STORYMIRROR

ଅଶୋକ କୁମାର ମହାନ୍ତ l

Abstract Horror Fantasy

4  

ଅଶୋକ କୁମାର ମହାନ୍ତ l

Abstract Horror Fantasy

ପ୍ରେମ ନୁହଁ ପ୍ରତିଜ୍ଞା

ପ୍ରେମ ନୁହଁ ପ୍ରତିଜ୍ଞା

5 mins
342


ମନରେ ଭରିରହିଛି ଅନେକ ଆକାଂକ୍ଷା l ଜାଣେନି କଣ ପାଇଁ ଆସିଛି, ବୋଉ କହେ ଜାଗର ଦିନ ଦୀପ ପ୍ରଜ୍ଜୋଳନ କଲେ ମହାଦେବ ମନସ୍କାମନା ଶୁଣିଥାଆନ୍ତି , ମନ୍ଦିରର ଚତୁଃପାର୍ଶ୍ଵରେ ବେଢ଼ି ରହିଛନ୍ତି ଲୋକେ କେତେ ଝକ୍ ଯମକ ରେ ବିଭିନ୍ନ ଡ୍ରେସ ପିନ୍ଧି ବୁଲୁଛନ୍ତି ଦେଖିଲେ ମନେ ହେଉଛି ଯେପରି ତାଙ୍କ ମନ ଆହ୍ଲାଦରେ ପରିପୂର୍ଣ୍ଣ ପ୍ରାୟ l ଗହଳି ମଧ୍ୟରେ କାହାକୁ ଠିକ୍ ଭାବରେ ପରଖି ମଧ୍ୟ ହେଉନି l କେତେ କେତେ ଅଜଣା ଛବି ଆଖିଆଗରେ ଝଲସି ଉଠି ଉଭାନ ହୋଇଯାଉଛନ୍ତି ତାହା ଗଣନା ଠାରୁ ବାହାରେ l 

      କୋମଳ ବତି ବାଳକ ବାଳିକା ମାନେ କ୍ରୀଡାରତ , କିଏ କାହା କୁ ଝିଙ୍କି ପକାଉଛି ତ ପୁଣି କିଏ କାହା ହାତ ଧରି ଓଟାରି ନେଉଛି l ଆଉ ଟିକିଏ ଆଗକୁ ଯିବା ଏଇ ମନ୍ଦିର ସମ୍ମୁଖ ରେ ବସିରହିଛନ୍ତି ମାଆ ଭଉଣୀ ଆଉ କେତେଜଣ ବୟଜେଷ୍ଠ ପୁରୁଷ ତଥା ନବଯୌବନ ରେ ପଦାର୍ପଣ କରିଥିବା ଯୁବକ ଓ ଯୁବତୀ ମାନେ l ଛୋଟ ଛୁଆ ମାନଙ୍କୁ ଦେଖି ମନେ ପଡ଼ି ଯାଉଛି ଛୋଟ ବେଳେ ମାଆ ଦିଦି ଆଉ ଭାଉଜ ସହିତ ଏଇ ମନ୍ଦିର ବେଢ଼ା କୁ ଆସିଥାଉ ସମୟ ପ୍ରାୟ ୯ ଘଟିକା , ଗାଁ ଠାରୁ ମନ୍ଦିର 6କିମି ପାଦଚଲା ରାସ୍ତା ରେ ଆସିଲେ ୪କିମି ବାଟ ତଥାପି ପାଦ ଲାଗିଯାଏ l ପହଞ୍ଚିବା କ୍ଷଣି ମନ ଆଉ ମନ୍ଦିର ବେଢ଼ା ରେ ନଥାଏ , ଏ ଆଖପାଖ ଅଞ୍ଚଳରେ ଏହା ଗୋଟିଏ ମାତ୍ର ମନ୍ଦିର ଥିଲା ସକାଳୁ ନଗଲେ ଭିଡ଼ ବଢିଯାଏ ଏପରିକି ଫେରିଲା ବେଳେ ସଂଧ୍ୟା ହୋଇଯାଏ l ତେଣୁ ଆମେ ସକାଳୁ ବାହାରି ଯାଇଥାଉ , ଯେହେତୁ ଏହା ଆମ ଖଣ୍ଡ ମଣ୍ଡଳରେ ଏକମାତ୍ର ମନ୍ଦିର ଥିଲା ତେଣୁ ଭାରି ଭିଡ଼ ଲାଗେ ଅନେକ ସମୟରେ ଭିଡ଼ ଭିତରେ ମୁଁ ହଜିଯାଏ ମାତ୍ର ସେବି ଖୁସିଲାଗେ l     

