟୋ, ସେଲ୍ ଫି ସମସ୍ତଙ୍କର ଚାଲିଲା.... ଏତିକି ବେଳେ ମେକାନିକାଲ ଇଂଜିନିୟରିଂର ସାର୍ ଜଣେ ଆସି କହିଲେ- "ଆପଣ ମ୍ୟାଡାମ୍ ସମସ୍ତଙ୍କୁ ଡିନ୍ ସାର୍ ପଡିୟାକୁ ଆସିବାକୁ କହିଛନ୍ତି... ସମସ୍ତେ ଆସନ୍ତୁ।"
ସମସ୍ତେ ବେଗ ପବନରେ ଯାଇ ସେଠାରେ ପହଁଚି ଗଲୁ।
ଆଗରେ ପଡ଼ିଥିଲା ୨୦ଟା ଚେୟାର.... ରେଣୁକା ମ୍ୟାଡାମ୍ ଆସି ସମସ୍ତଙ୍କ ନାମ ଲେଖି ନେଲେ। ଚାରି ଆଡେ଼ ଷ୍ଟୁଡେଣ୍ଟ୍ ଘେରି ରହିଛନ୍ତି। ମ୍ୟାଡାମ୍ ମାନଙ୍କ ମ୍ୟୁଜିକାଲ୍ ଚେୟାର କମ୍ପିଟିସନରେ ମୋ ନାଁ ମଧ୍ୟ ଆସିଯାଇଥିଲା।
ଖେଳ ଆରମ୍ଭ ହୋଇଗଲା। ଗୋଲ୍ ବୁଲିବା ସମୟରେ ଷ୍ଟୁଡେଣ୍ଟ୍ ସବୁ "ମ୍ୟାଡାମ୍.... ମ୍ୟାଡାମ୍..." ଚିୟର୍ କରୁଥିଲେ। ପ୍ରଥମ ଦୁଇ ଗୋଲ୍ ବୁଲିବା ସମୟରେ ମୁଁ ଏଇ ସବୁ ସାମାନ୍ୟ ଭାବି ଚାଲୁଥିଲି, କିନ୍ତୁ ତୃତୀୟ ଗୋଲ୍ ବେଳେ ମୁଁ ଆଉ ଜଣେ ମ୍ୟାଡାମ୍ ପାଇଁ ୧୦ରୁ ଗୋଟିଏ ଚେୟାର ଖାଲି ରହିଗଲା। ସେଇ ମୁହୂର୍ତ୍ତ ମୁଁ ଦୌଡ଼ିବା ଆରମ୍ଭ କରିଲା ବେଳେ ମୁଁ ଷ୍ଟୁଡେଣ୍ଟ୍ ମାନଙ୍କୁ ଦେଖିଲି..... ସେଇ ସମୟ ପାଇଁ ସେମାନଙ୍କ ନଜର, ଚିୟର ମୋ ପାଇଁ ଥିଲା। ଶହ ଶହ ସ୍ୱର ମୋତେ ଗୋଟିଏ ମୁହୂର୍ତ୍ତ ପାଇଁ ମଧ୍ୟ ଏକାଠି ଉଠିବ, ଏହାର ଅନୁଭବ ପ୍ରଥମ ଆଉ ନିଆରା ଥିଲା।
ଜୀବନରେ ମୁଁ ଯେଉଁ ଚାକିରି କୁ କମ୍ ଦରମା ଯୋଗୁଁ ତୁଚ୍ଛ ମନେ କରୁଥିଲି, ଆଜି ସେଥିରୁ ଗୋଟିଏ ଶିକ୍ଷା ପାଇଥିଲି। ଦରମା ମତେ ଦୁଃଖି କରିଥିଲା, କିନ୍ତୁ କାମ ସନ୍ତୁଷ୍ଟି ଦେଇଥିଲା। ସେ ଚିୟର୍ ମତେ ନିଜକୁ ଅସୁବିଧା ସମୟରେ ଦୌଡ଼ିବା ଆଉ ନିଜକୁ ସକାରାତ୍ମକ ଶକ୍ତି ଯୋଗାଇବାର ମହତ୍ତ୍ଵ ବୁଝାଇ ଦେଇଥିଲା।
ଆଜି ସେଇ ଶିକ୍ଷା ଜୀବନରୁ ବହୁ ଦୂରକୁ ଆସିଯାଇଛି, କିନ୍ତୁ କାର୍ଯ୍ୟ ଜୀବନର ବିସ୍ତୃତିରେ ଗର୍ବର ସହ କହୁଛି-"ମୁଁ ଦିନେ ଲ୍ୟାଵ ପ୍ରୋଗ୍ରାମର୍ ଥିଲି।"
My thanks to all Students