        ମନ୍ଦିର ବେଢ଼ା ବାହାରେ ରେ ଭେଳିକି ଭେଳି ଦୋକାନ ଗୁଡ଼ିକ ବସିଥାଏ ସତେ ଯେପରି ଆମ ପରି ଆଉକିଛି ଛୋଟ ଛୁଆଙ୍କୁ ନିଜ ମାତା ପିତା ଠାରେ ଅଝୋଟ କରେଇବା ପାଇଁ , ମୁଁ ଯାହା ଦେଖେ ଆଣିବାକୁ ଇଚ୍ଛା ହୁଏ ମାତ୍ର ପିଲାଙ୍କ ସମସ୍ତ ଆଶା କୌଣସି ପିତାମାତା ପୂରଣ କରିପାରି ନଥାନ୍ତି ଆଉ ମୋ ବୋଉ କୋଉଠୁ ପାରିବ l ଓପେରା ପାର୍ଟି ମଧ୍ୟ ପଡ଼ିଥାଏ , କହିବାକୁ ଗଲେ ଏକ ଯାତ୍ରା ପରି ମନେ ହୁଏ ଲୋକ ଙ୍କ ଗହଳିରେ ନିଜକୁ ହଜାଇ ବାରେ ଯେଉଁ ଖୁସି ଆଜି ଆଉ ନାହିଁ l ସେ ବୟସ ଅତିକ୍ରମ ହୋଇସାରିଛି ଆଜି ସାଥିରେ କେହି ଆସିନାହାନ୍ତି ଆସିଛି ମୁ ଏକା l କଣ ପାଇଁ ଆସିଛି ? ସେଦିନର ସ୍ମୃତି କୁ ମନେ ପକେଇବା ପାଇଁ ଅବା ସେଦିନ ଲୋକଙ୍କୁ ଯେଉଁ ଦୀପ ପ୍ରଜ୍ଜୋଳନ କୁ ନେଇ ଲୋକଙ୍କୁ ଯେଉଁ ଉପହାସ କରୁଥିଲି ତାର ଭାଗୀଦାର ନିଜେ ହେବାପାଇଁ l ଯଦି ସ୍ମୃତି କୁ ମନେ ପକେଇବାକୁ ଆସିଛି ତେବେ ଓପାଶ କଣ ଲୋଡା, ଯଦି କିଛି ମାଗିବାକୁ ଆସିଛି ତେବେ କାହା ପାଇଁ ମାଗିବି , ମୋ ପାଇଁ ନା ବୋଉ ପାଇଁ ନା କ୍ଷଣିକସମୟ ମଧ୍ୟରେ ଏକ ସୁଦୃଢ ଭଲପାଇବା ଡୋରିରେ ବାନ୍ଧି ଦେଇଥିବା ସେଇ ସ୍ମୃତିକଣିକାର କେନ୍ଦ୍ର ବିନ୍ଦୁ ପାଇଁ ନା ସାଇ ପଡିଶା ଙ୍କପାଇଁ ଏ ସଂସାରରେ ସମସ୍ତେ ତ କ୍ଷଣିକ ପାଇଁ ଆସିଛେ ,ଆମେ ଦୁଇଦିନର ଅତିଥି କାହାକୁ ପର କରି ନିଜେ ନିଷ୍ଠୁର ହୋଇ କିଛି କାମନା କରି ଚାଲିଯିବି , ଭଗବାନ୍ ଯଦି ସତରେ ବର ଦିଅନ୍ତି ତେବେ କଣ ସେ ମୋ କାମନା ପୂରଣ କରିବେ ? ଯଦି କରିବେ ତେବେ ନିଜପାଇଁ କେବଳ କାହିଁକି ମାଗିବି ସମସ୍ତଙ୍କ ପାଇଁ ମାଗିଲେ କ୍ଷତି ବା କଣ ?

        ସମସ୍ତେ ତ ସେଇ ବସୁଧା ମାଆ ର ସନ୍ତାନ ତେବେ ବାଛ ବିଚାର କାହିଁକି କରିବି? ନା ସମସ୍ତଙ୍କ ପାଇଁ ମାଗିଲେ ପ୍ରଭୁ କାଳେ ମୋ ପ୍ରତି ଅଣଦେଖା କରିବେ , ଏଇ ମନ୍ଦିର ପ୍ରବେଶ ଦ୍ଵାରର ରେ ଜଣେ ମଉସା କଣ କଣ୍ଟା ଜାତୀୟ ଗୁଳ୍ମ ଗୁଡ଼ିକୁ ଧରି ବସିଛନ୍ତି ପଚାରିବାରୁ କହୁଛନ୍ତି କେତକୀ ଫୁଲ ଗଛ ଗୋଟା ୫୦୦ ଲୋକ ଦେଖି ୧୦୦୦ ଆଜିର ଦିନରେ ଏଗୁଡା ଦେଇ ୧୨ ବର୍ଷ ଯାଏ ପୂଜା କଲେ କାଳେ ଭଗବାନ୍ ଙ୍କ କୃପା ସର୍ବଦା ମସ୍ତକ ଉପରେ ରହେ l ଯିଏ ଯାହା ଚାହିଁବ ପରିପୂର୍ଣ୍ଣ ହେବ , ତାଙ୍କ ବୟସ ପ୍ରାୟ ୮୦ ବର୍ଷ ହେବ ବାରବର୍ଷ ପରେ ସେ ଥିବେକି ନଥିବେ ତାହା ଭାବିବା ଅସମ୍ଭବ କିନ୍ତୁ ତାଙ୍କ କଥା ମୋ ମନରେ ରହିବ, ଏଇ ଦେଖ ଆଗରେ କେନ୍ଦୁଝର ର ବିଶିଷ୍ଟ BJP ନେତା ମାଝି ବାବୁ , ବିଶିଷ୍ଟ ଶିଳ୍ପପତି ଦିଲ୍ଲୀପ ବେହେରା ପ୍ରମୁଖ ଅଗ୍ରଗଣ୍ୟ ବ୍ୟକ୍ତି ମଧ୍ୟ ଫୁଲ ନେଉଛନ୍ତି କିନ୍ତୁ ତାଙ୍କ ପାଇଁ ୧୦୦୦ ହଁ କଣ ବା ଅଛି ଭାଲୁ ମୁଣ୍ଡ ରୁ ଗୋଟେ ବାଳ ଝଡିଗଲେ କଣ ସେ ଲଣ୍ଡା ହେଇ ଯାଉଛି ? ଆରେ ଭ

ାଇ ସେକଥା ନୁହଁ ତମର ପଇସା ଅଛି ତ ଏପରି ଦର ବଢେଇ ନେଲେ ବାକି ଲୋକ କଣ ନିଜ ଆଶା ପୂରଣ କରି ପାରିବେ? ସମସ୍ତେ ତ ତମପରି ନୁହଁ ରାତିଏ ଯାଇ ହାତୀ ଏ ଆଣିପାରିବେ l ଏଇ ଦେଖ ମାଝି ବାବୁ କହିଲେଣି ନେଉ ଗରିବ ଲୋକ ଟେ ଆରେ ଭାଇ ଯଦି ଅଛି ତମର ତେବେ ସବୁତକ କିଣି ଲୋକଙ୍କୁ ଦାନ କରି ଦେଉନ ତମର ମଙ୍ଗଳ ହେବ କେବଳ ଜଣେ ଗରିବକୁ ଦେଇ ସମସ୍ତ ଲୋକଙ୍କୁ ଗରିବ କରିଦେଉଛ ଯେ l ଏଥିରେ କଣ ରହିଛି କେଜାଣି ଭଗବାନ୍ ଙ୍କ ଦୃଷ୍ଟି ଆକର୍ଷଣ କରିପାରୁଛି ଯଦି ମଉସାଙ୍କ ସବୁ ତକ ଫୁଲକେଣ୍ଡା ମୁଁ ନେବି ତେବେ ବି ମୋର ମନସ୍କାମନା ସରିବନି l

         ଏଇ ଆରପାର୍ଶ୍ୱରେ ପାର୍ଶ୍ଵରେ ଜଣେ ଏହାର ମାହାତ୍ମ୍ୟ କହୁଛନ୍ତି l ଏକଦା କୈଳାସ ପର୍ବତରେ ମହାଦେବ ପରିଭ୍ରମଣ କଲାବେଳେ ଏଇ କେତକୀ ଅପୂର୍ବ ସୁନ୍ଦରୀ ନବ ଯୌବନରେ ପଦାର୍ପଣ କରିଛି ଏବଂ ତାର ରୂପ ମହାଦେବ ଙ୍କୁ ମୁଗ୍ଧ କରିଛି ମହାଦେବ ତା ସହ ଶୃଙ୍ଗାର କ୍ରୀଡା କରିବାକୁ ଇଚ୍ଛା କରିଛନ୍ତି କିନ୍ତୁ କେତକୀ ପ୍ରତ୍ୟାଖ୍ୟାନ କରିଛି ଏହିପରି ତିନି ତିନି ଥର ପ୍ରତ୍ୟାଖ୍ୟାନ କରିବା ପରେ ମହାଦେବ କ୍ରୋଧିତ ହୋଇ ଅଭିଶାପ ଦେଇଛନ୍ତି ଏବଂ କେତକୀ ନିଜକୁ ଦୋଷୀ ମନେ କରିଛି ଆଉ କ୍ଷମା ପ୍ରାର୍ଥନା କରିଛି, ଏହାର ଉପଚାର ସଦୃଶ୍ୟ ମହାଦେବ ଆଜିର ଦିନରେ ଯିଏ ତାକୁ ତାଙ୍କ ନିକଟରେ ଅର୍ପଣ କରିବ ତେବେ ତାର ମନସ୍କାମନା ପୂର୍ଣ୍ଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି l ବର୍ଷକରେ କେବଳ ଏହି ଗୋଟିଏ ଦିନ ମହାଦେବ ଙ୍କ ନିକଟରେ ପୂଜିତ ହୋଇଥାଏ l        

             ଏଥିରେ ସତ୍ୟତା ଅଛିକି ନାହିଁ ତାହା ଜାଣେନି କିନ୍ତୁ ଇଚ୍ଛା ହେଉଛି ଭଗବାନ୍ ଙ୍କ ନିକଟରେ ଦେବାକୁ କିନ୍ତୁ କଣ ମୁଁ ଆଜି ଏଇ ଫୁଲ ଦେଲେ ଭଗବାନ୍ ମୋ ପାଇଁ ଲାଞ୍ଚୁଆ ହେବେନି ତ ମୁଁ ନେଇଯିବି ଯିଏ କିଣି ନ ପାରୁଛି ଯଦି ଭଗବାନ୍ କଣ ତା ଡାକ ଶୁଣିବେନି ତେବେ ମୁଁ ସ୍ବାର୍ଥପର ସାଜିଲି l ତେବେ କଣ କରିବି ନେବି କି ନାହିଁ l ହୋଉ ମାତ୍ର ୩ ଖଣ୍ଡ ଦେଇ ଦେଉଛି ସମସ୍ତଙ୍କ ପାଇଁ ଭଗବାନ୍ ନିଶ୍ଚିତ ଶୁଣିବେ ମୋର ବିଶ୍ବାସ l ଗତବର୍ଷ କଣ ଦେଇ ସେ ପୂଜାକରିଥିଲେ କେଜାଣି ଭଗବାନ୍ ତ ତାଙ୍କ ଡାକ ଶୁଣିଛନ୍ତି ମୋର ନିଷ୍ପେସିତ ହୃଦୟରେ ଆଶାର କଣିକା ଭରିଯାଇଥିଲା , ସେଦିନ ର କଥା ଭାବିଲେ ଆଖିରୁ ଲୁହ ଝରିଯାଏ ମନ୍ଦିର ଯିବାରେ ବେଳ ନଥିଲା ଧାଁ ଧପଟରେ ଦିନ ଚାଲିଗଲା ପେଟରେ ଗଣ୍ଡେ ଅର୍ଣ୍ଣ ମଧ୍ୟ ପଡ଼ିନଥିଲା ସନ୍ଧ୍ୟା ପ୍ରାୟ କିନ୍ତୁ କେହି ଜଣେ ତ ମୋ ପାଇଁ ଭଗବାନ ଙ୍କ ନିକଟରେ ମୋର ଅଭିପ୍ରାୟ ଜଣାଇଥିଲେ l ବାସ୍ ବୋଧ୍ ହୁଏ ସେଥିଲାଗି ଆଜି ଧାଇଁ ଆସିଛି ଅବିଶ୍ବାସ ମନରେ ବିଶ୍ଵାସର କଣିକା ଟିକକ ନେଇ l 

            ଏଇ ଚାହୁଁ ଚାହୁଁ କୁଆଡେ ନୁଆଣାଆଁ ବର୍ଷା ଟା ଥିଲା କେଜାଣି ମାଡ଼ିଆସିଲା ସମୟ ରାତ୍ର୧୦ ଘଟିକା, ଆହୁରି ତିନିଘଣ୍ଟା ବାକିଅଛି ମହାଦୀପ ଉଠିବାକୁ, ସମସ୍ତେ ନିଜ ନିଜ ଦୀପ ଛାଡି କଣ ଧାଇଁ ବାକୁ ଲାଗିଲେଣି ବାସ୍ତବିକ୍ ଲେଟ୍ କରିଦେଲେ ଛିଡ଼ା ହେବାକୁ ସ୍ଥାନ ଟିଏ ମଧ୍ୟ ମିଳିବନି ଆରେ ବା ସମସ୍ତେ କଣ ଧାଇଁ ଆସିଲେ ? ଓଃ 3ଜଣ ଏବେ ମଧ୍ୟ ଛତା ଧରି ବସିଛନ୍ତି ବାସ୍ତବିକ୍ ଏମାନେ ହିଁ ପ୍ରକୃତ ଭକ୍ତ , ଏଇ ପାଖ ମାଉସୀ କଣ କହିଲାଣି "ମୋ ପାଖରେ ଛତା ଥିଲେ ମୁଁ କଣ ଚାଲି ଆସିଥାନ୍ତି"ସେମାନଙ୍କ ପାଖରେ ଛତା ଅଛି ତମେ କାଇଁ ଆଣିଲନି ତୁମକୁ କଣ ଆଣିବାକୁ ମନା କରିଥିଲା "ପାଗ ଠିକ୍ ଥିଲା" ଆରେ ଭାଇ ପାଗ ଠିକ୍ ଥିଲା ! ତମେ ଯୁଦ୍ଧ କ୍ଷେତ୍ର କୁ ଆସି ଯଦି କହିବ ଶତ୍ରୁକୁ ହାତରେ ଘଉଡାଇ ଚାଲିଯିବି ତେବେ ତାହା ହାସ୍ୟାସ୍ପଦ ଛଡ଼ା ଆଉ କିଛି ନୁହଁ ଏପରି କଲେ ନିଜେ ତ ମରିବ ଆଉ ପାଞ୍ଚଟା କୁ ସାଙ୍ଗରେ ନେଇ ମରିବ ତମ ଭକ୍ତି ସମସ୍ତେ ଜଣିସାରିଲେଣି ମୋତେ ନିଜକୁ ଖରାପ ଲାଗିଲାଣି ଏପରି ଯୁକ୍ତି କରିବାକୁ ଛାଡ଼ ଏହା ଭଗବାନ୍ ଙ୍କ ଏକ ପରୀକ୍ଷା ବୋଲି କୁହାଯାଇ ପାରେ l କେତକୀ ଦେଇ ପୂଜିଲେ କଣ ହେଲା ସାମାନ୍ୟ କେଇ ସମୟର ବର୍ଷା କୁ ଦେଖି ନିଜ ଦୀପ ଛାଡି ଯେ ଚାଲି ଆସୁଛ ତମ ଜୀବନର ମୁକ୍ତି ପାଇଁ ଏଠି ଦଣ୍ଡାୟମାନ ! କହିଲେ ଅଧିକ ହୋଇଯିବ ଛାଡ଼ l କୋଳାହଳ ମଧ୍ୟରେ ହରିବୋଲ ଶୁଭିଲାଣି ସମୟ ପ୍ରାୟ ୧ ଟା ଏଇ ମହା ଦୀପ ଉଠିବ ପୂଜାରୀ ତେଣେ ଡାକିଲାଣି । ଶେଷ ସମୟ ଆଗତ ପ୍ରାୟ ଆଉକିଛି କହିବାକୁ ଇଚ୍ଛା ହେଲେ ମଧ୍ୟ ମନ କଥା ମନରେ ରହିଗଲା  ।


Rate this content
Log in

Similar oriya story from Abstract